author

ନୌସେନା ଦିବସରେ ଯୋଗଦେବା ପାଇଁ ସବୁ ଦଳର ବିଧାୟକ ପୁରୀ ଯିବେ 

ଆସନ୍ତା ୪ ତାରିଖରେ ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ନୌସେନା ଦିବସରେ ଯୋଗଦେବା ପାଇଁ ସବୁ ଦଳର ବିଧାୟକ ପୁରୀ ଯିବେ ବୋଲି ବାଚସ୍ପତି ସୁରମା ପାଢ଼ୀ ଗୃହରେ ଘୋଷଣା କରିଛନ୍ତି। ମଧ୍ୟାହ୍ନ 12:30 ରେ ବିଧାନସଭା ପରିସରରେ ଲଞ୍ଚ କରି ବସରେ ଯିବେ ସମସ୍ତ ବିଧାୟକ | ଏଥିସହ ପୁରୀ ଠାରୁ କୋଣାର୍କ ଯାଇ କୋଣାର୍କ ମହୋତ୍ସବ ଦେଖି ଫେରିବେ |ସୂଚନା ଯୋଗ୍ୟ, ଭାରତୀୟ ନୌସେନା ଦିବସ ପାଳନ ନେଇ ପୁରୀ […]

୩୩ ସ୍ମାର୍ଟଫୋନ୍‌ରେ ବନ୍ଦ ହେବାକୁ ଯାଉଛି ହ୍ବାଟ୍ସଆପ୍‌

ମେଟା ଦ୍ଵାରା ପରିଚାଳିତ ମେସେଜିଂ ଆପ୍ ହ୍ବାଟ୍ସଆପ୍‌ iOS 15.1ରୁ ପୁରୁଣା ସଂସ୍କରଣ ପାଇଁ ସପୋର୍ଟ ଶେଷ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ iPhone 5s, iPhone 6 ଓ iPhone 6 Plusରେ ଆସନ୍ତା ବର୍ଷଠାରୁ ହ୍ବାଟ୍ସଆପ୍ କାମ କରିବ ନାହିଁ। WABetaInfoର ଏକ ରିପୋର୍ଟ ଅନୁସାରେ, ୨୦୨୫ ମସିହା ମେ’ ୫ ତାରିଖରୁ ହ୍ବାଟ୍ସଆପ୍‌ iOS 15.1ରୁ ପୁରୁଣା ଭର୍ସନକୁ ସପୋର୍ଟ କରିବ ନାହିଁ। ଏହି ପରିବର୍ତ୍ତନ ହ୍ବାଟ୍ସଆପ୍‌ ବିଜ୍‌ନେସ୍‌ରେ ମଧ୍ୟ ଦେଖାଦେବ। […]

ପ୍ରେମିକ ଆଗରେ ତାଙ୍କ ପ୍ରେମିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ

ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଲଜ୍ଜା । ପ୍ରେମିକ ଆଗରେ ନାବାଳିକା ପ୍ରେମିକାକୁ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ। ପ୍ରେମିକ ସହ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ମହୁଲପାଲି ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ଏନେଇ ପୋଲିସ ଏକ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ୪ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଦୁଷ୍କର୍ମ ଅଭିଯୁକ୍ତଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି।

ଜଜଙ୍କ ଦଣ୍ଡାଦେଶ ପରେ ୨ ଦୋଷୀ ମାରିଲେ ଚମ୍ପଟ।

ଏଟିଏମ୍‌ ଲୁଟ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ କୋର୍ଟ ରୁମ୍‌ରୁ ଚମ୍ପଟ ମାରିଲେ ଦୁଇ ରାଜ୍ୟ ବାହାର ଲୁଟେରା। ଆଜି ଅପରାହ୍ନରେ ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଘଟିଛି। ଆଜି ଲୁଟ୍‌ ମାମଲାରେ ରାୟ ପ୍ରକାଶ ପାଇବାର ଥିଲା। ତେଣୁ ଜାମିନରେ ଥିବା ଦୁଇ ଅଭିଯୁକ୍ତ ସକିଲ ଓ ଶାହାରୁଖ କୋର୍ଟରେ ହାଜର ଥିଲେ। ନିର୍ଦ୍ଧାରିତ ସମୟରେ ବିଚାର ଆରମ୍ଭ ହୋଇଥିଲା। ଜବାଲ ସବାଲ୍‌ ପରେ ସାକ୍ଷ୍ୟ ପ୍ରମାଣ ଆଧାରରେ ନବରଙ୍ଗପୁର CJM କୋର୍ଟ […]

ଚାକିରିର ଥିଲା ପ୍ରଥମ ଦିନ, ଦୁର୍ଘଟଣାରେ ଆଖି ବୁଜିଲେ ଆଇପିଏସ୍‌ ଅଧିକାରୀ

କର୍ଣ୍ଣାଟକର ହାସନ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଆଇପିଏସ ଅଧିକାରୀ ଚାକିରି ପାଇବା ପରେ ପ୍ରଥମଦିନ ଡିୟୁଟିରେ ଯୋଗ ଦେବାକୁ ଯାଉଥି‌ବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ରବିବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ହାସନ ଅଞ୍ଚଳର କିଟ୍ଟାନେ ନିକଟରେ ପୁଲିସ ଗାଡିର ଟାୟାର ଫାଟିବା ପରେ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବା ପରେ ଗାଡିଟି ରାସ୍ତାକଡରେ ଏକ ଘର ଓ ଗଛ […]

ଆସନ୍ତାକାଲିଠାରୁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ,ସୁରକ୍ଷା ବ୍ୟବସ୍ଥା କଡାକଡି

ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ୩ ତାରିଖରୁ ୭ ତାରିଖ ଯାଏଁ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ଚିଠିରେ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସୂଚୀ ସାମ୍ନାକୁ ଆସିଛି ।ନିର୍ଦ୍ଧାରିତ ସମୟ ଅନୁସାରେ, ଆସନ୍ତାକାଲି (ମଙ୍ଗଳବାର-୩ ତାରିଖ) ଅପରାହ୍ନ ୨.୩୦ ରେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରୁ […]

ମାଟି ତଳୁ ବାହାରିଲା ପୁଳା ପୁଳା ଟଙ୍କା, ସୁନା

ଜୀବନ କଷ୍ଟ ଉପାର୍ଜିତ ଟଙ୍କା ଓ ସୁନାକୁ ଗଛ ମୂଳରେ ମାଟି ତଳେ ପୋତି ରଖିଥିଲେ। ମୃତ୍ୟୁ ପୂର୍ବରୁ ପୁଅ-ବୋହୂ ଓ ନାତି-ନାତୁଣୀଙ୍କୁ ଡାକି କହିଥିଲେ। ତା’ପରେ ଭବ ସଂସାରରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ୭୦ ବର୍ଷୀୟ ସୀତାରାମ ମେଲେକା। ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ମାଟି ଖୋଳି ଟଙ୍କା ବାହାର କରିଛନ୍ତି । ଟଙ୍କା ଗୁଡ଼ିକ ଉଇ ଖାଇଯାଇଥିବା ବେଳେ କିଛି ନଷ୍ଟ ହୋଇଯାଇଛି । ହଜାରେ କି ଦୁଇ ହଜାର ନୁହେଁ […]

ଛୁଟିରେ ଥିବା ୧୯୬ଡାକ୍ତରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଦୀର୍ଘଦିନ ଧରି ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ବିଭିନ୍ନ କ୍ୟାଡରର ୧୯୬ ଡାକ୍ତର ଭିନ୍ନଭିନ୍ନ କାରଣ ଦର୍ଶାଇ ଛୁଟିରେ ରହିଛନ୍ତି ।ରାଜ୍ୟରେ ଏବେ ଡାକ୍ତର ମରୁଡ଼ି। ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ଡାକ୍ତର ପଦବୀ ଖାଲି ପଡ଼ିଛି । ମୋଟ ୩୦ଟି ଜିଲ୍ଲାର ୩୭୫ଟି ସିଏଚସିରେ ଖାଲି ପଡ଼ିଛି ଡାକ୍ତରଙ୍କ ପଦବୀ। ଗଞ୍ଜାମରେ ସର୍ବାଧିକ ୪୫୦, ମୟୁରଭଞ୍ଜରେ ୩୦୯, ଖୋର୍ଦ୍ଧାରେ ୧୨, […]

ଅଭିନେତା ବିକ୍ରାନ୍ତ ମେସି ଡିସେମ୍ବର ୧ରେ ଇଣ୍ଡଷ୍ଟ୍ରି ଛାଡ଼ିଥିବା ନେଇ ଘୋଷଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅପରାହ୍ନ ୪ଟାରେ ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଦେଖୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୪ଟାରେ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ଦେଖିବେ । ପିଏମ୍ ମୋଦି ପୂର୍ବରୁ ଏହି ଫିଲ୍ମକୁ ପ୍ରଶଂସା କରିସାରିଛନ୍ତି । ଏଥିରେ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଅଛନ୍ତି । ଗୁଜରାଟର ବହୁଚର୍ଚ୍ଚିତ ୨୦୦୨ ଗୋଧ୍ରା କାଣ୍ଡ ଉପରେ ଏହି ଫିଲ୍ମ ଆଧାରିତ । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ବାଲଯୋଗୀ […]

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଗାଁରେ ଇଣ୍ଟରନେଟ ସେବା ।

ରାଜ୍ୟରେ ୪୭ ହଜାର ୯୦୨ଟି ମୋବାଇଲ ଟାୱାର ଅଛି । ସେଥିରୁ ୧୨ ହଜାର ୬୦୨ଟି 5G ଟାୱାର ଅଛି । ଅଧିକ 5G ଟାୱାର ଅପଗ୍ରେଡ କରାଯାଉଛି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ଇଣ୍ଟରନେଟ୍‌ ସେବା ପହଞ୍ଚିବ । ଇଣ୍ଟେରନେଟ ସମସ୍ୟା ଦୂର କରିବାକୁ ଜିଲ୍ଲା ଏଡିଏମଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ ହୋଇଛି । ଟାୱାର ବସାଇବାକୁ ଜମି ଅଧିଗ୍ରହଣ ନେଇ ଏହି ଟାସ୍କ ଫୋର୍ସ କାମ କରିବ ବୋଲି […]

‘ଜଗା ତୁ ଯାଦୁଗର’କୁ ମିଳିଲା ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ

ଓଡିଆ ଭଜନକୁ ଜାତୀୟ ସ୍ତରରେ ସମ୍ମାନ । କୋଟି ଓଡିଆଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ହୋଇଥିବା ଓଡିଆ ଆଧ୍ୟାତ୍ମିକ ଭଜନ ‘ଜଗା ତୁ ଯାଦୁଗର’କୁ ମିଳିଛି ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ-୨୦୨୪ । ହଙ୍ଗାମା ଆର୍ଟିଷ୍ଟ ଆଲାଉଡ୍ ପକ୍ଷରୁ ମାୟାନଗରୀ ମୁମ୍ବାଇରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଗ୍ରାଣ୍ଡ ଫିନାଲେରେ ଏହି ସମ୍ମାନ ଗ୍ରହଣ କରିଛନ୍ତି ଓଡିଆ ପୁଅ ତଥା ‘ଜଗା ତୁ ଯାଦୁଗର’ର କଣ୍ଠଶିଳ୍ପୀ ଅଭିଜିତ୍ ମିଶ୍ର । ଜାତୀୟ ସ୍ତରରେ ଓଡିଆ ଭଜନକୁ […]

କଟିଛି କି ଇ – ଚାଲାଣ ? ସରକାର ଆଣୁଛନ୍ତି ଓଟିଏସ ବ୍ୟବସ୍ଥା

ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି। ସରକାର ଆଣିପାରନ୍ତି ୱାନ୍ ଟାଇମ୍ ସେଟେଲମେଣ୍ଟ (OTS) ବ୍ୟବସ୍ଥା। କିନ୍ତୁ ତା’ପରେ କଡ଼ାକଡ଼ି ହେବ ନିୟମ। ଚାଲାଣ ଅର୍ଥ ଆଦାୟ ପାଇଁ କୋର୍ଟରୁ ପଠାଯିବ ସମନ।ପରିବାହନ ବିଭାଗର ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ଇ-ଚାଲାଣ ବାବଦକୁ ଆଦାୟ ହୋଇ ନପାରି ପଡ଼ି ରହିଛି କୋଟି କୋଟି ଟଙ୍କା। ଅନାଦେୟ ଭାବରେ ୧୨ ଶହ ୧୫ କୋଟି ଟଙ୍କା ଏବେ ମଧ୍ୟ […]