author

ଆସିଲା ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍‌ ପରୀକ୍ଷା ତାରିଖ

ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍‌ ପରୀକ୍ଷା ପାଇଁ ତାରିଖ ପ୍ରକାଶ ପାଇଛି। ଅକ୍ଟୋବର ୨୭ ତାରିଖରେ ଓଏଏସ୍‌ ପ୍ରିଲିମ୍‌ ପରୀକ୍ଷା ନେଇ ଓଡିଶା ଜନସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପରୀକ୍ଷା ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ପରୀକ୍ଷାର୍ଥୀ http://opsc.gov.in ରେ ଲଗ୍ ଅନ୍ କରିବାକୁ ପରାମର୍ଶ ଦିଆଯାଇଛି ।ଓପିଏସସି, ଓଡିଶା ଲୋକସେବା ଆୟୋଗ କରୁଛି ଏହି ପରୀକ୍ଷା।

ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ASI

ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ASI । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଲା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଂଚ ଅନୁଷ୍ଠିତ ହେବ । ଏ.ଏସ୍.ଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ନିରୀକ୍ଷଣ ହେବ ।ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ […]

ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟାକୁ ତଦାରଖ ନିମନ୍ତେ ଜିଲ୍ଲାପାଳ ଜନସେବା କେନ୍ଦ୍ର ପରିଦର୍ଶନ l

ରାୟଗଡ:-ତା. ୧୨/୦୯- ସୁଭଦ୍ରା ଯୋଜନାର ସଫଳ ରୂପାୟନ ଓ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରୟାସ ଜାରିରହିଛି l ଯୋଜନାର ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ରାୟଗଡ ସହର ଓ ରାମନାଗୁଡା ବ୍ଲକର ବିଭିନ୍ନ ଜନସେବା କେନ୍ଦ୍ର ଅଚାନକ ପରଦର୍ଶନ କରିଥିଲେ l ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ନିଜେ ବ୍ୟକ୍ତିଗତ ଭାବେ ଆବେଦନ ପାଇଁ ଆସିଥିବା ମହିଳା ଓ ଜନସେବା କେନ୍ଦ୍ର ଦାୟିତ୍ୱରେ ଥିବା କର୍ତୃପକ୍ଷଙ୍କ ସହିତ ଆଲୋଚନା […]

ଏଣିକି ଶ୍ରୀମନ୍ଦିରରେ ଲୁହା କଡ଼େଇ ମନା ।

ଶ୍ରୀମନ୍ଦିର ରୋଷଶାଳାରେ ମାଟି କୁଡୁଆ ବଦଳରେ ଲୁହା କଡେଇରେ ପ୍ରସ୍ତୁତ ହେଉଛି ମହାପ୍ରସାଦ । ଏହାକୁ ନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଏଣିକି ଶ୍ରୀମନ୍ଦିରରେ ଲୁହା କଡ଼େଇ ମନା । ଲୁହା କଡ଼େଇରେ ମହାପ୍ରସାଦ ନିର୍ମାଣକୁ ସୁଆର, ମହାସୁଆର ନିଯୋଗ ପକ୍ଷରୁ ବାରଣ କରାଯାଇଛି । କରୋନା ସମୟରେ ବ୍ୟବହାର ହୋଇଥିଲା ଲୁହା କଡ଼େଇ । ବର୍ତ୍ତମାନ ପୂର୍ବ ପରି ମାଟି ପାତ୍ରରେ ମହାପ୍ରସାଦ ପ୍ରସ୍ତୁତ ହେବ ।ସେହିପରି ସୁଆର […]

ପୁଣି ଚାକିରି କରିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ରାଜ୍ୟ ସରକାର ନୂଆ ନିୟମ ଆଣିଛନ୍ତି। ପୁନଃ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବେ। ଅବସରପ୍ରାପ୍ତ କର୍ମଚାରୀମାନେ କେଉଁ ମାନଦଣ୍ଡରେ ଚୟନ ହେବେ ସେନେଇ ବିସ୍ତୃତ ଗାଇଡ୍‌ଲାଇନ୍‌ ଜାରି ହୋଇଛି।ମୁଖ୍ୟ ସଚିବ ଅଧ୍ୟକ୍ଷ, ଜିଏ ସଚିବ, ଅର୍ଥ ସଚିବ କମିଟି ସଦସ୍ୟ ପୁନଃ ନିଯୁକ୍ତି ଚୟନ କରିବେ।ତେବେ ୬୫ ବର୍ଷରୁ କମ୍ ଓ ଭଲ ସର୍ଭିସ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ସୁଯୋଗ ଦିଆଯିବ। ପୁନଃ ନିଯୁକ୍ତି […]

ପୁଣି ଆସୁଛି ବଡ ବର୍ଷା ୧୬ ତାରିଖ ଯାଏଁ ବର୍ଷିବ

ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣପୂର୍ବ ବାଂଲାଦେଶ ଉପରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଯାଥା ଆସନ୍ତା ୨୪ ଘଣ୍ଟାରେ ବାଂଲାଦେଶ ଲଘୁଚାପ ସମ୍ଭାବନା ରହିଛି । ଏହାର ପ୍ରଭାବରେ ଶୁକ୍ରବାର ସେପ୍ଟେମ୍ବର ୧୩ ଠାରୁ ୧୬ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି । ଏନେଇ ଗୁରୁବାର ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା […]

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଦାୟିତ୍ବରେ ରହିବେ ଏସିପି ଏବଂ ଆଇଆଇସି

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ଛାଉଣୀରେ ରହିବ ରାଜଧାନୀ ଭୁବନେଶ୍ବର । ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୋଲିସ । ବିମାନବନ୍ଦରରୁ ଜନତା ମଇଦାନ ରାସ୍ତାରେ ହେବ ବ୍ୟାରିକେଡ୍। ଏହାଛଡ଼ା ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ କଟକଣା ଲାଗୁ ହେବ। ଖାଲିସେତିକି ନୁହେଁ, ସାଧା ପୋଷାକରେ ବି ପୁଲିସ ବୁଲିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି ଗୁଇନ୍ଦା ବିଭାଗ ଅଧିକ ସକ୍ରିୟ […]

ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁ ଗିରଫ ।

ହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ।ଗତକାଲି ବାବୁଙ୍କ ୯ ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ୬ଟି ବହୁତଳ କୋଠା ସହ ୫ ଟି ପ୍ଳଟ୍, ୨୪ ଲକ୍ଷ ଜମା ଓ ୨୦୦ ଗ୍ରାମ୍‌ର ସୁନା ଜବତ ହୋଇଥିଲା। ଭଂଜନଗର ରେ ୨ କୋଟି ୩୦ଲକ୍ଷ ମୂଲ୍ୟର କୋଠା ରହିଥିବା […]

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଖୁଣ୍ଟାତଡା ରଜା ଓ ଦଶ ପଇସାର ରଜା ଦାସିଆ ଅଜାଙ୍କ ଶ୍ରାଦ୍ଧ ବାର୍ଷିକୀ।।

ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଓଡିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ୨୭ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବିଦ୍ଯାଳୟର ବରିଷ୍ଠ ସେବାବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଧରାପୃଷ୍ଠରେ ଏପରି ଜଣେ ଜଣେ ଯୋଗଜନ୍ମା ଜନ୍ମ ନେଇଥାନ୍ତି, ଯାହାଙ୍କର ଅଲୌକିକ କାର୍ଯ୍ୟ କଳାପକୁ ଗୋଟିଏ ଜାତି […]

ଆଦାନୀ ହାତକୁ ଗଲା ଗୋପାଳପୁର ପୋର୍ଟର ୯୫ ପ୍ରତିଶତ ମାଲିକାନା 

ଆଜି ବୈଠକରେ ୩ଟି ପ୍ରସ୍ତାବକୁ ମିଳିଛି କ୍ୟାବନେଟ୍ ମଞ୍ଜୁରୀ । ତେବେ ଗୋପାଳପୁର ବନ୍ଦରର ୯୫% ଅଂଶଧନ ଅଦାନୀ ପାଖରେ ରହିବ ଏବଂ ୫ % ଅଂଶଧନ ଷ୍ଟିଭଡୋର ପାଖରେ ରହିବ । ଗୋପାଳପୁର ପୋର୍ଟର ସେୟାର ହୋଲଡିଙ୍ଗକୁ ଦୃଢ କରିବାକୁ ଏବଂ ଏହାକୁ ମଲ୍ଟି କାର୍ଗୋ ପୋର୍ଟରେ ପରିଣତ କରିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି । ଏହି ଚୁକ୍ତିନାମାକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇଛନ୍ତି। ଆଦାନୀ ଗ୍ରୁପ୍‌ ପାଖକୁ ଏହି ଅଂଶଧନ ଯିବା […]

ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଅପରାହ୍ନରେ ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ସେଠି ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ସମୀକ୍ଷା କରିବେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ମାଲକାନଗିରି ଯିବାର କାର୍ଯ୍ୟକ୍ରମ ରହିଛି ।ଲଘୁଚାପ ଜନିତ ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟ ହୋଇଥିଲା । ଆଉ ଏବେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଛି । ତେବେ ଜିଲ୍ଲାରେ କିଭଳି ବନ୍ୟା ସ୍ଥିତିର ମୁକାବିଲା କରାଯାଉଛି । ତାହାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବର୍ଷାଜନିତ […]

ରାଜ୍ୟ କ୍ୟାବିନେଟ୍‌ର ବୈଠକ ରେ ୩ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଶେଷ ହେଲା କ୍ୟାବିନେଟ୍‌ ବୈଠକ । ରାଜ୍ୟ କ୍ୟାବିନେଟ୍‌ର ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ । ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି। ଅବିବାହିତା ଝିଅଙ୍କୁ ନିଯୁକ୍ତି ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ସେହିପରି ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି। ସେହିଭଳି ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅଗ୍ନିବୀରମାନଙ୍କୁ ପୋଲିସ, ଅଗ୍ନିଶମ […]