**ରାୟଗଡ:-ତା. ୧୦/୦୯- ସୁଭଦ୍ରା ଯୋଜନାର ଜିଲ୍ଲାସାରl ଆବେଦନ ପ୍ରକ୍ରିୟା ଚାଲୁରହିଛି l ଜିଲ୍ଲାର ୨୧ବର୍ଷରୁ ଉର୍ଦ୍ଧ ୬୦ବର୍ଷରୁ କମ ବୟସ୍କ ମହିଳା ଯାହାଙ୍କ ବାର୍ଷିକ ପାରିବାରିକ ଆୟ ୨ଲକ୍ଷ ୫୦ହଜାରରୁ କମ ହୋଇଥିବ, ସେମାନେ ଆବେଦନ କରିବା ପାଇଁ ଉତ୍ସାହିତ କରାଯାଉଛି l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି l ଏନେଇ ଅନଲାଇନରେ ଆବେଦନ ପ୍ରକ୍ରିୟାକୁ ତଦାରଖ କରିବା ନିମନ୍ତେ ଜିଲ୍ଲାପାଳ […]
ମଙ୍ଗଳବାର ଓଡ଼ିଶା ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଦେଇଥିବା ତଥ୍ୟରୁ ବାଘ ବିଲୁପ୍ତ ଆଶଙ୍କା ସୃଷ୍ଟି ହୋଇଛି।ଗତ ୧୦ ବର୍ଷରେ ରାଜ୍ୟରେ ମରିଛନ୍ତି ୫୫ଟି ବାଘ। ତା’ ଭିତରେ ଅଛନ୍ତି ୪୮ଟି କଲରାପତରିଆ ଓ ୭ଟି ମହାବଳ ବାଘ। ତେବେ ସବୁଠୁ ସାଙ୍ଘାତିକ ଘଟଣା ହେଉଛି ୨୩ ଟି ବାଘଙ୍କୁ କେବଳ ଶିକାରୀ ହତ୍ୟା କରିଛନ୍ତି। ୪ ଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀବନ ହରାଇଥିବା […]
ଆଜି ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ। ଚଳିତ ବର୍ଷର ଥିମ୍ ରହିଛି ଚେଞ୍ଜିଂ ଦି ନ୍ୟାରେଟିଭ୍ ଅନ୍ ସୁଇସାଇଡ୍। ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢିବାରେ ଲାଗିଛି । ଖାସ୍ କରି ଯୁବପିଢିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବେଶୀ ଦେଖିବାକୁ ମିଳୁଛି । ଯାହା ଏବେ ଚିନ୍ତାର କାରଣ ହୋଇଥିବା ବେଳେ ଏହାକୁ କିପରି ରୋକିବେ ସେନେଇ ସରକାରୀ ଓ ବେସରକାରୀ ବିଭିନ୍ନ ଉଦ୍ୟମ କରାଯାଉଛି ।ଆତ୍ମହତ୍ୟା ବିରୋଧରେ ସଚେତନତା ସୃଷ୍ଟି ପାଇଁ ୨୦୦୩ ମସିହା […]
ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଗାମୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଚଳିତ ମାସ ୧୫ ତାରିଖରେ ଦେଶରେ ୧୦ ଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ ହେଉଛି। ତନ୍ମଧ୍ୟରୁ ଓଡିଶା ମଧ୍ୟରେ ୩ ଟି ଟ୍ରେନ […]
ମଙ୍ଗଳବାର ବିଧାନସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ।ଶ୍ରୀ ମାଝୀ ସମଗ୍ର ଜିଲ୍ଲାରେ ବର୍ଷା ପରର ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି। କେଉଁ ନଦୀରେ ଜଳସ୍ତର ବଢ଼ିଛି। କେଉଁକେଉଁ ଅଂଚଳ କେତେ ପ୍ରଭାବିତ ହୋଇଛି। କେଉଁଠି ଘର ଭାଙ୍ଗିଛି, କେତେ ଗଛ ଉପୁଡ଼ିଛି। ସେ ସବୁର ତଥ୍ୟ ନେଇଛନ୍ତି।ରାଜସ୍ବ ଓ ବିପର୍ଯ୍ୟୟ […]
ବିଧାନସଭା ଚାଲିଥିବା ବେଳେ ବିଧାୟକ ପ୍ରଶାନ୍ତ ବେହେରା ପ୍ରଶ୍ନ କରିଥିଲେ ରାଜ୍ୟର କେତେଜଣ ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିବାବେଳେ ତାହାର ତଦନ୍ତ ହେବ ସହିତ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି?ଏହାର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ଲିଖିତ ଉତ୍ତର ରଖି କହିଥିଲା ଯେ କୌଣସି ପଞ୍ଚାୟତରୁ ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ତାଙ୍କୁ କ୍ଷମା ନାହିଁ | ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪, ଧାରା ୧୧୫ ଅନୁସାରେ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏହାସହ […]
ଗାଁଠୁ ସହର ସବୁଠି E-KYC ପାଇଁ ଲମ୍ବା ଲାଇନ୍ । E-KYC ନକଲେ ରାସନ ସାମଗ୍ରୀ ହିତାଧିକାରୀଙ୍କୁ ମିଳିବନି । ଏନେଇ କଣ୍ଟ୍ରୋଲ ଡିଲରଙ୍କ ପାଖରେି ହିତାଧିକାରୀ ଲାଇନ ଲଗାଉଛନ୍ତ। କିନ୍ତୁ ଡିଲରମାନେ ଟୁ-ଜି ସପୋର୍ଟ ମେସିନ ବ୍ୟବହାର କରୁଥିବାରୁ ଲିଙ୍କ୍ ଫେଲ ସମସ୍ୟା ଦେଖାଦେଉଛି । ଯେଉଁଥିପାଇଁ କଣ୍ଟ୍ରୋଲ ଡିଲରଙ୍କ ପାଖରେ ଲମ୍ବା ଧାଡ଼ି ଦେଖିବାକୁ ମଳିଛି । ପୂର୍ବରୁ ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ବିଧାନସଭା ଅଧିବବେଶନ ଚାଲିଥିବା […]
ରାୟଗଡ଼ା, ୧୦/୦୯/୨୦୨୪ : ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପରିସରରେ ବିଶ୍ୱ ଆତ୍ମହତ୍ୟା ରକିବା ଦିବସ ପାଳନ କରାଯାଇଛି। ରାୟଗଡ଼ା ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆତ୍ମହତ୍ୟା କରିବାକୁ ଯାଉଥିବା ବ୍ୟକ୍ତିଙ୍କ ଚିନ୍ତାଧାରାକୁ କିପରି ବଦଳା ଯାଇପାରିବ ସେ ସମ୍ପର୍କରେ ଆଲଚନା କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟର ନିର୍ନେଶକ ଡ଼ଃ.ରାଜେଶ କୁମାର ପାଢ଼ୀ, ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର, ଟିବି ବିଭାଗର ଅତିରିକ୍ତ ଜିଲ୍ଲା ଜନ […]
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛି ବିଜେଡି ପୋଲାଭରମ ଟିମ୍ । ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକମାନେ କ୍ଷତିଗ୍ରସ୍ତ ହେବେ । ସେମାନଙ୍କର ଭିଟାମାଟି ଓ ଜୀବୀକା ଉଜୁଡିଯିବ । ମାଲକାନଗିରି ଜିଲ୍ଲାରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ । ତେଣୁ ଏ ପ୍ରକଳ୍ପ, ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ […]
ଦୟା ନଦୀରେ ହେବ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ। ଏନେଇ ବିଧାନସଭାରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ପ୍ରଶ୍ନରେ ଉତ୍ତର ଦେଇ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବ ସରକାର କେନ୍ଦ୍ରର ଜଳ ସମ୍ପଦ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନଥିଲେ । ଯେଉଁଥିଲାଗି ଅନେକ ପ୍ରକଳ୍ପ ବିଳମ୍ବ ହୋଇଛି । ଠିକ୍ ସମୟରେ ସର୍ଭେ, ଡିପିଆର ପ୍ରସ୍ତୁତ ହୋଇନାହିଁ । ଆମେ ଯେତେ […]
୨୬ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ବାୟୁସେନା ଲାଗି ୨୪୦ଟି ଜେଟ୍ ଇଞ୍ଜିନ ତିଆରି କରିବ HAL। ଏହି ପ୍ରସ୍ତାବକୁ କ୍ୟାବିନେଟ କମିଟି ଅନୁମୋଦନ କରିଛି। ଏନେଇ ସୂଚନା ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ।ଏହି ଏରୋଇଞ୍ଜିନ୍ ଗୁଡ଼ିକ ହାଲ୍ ର କୋରାପୁଟ ଡିଭିଜନ ଦ୍ୱାରା ନିର୍ମିତ ହେବ ଏବଂ ଦେଶର ପ୍ରତିରକ୍ଷା ପ୍ରସ୍ତୁତି ପାଇଁ ଏସ୍ୟୁ-୩୦ ଫ୍ଲିଟ୍ ର ପରିଚାଳନା କ୍ଷମତା ବଜାୟ ରଖିବା ପାଇଁ ଭାରତୀୟ ବାୟୁସେନାର ଆବଶ୍ୟକତା ପୂରଣ କରିବ ବୋଲି ଆଶା କରାଯାଉଛି। […]
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍ସିବି)ରେ ଯକୃତ ପ୍ରତିରୋପଣ କ୍ଷେତ୍ରରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ପୂର୍ବ ଭାରତର ପ୍ରଥମ ସରକାରୀ ଡାକ୍ତରଖାନା ଭାବେ ଏସସିବିରେ ସୋମବାର ଦ୍ବିତୀୟ ଯକୃତ ପ୍ରତିରୋପଣ କରାଯାଇଛି। ନୟାଗଡ଼ ଅଞ୍ଚଳର ୩୯ ବର୍ଷୀୟ ମାନସ ମୁଦୁଲିଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇ ଯକୃତ ପ୍ରତିରୋପଣ କରାଯାଇଛି। ମାନସଙ୍କୁ ତାଙ୍କ ପତ୍ନୀ ଛବି ମଲ୍ଲିକ ଯକୃତ ଦାନ କରିଛନ୍ତି। ଏସସିବି ମେଡିକାଲର ଯକୃତ ପ୍ରତିରୋପଣ ବିଭାଗ ଅସ୍ତ୍ରୋପଚାର କକ୍ଷରେ ଏହି […]
