ଯେଉଁମାନେ ସୁଭଦ୍ରା ଟଙ୍କା ଏପର୍ଯ୍ୟନ୍ତ ପାଇଁ ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମାର୍ଚ୍ଚ ବେଳକୁ ଯୁବତୀ ଯଦି ୨୦ ବୟସରୁ ୨୧ ବୟସରେ ପାଦ ଦେଇଥିବେ ତାହେଲେ ସେ ବି ଆବେଦନ କଲେ ଟଙ୍କା ପାଇଯିବେ ବୋଲି କହିଛନ୍ତି । ପ୍ରଥମ କିସ୍ତିର ଶେଷ ଦିନ ହେବ ମାର୍ଚ୍ଚ ୭ । ମାର୍ଚ୍ଚ ୮ରେ ଦ୍ଵିତୀୟ କିସ୍ତି ଦିଆହେବ । ବ୍ୟସ୍ତ ନହେବା ପାଇଁ କହିଛନ୍ତି […]
ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ଥିବା ହସ୍ତୀ ପାଠଶାଳାକୁ ଦୁଇ ବିଦ୍ୟାର୍ଥି କଳାହାଣ୍ଡି ଓ କେନ୍ଦୁଝରରୁ ଆସିଛନ୍ତି।ମଙ୍ଗଳବାର କୁମାରଖୁଣ୍ଟି ହାତୀ ପାଠଶାଳାରେ ପହଞ୍ଚିଛି ରାଧିକା। ୪ ମାସର ଏହି ହାତୀର ମା ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ । ଏହା ପରେ ବେସାହାରା ଅବସ୍ଥାରେ ଏହି ହାତୀ ଛୁଆ ବୁଲିଥିବାରୁ ସେଠାରେ ବନ ଅଧିକାରୀ ତାକୁ ଉଦ୍ଧାର କରିଥିଲେ। କିନ୍ତୁ ସେଠି ତାର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ଚନ୍ଦକା ସ୍ଥାନାନ୍ତରିତ କରାଯାଇଛି। ଚନ୍ଦକାରେ ଏହି ଛୁଆ […]
ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରି କହିଛନ୍ତି, ଆଜି ୯୪୧ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ଦେଇ ପ୍ରତିଶ୍ରୁତି ପାଳନ କରିଛୁ।ନିକଟରେ ୧୬ ହଜାର ୯ ଜଣ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲୁ। ଖୁବ୍ଶୀଘ୍ର ୨ ହଜାରରୁ ଊଦ୍ଧର୍ବ ଗୃହରକ୍ଷୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ତେବେ ଅଗ୍ନିଶମ ବାହିନୀରେ ନିଯୁକ୍ତ ହୋଇପାରନ୍ତି ମହିଳା। ମହିଳାଙ୍କ ନିଯୁକ୍ତି ନେଇ ବିଚାର କରିବେ ସରକାର। ଫାୟାରମ୍ୟାନ୍ ନାଁ ବଦଳି ଫାୟାର ଫାଇଟର ହୋଇପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ […]
୨୦୨୫ ସୁଦ୍ଧା ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ ନୂଆ ଜାତୀୟ ଶିକ୍ଷା ନୀତି । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ନୂଆ ଶିକ୍ଷା ନୀତି ଲାଗୁ ହେବା ପାଇଁ ଗଠନ ହୋଇଛି ଟାସ୍କ ଫୋର୍ସ କମିଟି ସହ ୬ ଟି ସବ କମିଟି । ଗତ ଦିନ ଗୁଡିକରେ ଶିକ୍ଷକ ଅଭାବକୁ ପୂରଣ କରିବା ବ୍ୟବସ୍ଥା ଆମେ […]
ଗାଁ ରାସ୍ତାରେ ଅସଦାଚରଣ କରିଥିଲେ ବୋଲି ଅଭିଯୁକ୍ତଙ୍କ ମୁହଁରେ କଳା ବୋଳିଲେ ଓ ବେକରେ ଜୋତା ମାଳ ପକାଇଲେ ପୀଡ଼ିତା ନାବାଳିକା। ତା’ପରେ ଅଭିଯୁକ୍ତଙ୍କୁ ଗାଁ ଦାଣ୍ଡରେ ବୁଲାଇଲେ। ଏପରି କଙ୍ଗାରୁ କୋର୍ଟ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ଗାଁରେ ବସିଛି।ଯାହା ସୂଚନା ମିଳିଛି ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ମହଙ୍ଗା ପଡିଛି ଏଇ ଯୁବକକୁ । ଏଭଳି ଏକ ସାଙ୍ଘାତିକ ଅଭିଯୋଗରେ ଦୁଷ୍କର୍ମକାରୀ ଯୁବକ ମୁହଁରେ କାଳି ବୋଳି, ବେକରେ ଜୋତାମାଳ […]
ରାଜଧାନୀରେ ଚାଞ୍ଚଲ୍ୟ । ପିଲା ବିକ୍ରି ଅଭିଯୋଗ ସାମ୍ନାକୁ ଆସିଛି । ୪ ବର୍ଷର ଶିଶୁ କନ୍ୟାକୁ ୪୦ ହଜାରରେ ବିକିଦେଲେ । ପିପିଲିର ଏକ ପରିବାର ଏହି ଶିଶୁକନ୍ୟାକୁ କିଣିଥିଲେ । ଏହି ଡିଲ ବେଳେ ଦୁଇ ଜଣ ଦଲାଲ ମଧ୍ୟସ୍ଥତା କରୁଥିଲେ । ମୋଟ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବଡଗଡ଼ ଥାନା ପୋଲିସ। ସୂଚନାମୁତାବକ ବିହାର ରାଜ୍ୟର ଶୁବୋଧ ଶର୍ମା ଜଣେ କାଠ ମିସ୍ତ୍ରୀ। ତାଙ୍କ ପ୍ରଥମ ସ୍ତ୍ରୀଙ୍କଠାରୁ ଗୋଟିଏ […]
ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀରେ ପାଳନ ହେବ ନୌସେନା ଦିବସ। ପୁରୀ ସମୁଦ୍ର ତଟରେ ଯୁଦ୍ଧ କୌଶଳ ଦେଖାଇବେ ଭାରତୀୟ ନୌବୀର । ଏଥିରେ ମୁଖ୍ୟ ଅତିଥି ଭାବେ ତିନି ସେନାର ସୁପ୍ରିମ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ। ସେହି ଦିନ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ସାମିଲ ହେବେ । ୩ ତାରିଖ ଅପରାହ୍ନରେ ନୌସେନା ପକ୍ଷରୁ […]
ରାଜ୍ୟରେ ଭୂତ ଖାଉଥିଲେ ରାସନ ଚାଉଳ। ଇ-କେୱାଇସି ବେଳେ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ରାସନକାର୍ଡ ହିତାଧିକାରୀଙ୍କ ଚାଲିଛି EKYC। ବର୍ତ୍ତମାନ ସୁଦ୍ଧା EKYC ପ୍ରକ୍ରିୟାରେ ୧ ଲକ୍ଷ ୭୭ ହଜାର ୬୮ ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ରାସନ କାର୍ଡ ରୁ ବାଦ ଦିଆଯାଉଛି। ମୋଟ […]
ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ଅଭିଯୋଗ, ଯାତ୍ରା ମଞ୍ଚକୁ ଚେୟାର ଫିଙ୍ଗିଲେ ଦର୍ଶକ । ଭଦ୍ରକ ଅନ୍ନପାଳରେ ଯାତ୍ରା “ସ୍ୱର୍ଣ୍ଣ ମନ୍ଦିର”ର ପ୍ରଥମ ରାତିର ନାଟକ “ସ୍ୱାମୀ ପାଇଁ ପଛେ ନର୍କକୁ ଯିବି” ଚାଲିଥିଲା । ଏହି ସମୟରେ ଡାଇଲଗରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ବୋଧକ ଶବ୍ଦ ଆଉ ହିନ୍ଦୁ ଧର୍ମକୁ ଅପମାନ କଲା ଭଳି କିଛି ଦୃଶ୍ୟ ଥିଲା । ଏହାପରେ ଦର୍ଶକ ଉତ୍ତେଜିତ ହୋଇ ଚେୟାର ଫୋପାଡ଼ି ବନ୍ଦ କରିଦେଇଥିଲେ ଯାତ୍ରା । କିଛି […]
ବିଧାନସଭାର ଦ୍ୱିତୀୟ ଦିନରେ ଗୃହ ସରଗରମ ରହିଛି। ବୁଧବାର ଗନ୍ଧମାର୍ଦ୍ଦନ ପାହାଡ ଜମିକୁ ନେଇ ହୋହଲ୍ଲା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗକୁ ନେଇ ଭାଜପା ସରକାରଙ୍କୁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି , ପୂର୍ବ ସରକାର ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସସାଇଟ ଖନନ ପାଇଁ ଅନୁମତି ଦିଆଯାଇଥିଲା, ତାହାକୁ ନେଇ ଜନ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଫଳରେ ସରକାର ଅନୁପତି ପ୍ରତ୍ୟାହାର କରିନେଇଥିଲେ । ସେପଟେ ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ […]
ଲିଙ୍ଗରାଜ ମନ୍ଦିରରେ ଯୁବକ ସିଗାରେଟ ଟାଣିବା ଘଟଣାକୁ ନେଇ ଅସନ୍ତୋଷ । ଯୁବକଙ୍କ ଗିରଫ ଦାବି କଲେ ସେବାୟତ। ମନ୍ଦିର ଭିତରକୁ ସେ କିପରି ସାଗାରେଟ୍ ନେଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି ସେବାୟତ। ଏଭଳି ଏକ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଦେବୀ ୧୦୫ ନାମକ ଏକ ଇନଷ୍ଟା ଆଇଡିରେ ଏହି ଷ୍ଟାଟସ୍ ଦିଆଯାଇଥିଲା। ଉକ୍ତ ଯୁବକ ଜଣଙ୍କ ହେଲେ ଦେବୀ ପ୍ରସାଦ ଦାସ। ଫଟୋରେ ଦେବୀ ଲିଙ୍ଗରାଜଙ୍କ ମନ୍ଦିର ରୋଷଘର ପାଖରେ […]
ରାତି ଅଧରେ ଖଳାରୁ ଧାନ ଚୋରି କରି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲେ ଚୋର। ହେଲେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଗଲେ। ଚୋରମାନଙ୍କୁ କାବୁ କରି ପୁଲିସ ଜିମାରେ ଦେଇଛନ୍ତି ଗ୍ରାମବାସୀ। ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି । ସମସ୍ତ ଅଭିଯୁକ୍ତ ସମ୍ବଲପୁର ଯୁଯୁମରା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସୂଚନାମୁତାବକ ଚାଷୀମାନେ କ୍ଷେତରୁ ଧାନ ଆଣି ଅମଳକରି ତାକୁ ଖଳାରେ ରଖିଛନ୍ତି। […]
