କାର୍ଯ୍ୟରେ ଯୋଗ ଦେଇଛନ୍ତି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍ ସୁଜାତା କାର୍ତ୍ତିକେୟନ। ୬ ମାସ ଛୁଟିରୁ ଫେରିବା ପରେ ଆଜି ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ବୁଧବାର ସାନି ଛୁଟି ଆବେଦନ ଅଗ୍ରାହ୍ୟ କରିଥିଲେ ସରକାର । ଗତ ମେ ମାସରୁ ୬ମାସ ଛୁଟିରେ ଯାଇଥିଲେ ସୁଜାତା । ତାଙ୍କର ଅବଧି ସରିବା ପରେ ସେ ପୁଣିଥରେ ନିଜର ଛୁଟିକୁ ଆଉ ୬ମାସ ବଢାିବାକୁ ଆବେଦନ କରିଥିଲେ । ନଭେମ୍ବର ୨୭ରୁ ଚାକିରିରେ […]
ରାଜ୍ୟ ବିଧାନସଭା ଶୀତାକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ବୈଠକ ଆରମ୍ଭରେ ଚାଲିଥିବା ପ୍ରଶ୍ନକାଳରେ ଏକ ଭଲ ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ । ଏକ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ କହିଛନ୍ତି କି, ରାଜ୍ୟର ୫୮ଟି ସବ୍ ଡିଭିଜନରେ ହେବ ଶୀତଳଭଣ୍ଡାର । ପିପିପି ମୋଡ୍ରେ ଏହି ଶୀତଳଭଣ୍ଡାର ନିର୍ମାଣ କରାଯିବ । ଯଦି ଆଉ ଅଧିକ ଶୀତଳଭଣ୍ଡାରର ଆବଶ୍ୟକତା ହୁଏ ତେବେ ପିପିପି ମୋଡ୍ରେ ହାଇବ୍ରିଡ କୋଲ୍ଡ […]
ଆମେରିକାରେ ଆଦାନୀ ଗ୍ରୁପ ବିରୋଧରେ ଅଭିଯୋଗ ଲାଗିବା ପରେ କେନିଆ କମ୍ପାନୀ ସହିତ ଦୁଇଟି ଚୁକ୍ତି ରଦ୍ଦ କରିଥିଲା। ଗୋଟିଏ ହେଲା ପ୍ରମୁଖ ବିମାନ ବନ୍ଦର ପରିଚାଳନା ଡିଲ୍, ଅନ୍ୟଟି ବିଜୁଳି ଟ୍ରାନ୍ସମିଶନ ଲାଇନ୍ ନିର୍ମାଣ ଓ ୩୦ ବର୍ଷ ଧରି ପରିଚାଳନାର ଡିଲ୍। ଏହି ଦୁଇଟି ଡିଲ୍ କ୍ୟାନ୍ସଲ ହେବା ପରେ ଏହାକୁ ନେଇ ନାନା ଆଲୋଚନା ଜାରି ରହିଛି।ଘଟଣାକୁ ନେଇ ଆଦାନୀ ଗ୍ରୁପ ପକ୍ଷରୁ ବୟାନ ଆସିଛି। କେନିଆ ପ୍ରମୁଖ ବିମାନ ବନ୍ଦର ପରିଚାଳନା […]
କଟକ ଜିଲ୍ଲା ମାହାଙ୍ଗା ଥାନା କୁଣ୍ଡି ବଡପୋଲ ନିକଟରେ ଲୁଟେରାଙ୍କୁ ଧରିଛି ମାହାଙ୍ଗା ପୋଲିସ । ଗିରଫ ଲୁଟେରା ନିକଟରୁ ବନ୍ଧୁକ, ମାରାଣାସ୍ତ୍ର ଜବତ। ଏମାନଙ୍କ ନାଁରେ ଛିନ୍ତାଇ ମାମଲା ରହିଛି।ଖବର ଅନୁଯାୟୀ, ଜୟପୁର ଫାଣ୍ଡିର ସାଲେପୁର-ଛତିଆ ରାସ୍ତାର କୋଠପଦା ବଡ଼ ପୋଲ ପାଖରେ ଫାଇନାନ୍ସ କମ୍ପାନୀର ଦୁଇ ଜଣ ଯୁବକଙ୍କ ବାଇକରେ ଆସି ବନ୍ଧୁକ ଦେଖାଇ ରାସ୍ତା ମଝିରେ ଲୁଟୁଥିଲେ ୩ ଦୁର୍ବୃତ୍ତ । ସଂଯୋଗବଶତଃ ପୋଲିସ ସେହି ସମୟରେ ଆସି ପହଞ୍ଚି ଯାଇଥିଲା । […]
ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ବାତ୍ୟା ପଙ୍ଗୋଲ । ଗଭୀର ଅବପାତର ରୂପରେ ୬ ଘଣ୍ଟା ହେଲା ୮ କିଲୋମିଟର ବେଗରେ ଗତି କରୁଛି । ତେବେ ଆସନ୍ତା ୨୮ ଓ ୨୯ରେ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ।୨୮ରେ କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସ୍ୱଳ୍ପ ବର୍ଷା ହୋଇପାରେ। ୨୯ରେ ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ ଓ ଗଜପତିରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି। ପାଣିପାଗ ବିଭାଗ ଏହି ପୂର୍ବାନୁମାନ […]
ରାଜ୍ୟରେ ଗତ କିଛିଦିନ ହେଲା ଶୀତର ଲହରି ଜାରି ରହିଥିବାବେଳେ ସୁନ୍ଦରଗଡ଼ ଓ କନ୍ଧମାଳ ଆଦି ଜିଲାରେ ଗଭୀର କୁହୁଡ଼ି ଦେଖିବାକୁ ମିଳୁଛି। ଗଛ ଲତା ଉପରେ କାକର ପଡୁଥିବା ବେଳେ କୁହୁଡ଼ି ଯୋଗୁଁ ସକାଳେ ଯାନ ବାହାନ ଚଳାଇବା ମୁସକିଲ ହୋଇଯାଉଛି । ଶୀତରେ ଦେହକୁ ଗରମ କରିବା ଲାଗି ସକାଳୁ ସକାଳୁ ଲୋକେ ଖେଳ ପଡିଆରେ ବ୍ୟାୟମ କରିବା ଲାଗି ଯାଉଥିବା ଦେଖିବାକୁ ମିଳିଛି । ଅନେକ ଜାଗାରେ ଗରିବ ଆଦିବାସୀ ଲୋକେ ସକାଳେ […]
ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ମୌଜାରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମ ବିରୋଧରେ ପୁଣି ଏକ ସଙ୍ଗିନ ଅଭିଯୋଗ ଆସିଛି। ଆଶ୍ରମ କର୍ତ୍ତୃପକ୍ଷ ତାଙ୍କ ସ୍ତ୍ରୀଙ୍କୁ କବ୍ଜା କରି ରଖିବା ସହ ୨ ଲକ୍ଷ ଟଙ୍କା ଦାବି କରିଥିବା ଜଣେ ବ୍ୟକ୍ତି ଶହୀଦନଗର ଥାନାରେ ଏତଲା ଦେଇଛନ୍ତି। ଏପରିକି ଆଶ୍ରମରେ ବହୁ ଅନୈତିକ କାର୍ଯ୍ୟ ହେଉଥିବା ବେଳେ ତାଙ୍କ ପାଖରେ ଏନେଇ ସବୁ ପ୍ରମାଣ ଥିବା ସେ ଦାବି କରିଛନ୍ତି। ଆଶ୍ରମ ସହ ଜଡିତ କୃଷ୍ଣ ନନ୍ଦ […]
ଦରମା ରିଲିଜ୍ କରାଇବାକୁ ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍। ନୟାଗଡ ଜିଲ୍ଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ କଲେଜର ଜଣେ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଛି। ୫ ଲକ୍ଷ ଟଙ୍କାର ବକେୟା ଦରମା କରିଦେବା ପାଇଁ ଜଣେ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ । ସେହି କଲେଜର ଲାଇବ୍ରେରିଆନ୍ ହୃଷୀକେଷ ବେହେରାଙ୍କ ଠାରୁ ନେଉଥିଲେ ଲାଞ୍ଚ। ପରେ ଆୟ ବର୍ହିଭୁତ […]
ମେଷ ଆଜିର ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ। ବୃଷ ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ […]
କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା । ଆଉ ଜଣେ ଦଲାଲଙ୍କୁ ଗିରଫ କରିଛି ପୁଲିସ । ଗିରଫ ଦଲାଲ ହେଲେ ଅବଦୁଲ ସୟଦ ସୁଲେମାନ । ତାଙ୍କ ଠାରୁ କିଙ୍ଗ କିନ୍ ଗୋପୀର କିଛି ତଥ୍ୟ ମିଳିଥିବା ଜଣାପଡ଼ିଛି ।ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଦୁଇଦିନ ତଳେ ଅଭିଯୁକ୍ତ ଦମ୍ପତିଙ୍କୁ କଟକ ଗୋପାଳପୁରରୁ ଗିରଫ କରିଥିଲା ପୁଲିସ୍। ସେମାନେ ହେଲେ ଓମ୍ ପ୍ରକାଶ ଚୋଧୁରୀ ଓ ଜସ୍ମୀନ ଚୈଧୁରୀ। ସୋମବାର ପୁଲିସ୍ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ […]
ଅନ୍ତେବାସୀ ପିଲାଙ୍କ ସ୍ୱତନ୍ତ୍ର ଯତ୍ନ ନେବେ ମନ୍ତ୍ରୀ ମଣ୍ଡଳ ଓ ବିଧାୟକ ମନ୍ତ୍ରୀ। ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ,ଓଡ଼ିଶାରେ ୧୪୭ ବିଧାୟକ ଅଛନ୍ତି । ଜଣେ ଜଣେ ବିଧାୟକ ଯଦି ୫ ଜଣ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବେ ତେବେ ୫୦୦ରୁ ଉର୍ଦ୍ଧ ପିଲାଙ୍କ ଭାଗ୍ୟ ପରିବର୍ତନ ହୋଇଯିବ । ବର୍ତ୍ତମାନ, ମିଶନ ବତ୍ସାଳୟ ଏବଂ ପିଏମ କେୟାର ଯୋଜନା ଅଧୀନରେ ସମଗ୍ର ରାଜ୍ୟରେ ୨୨୫ଟି ପଞ୍ଜିକୃତ ଶିଶୁ ଯତ୍ନ […]
ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍ଙ୍କୁ ରାଜ୍ୟ ସରକାର ଆସନ୍ତାକାଲି (୨୦୨୪ ନଭେମ୍ବର ୨୭) ଚାକିରିରେ ଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି। ଏଥି ସହିତ ରାଜ୍ୟ ସରକାର ଶ୍ରୀମତୀ କାର୍ତ୍ତିକେୟନଙ୍କ ଆଉ ୬ ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। ୨୭ ତାରିଖ ଅର୍ଥାତ ବୁଧବାରଠାରୁ ତାଙ୍କୁ କାର୍ଯ୍ୟରେ ଯୋଗ ଦେବକୁ ଥିବା ବେଳେ ସୁଜାତା ଲୋକସେବା ଭବନରେ କେଉଁଠି ବସିବେ ? ଗୁରୁତ୍ୱପୂଣ୍ଣ ନା ଗୌଣ ବିଭାଗ ମିଳବ ? ଏଭଳି […]
