ରାଯୂଗଡ,ଜିଲା-ଚଳିତ ମାସ 26 11 2024 ତାରିଖ ଦିନ ସଂଯୁକ୍ତ କିଷାନ ମୋର୍ଚା (SKM) ଓ କେନ୍ଦ୍ରୀୟ ଟ୍ରେଡ ଜୁନିୟନ ତରଫରୁ ଦେଶ ବ୍ୟାପୀ ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ଅବସରରେ INTUC, AIKM, AIKMS, AICCTU, CITU, IFTU ତରଫରୁ ରାୟଗଡ଼ା ଡାକ ବଗଂଲା ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ 21 ଦଫା ଦାବି ପତ୍ର ମହାମହିମ ରାଷ୍ଟ୍ରପତି ଙ୍କ […]
ଏଣିକି କ୍ୟୁଆର କୋର୍ଡ ସହ ଆସିବ ପାନ୍ କାର୍ଡ। ପାନ୍ ୨.୦ ପ୍ରକଳ୍ପକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ବର୍ତ୍ତମାନର କାର୍ଡ ଗୁଡ଼ିକୁ ବିନା କୌଣସି ଦେୟରେ କ୍ୟୁଆର କୋର୍ଡ ସହ ଅପ୍ଗ୍ରେଡ୍ କରାଯିବ ।ଏ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହା ଦ୍ବାରା ଲୋକଙ୍କ ପାଖରେ ତ୍ବରିତ ଭାବେ ସେବା ପହଞ୍ଚିବ । ଏଥିସହ ସେବା ମାନରେ ବି ଉନ୍ନତି ଆସିବ।ଏହାର ଉଦ୍ଦେଶ୍ୟ ହେଉଛି […]
ନିର୍ବାଚନରେ ବାଲାଟ ପେପର ବ୍ୟବହାର ଆବେଦନ ଖାରଜ। ଆଜି ସୁପ୍ରିମକୋର୍ଟ ଏ ଉପରେ ଏକ ଶୁଣାଣି କରି ଆବେଦନକୁ ଖାରଜ କରି ଦେଇଛନ୍ତି। ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVMs) ପରିବର୍ତ୍ତେ ବାଲାଟ ପେପର୍ ବ୍ୟବହାର କରିବାକୁ ଜଣେ ଆବେଦନକାରୀ କେଏ ପାଲ୍ ଆବେଦନ କରିଥିଲେ।ମାମଲାର ଶୁଣାଣି କରୁଥିବା ବିକ୍ରମ ନାଥ ଏବଂ ପିବି ବରାଲେଙ୍କ ଖଣ୍ଡପୀଠ କହିଛନ୍ତି “ଏ କ’ଣ ହେଉଛି, ଆପଣ ଯେତେବେଳେ ନିର୍ବାଚନ ଜିତୁଛନ୍ତି ସେତେବେଳେ ଇଭିଏମ୍ ଟ୍ୟାମ୍ପର ହେଉନାହିଁ। ହେଲେ ଯେତେବେଳେ […]
ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧିଲା ଆଉ ଏକ ବାତ୍ୟା । ମୌସୁମୀ ଅପସାରଣ ପରେ ସୃଷ୍ଟି ହେବାକୁ ଯାଉଛି ଦ୍ବିତୀୟ ବାତ୍ୟା । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ବଡ ସୂଚନା ଦିଆଯାଇଛି । ଗଭୀର ଅବପାତରେ ପରିଣତ ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୭ ତାରିଖରେ ସୃଷ୍ଟି ହେବ ବାତ୍ୟା । ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଗଭୀର […]
ବିଧାନସଭାରେ ଉପସ୍ଥାପନ ହେଲା ଅତିରିକ୍ତ ବଜେଟ। ମଙ୍ଗଳବାର ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ହୋଇଛି। ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି, CAPF ମୁତୟନ ପାଇଁ ୨୯୯ କୋଟି ଟଙ୍କା ବ୍ୟୟ ବରାଦ, ପୋଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସେହିପରି ଶ୍ରୀମନ୍ଦିର ପରିକ୍ରମାର […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଚଳିତ ମାସ ୩୦ ତାରିଖରୁ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଓଡ଼ିଶା ଚେସ ଆସୋସିଏସନର ଅନୁମୋଦନ କ୍ରମେ ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଳବ, ନୟାଗଡ଼ ମିଳିତ ଆନୁକୂଲ୍ୟରେ ନଭେମ୍ବର ୩୦ ଏବଂ ଡିସେମ୍ବର ୧, ଦୁଇଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ କେସି କ୍ଳବ ପରିସରରେ ଅନୁଷ୍ଠିତ ହେବ। ଜିଲ୍ଲା ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉଭୟ ଜୁନିଅର […]
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଲା ବଡ ଖବର । ବାପାଙ୍କ ଠାରୁ ପୁଅ ଅଲଗା ରହିଲେ ଆଉ କେତେ ରୋଜଗାର ଥିଲେ ପିଏମ ଆବାସ ମିଳିପାରିବ ଏନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର।ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ୫ଶହ ଟଙ୍କାରୁ ଅଧିକ ନଥିବ ସେମାନେ ଯୋଗ୍ୟ ବିବେଚିତ ହେବେ ।ହିତାଧିକାରୀଙ୍କ ଆଧାର କାର୍ଡ ସହ ମୋବାଇଲ ନମ୍ବର ସଂଯୋଗ ଜରୁରୀ । ଆବେଦନକାରୀ ନିଜେ ବିଭାଗର ଆପ୍ରେ ଆବେଦନ କରିବେ । ଗରିବ […]
ରାଜ୍ୟରେ ସରିଛି ଶୀତକାଳୀନ ହାତୀ ଗଣନା । ବୁଧବାର ଆସିବ ବିସ୍ତୃତ ରିପୋର୍ଟ । ଏଥିରୁ ଜଣାପଡିବ ରାଜ୍ୟରେ ଅଛନ୍ତି କେତେ ହାତୀ ? ଏବେ ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି । ଯେମିତି କୌଣସି ହାତୀ ୨ଥର ଗଣତି ନହୁଏ ସେଥିପାଇଁ ଫିଲ୍ଡ ଡାଟାର ତାଳମେଳ କରାଯାଉଛି । ଜିପିଏସକୁ ତନ୍ନତନ୍ନ ଯାଞ୍ଚ କରାଯାଉଛି । ଖରା ଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀ ଗୁଡିକ ଅଭୟାରଣ୍ୟ ଭିତରେ ଥିଲେ ଏବେ […]
ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପ୍ଡେଟ୍। ୨୦୨୫ ମାର୍ଚ୍ଚ ୭ ତାରିଖ ହେଉଛି ସୁଭଦ୍ରା ଆବେଦନର ଡେଡ୍ ଲାଇନ୍। ମାର୍ଚ୍ଚ ୭ ତାରିଖ ଯାଏଁ ହିତାଧିକାରୀମାନେ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୮ ମହିଳା ଦିବସରେ ୨ୟ କିସ୍ତି ‘ସୁଭଦ୍ରା’ ଟଙ୍କା ମିଳିବ । ତେଣୁ ମାର୍ଚ୍ଚ ୭ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । ଏଯାଏଁ ୮୦ ଲକ୍ଷ […]
ଦେଶର ଏକାଧିକ ରାଜ୍ୟରେ ରାଜ୍ୟସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା ହୋଇଛି। ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ। ୪ଟି ରାଜ୍ୟର ୬ଟି ଆସନ ପାଇଁ ଏହି ଉପନିର୍ବାଚନ ହେବ ବୋଲି ଇସିଆଇ ପକ୍ଷରୁ ସୂଚନା ଦିଆଯାିଛି। ଡିସେମ୍ବର ୩ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ୧୦ ତାରିଖ ନାମାଙ୍କନର ଶେଷ ଦିନ। ଅନ୍ୟପକ୍ଷେ ରାଜ୍ୟ ସଭା ଓଡ଼ିଶାରେ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ ହେବ। […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ଆୟୋଜିତ ହୋଇଯାଇଅଛି।ଉକ୍ତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ସଭାପତିତ୍ବ କରିଥିବାବେଳେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଭାରତୀୟ ସମ୍ବିଧାନ ଓ ଏହାର ସାଧାରଣ ଜୀବନରେ ଉପାଦେୟତା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ଦ୍ବାରା ସମବେତ ଭାବରେ ସମ୍ବିଧାନର ପ୍ରିଆମ୍ବଲ୍ ପାଠ କରାଯାଇଥିଲା। ଏହି ଅବସରରେ “ଏକ ରାଷ୍ଟ୍ର-ଏକ ନିର୍ବାଚନ” ବିଷୟ ସମ୍ପର୍କରେ ଏକ ଆଲୋଚନା ଚକ୍ର […]
କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଆଉ ଦୁଇ ଦଲାଲଙ୍କୁ ଉଠାଇନେଲା ପୋଲିସ । ଲକ୍ଷ୍ମୀ ସାଗର ଅଞ୍ଚଳରୁ ଦୁଇ ଯୁବକଙ୍କୁ ଉଠାଇଛି କଟକ ସହରାଞ୍ଚଳ ପୋଲିସର ସ୍ପେସାଲ ସ୍ଵାଡ । ଦୁଇ ବ୍ୟକ୍ତିଙ୍କୁ ନେଇ କଟକ ମଧୁପାଟଣା ଥାନା ପୁଲିସ୍ ପଚରାଉଚରା କରୁଛି। ସେପଟେ ମାଜିଷ୍ଟ୍ରେଟଙ୍କ ନିକଟରେ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି। ବାଂଲାଦେଶରୁ ୨୦ରୁ ଅଧିକ ଯୁବତୀ ଭୁବନେଶ୍ଵର , କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟରେ ଲିପ୍ତ ଥିବା ଖବର […]
