author

ପୁଲିସ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ୱୁଲାନ୍ସ

ପୁଲିସ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ୱୁଲାନ୍ସ।୧୦୮ ଧକ୍କାରେ ୩ ରାଉଣ୍ଡ ଓଲଟିଲା ପୁଲିସ ଗାଡ଼ି। ଗାଡ଼ି ତଳେ ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ, ଆଇଆଇସି ଓ ପୁଲିସ ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ। ଗତକାଲି ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ସାମ୍ନାରେ ରାଜ୍ୟ ରାଜପଥରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା। ବିଳମ୍ବିତ ରାତିରେ ଉଦଳା ଆଇଆଇସି ଓ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଧରି ପାଟ୍ରୋଲିଂ କରୁଥିଲେ। ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ […]

ରାଜ୍ୟ ବିଜେପି ଅଫିସରୁ ଧକ୍କା ଦେଇ ସୁନୀତି ମୁଣ୍ଡଙ୍କୁ ବାହାର କରିଛନ୍ତି ବିଜେପି କର୍ମୀ ।

ଭାଜପାରୁ ନିଲମ୍ବିତ ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ମଙ୍ଗଳବାର ପାର୍ଟି ଅଫିସ ଆସିଥିବା ବେଳେ ତାଙ୍କୁ ଧକ୍କା ମାରି ଘଉଡ଼ାଇ ଦେଇଛନ୍ତି ମହିଳା ନେତ୍ରୀ। ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମହିଳା କର୍ମୀମାନେ ତାଙ୍କୁ ବିରୋଧ କରି ଘଉଡ଼ାଇଥିବା ସୂଚନା ମିଳିଛି। ଏହାପରେ ପ୍ରତିକ୍ରିୟା ଦେଇଛନ୍ତି ସୁନୀତି ମୁଣ୍ଡ । ସେ କହିଛନ୍ତି, “ମୁଁ ଦଳରେ ନାହିଁ ବୋଲି କିଏ କହିଲା । ଏଇଟା ମୋ ଘର । ମୋ ଘରକୁ ମୁଁ […]

ଜବରଦଖଲକାରୀଙ୍କ କବଜାରେ ସହରାଞ୍ଚଳର ମୂଲ୍ୟବାନ ଜମି

ଜବରଦଖଲକାରୀ ମାଡି ବସିଛନ୍ତି ରାଜଧାନୀର ମୂଲ୍ୟବାନ୍‌ ଜମି । ରାଜଧାନୀର ପ୍ରାୟ ୩୦ ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । ଜବରଦଖଲକାରୀମାନେ ମୂଲ୍ୟବାନ ଜମିକୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି। ସହରାଞ୍ଚଳର କୋଟିକୋଟି ଟଙ୍କାର ମୂଲ୍ୟବାନ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି ବୋଲି ବିଧାନସଭାରେ ଲିଖିତ ଭାବେ ଉତ୍ତର ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। କିନ୍ତୁ ବାସ୍ତବରେ ଏହା ଅଧିକ ହୋଇପାରେ।ସାମପୁର ମୌଜାରେ ସର୍ବାଧିକ ୨୭ ଏକର ଜମି ଜବରଦଖଲ […]

ରାଜ୍ୟରେ କମୁନି ଶିଶୁ ଶ୍ରମିକ ପ୍ରଥା

କଡା ଆଇନ୍ ଓ ସଚେତନତା ସତ୍ତ୍ୱେ ରାଜ୍ୟରେ କମୁନି ଶିଶୁ ଶ୍ରମିକ ପ୍ରଥା । ୫ ବର୍ଷରେ ରାଜ୍ୟରେ ଉଦ୍ଧାର ହୋଇଛନ୍ତି ୨୮୩ ଶିଶୁ ଶ୍ରମିକ । ଶିଶୁ ଶ୍ରମିକ କମାଇବାକୁ ୯ଟି ବିଭାଗ ସମନ୍ୱୟରେ ରାଜ୍ୟ ସରକାର ଏକ ଖସଡ଼ା ତିଆରି କରିଛନ୍ତି । ଶିଶୁ ଓ କିଶୋର ଶ୍ରମ ଆଇନ ୧୯୮୬କୁ କଠୋର ଭାବେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ […]

କଟକରେ ରହିବ ଅବକାରୀ କମିଶନର ଅଫିସ । 

କଟକରେ ରହିବ ଅବକାରୀ କମିଶନର ଅଫିସ । ଭୁବନେଶ୍ବର ସ୍ଥାନାନ୍ତର ହେବା ଏକ ଗୁଜବ ମାତ୍ର । ଏକଥା ସ୍ପଷ୍ଟ କରିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ସ୍ଥାନ ଅଭାବରୁ କେବଳ ଲ୍ୟାବ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । କଟକ କୃଷକ ବଜାରରେ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ରହିଛି। ଭୁବନେଶ୍ବରରେ କେବଳ କ୍ୟାମ୍ପ ଅଫିସ ଜରୁରୀ କାମ ପଡିଲେ ଆସେ । ପୂର୍ବରୁ ରାଜସ୍ବ ବିଭାଗ ଅଧୀନରେ ଅବକାରୀ ବିଭାଗ ରହିଥିଲା । ସେଥିପାଇଁ କମିଶନର […]

ଓଡିଶା ଆସିବେ ସେଣ୍ଟ୍ରାଲ ଟିମ୍, ବାର୍ଡ ଫ୍ଲୁ ବ୍ୟାପିଥିବା ଅଞ୍ଚଳ ବୁଲି କରିବେ ତର୍ଜମା

ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଆସନ୍ତାକାଲି ଓଡ଼ିଶାକୁ ସେଂଟ୍ରାଲ ଟିମ୍‌ ଆସିବେ। ଏହି ଟିମ୍‌ର ସଦସ୍ୟମାନେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ପୁରୀ ଜିଲ୍ଲାର ପିପିଲି ଅଂଚଳ ବୁଲିବା ସହ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ନିଆଯାଇଥିବା ପଦକ୍ଷେପ ନେଇ ସେଣ୍ଟ୍ରାଲ ଟିମକୁ ଅବଗତ କରାଯାଇଛି । କେନ୍ଦ୍ରାପଡ଼ାରେ କୁକୁଡ଼ା ମଡ଼କ ପରେ ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଛି । ଏହା ସହ […]

ସଙ୍ଗୀତଧାରା’ ପକ୍ଷରୁ ଆରମ୍ଭ ହେବ ଭକ୍ତିସଙ୍ଗୀତ ପ୍ରତିଯୋଗିତା

ନୟାଗଡ଼,(ଓଡ଼ିଶା ଦର୍ପଣ): ପୂର୍ବ ବର୍ଷର ଅପୂର୍ବ ସଫଳତା ପରେ ଚଳିତ ବର୍ଷ ପୁନର୍ବାର ଆରମ୍ଭ ହେବ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା। ଜିଲ୍ଲାର ଲୁକ୍କାୟିତ ସଙ୍ଗୀତ ପ୍ରତିଭା ତଥା କଣ୍ଠଶିଳ୍ପୀ ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଛି । ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ୧୪ରୁ ୨୪ବର୍ଷ ବୟସର ଉଭୟ […]

ଡେବ୍ରିଗଡରେ ଘେରାବନ୍ଦୀରେ ଥିବା ହାତୀ ଖରସେଲ୍‌ର ମୃତ୍ୟୁ

ଡେବ୍ରିଗଡ ଅଭୟାରଣ୍ୟରେ ଅନେକ ବର୍ଷ ଧରି ଘେରାବନ୍ଦୀରେ ଥିବା ହାତୀ ଖରସେଲ୍‌ର ମୃତ୍ୟୁ ହୋଇଛି । ବୟସାଧିକ କାରଣରୁ ଖରସେଲର ମୃତ୍ୟୁ ହୋଇଥିବା କହିଛନ୍ତି ଡେବ୍ରିଗଡ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାଶ । ଖରସେଲ୍‌ର ବୟସ ୬୫ ବର୍ଷରୁ ଅଧିକ ଥିଲା । ପ୍ରାୟ ୫ରୁ ୬ ମାସ ହେବ ହାତୀର ଗତିବିଧି ମନ୍ଥର ହୋଇଯାଇଥିଲା । ଖାଦ୍ୟ ମଧ୍ୟ ଠିକରେ ଗ୍ରହଣ କରୁନଥିଲା । ଖରସେଲକୁ ବଲାଙ୍ଗୀର ଜଙ୍ଗଲରୁ ଟ୍ରାଙ୍କୁଲାଇଜ କରି ଡେବ୍ରିଗଡକୁ ଅଣାଯାଇଥିଲା ।

ଆରମ୍ଭ ହେବ ‘ଆମ ଓଡ଼ିଶା ନବୀନ ଓଡିଶା’ କାମ: ମନ୍ତ୍ରୀ ରବି ନାୟକ

ଆମ ଓଡ଼ିଶା ନବୀନ ଓଡିଶା’ରେ ୩୪୫୭ କୋଟି ଟଙ୍କାର ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିଲା। ଏଥିରୁ ମାତ୍ର ୩୦ ରୁ ୪୦ ପ୍ରତିଶତ କାମ ହୋଇଛି। ବାକି କିଛି କାମ ଚାଲୁଛି। କିଛି କିଛି ସ୍ଥାନରେ ଜମି ଅଧିଗ୍ରହଣ କି କିଛି ଅଲଗା କାରଣ ବାକି ରହିଛି ତାକୁ ପୁଣି ଥରେ ଆରମ୍ଭ କରାଯିବ। ଆଜି ବିଧାନସଭାରେ ଏକଥା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯେଉଁ କାମ ହୋଇଛି ସେଥିରେ କିଛି […]

ସମଲେଇ ମନ୍ଦିରରେ ନୂଆଁଖାଇ ପାଇଁ ପହଞ୍ଚିଲା ନୂଆ ଧାନ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ପହଂଚିଲା ନୂଆ ଧାନ ବା ସରିଆ ଧାନ। ମା ଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି । ଗତ ବର୍ଷ ମଧ୍ୟ ଶ୍ରୀ ବେହେରା ମନ୍ଦିରକୁ ଧାନ ପ୍ରଦାନ କରିଥିଲେ। ମା’ଙ୍କ ମନ୍ଦିରକୁ ପ୍ରଦାନ କରାଯାଉଥିବା ଧାନ ଚାଷ ନିମନ୍ତେ ସ୍ଵତନ୍ତ୍ର ଭାବେ ଶ୍ରୀ ବେହେରା […]

ବନ୍ଧାହେଲା ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ ।

ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି । ସୋମବାର ରେଡ୍ ପରେ ଗିରଫ କରିଛି ଭିଜିଲାନ୍ସ । ଖଣି ଉପନିର୍ଦ୍ଦେଶକଙ୍କର ୧ କୋଟି ୩୦ ଲକ୍ଷର ଏକ ଫ୍ଲାଟ ଅଛି। ୨ଟି ମାର୍କେଟ କମ୍ପଲେକ୍ସ, ୧୧ଟି ପ୍ଲଟ, ୫୩ ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି। ଭୁବନେଶ୍ବରରେ ଗୋଟିଏ ଡୁପ୍ଲେକ୍ସ ସହ ଘରୁ ମିଳିଥିଲା ୯.୮୫ ଲକ୍ଷ ଟଙ୍କା।ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ […]

ଇନ୍‌ଷ୍ଟାଗ୍ରାମରେ ଜେଲ୍‌ ଏଡିଜିଙ୍କ ନାଁରେ ଫେକ୍‌ ଆକାଉଣ୍ଟ

ପୋଲିସ ଅଧିକାରୀଙ୍କୁ ବି ଛାଡିଲେନି ଠକ। ନକଲି ସୋସିଆଲ ମିଡିଆ ଇଷ୍ଟାଗ୍ରାମ୍‌ ଆକାଉଣ୍ଟ ଖୋଲି ଚଳାଉଛନ୍ତି ଲୁଟ୍‌ର ଯୋଜନା। ଜେଲ୍‌ ଏଡିଜି ଅମିତାଭ ଠାକୁରଙ୍କ ନାଁରେ କେହି ଜଣେ ଫେକ୍‌ ଆକାଉଣ୍ଟ ଖୋଲିଥିବା ଜଣାପଡିଛି। ଇନ୍‌ଷ୍ଟାଗ୍ରାମରେ ଏକ ଫେକ୍‌ ଆକାଉଣ୍ଟ ଖୋଲାଯାଇଥିବା ନେଇ ଏଡିଜି ଠାକୁର ମଙ୍ଗଳବାର ସାଇବର କ୍ରାଇମରେ ଅଭିଯୋଗ କରିଛନ୍ତି। ଏହି ଫେକ୍‌ ଆକାଉଣ୍ଟରେ କୌଣସି ମେସେଜ ପାଇଲେ ଆର୍ଥିକ କାରବାର ନ କରିବାକୁ ଏଡିଜି ଠାକୁର ଲୋକଙ୍କୁ ଅନୁରୋଧ କରିଛନ୍ତି।