author

ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଏକ ଭଡା ଘରୁ ସିମ୍ ବକ୍ସ ଠାବ ହୋଇଛି ।

ରାଜଧାନୀ ଭୁବନେଶ୍ବର ଚାଞ୍ଚଲ୍ୟ । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଏକ ଭଡା ଘରୁ ସିମ୍ ବକ୍ସ ଠାବ ହୋଇଛି । ଭଡାଘରର ୪ ମହଲାରୁ ସିମ୍ ବକ୍ସ ଠାବ କରିଛି ସ୍ପେଶାଲ ସ୍କ୍ବାଡ୍ । ସାଇବର ଠକେଇ ସହ ବିଭିନ୍ନ ଫ୍ରଡ୍‌ କଲ୍‌ କରିବାକୁ ଏହି ସିମ୍‌ ବକ୍ସ ବ୍ୟବହୃତ ହେଉଥିଲା ।ସ୍ପେଶାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ପୋଲିସର ମିଳିତ ଚଢ଼ାଉରେ ଏହି ବକ୍ସକୁ ଠାବ କରାଯାଇଥିବା ବେଳେ ଜଣଙ୍କୁ ଅଟକ ରଖିଛି ପୋଲିସ। ତେବେ […]

ୱାବି ଖୁରାନିଆ ହେଲେ ଓଡିଶାର ନୂଆ ପୋଲିସ ଡିଜି

ଯୋଗେଶ ବାହାଦୁର ଖୁରାନିଆ ହେଲେ ଓଡିଶାର ନୁୂଆ ପୋଲିସ ମହାନିର୍ଦ୍ଦେଶକ ( ଡିଜିପି) । ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ଓଡ଼ିଶାର ପରବର୍ତ୍ତୀ ଡିଜିପି ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍ ୱାଇ.ବି ଖୁରାନିଆ ପୂର୍ବରୁ ପୋଲିସ କମିଶନର ଥିଲେ । ସେ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲା SP ଭାବେ ମଧ୍ୟ କ୍ୟାରିୟର ପ୍ରାରମ୍ଭିକ କାଳରେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏଥି ସହିତ ଉତ୍ତରାଞ୍ଚଳ […]

 ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପୂଣ୍ଣ୍ୟତିଥି ।

ପୂଣ୍ୟତିଥିରେ ‘ସଦୈବ ଅଟଳ’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଧିସ୍ଥଳରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ଅଟଳ ବିହାରୀ ବାଜପେୟୀଙ୍କ ପୋଷ୍ୟ କନ୍ୟା ନମିତା କୌଲ୍ ଭଟ୍ଟାଚାର୍ଯ୍ୟ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଅନ୍ୟ ଏନଡିଏ ନେତାମାନେ ମଧ୍ୟ […]

ଆଜିଠୁ ବିଜେଡିର ଜାଗରଣ ଅଭିଯାନ

ବିଜେପି ସରକାର ନିର୍ବାଚନ ଇସ୍ତାହାରରେ ସମସ୍ତଙ୍କୁ ଭତ୍ତା ବାବଦ ୩ ହଜାର ଟଙ୍କା ଏବଂ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ୮୦ପ୍ରତିଶତ ଅକ୍ଷମତା ଥିବା ଭନ୍ନକ୍ଷମ ବ୍ୟକ୍ତିଙ୍କୁ ୩ ହଜାର ୫୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ।ତେବେ ଏହି ପ୍ରତିଶ୍ରୁତିକୁ ବିଜେପି ପାଳନ କରୁ ନ ଥିବା ଅଭିଯୋଗ କରିଛି ବିରୋଧୀ ଦଳ ବିଜେଡି।ତେବେ ଭତ୍ତା ପ୍ରତାରଣା ବିରୋଧରେ ଆଜିଠୁ ବିଜେଡି ଆରମ୍ଭ କରୁଛି ଜନଜାଗରଣ କାର୍ଯ୍ୟକ୍ରମ । ବୟୋଜ୍ଯେଷ୍ଠ ଅଧିକାର ପାଇଁ ଆଗକୁ ଆସି […]

ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ । କେନ୍ଦ୍ରାପଡା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ।କେନ୍ଦ୍ରାପଡ଼ାରେ ତାଙ୍କ କାର୍ଯ୍ୟାଳୟ, କଟକସ୍ଥିତ କଲ୍ୟାଣୀନଗର ଏବଂ ଭୁବନେଶ୍ୱରର ଲିଙ୍ଗିପୁର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ଚଢାଉରେ ୪ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ୫ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । କଟକ ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପରେ ଏହି ଚଢାଉ ହୋଇଛି । […]

ପାରାଦୀପରେ ଅଟକ ବିଦେଶୀ ଜାହାଜକୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପାରାଦୀପରେ ଆଉ ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ। ଏଥିପାଇଁ କୁଜଙ୍ଗ ସବ ଜଜ୍ ଙ୍କୁ ମାର୍ସାଲ ରୂପେ ନିଯୁକ୍ତ କରାଯାଇଛି। ହାଇକୋର୍ଟଙ୍କ ଆଦେଶ ନମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡି କେଉଁଆଡେ ମଧ୍ୟ ଯାଇପାରିବନାହିଁ। ଜାହାଜଟି ଗତ ୬ ତାରିଖରେ ପାରାଦୀପରେ ପହଞ୍ଚିଥିଲା। ୫୫ ହଜାର ମେଟ୍ରିକ୍‌ ଟନ୍‌ ଲୁହାପଥର ଲୋଡ୍‌ କରି ଏମ୍‌ଭି ଓ୍ବାଡି ଆଲ୍‌ବୋଷ୍ଟନ ନାମକ ଜାହାଜଟି ଚାଇନା ଅଭିମୁଖେ ଯାଇଥାନ୍ତା। ମାତ୍ର ଜାହାଜଠୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ […]

ପୁଣି ଇତହାସ ରଚିଲା ଇସ୍ରୋ, SSLV-D3 ର କଲା ସଫଳ ଉତକ୍ଷେପଣ

ଇସ୍ରୋ(ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ) ଅଗଷ୍ଟ ୧୬ ସକାଳ ୯.୧୭ ରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ SSLV-D3 ରକେଟ ଉତକ୍ଷେପଣ କରିଛି। ଏହି ମିଶନ ଅଧୀନରେ ଦେଶର ନୂଆ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ EOS-8 ଏବଂ ଏକ ଛୋଟ ଉପଗ୍ରହ SR-0 DEMOSAT ଉତକ୍ଷେପଣ କରାଯିବ।ଇସ୍ରୋର ଏହି ପଦକ୍ଷେପ ସହିତ ଭାରତ ବର୍ତ୍ତମାନ ପୃଥିବୀର ହୃଦସ୍ପନ୍ଦନ ଶୁଣିବାରେ ସକ୍ଷମ ହେବ । ଯଦି ଇସ୍ରୋର ଏହି ମିଶନ ସଫଳ ହୁଏ ତେବେ ଭାରତ ସମ୍ଭାବ୍ୟ […]

ଭୁବନେଶ୍ଵରରେ ପହଞ୍ଚିଲେ ହକି ତାରକା ଅମିତ ରୋହିଦାସ

ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଘରକୁ ଫେରିଛନ୍ତି ହକି ତାରକା ଅମିତ ରୋହିଦାସ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଭାଜପା ବିଧାୟକ ବାବୁ ସିଂ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କିଙ୍କୁ ସ୍ତ୍ରୀ, କିସ୍‌-କିଟ୍‌ର ଛାତ୍ରୀଛାତ୍ରୀ ଉପସ୍ଥିତ ରହି ତାଙ୍କୁ ବିମାନବନ୍ଦରକୁ ପାଛୋଟି ଆଣିଥିଲେ। ଅମିତ ରୋହିଦାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଉଭୟଙ୍କର ପ୍ରୟାସ […]

ଲଘୁଚାପର ରୂପ ନେଇପାରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ଘୂର୍ଣ୍ଣିବଳୟ

ପୁଣି ବର୍ଷା ବଢ଼ିବ । ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଗାଙ୍ଗେୟ ପଶ୍ଚିମବଙ୍ଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟାରେ ୧୮ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ଅର୍ଥାତ୍ ୭ ରୁ ୧୧ ସେମି ବର୍ଷା ହେବାର ଆଶଙ୍କା ରହିଛି। ଭଦ୍ରକ, ବାଲେଶ୍ୱରରେ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା ,କଟକ […]

ଆଜିର ରାଶିଫଳ(୧୬ ଅଗଷ୍ଟ,୨୦୨୪)

*🍁ମେଷ🍁👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।* *🍁ବୃଷ🍁👉ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, […]

 ରାହୁଲ ଗାନ୍ଧୀଙ୍କୁ ମିଳିଲା ପାଞ୍ଚ ନମ୍ବର ସିଟ୍, କଂଗ୍ରେସର ତୀବ୍ର ସମାଲୋଚନା

ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ସର୍ବାଧିକ ୯୮ ମିନିଟ ଭାଷଣ ଦେଇଛନ୍ତି। ଏହି ସମାରୋହର ଶାସକ ଦଳର ନେତାମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ନେତାମାନଙ୍କୁ ବି ନିମନ୍ତ୍ରଣ କରାଯାଇଥିଲା। ହେଲେ ମୋଦୀଙ୍କ ୯୮ ମିନିଟ୍ ଭାଷଣର ଯେତେକି ଚର୍ଚ୍ଚା ନାହିଁ ସେତିକି ଚର୍ଚ୍ଚା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିକୁ ନେଇ ହେଉଛି। ସୋସିଆଲ ମିଡିଆରେ ମଧ୍ୟ ଏହା ଉପରେ ଅନେକ ଆଲୋଚନା ହେଉଛି। ରାହୁଲଙ୍କ ବସିବା ନେଇ କଂଗ୍ରେସ ମଧ୍ୟ ପ୍ରଶ୍ନ ପଚାରିଛି। ଅଲିମ୍ପିକ ପଦକ […]

ବାଂଲାଦେଶ ହିଂସାକୁ ନେଇ ଓଡ଼ିଶା ଉପକୂଳରେ ହାଇଆଲର୍ଟ ଜାରି ହୋଇଛି ।

ବାଂଲାଦେଶ ହିଂସାକୁ ନେଇ ଓଡ଼ିଶା ଉପକୂଳରେ ହାଇଆଲର୍ଟ ଜାରି ହୋଇଛି । ବାଂଲାଦେଶୀମାନେ ଉପକୂଳ କିମ୍ବା ସମୁଦ୍ର ତଟ ଦେଇ ପଶି ଆସୁଥିବାରୁ ସବୁଠି ହାଇ ଆଲର୍ଟ ଜାରି ହୋଇଛି। ସମ୍ପ୍ରତି ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଚାଲିଥିବା ଅକଥନୀୟ ଅତ୍ୟାଚାରରେ ସାରା ଭାରତରେ ଅସନ୍ତୋଷର ନିଆଁ ଜଳୁଛି । ବାଂଲାଦେଶର ଲୋକ ମାନେ କାଳେ ଅନୁପ୍ରବେଶ କରିବେ ଏ ନେଇ ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ଥଳପଥରେ କଡା ପ୍ରହରା ମଧ୍ଯ ଦିଆଯାଇଛି । ଗୁରୁବାର ୧୧ […]