ବାଂଲାଦେଶ ହିଂସାକୁ ନେଇ ଓଡ଼ିଶା ଉପକୂଳରେ ହାଇଆଲର୍ଟ ଜାରି ହୋଇଛି । ବାଂଲାଦେଶୀମାନେ ଉପକୂଳ କିମ୍ବା ସମୁଦ୍ର ତଟ ଦେଇ ପଶି ଆସୁଥିବାରୁ ସବୁଠି ହାଇ ଆଲର୍ଟ ଜାରି ହୋଇଛି। ସମ୍ପ୍ରତି ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଚାଲିଥିବା ଅକଥନୀୟ ଅତ୍ୟାଚାରରେ ସାରା ଭାରତରେ ଅସନ୍ତୋଷର ନିଆଁ ଜଳୁଛି । ବାଂଲାଦେଶର ଲୋକ ମାନେ କାଳେ ଅନୁପ୍ରବେଶ କରିବେ ଏ ନେଇ ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ଥଳପଥରେ କଡା ପ୍ରହରା ମଧ୍ଯ ଦିଆଯାଇଛି । ଗୁରୁବାର ୧୧ […]
ରାଜ୍ୟରେ ଥିବା ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ ଅଲଗା ହେବ। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ରାଜ୍ୟର ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ +୨ ଓ +୩ ଅଲଗା ହେବ। +୩ ଶିକ୍ଷାର ମାନ ବୃଦ୍ଧି ଲାଗି ଏହା ଅତ୍ୟନ୍ତ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବ ସରକାରରେ ଏହା ନିଷ୍ପତ୍ତି ହୋଇ ଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇନାହିଁ। ଏଥିପାଇଁ ଆବଶ୍ୟକ ଜାଗା ଓ […]
ନକ୍ସଲ ପ୍ରବଣ ରାୟଗଡ଼ାରେ ଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ କଡା ସୁରକ୍ଷା ମଧ୍ୟରେ ପାଳିତ ହୋଇଯାଇଛି। ରାୟଗଡା ସ୍ଥିତ ଜି.ସି.ଡ଼ି ପଡିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସରେ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ମୂଖ୍ୟ ଅତିଥି ରୂପେ ଯୋଗଦେଇ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି। ଆୟୋଜିତ ପେରେଡରେ ପୋଲିସ, ଏନସିସି ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର 36ଟି ଦଳ ଅଂଶଗ୍ରହଣ କରିଥିଲେ। ଦେଶ ସ୍ବାଧୀନ ତାର ୭୮ ବର୍ଷ ପାଳନ ଅବସରରେ ମନ୍ତ୍ରୀ […]
ଦୀର୍ଘ ୧୫ବର୍ଷ ପରେ ପୁଣି ବହୁଚର୍ଚ୍ଚିତ ବ୍ଲାକ୍ରୋଜ ଜାହାଜ ବୁଡ଼ି ଘଟଣାର ଗୁମର ଖୋଲିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାହାଜ ବୁଡ଼ି ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ପତ୍ର ଲେଖିଛି ରାଜ୍ୟ ସ୍ବରାଷ୍ଟ୍ର ବିଭାଗ। ଫଳରେ ଏହି ଘଟଣାର ସିବିଆଇ ତଦନ୍ତ ଆରମ୍ଭ ଆଶା ସଞ୍ଚାର ହୋଇଛି।ସୂଚନାଯୋଗ୍ୟ, ୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ବନ୍ଦରଠାରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ମଙ୍ଗୋଲିଆର ପଣ୍ୟବାହୀ […]
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ଚିଲିକା ନିକଟସ୍ଥ ରମ୍ଭା ଉପକୂଳରେ ନୂତନ ପ୍ରଜାତିର ଉଭୟଚର ଜୀବ ଆମ୍ଫିପୋଡ୍ ଚିହ୍ନଟ ହୋଇଛି l ୨୦୨୩ରେ ଏହି ଜୀବକୁ ପାଇବା ପରେ ବିଭାଗକୁ ଆଣାଯାଇ ଡ. ଶେଷଦେବ ପାତ୍ର, ଗବେଷିକା ଗୀତାଞ୍ଜଳି ଭୋଇ, ପିଜି ଛାତ୍ର ଆର୍.କିରଣ କୁମାର ପରୀକ୍ଷାଗାରରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଏହି ଜୀବଟି ଦେଖିବାକୁ ଚିଙ୍ଗୁଡ଼ି ଭଳି ଏବଂ ଏହାର ରଙ୍ଗ ଫିକା ହଳଦିଆ। ଏହାର ୧୩ ଯୋଡ଼ା ଗୋଡ଼ ରହିଥିବା […]
ନୟାଗଡ଼,(ଓଡ଼ିଶା ଦର୍ପଣ): ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ୟାରେଡରେ ଏନଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼ର ସ୍କାଉଟ ଦଳ କୃତିତ୍ୱ ହାସଲ କରି ମୁଖ୍ୟ ଅତିଥି ତଥା ନୂତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ଵାରା ପୁରସ୍କୃତ ହୋଇଛି। ସ୍ଥାନୀୟ ପୋଲିସ ଟ୍ରେନିଂ ସ୍କୁଲ ପଡ଼ିଆରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ପ୍ୟାରେଡରେ ଜିଲ୍ଲାର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରୁ ୫୨ଟି ପ୍ଲାଟୁନ ଯୋଗଦାନ କରିଥିଲେ। ଏଥିରେ ନୟାଗଡ଼ ଏନଏସି ହାଇସ୍କୁଲର ସ୍କାଉଟ ବିଭାଗର ଛାତ୍ରମାନେ […]
ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ଅଭାବନୀୟ ଘଟଣା । ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କରିଲେ ମାଓବାଦୀ । ଗତ ୧୦ ଦିନ ତଳେ ମୃତ ଛାତ୍ରଙ୍କ ବଡ଼ ଭାଇଙ୍କୁ ମଧ୍ୟ ମାଓବାଦୀମାନେ ପୋଲିସ ଇନ୍ଫର୍ମର ସନ୍ଦେହରେ ହତ୍ୟା କରିଥିଲେ । ସ୍କୁଲରୁ ଘରକୁ ଫେରୁଥିଲେ ସୋୟମ। ଗତକାଲି ବଳମ୍ବିତ ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ସୋୟମଙ୍କ ଦେହରେ ସ୍କୁଲ ୟୁନିଫର୍ମ ରହିଛି । ମାଓନେତା ହିଡମାଙ୍କ ନିଜ ଗାଁ […]
ସାମ୍ନାକୁ ଆସିଲା ଆଡପ ପହଣ୍ଡି ବେଳେ ବଡ଼ ଠାକୁର ପଡ଼ିଯିବାର କାରଣ । ଆବଶ୍ୟକଠାରୁ ଅଧିକ ସଂଖ୍ୟକ ସେବକ ରଥରେ ଚଢିବା ଓ ବିଡ଼ିଆ ମଣୋହି ନୀତି ବିଳମ୍ବ ଯୋଗୁ ୪୫ ମିନିଟ୍ ରଥରେ ଠାକୁର ଅଟକି ରହିଥିବାରୁ ଏତେ ବଡ଼ ଅଘଟଣ ଘଟିଥିଲା । ତେବେ ଆସନ୍ତା ପରିଚାଳନା କମିଟି ବୈଠକରେ ଏହି ରିପୋର୍ଟ ଉପରେ ଆଲୋଚନା ହେବ । ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗାମୀ ଦିନରେ […]
ଆଜି ସ୍ୱାଧିନତା ଦିବସ ଅବସରରେ କର୍ମଜୀବୀ ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କରିଛନ୍ତି ବଡ ଘୋଷଣା । ଏଣିତି ଋତୁସ୍ରାବ ପାଇଁ ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ମିଳିବ ଦିନେ ଛୁଟି ।କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି । ଋତୁସ୍ରାବର ପ୍ରଥମ ବା ଦ୍ବିତୀୟ ଦିନରେ ଛୁଟି ମିଳିବ । ପୂର୍ବରୁ ବିହାର ଓ କେରଳ ସରକାର ଋତୁସ୍ରାବ […]
ସ୍ୱାମୀ, ସ୍ତ୍ରୀ ଓ ଷ୍ଟିଙ୍ଗ ଅପରେସନ । ଓୟୋ ରୁମରେ ରଙ୍ଗୀନ ରାତି! ସ୍ୱାମୀଙ୍କ କାରନାମା । ସମୟ ରାତି ୩ଟା। ସ୍ଥାନ- ଭୁବନେଶ୍ବରର ଏକ ନାମୀ ଅଞ୍ଚଳର ଦାମି ହୋଟେଲ। ରୁମ୍ ନମ୍ବର ୧୦୨ । ପୋଲିସ ଛାପା ମାରିଥିଲା। ବାରମ୍ବାର କବାଟ ବାଡ଼େଇବା ପରେ ବି କେହି ଖୋଲିନଥିଲେ। ହୋଟେଲ କର୍ମଚାରୀ ଡାକିଲେ ରୁମ୍ ଖୋଲିଲା। ପୋଲିସ ନାଁ ପଚାରିଥିଲା ସ୍ପଷ୍ଟ ହୋଇଥିଲା ଅଭିନବ ସିଂହ। ଅଭିନବଙ୍କୁ ହିଁ ଖୋଜିକି ଆସିଥିଲା ପୋଲିସ। ଭିତରୁ […]
ସମ୍ବଲପୁର- ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡାଇବା ଘାଟଣା । ଜଣେ ଓୟୁଏଟି ତୃତୀୟ ବର୍ଷର ଛାତ୍ର ଏସବୁ କରିଥିବା ଜଣା ପଡିଛି । ଗୋଟିଏ ଆଇଫୋନ ଓ ଡ୍ରୋନ୍ ଜବତ କରିଛି ହୀରାକୁଦ ପୋଲିସ । ଆଜି ଏହି ଛାତ୍ରକୁ ଥାନକୁ ଡକାଇ ତଦନ୍ତ କରିବ ପୁଲିସ । ହେଲେ ସେ ମନ୍ଦ ଉଦ୍ଦେଶ୍ୟ ରଖି ଭିଡିଓ କରିନଥିବା ନେଇ ଛାତ୍ର କହିଛି। ସୂଚନା ଅନୁସାରେ ହୀରାକୁଦ ଗେଟ ଖୋଲିବା ଦିନ ହୀରାକୁଦ ନିଷିଦ୍ଧାଂଚଳରେ ଡ୍ରୋନ […]
ଓଡିଆ ରେ ବଙ୍ଗାଳୀଙ୍କୁ ଆକ୍ରମଣ ଘଟଣା କୁ ନେଇ ପଶ୍ଚିମ ବଙ୍ଗର ଗଣମାଧ୍ୟମରେ ପ୍ରକାଶ ପାଇଛି। ଶାସକ ତୃଣମୂଳ କଂଗ୍ରେସ ଏହାକୁ ନିନ୍ଦା କରି ନିଜର କଠୋର ପ୍ରତିକ୍ରିୟା ପ୍ରକାଶ କରିଛି ସୋସିଆଲ ମିଡିଆରେ। କୋଲକତା ସ୍ଥିତ ଉତ୍କଳ ଭବନ ସାମ୍ନାରେ ବଙ୍ଗାଳୀ ନିଗ୍ରହ ଅନୁଷ୍ଠାନ ବିକ୍ଷୋଭ ପ୍ରଦର୍ଶନ କରିଛି। ଆଗକୁ ବଡ ଆନ୍ଦୋଳନ ର ଧମକ ଦେଇ କହିଛି ଯେ ଓଡ଼ିଶାରେ ବଙ୍ଗାଳୀ ଙ୍କ ଉପରେ ଆକ୍ରମଣ ବନ୍ଦ ନ ହେଲେ ପଶ୍ଚିମ ବଙ୍ଗରେ ବି […]
