କେରଳ ୱାୟନାଡ଼ରେ ଭୟଙ୍କର ଭୁସ୍ଖଳନ ଯୋଗୁଁ ନିଖୋଜଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବ ଷ୍ଟର୍ମ । ବ୍ରହ୍ମପୁରରୁ କେରଳ ଓ୍ବାୟନାଡ ଗଲା ସନ୍ଧାନୀ କୁକୁର ଷ୍ଟର୍ମ । ବ୍ରହ୍ମପୁର ପୋଲିସ ଜିଲ୍ଲାର ସନ୍ଧାନୀ କୁକୁର ଷ୍ଟର୍ମ ସହ ତିନି ଜଣ କର୍ମଚାରୀ କେରଳ ଗସ୍ତ କରିଛନ୍ତି ।ଷ୍ଟର୍ମ ସହିତ ୪ ଜଣ ଅଧିକାରୀ ମଧ୍ୟ ଓ୍ବାୟନାଡ ଯାଇଥିବା ବ୍ରହ୍ମପୁର ଏସ୍ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।‘ଷ୍ଟର୍ମ’ ହେଉଛି ବ୍ରହ୍ମପୁର ପୋଲିସର ଏକମାତ୍ର କୁକୁର ଯିଏ ସନ୍ଧାନ ଓ […]
ରତ୍ନଭଣ୍ଡାରର ମରାମତି ପାଇଁ ସୋମବାର ବାଜିପାରେ ମୋହର। ଏନେଇ ଶ୍ରୀମନ୍ଦିରର ଗୁରୁତ୍ୱପୂର୍ଣ୍ଣ ପରିଚାଳନା କମିଟି ବୈଠକ ବସିବ। ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ବିତିଲାଣି ୩ ସପ୍ତାହ । କିନ୍ତୁ ଏଯାଏ ହୋଇପାରିଲାନି ରତ୍ନଭଣ୍ଡାରର ଯାଞ୍ଚ କିମ୍ବା ମରାମତି କାର୍ଯ୍ୟ । ଏଥିସହ ରତ୍ନଭଣ୍ଡାର ଭିତରେ ଥିବା ଗୁପ୍ତଧନର ରହସ୍ୟ ମଧ୍ୟ ଖୋଲି ନାହିଁ ଆଜିର ଏହି ବୈଠକ ପରେ ଚୂଡ଼ାନ୍ତ ରୂପରେଖ ନେଇ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିବ। ରତ୍ନ ସ୍ଥାନାନ୍ତର ପରେ ମରାମତି ଆଡ଼କୁ […]
ସକ୍ରିୟ ମୌସୁମୀ ପ୍ରଭାବରେ ମଙ୍ଗଳବାରଠାରୁ ରାଜ୍ୟରେ ବଢିବ ବର୍ଷା । ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। କିନ୍ତୁ ବଙ୍ଗୋପସାଗରରେ ଶନିବାର ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଉପରେ ଏହି ଲଘୁଚାପ କେନ୍ଦ୍ରୀଭୂତ ରହିଛି। ତେବେ ସମ୍ପୂର୍ଣ୍ଣ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ବାୟୁମଣ୍ଡଳରେ ୭.୬ କି.ମି. ଉଚ୍ଚତା ଯାଏ ଲମ୍ବିଛି, ଯାହା ୨୪ […]
କେନ୍ଦୁଝର ଜିଲାର ୪ ଜଣ ବୋଲବମ୍ ଭକ୍ତ ଉତ୍ତରାଖଣ୍ଡର କେଦାରନାଥରେ ୩ ଦିନ ହେଲାଣି ଫସି ରହିଥିବା ସୂଚନା ମିଳିଛି। ତେଲକୋଇ ଥାନା ଅଞ୍ଚଳର ୩ ଜଣ ଓ ସଦର ଥାନା ଅଞ୍ଚଳର ଜଣେ ଭକ୍ତ ରହିଛନ୍ତି। । ୨୭ ତାରିଖ ଦିନ ଟ୍ରେନ ଯୋଗେ କେଦାରନାଥ ଅଭିମୁଖେ ଯାଇଥିଲେ । ୩୦ ତାରିଖ ଦିନ ପହଞ୍ଚି ଜଳାଭିଷେକ କରିସାରିବା ପରେ ୩୧ ତାରିଖ ଦିନ ଫେରିବା ସମୟରେ ରାସ୍ତାରେ ତାଙ୍କୁ ସୁରକ୍ଷାକର୍ମୀ ଅଟକାଇଥିଲେ । କାରଣ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅର୍ଥାତ୍ ସୋମବାର ଅଭିଯୋଗ ଶୁଣାଣି କରିବେ। ଭୁବନେଶ୍ବର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଦିନ ୧୧ରୁ ଅଭିଯୋଗ ଶୁଣାଣି ହେବ। ଏଥିପାଇଁ ଆଜି ସକାଳ ୮ଟାରୁ ଦିନ ୧୨ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ୟ୍ୟାଳୟରେ ପଞ୍ଜୀକରଣ ହେବ। ଏଥି ପାଇଁ ଆଗ୍ରହୀ ବ୍ୟକ୍ତି ଅଭିଯୋଗ ଶୁଣାଣି ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ପଞ୍ଜୀକରଣ କରାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇ ପାରିବେ ।
ସୋମବାର ଶ୍ରାବଣ ଶୁକ୍ଳ ପ୍ରତିପଦ ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ ଟା ରୁ ରାତ୍ର ୯ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ଭିତରୁ ଜୟବିଜୟ ଦ୍ବାର ବନ୍ଦ କରାଯିବ। ଖସାପଡ଼ା ନୀତି ଶେଷ ହେବା ପରେ ଠାକୁରଙ୍କୁ ମହାସ୍ନାନ କରାଯିବ। ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ […]
*ମେଷ* : *ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।* *ବୃଷ: ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।* *ମିଥୁନ:* *ଆଜି ନିଜର ନୂଆ ବିଚାର […]
ରାୟଗଡ଼ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କାଶୀପୁର ବ୍ଲକ ରାଉଳିଘାଟିଠାରେ ନିର୍ମାଣାଧୀନ ବୃହତ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଉପ ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ ରବିବାର ପରିଦର୍ଶନ କରିଛନ୍ତି l ଅଯଥା କାଳକ୍ଷେପଣ ନକରି ଏହି କାର୍ଯ୍ୟକୁ ଯଥାଶୀଘ୍ର ସାରିବାକୁ ସମ୍ପୃକ୍ତ ଠିକା ସଂସ୍ଥାକୁ କଡା ନିର୍ଦେଶ ଦିଆଯାଇଛିl ସେହିପରି ଡଙ୍ଗାସିଲ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀନିବାସର ପାଚେରୀ ନିର୍ମାଣ ସପ୍ତାହେ ମଧ୍ୟରେ ସାରିବାକୁ ଆଇଟିଡିଏର ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି l ଉକ୍ତ ବିଦ୍ୟାଳୟ […]
ନୟାଗଡ଼,(ଓଡିଶା ଦର୍ପଣ): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ , ଇଟାମାଟି ଏବଂ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା “ବ୍ୟଙ୍ଗ କଲମ” ନୟାଗଡ଼ଙ୍କ ଆନୁକୁଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଈକିରି ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଉକ୍ତ ପଞ୍ଚାୟତରେ ପ୍ରତି ଘରକୁ ଘର ଯାଇ ଆମ୍ବ,ପଣସ, ଅଁଳା, ଡାଳିମ୍ବ, ଅଶୋକ, ଜାମୁ, ବାଉଁଶ, ବେଲ […]
ପାଟଣାଗଡ଼ ( ଜଗଦିଶ ଭୋଇ) ଶିକ୍ଷାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାମାନଙ୍କ ପାଇଁ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା କରାଯାଉଛି। ବଲାଙ୍ଗୀର ଜିଲ୍ଲାର ଅନେକ ସ୍କୁଲ ଆଜି ମଧ୍ୟ ଭଙ୍ଗା ଛାତ ତଳେ ଚାଲିଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁଯାୟୀ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୭୧ ରେ ନିର୍ମିତ ପୁରୁଣା ଛପର ଗୋଟାଏ ଶ୍ରେଣୀ ଗୃହ। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ […]
ବଲାଙ୍ଗୀର- (ଜଗଦୀଶ ଭୋଇ) ବଲାଙ୍ଗୀର ର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ୍ ଆଜି ଗୋଟିଏ ବିଶେଷ ପ୍ରକଳ୍ପ ଆରମ୍ଭ କରିଛି । ଏହି ପ୍ରକଳ୍ପ ଅଧିନରେ, ଚପଲ, ଜାମା, ସ୍କୁଲ୍ ବ୍ୟାଗ୍, ପୁସ୍ତକ, ଛତା ଓ ଶିଶୁମାନଙ୍କ ଖେଳନା ବାଣ୍ଟାଯାଇଛି । ଏହି ପ୍ରୟାସର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ସାହାଯ୍ୟ କରିବା ଯେଉଁମାନେ ଏହି ସାମଗ୍ରୀ ଦରକାର କରୁଛନ୍ତି ଏବଂ ଯେଉଁମାନେ ଅଧିକ ରଖିଛନ୍ତି ସେମାନେ ଏହାକୁ ସହଯୋଗ ଫାଉଣ୍ଡେସନ୍ କାର୍ଯ୍ୟାଳୟକୁ ଦାନ କରିପାରିବେ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକସଂଘର ସାମ୍ବିଧାନିକ ବୈଠକ ଏବଂକର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉମେଶ ଚନ୍ଦ୍ର ସ୍ୱାଇଁ ସଭାପତି ଏବଂ ପରମାନନ୍ଦ ସ୍ୱାଇଁ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସମ୍ପାଦକ ଭାବେ ବସନ୍ତ କୁମାର ପରିଡ଼ା, ଉପସଭାପତି ସନ୍ତୋଷ କୁମାରପଣ୍ଡା, ସହ ସମ୍ପାଦକ କାର୍ତ୍ତିକ ଜେନା ଏବଂ କୋଷାଧ୍ୟକ୍ଷ ଭାବେ ସୁକାନ୍ତ କୁମାର ଦାସ ପ୍ରମୁଖ ମନୋନୀତ […]
