author

ପୂଜା ପାଇଁ ରାଜଧାନୀରେ କଟକଣା ଜାରି

ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଲାଗୁ ହେବ ଟ୍ରାଫିକ କଟକଣା। ଆସନ୍ତା କାଲିଠୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହେବ । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୁଲିସ। ୧୨ଟି ରୁଟ୍‌ରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଭାରି ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଦିନ ୪ଟାରୁ ରାତି ୨ଟା ଯାଏ ଭାରି ଯାନ ଚଳାଚଳ କରି ପାରିବନି। ଖଣ୍ଡଗିରି ଛକରୁ ଜାଗମରା ଛକ ସଂଲଗ୍ନ ରାସ୍ତା, ଫାୟାର […]

ନୂଆଗାଁ ବ୍ଲକ୍ ରେ ଯୋଗଦେଲେ ନୂତନ କନିଷ୍ଠ ଶିକ୍ଷକ ,ଶିକ୍ଷୟତ୍ରୀ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ୮ ଜଣ ନୂତନ କନିଷ୍ଠ ଶିକ୍ଷକ ଯୋଗ ଦେଇଛନ୍ତି।ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ଯୋଗଦେଇ ନିଯୁକ୍ତି ପାଇଥିବା ନିଜ ବିଦ୍ୟାଳୟକୁ ଯାଇ ଯୋଗ ଦେଇଛନ୍ତି। ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଚକାପଥର ପ୍ରାଥମିକ ବିଦ୍ୟାଳୟ ରେ ନୂତନ କନିଷ୍ଠ ଶିକ୍ଷକ ଅବିନାଶ ଜେନା,ହୀରଦେଇପୁର ପ୍ରାଥମିକ ବିଦ୍ୟାଳୟ ରେ ସତ୍ୟ ରଞ୍ଜନ ଦାଶ, ବଲଭଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ବିଭାବତି ରାଉତ, ବକଳ ବନ୍ଧ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ […]

ଆଜିର ରାଶିଫଳ(୮ ଅକ୍ଟୋବର,୨୦୨୪)

ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।  ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।  ମିଥୁନ: […]

ଦ୍ଵିତୀୟ ପର୍ଯ୍ୟାୟ ପୂର୍ବରୁ ଏକ ଟଙ୍କା ପଠାଯାଇ ନାହିଁ

ଅକ୍ଟୋବର ୯ ତାରିଖରେ ବା ବୁଧବାର ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ ପୂର୍ବରୁ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ସରକାର।ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ଵଚ୍ଛତା ଅନୁଧ୍ୟାନ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଇଯିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଦ୍ଵିତୀୟ ପର୍ଯ୍ୟାୟ […]

ଆଜି ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି ।

ସୋମବାର ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିବା “ସୁଭଦ୍ରା” ଯୋଜନାରେ ଏକ କୋଟିରୁ ଅଧିକା ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ ଉପଲବ୍ଧି ହେବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।ଆସନ୍ତା ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ […]

ଆସନ୍ତା ଅକ୍ଟୋବର ୧୦ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ |

ଆସନ୍ତା ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ | ଜୁନ୍ ୧୨ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ବର୍ଷାଦିନ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା |ତେବେ ଚଳିତବର୍ଷ ଶିମିଳିପାଳକୁ କମ୍ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ। ଗତବର୍ଷ ୨୦୨୨-୨୩ରେ ୪୧ ହଜାର ୩୪୬ ଜଣ ପର୍ଯ୍ୟଟକ ଆସିଥିବା ବେଳେ ଚଳିତବର୍ଷ ୨୦୨୩-୨୪ରେ ୨୫ ହଜାର ୮୪୬ ଜଣ ଆସିଥିଲେ । ଆଉ ଏଥର ପର୍ଯ୍ୟଟକଙ୍କ ସଂଖ୍ୟା […]

ଆସନ୍ତା ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ |

ଆସନ୍ତା ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ | ଜୁନ୍ ୧୨ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ବର୍ଷାଦିନ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା |ତେବେ ଚଳିତବର୍ଷ ଶିମିଳିପାଳକୁ କମ୍ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ। ଗତବର୍ଷ ୨୦୨୨-୨୩ରେ ୪୧ ହଜାର ୩୪୬ ଜଣ ପର୍ଯ୍ୟଟକ ଆସିଥିବା ବେଳେ ଚଳିତବର୍ଷ ୨୦୨୩-୨୪ରେ ୨୫ ହଜାର ୮୪୬ ଜଣ ଆସିଥିଲେ । ଆଉ ଏଥର ପର୍ଯ୍ୟଟକଙ୍କ ସଂଖ୍ୟା […]

ଏବେ ସରକାରୀ କୋଠାର ରଙ୍ଗ ବଦଳିବ

ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ନୂତନ ସରକାର ଅନେକ ନୂଆ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ରାଜ୍ୟରେ ସମସ୍ତ ସରକାରୀ କୋଠାର ରଙ୍ଗ ପରିବର୍ତ୍ତନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କୋଠା ନବୀକରଣ ସମୟରେ କିମ୍ବା ମରାମତି ସମୟରେ କମଳା ଓ ନାଲି ରଙ୍ଗ ବ୍ୟବହାର ହେବ ବୋଲି କୁହାଯାଇଛି । କୋଠାର ବାହାର ପଟ କମଳା ରଙ୍ଗ ଓ ନାଲି ବର୍ଡର ରହିବା ନେଇ ସମସ୍ତ ମୁଖ୍ୟ ଯନ୍ତ୍ରୀ ଓ ଓବିସିସିକୁ ପୂର୍ତ୍ତ ବିଭାଗ ପକ୍ଷରୁ […]

ପିଏସ, ଓଏସଡି ନିଯୁକ୍ତିରେ ନୂଆ ଗାଇଡଲାଇନ୍‌

ମନ୍ତ୍ରୀଙ୍କ ପ୍ରାଇଭେଟ୍ ସେକ୍ରେଟାରୀ, ଓଏସ୍‌ଡି ପାଇଁ ଗାଇଡଲାଇନ । ରାଜ୍ୟ ସରକାରଙ୍କ ଜିଏ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ନୂଆ ଗାଇଡଲାଇନ ଅନୁଯାୟୀ, ଅତିକମ୍‌ରେ ୫ ବର୍ଷ ଚାକିରି କରୁଥିଲେ ହେବେ ପିଏସ, ଓଏସଡି । ଅତିରିକ୍ତ ସଚିବ, ଯୁଗ୍ମ ସଚିବ ପାହ୍ୟା ଅଫିସର ହେବେ ପିଏସ। ମନ୍ତ୍ରୀଙ୍କ ପିଏସ ମଧ୍ୟ ଏହି କ୍ୟାଡର ଅଫିସର ନିଯୁକ୍ତି ପାଇବେ। ସେହିଭଳି ଯୁଗ୍ମ ସଚିବ, ଉପ ସଚିବ ପାହ୍ୟା ଅଫିସର ହେବେ ଓଏସଡି। ପୂର୍ବରୁ ପ୍ରାଇଭେଟ୍ […]

ସିଏମ୍ ଯୋଗୀ ବ୍ୟାଟ୍ ଧରି ମାରିଲେ ଜବରଦସ୍ତ ସଟ୍

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜନୀତି ମୈଦାନରୁ ସିଧାସଳଖ ମାରିଛନ୍ତି କ୍ରିକେଟ ମୈଦାନରେ ଏଣ୍ଟ୍ରି । ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ କ୍ରିକେଟ୍ ଖେଳୁଥିବାର ନଜର ଆସିଥିଲେ । ଦୁଇଟି ବଲରେ ମାରିଥିଲେ ଚମତ୍କାର ସଟ୍ । ଭାଇରାଲ ହେଉଛି ତାଙ୍କ କ୍ରିକେଟ ଖେଳୁଥିବାର ଭିଡିଓ । ରବିବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଯୋଗୀ ତମ ଅଲ୍‌ ଇଣ୍ଡିଆ ଆଡଭୋକେଟ କ୍ରିକେଟ ଟୁର୍ନାମେଣ୍ଟର ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ କ୍ରିକେଟ ଖେଳୁଥିବା ଏବଂ […]

ଭିଜିଲାନ୍ସ ଜାଲରେ ପଡିଲେ ନିର୍ବାହୀ ଯନ୍ତ୍ରୀ

ଲାଞ୍ଚ ନେବା ନିର୍ବାହୀ ଯନ୍ତ୍ରୀଙ୍କୁ ମହଙ୍ଗା ପଡିଛି।ଲାଞ୍ଚ ନେବାବେଳେ ଭିଜିଲାନ୍ସ ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରିଛି । ତେଲ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏକ ବିଲ ପାସ ପାଇଁ ସେ ୪୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏନେଇ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରି ଏକକାଳୀନ […]

୯ରେ SHG ମହିଳାଙ୍କ ଋଣ ଛାଡ଼ ହେବ।

‘ସୁଭଦ୍ରା’ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ୧ ଟଙ୍କା ଯାଇଛି। ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଖାତାକୁ ପରୀକ୍ଷାମୂଳକ ଭାବେ ଟଙ୍କାଟିଏ ଆସିଛି। ୯ ତାରିଖ ଦିନ ବାକି ୪୯୯୯ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ୯ରେ SHG ମହିଳାଙ୍କ ଋଣ ଛାଡ଼ ହେବ। ୨୦୦ କୋଟିରୁ ଊଦ୍ଧର୍‌ବ ଟଙ୍କା ଛାଡ଼ କରାଯିବ।