ନୟାଗଡ଼,(ଓଡ଼ିଶା ଦର୍ପଣ):ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ । ବିଭିନ୍ନ ବିଷୟରେ ପ୍ରାଥମିକସ୍ତରରୁ ମାଧ୍ୟମିକସ୍ତର ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ବାଛିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ । ଏହି ପ୍ରତିଯୋଗିତା କ୍ଲଷ୍ଟର ସ୍ତରରୁ ଆରମ୍ଭ ହୋଇ ବ୍ଲକ,ଜିଲ୍ଲା ଏବଂ ଶେଷରେ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ବଛାଯାଇଥାଏ […]
ବନ୍ଦରର ଏମ୍ପିବି ବର୍ଥରେ ପଣ୍ୟ କାଢୁଥିବା ବେଳେ ଛିଡିଗଲା କ୍ରେନ୍ । ଯାହାଫଳରେ ଜାହାଜ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ କ୍ରେନ ଅପରେଟର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ସକାଳେ ବୋଥ୍ରା ସିପିଙ୍ଗ କମ୍ପାନୀର କ୍ରେନଟି ଏକ ବିଦେଶୀ ଜାହାଜ ‘MV ଆମସୀ ମ୍ୟାକ୍ସିମସ’ରୁ ଚୂନପଥର ଅନଲୋଡିଂ କରୁଥିଲା।ଏହି ସମୟରେ କ୍ରେନର ବୁମ୍ ଗ୍ରାଫଟି ଭାଙ୍ଗି ଯାଇଥିଲା। ଏହି ଅଘଟଣରେ କ୍ରେନ ଅପରେଟର ଆହତ ହୋଇଥିଲେ। ଏଥିସହ ବୁମ୍ ଗ୍ରାଫ୍ […]
‘ସୁଭଦ୍ରା ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୯ରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିବ। ମହିଳାଙ୍କ ଆକାଉଣ୍ଟକୁ ଆସିବ ୫ହଜାର ଟଙ୍କା । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।୭ତାରିଖ ସୁଦ୍ଧା ସୁଭଦ୍ରା ଯୋଜନାରେ ନାଁ ପଞ୍ଜିକରଣ କରିଥିବା ମହିଳାଙ୍କୁ ଟଙ୍କା ମିଳିବ ବୋଲି ଘୋଷଣା କରିଥିଲେ ସରକାର । ଏଯାବତ୍ ପଞ୍ଜୀକରଣ ୧ କୋଟି ଟପିଗଲାଣି । ମହିଳା ସଶକ୍ତୀକରଣର ନୂଆ ଇତିହାସ ରଚିବ ସୁଭଦ୍ରା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ […]
ବରିଷ୍ଠ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ ମଙ୍ଗଳବାର ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୬ ବର୍ଷ ପାଇଁ ଆୟୋଗରେ ନିଜର ଦାୟିତ୍ୱ ତୁଲାଇବେ ଅରୁଣ ଷଡ଼ଙ୍ଗୀ। ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି, ସାଢ଼େ ୩୩ ବର୍ଷ ପୁଲିସ ଚାକିରି ପରେ ଗୁରୁ ଦାୟିତ୍ୱ ମିଳିଛି, ସୂଚାରୁ ରୂପେ ତୁଲାଇବି। OPSC ପରୀକ୍ଷାରେ଼ ସ୍ୱଚ୍ଛତା, ସଠିକ ମୂଲ୍ୟାୟନ ଓ ସନ୍ଦେହ ବିହୀନ ପରୀକ୍ଷା ପରିଚାଳନା କରିବା ସବୁଠୁ […]
ଭୁବନେଶ୍ବର ଭରତପୁର ଥାନା ବିବାଦ ମାମଲାରେ ହାଇକୋର୍ଟରେ ହାଜର ହୋଇଛନ୍ତି ଏଡିଜି ଦୟାଲ ଗଙ୍ଗ୍ଓ୍ବାର । ଥାନା ଗୁଡିକରେ ସିସିଟିଭି ଲଗାଯିବ ନେଇ ଦାଖଲ ରିପୋର୍ଟ ଦାଖଲ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି । ଥାନାରେ ପୋଲିସ ବ୍ୟବହାର ସମ୍ପର୍କରେ ଏସ୍ଓପି ଜାରି ହେବ । ରାଜ୍ୟରେ ୫୯୩ଟି ଥାନା ମଧ୍ୟରୁ ୪୫୬ଟି ଥାନାରେ ସଠିକ୍ ଭାବରେ କାମ କରୁନି ସିସିଟିଭି କ୍ୟାମେରା। ଆସନ୍ତା ୧୫ ଦିନ ମଧ୍ୟରେ ବାକି ୧୩ଟି […]
ନାଲି କଙ୍କଡ଼ା ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେଉଥିବା କୁହାଯାଉଥିବା ବେଳେ ଏହି କଙ୍କଡ଼ା ଉପରେ ଜୀବବିଜ୍ଞାନୀମାନେ ଅଧିକ ଗବେଷଣା କରିବା ଜରୁରୀ ହୋଇପଡ଼ିଛି। ଏହି ନାଲିକଙ୍କଡ଼ା ସମୁଦ୍ରରେ ସୁନାମି ଓ ସାମୁଦ୍ରିକ ଝଡ଼ର ଆଗୁଆ ସୂଚନା ଦେଇଥାଆନ୍ତି ବୋଲି ପରିବେଶବିତ୍ ମତ ରଖିଛନ୍ତି। ପରିବେଶ ପ୍ରଦୂଷଣ, ଲୁଣା ଜଙ୍ଗଲ ଧ୍ବଂସ, ଟ୍ରଲର ଚଳାଚଳ, ପ୍ଲାଷ୍ଟିକ ଓ ପଲିଥିନ ଅତ୍ୟଧିକ ବ୍ୟବହାର, କଙ୍କଡ଼ାକୁ ଧରିବା ଯୋଗୁ ଏମାନଙ୍କ ସଂଖ୍ୟା ବିଲୁପ୍ତ ହେବାକୁ ଯାଉଛି।ବିଶେଷ ଭାବେ ବଙ୍ଗୋପସାଗର […]
ଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତରେ ଥିବା ଵାଲିପଦା ପ୍ରକଳ୍ପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ନାଚ ଅଭ୍ୟାସ କରୁଥିଲେ ପିଲା। ପିଲାଙ୍କୁ ଗାଇଡ୍ କରିବା ବଦଳରେ ନିଘୋଡ଼ ନିଦରେ ଶୋଇପଡ଼ିଲେ ସାର୍। ସୋଶାଲ ମିଡିଆରେ ସାର୍ଙ୍କର ଶୋଇବାର ଭିଡିଓ ଭାଇରାଲ ହେଉଛି। ’ସୁରଭି’ କାର୍ଯ୍ୟକ୍ରମରେ ପିଲାମାନେ ଭାଗ ନେଇଥିଲେ। ଏଥିପାଇଁ କାର୍ଯ୍ୟକ୍ରମର ପୂର୍ବ ଦିନରେ ପିଲାମାନେ ଶ୍ରେଣୀ ଗୃହରେ ନାଚ ଅଭ୍ୟାସ କରୁଥିଲେ। ପିଲାମାନଙ୍କୁ ଗାଇଡ୍ କରିବା ପାଇଁ ଉକ୍ତ ଶିକ୍ଷକଙ୍କୁ […]
ବ୍ୟାଙ୍କ ଖାତାରେ ଆଧାର ଇକେୱାଇସିି ସମସ୍ୟା କିମ୍ବା ଅନ୍ୟ କୌଣସି ଅସୁବିଧା ଯୋଗୁଁ ସରକାରଙ୍କ ତରଫରୁ ଟଙ୍କା ପଠାଯାଇଥିଲେ ମଧ୍ୟ ପହଞ୍ଚିବାରେ ବିଳମ୍ବ ହେବ କିମ୍ବା ଅଟକି ଯିବ । ସରକାରଙ୍କ ଅନୁଯାୟୀ ସୁଭଦ୍ରା ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ସେହି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ଯେଉଁଥିରେ ଡିବିଟି ସକ୍ଷମ ଥିବ । ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର ସୁବିଧା ଥିବା ଖାତାକୁ ସୁଭଦ୍ରା […]
ସୋମବାର ଅପରାହ୍ଣ ପ୍ରାୟ ୩ଟା ୪୫ମିନିଟ୍ରେ ପୁରୁଣାକଟକ ମୁଖ୍ୟ ରାସ୍ତାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଡ଼ଠୁ ମୁଣ୍ଡ ଯାଏଁ ଘୋଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦୁଇଜଣ କାନ୍ଧରେ ବୋହି ନେଇ ଯାଉଥିଲେ।ସବୁଠାରୁ ମଜାକଥା ହେଉଛି ଡାକ୍ତରଙ୍କୁ ଦୁଇ ଦୁଇ ଥର ମୃତ ଘୋଷଣା କରିବାକୁ ପଡ଼ିଛି। ଶେଷରେ ଗାଁ ଶ୍ମଶାନରେ ଜଳିଛି ଜୁଈ। ଏପରି ବିଚିତ୍ର ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି | ତେବେ ମୃତଦେହ କୁ କାନ୍ଧରେ ବୋହିଆଣି ପହଞ୍ଚିବା ପରେ କାନ୍ଦ […]
ଆଜି ଶ୍ରୀମନ୍ଦିରରେ ବସିବ ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। କାର୍ତ୍ତିକ ମାସର ନୀତି ନିର୍ଘଣ୍ଟକୁ ଆଜି ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯିବ। ଏଥିସହ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ଏବଂ ସେହି ସମୟରେ ମହାପ୍ରଭୁଙ୍କ ଠାରେ ସ୍ବତନ୍ତ୍ର ବାଳଭୋଗ ନୀତି କିଭଳି ସମୟାନୁସାରେ କରାଯିବ ସେନେଇ ବିସ୍ତୃତ ଆଲୋଚନା ହେବ। ଶ୍ରୀମନ୍ଦିର ମୁଖ୍ୟ […]
ରାସ୍ତା ଉପରେ ପଡ଼ିଛି ଅର୍ଦ୍ଧଦଗ୍ଧ କଟାମୁଣ୍ଡ। ତେବ ଏହେ କଟାମୁଣ୍ଡଟି କାହାର ଜଣାପଡ଼ି ନାହିଁ। ବାଲେଶ୍ୱର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି। ଖନ୍ତାପଡ଼ା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ପଣାପଣା ନିକଟରେ ଆଜି ସକାଳେ ସ୍ଥାନୀୟ ଲୋକେ ଜଣେ ଅଜଣା ବ୍ୟକ୍ତିର କଟା ମୁଣ୍ଡ ଦରପୋଡ଼ା ଅବସ୍ଥାରେ ଦେଖି ଭୟଭୀତ ହେବା ସହିତ ଖନ୍ତାପଡ଼ା ପୁଲିସକୁ ଖବର ଦେଇଥିଲେ।ତେବେ କଟା ମୁଣ୍ଡଟି ଛୋଟ ପିଲାର ବୋଲି ଅନୁମାନ କରାଯାଉଛି।ତେବେ କେଉଁ ପରିସ୍ଥିତିରେ ଏକ […]
ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ ରମେଶ ଚରଣ ଜେନାଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ରମେଶଙ୍କ ଭୁବନେଶ୍ୱର କଳିଙ୍ଗନଗରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ଗୋଠପାଟଣା ଥିବା ୩ମହଲା ବିଶିଷ୍ଟ କୋଠା, ପୁରୀ ଖୁଣ୍ଟିଆ ବାଣପୁରରେ ଥିବା ପୈତୃକ ଘର, ୟୁନିଟ ୨ରେ ଥିବା ସରକାରୀ କ୍ୱାର୍ଟର୍ସ, […]
