ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ। ହିତାଧିକାରୀଙ୍କୁ ସରକାରୀ ଯୋଜନାର ସବୁ ସୁବିଧା ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ଯୋଜନା କରାଯାଇଛି। ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ସମସ୍ତ ବିଭାଗର ମିଳିତ ସହଯୋଗରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’କୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ, ଜିଲା ଓ ବ୍ଲକ ସ୍ତରରେ ତଦାରଖ […]
ଦୁର୍ଗାପୂଜା ବେଳେ ରାଜଧାନୀର ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କ ଲାଗି ବିଏମସି ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି। ମଣ୍ଡପଗୁଡ଼ିରେ ଉତ୍ତମ ପରିଚାଳନା ଓ ପରିବେଶ ସୁରକ୍ଷା ପାଇଁ କିଛି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି ବିଏମସି। ସୂଚନାମୁତାବକ ମୃଣ୍ମୟୀ ମୂର୍ତ୍ତିରେ କେବଳ ପ୍ରାକୃତିକ ରଙ୍ଗ ବ୍ୟବହାର, ପ୍ରସାଦ ସେବନ ପାଇଁ ପ୍ଲାଷ୍ଟିକ ଓ ଥର୍ମୋକୁଲ ବଦଳରେ ପତ୍ର, ଖଲି, ଠୁଙ୍ଗା ଓ ମାଟି ପାତ୍ରର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।ସେହିଭଳି ପୂଜା ମଣ୍ଡପ ପାଖରେ ଡଷ୍ଟବିନ ସୁବିଧା, […]
ଆଜି ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ଅସ୍ଥି ଭଣ୍ଡାର ବା ବୋନ୍ ବ୍ୟାଙ୍କ୍ । ପୂର୍ବରୁ ଯେତେବେଳେ କୌଣସି ବ୍ୟକ୍ତିଙ୍କର ଦୁର୍ଘଟଣା କିମ୍ବା ଦୁରାରୋଗ୍ୟରେ ମୃତ୍ୟୁ ଘଟୁଥିଲା ସେମାନଙ୍କ ଶଲ୍ୟ ମଧ୍ୟ ସତ୍କାର ହେଇଯାଉଥିଲା। କିନ୍ତୁ ଏହି ବୋନ ବ୍ୟାଙ୍କ ଆରମ୍ଭ ହେବା ପରେ ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଏକ ଆଶା ସଞ୍ଚାର କରିଛି। ଏଣିକି ଦୁର୍ଘଟଣା ଜନିତ ରୋଗୀ ଓ କାଡାଭରିକ ପ୍ରତିରୋପଣ ପାଇଁ ଆସିଥିବା ମୃତ ଦେହଙ୍କ […]
ବାରିପଦା ଟାଉନ୍ଠାରୁ ୭ କିମି ଦୂର ମଞ୍ଚାବନ୍ଧା ଶାଳ ଜଙ୍ଗଲରେ ଏପରି ଏକ କଳା ବାଘ ସଫାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଯେଉଁଠି କଳାବାଘକୁ ପାଖରୁ ଦେଖିବାର ସୁଯୋଗ ପାଇବେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ। ବର୍ଷା ଋତୁ ପରେ କଳାବାଘ ସଫାରୀ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।ପ୍ରାୟ ପଚାଶ ଏକର ଜମିରେ ବାଘ ପାଇଁ ସ୍ଵତନ୍ତ୍ର ଏନ୍କ୍ଲୋଜର ହେବ। ଆଉ ପଚାଶ ଏକର ଜମିରେ ବନ୍ୟପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରାଯିବ। ଏଥିପାଇଁ ସବୁ ପ୍ରକାର […]
ବିଲ୍ୱବରଣ ପରେ ମାଆଙ୍କୁ ଆବାହନ କରାଯାଇ ମଣ୍ଡପରେ ପୂଜା କରାଯିବ। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଏବଂ ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି। ସୁନା, ଚାନ୍ଦି ମେଢରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସଜ୍ଜିତ ହୋଇଛି। ଟ୍ବିନ୍ ସିଟିରେ ସୁଉଚ୍ଚ ତୋରଣ ସାଙ୍ଗକୁ ଚିକମିକ୍ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ । ତାସାଙ୍ଗକୁ ମୀନା ବଜାର ଦର୍ଶକଙ୍କ ମନ ମୋହୁଛି। ନୟାପଲ୍ଲୀ, ସହିଦ ନଗର, ଝାରପଡା, ରସୁଲଗଡ, ବରମୁଣ୍ଡା, ସହିଦନଗର, ଷ୍ଟେସନ ବଜାର […]
ମେଷଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି […]
ରାଜ୍ୟ ସ୍ଵାସ୍ଥ୍ୟସେବାରେ ଯୋଡି ହେଲା ଏକ ନୂଆ ଅଧ୍ୟାୟ । ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ଅସ୍ଥି ଭଣ୍ଡାର ବା ବୋନ୍ ବ୍ୟାଙ୍କ୍ । ପୂର୍ବରୁ ଯେତେବେଳେ କୌଣସି ବ୍ୟକ୍ତିଙ୍କର ଦୁର୍ଘଟଣା କିମ୍ବା ଦୁରାରୋଗ୍ୟରେ ମୃତ୍ୟୁ ଘଟୁଥିଲା ସେମାନଙ୍କ ଶଲ୍ୟ ମଧ୍ୟ ସତ୍କାର ହେଇଯାଉଥିଲା। କିନ୍ତୁ ଏହି ବୋନ ବ୍ୟାଙ୍କ ଆରମ୍ଭ ହେବା ପରେ ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଏକ ଆଶା ସଞ୍ଚାର କରିଛି। ଏଣିକି ଦୁର୍ଘଟଣା ଜନିତ ରୋଗୀ […]
ପୂଜା ପାଇଁ କମିଶନରେଟ୍ ପୋଲିସର ବ୍ୟାପକ ବନ୍ଦୋବସ୍ତ । ଉଭୟ ଟ୍ରାଫିକ ସହ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ । ପ୍ରେସମିଟ୍ରେ ପୋଲିସ କମିଶନର ଏସ୍.ଦେବଦତ୍ତ ସିଂହଙ୍କ ସୂଚନା । ଭୁବନେଶ୍ୱରରେ ୧୮୭ ପେଣ୍ଡାଲ, ମୁତୟନ ହେବେ ୩୮ ପ୍ଲାଟୁନ ପୋଲିସ । କଟକରେ ୧୬୬ ମେଢ, ମୁତୟନ ହେବେ ୪୬ ପ୍ଲାଟୁନ ପୋଲିସ । ୬ ପ୍ଲାଟୁନ ସିଆରପିଏଫ, ୩ ପ୍ଲାଟୁନ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହେବେ । ୨୦୦ ଅଫିସର ସହ ସିଏପିଏଫ […]
ଭାରତ ସରକାରଙ୍କ ଦ୍ବାରା ଆୟୋଜିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଓ ୨ ନିର୍ଦେଶକ ପୁରସ୍କାର ଗ୍ରହଣ କରିଛନ୍ତି। ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ମଧ୍ୟ ପୁରସ୍କୃତ ହୋଇଛନ୍ତି।ଏହି ପୁରସ୍କାର ସହିତ ଓଡିଆ ଚଳଚ୍ଚିତ୍ର ଇତିହାସରେ ଯୋଡି ହୋଇଛି ଆଉ ଏକ ପୃଷ୍ଠା । ଓଡିଶାରେ ଥିବା ଅନେକ ଯୁବ ପ୍ରତିଭା ଓ ଯୁବ […]
ଲଗାତାର ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏଥର ଦଶହରାରେ ପାଗ ଶୁଖିଲା ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଅଳ୍ପ କିଛି ସ୍ତାରେ ବିଜୁଳି, ଘଡଘଡି ସହ ବର୍ଷା ହୋଇପାରେ। ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ନାହିଁ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଭୁବନେଶ୍ଵର ଏବଂ କଟକ ସହରରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବାର ସମ୍ଭାବନା ରହିଛି।
ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେଲା ପାସ୍ ବ୍ୟବସ୍ଥା। ଏଣିକି ରୋଗୀଙ୍କ ସହ ଥିବା ସମ୍ପର୍କୀୟଙ୍କ ପାଇଁ ପାସ୍ ଲାଗୁ କରିଛନ୍ତି ଏସସିବି କର୍ତ୍ତୃପକ୍ଷ।ଡାକ୍ତରଙ୍କ ୱାର୍ଡ଼ ଭ୍ରମଣ ସମୟରେ ଦୁଇ ଜଣ ସମ୍ପର୍କୀୟ ରୋଗୀଙ୍କ ସହ ରହି ପାରିବେ। ଏହାପରେ ପୂର୍ବପରି ଜଣେ ହିଁ ସମ୍ପର୍କୀୟ ରୋଗୀଙ୍କ ସହ ରହିପାରିବେ ବୋଲି ସ୍ପଷ୍ଟ କରିଛନ୍ତି ଏସସିବି କୂଳସଚିବ। ଏହାରି ମଧ୍ୟରେ ରୋଗୀଙ୍କ ପାଖରେ ସହାୟକର ପରିଦର୍ଶନ ସମୟ ସକାଳ ୭.୩୦ ରୁ ୯ ଟା। […]
ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ କାରବାର ଖବର। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ମାର୍କେଟରେ କୋଟି କୋଟି ଟଙ୍କା ଛାଡିବାକୁ କଟକ ରୁ ଆସି କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସେମାନେ ଯୋଜନା ଚଳାଇବା ସହ ଦଶହରାକୁ ଆସିଥିବା ଛୋଟ ଛୋଟ ଉଠା ଦୋକାନୀ ଙ୍କୁ ଟାର୍ଗେଟରେ ରଖିଥିବା ବିଷୟ ଶୁଣିବାକୁ ମିଳିଛି। କଟକ ଜଗତପୁର […]
