ମୌସୁମୀ ଅପସାରଣ ପ୍ରକିୟା ଜାରି ରହିଥିବାରୁ ବାୟୁରେ ଆର୍ଦ୍ରତା ବଢ଼ୁଛି। ଏହା ପ୍ରଭାବରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ପରେ ଗୁଳୁଗୁଳି କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥର ଦଶହରାରେ ପାଗ ଶୁଖିଲା ରହିବ । ହେଲେ ନୟାନ୍ତ କରିପାରେ ଗୁଳୁଗୁଳିଆ ପାଗ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ରାଜ୍ୟରେ ଆସନ୍ତା ୧୦ ଦିନ […]
ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪ ଦିନ ଧରି ପଞ୍ଚକ ବ୍ରତ ପାଳନ କରାଯିବ।୧୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର। ୧୩ ରାତିରେ ଧବଳେଶ୍ୱରଙ୍କ ପାଖେ ଲାଗି ହେବ ଗଜଭୋଗ ଓ ତରଣ। ୧୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ।୧୪ ନଭେମ୍ବର ୨୦୨୪ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ […]
ମେଷ ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ। ବୃଷ ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ […]
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ୱଲପୁର ଗସ୍ତରେ ଯାଇଥିଲେ। ସେ ମହିଳା ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ଜେଲ୍ ରୋଡ୍ରେ ଥିବା ଆହାର କେନ୍ଦ୍ରକୁ ଯାଇଥିଲେ। ସାଥୀରେ ଥିଲେ ନିଜ କର୍ମଚାରୀ।ଜେଲ୍ ଛକ ନିକଟରେ ଥିବା ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ସହ ଆହାର ଭୋଜନ କରିଛନ୍ତି । ପ୍ରଥମେ ସାଧାରଣ ମଣିଷ ପରି ଲାଇନରେ ଛିଡା ହେବା ପରେ ସେ ଆହାର ଖାଇ ମାନ ପରୀକ୍ଷା କରିଛନ୍ତି । ନିଜ ଟିକେଟ କାଉଣ୍ଟର […]
ନକଲି ସାମଗ୍ରୀ ପ୍ରସ୍ତୁତିର ଆଡ୍ଡା ସ୍ଥଳ ପାଲଟିଛି କଟକ। ଯେତେ ରେଡ୍ କଲେ ବି ଥମୁନି କାରବାର। ଏହି କ୍ରମରେ ଗୁରୁବାର ଜଗତପୁରରୁ ପୁଣି ଠାବ ହେଲା ନକଲି ଘିଅ କାରଖାନା। ବନସ୍ପତିରେ ବିଭିନ୍ନ ଏସେନ୍ସ ମିଶାଇ ତିଆରି ହେଉଥିଲା ‘ବାଲ୍ଗୋପାଲ୍’ ଖାଣ୍ଟି ଗୁଆ ଘିଅ! ଆଉ ସେହି ଘଅକୁ ମାର୍କେଟକୁ ଛଡ଼ା ଯାଉଥିଲା। ଯାହାକୁ ଆମେ ଅସଲି ଘିଅ ଭାବି ଖାଉଛୁ ଓ ଠାକୁରଙ୍କ ପାଖରେ ପୂଜାରେ ବ୍ୟବହାର କରୁଛୁ। ଘିଅ କମ୍ପାନୀ ଚାଲୁଥିବା ମାଲିକକୁ […]
ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଏସବୁ ଭିତରେ ବିଏମସି ପକ୍ଷରୁ ପୂଜାକୁ ନେଇ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ସବୁ ପେଣ୍ଡାଲ ନିକଟରେ ଡଷ୍ଟବିନ୍ ରହିବ । ସମସ୍ତେ ଏଣେତେଣେ ଅଳିଆ ନପକାଇ ଡଷ୍ଟବିନରେ ହିଁ ପକାଇବେ । ଦିନକୁ ୨ ଥର ଅଳିଆ ଗାଡି ସବୁ ପେଣ୍ଡାଲ ବୁଲିବ । ଜୈବିକ ପଦ୍ଧତିରେ ପୂଜା ପେଣ୍ଡାଲ ହେବା ସହ ସୂଚନା […]
ଉଛୁଳୁଛି ହୀରାକୁଦ। କ୍ରାଷ୍ଟ ଗେଟ୍ ଦେଇ ହେଉଛି ପାଣି ଲିକ୍। ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୬୩୦ଫୁଟ ପାଣି ରହିଥିବାବେଳେ ସମସ୍ତ ଗେଟ୍ ବନ୍ଦ ଅଛି । ଫଳରେ ଉପରୁ ପାଣି ଉଛୁଳୁଛି । ଡ୍ୟାମ୍ର ଆଉଟ୍ ଫ୍ଲୋ ଓ ଇନ୍ ଫ୍ଲୋ ସମାନ ରହିଥିବା ବେଳେ ପାଣି ଉଛୁଳୁଥିବା ପ୍ରଥମଥର ଦେଖାଦେଇଛି । ବର୍ତ୍ତମାନ ଉପରମୁଣ୍ଡରୁ ୪୧ ହଜାର କ୍ୟୁସେକ ପାଣି ଆସୁଥିବା ବେଳେ ସମସ୍ତ ଗେଟ୍ ବନ୍ଦ ଫଳରେ ପାଣି ଉଛୁଳୁଥିବା ଦେଖିବାକୁ ମିଳିଛି । […]
ଗୁରୁବାର ବଣାଇଁ ବନଖଣ୍ଡ ତଥା କୁଳିପୋଷ ରେଞ୍ଜ ଅଧୀନ ଗଣିଘଷା ନିକଟରେ ଗତକାଲି ଠାରୁ ଘୂରି ବୁଲୁଥିବା ୪ଟିକିଆ ହାତୀ ପଲ ସମ୍ପର୍କରେ ସୂଚନା ପାଇ ବନବିଭାଗ ପକ୍ଷରୁ ଟ୍ରାକିଂ ଓ ଘଉଡ଼ାଇବା କାର୍ଯ୍ୟ ଚାଲିଥିଲା।ହାତୀଟି ଜଙ୍ଗଲକୁ ଯିବା ପରିବର୍ତ୍ତେ ପାଲଟା ଆକ୍ରମଣ କରିଛି। ତା’କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ଦୁଇ ଜଣ ବନ କର୍ମଚାରୀଙ୍କୁ ହାତୀଟି ଟେକି କଚାଡ଼ି ଦେଇଛି। ଏଥିରେ ୨ ଜଣ ଯାକ ବନ କର୍ମଚାରୀ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ସୁନ୍ଦରଗଡ […]
ମୋଦୀ ପଠାଇବେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା । ୧୭ ତମ କିସ୍ତିର ଅର୍ଥ ରାଶି ପ୍ରଦାନ ସରିଥିବା ବେଳେ ଆସନ୍ତା ୫ ରେ ପୁଣି ମିଳିବ ପିଏମ କିସାନ କିସ୍ତି, ପିଏମ କିସାନ ଯୋଜନାର ଏହା ୧୮ ତମ କିସ୍ତି । ପ୍ରଧାନମନ୍ତ୍ରୀ ଏହି ରାଶି ପ୍ରଦାନ କରିବେ ତେବେ କୃଷି ଭବନରେ କୃଷି ଯନ୍ତ୍ରପାତି ମାନୁଫାକଚରର ମାନଙ୍କୁ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ବୈଠକ କରିଛନ୍ତି । ରାଜ୍ୟସାରା ହେବାକୁ ଥିବା କୃଷି […]
ଉତ୍କର୍ଷ ଓ କନ୍କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରିଥିଲେ। ବୈଠକରେ ଶିଳ୍ପମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ। ହାଇକମିଶନର, ବାଣିଜ୍ୟ କମିଶନର ଓ କୂଟନୀତିଜ୍ଞ ମଧ୍ୟ ଏହି ବୈଠକରେ ସାମିଲ ଥିଲେ। ୨୦୨୫ରେ ଓଡ଼ିଶାରେ ସର୍ବବୃହତ ଶିଳ୍ପ କନକ୍ଲେଭ ହେବାକୁ ଯାଉଛି । ସେମିକଣ୍ଡକ୍ଟର, ପେଟ୍ରୋ କେମିକାଲସ, ଆଇଟିରେ ବିନିଯୋଗ ସମ୍ଭାବନା ଅଧିକ । ୨୦୪୭ ବିକଶିତ ଓଡ଼ିଶା ଗଠନରେ […]
ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ଓଡ଼ିଶାରେ ୬୯୬ କଲରାପତରିଆ ବାଘ ଥିବା ରିପୋର୍ଟରୁ ଜଣାପଡ଼ିଛି।ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ଉଠିଥିବା ୨୮୪ଟି ବାଘର ଫଟୋ, ଫୁଟ୍ ପ୍ରିଣ୍ଟ୍ ଆଦିରୁ ବାଘସଂଖ୍ୟା ଜଣାପଡ଼ିଥିବା ସୂଚନା ଦିଆଯାଇଛି। ଏନଟିସିଏ ରିପୋର୍ଟ ଅନୁସାରେ ୨୦୨୨ରେ ୫୬୮ କଲରାପତରିଆ ବାଘ ଥିବାବେଳେ ୨୦୨୪ରେ ସଂଖ୍ୟା ଥିଲା ୨୮୪। ସେହିପରି ୨୦୨୮ରେ ମୋଟ୍ ୭୬୦ କଲରାପତରିଆ ବାଘ ଚିହ୍ନଟ ହୋଇଥିଲେ। ତେବେ ଚଳିତ ଥର ବନ […]
ଗତକାଲି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ପୁଣି ଉପନିର୍ବାଚନ ଲଢିବା ପାଇଁ ଖୋଲା ସଭାରେ ରଣହୁଙ୍କାର ଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଲାଗିରହିଥିଲା ଯେ କ’ଣ ପୁଣି ଯାଜପୁର ଲଢିବେ? ତେବେ ଗୁରୁବାର ଯାଜପୁର ବିଧାୟିକା ସୁଜାତା ସାହୁ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ମୋର ଇସ୍ତଫା ଦେବାର ନାହିଁ । ମୁଁ ଇସ୍ତଫା ଦେବାର ନାହିଁ କି ପ୍ରଣବପ୍ରକାଶ ଉପନିର୍ବାଚନ ଲଢିବାର ନାହିଁ […]
