author

ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର ।

ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେଇ ସମଗ୍ର ଦେଶରେ ନିନ୍ଦିତ ହୋଇଥିବା କଟକ-ଭୁବନେଶ୍ଵର କମିଶନରେଟ୍‌ ପୁଲିସରେ ଆମୂଳଚୁଳ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମୋହନ ମାଝୀ ସରକାର।ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର ।ଆଇପିଏସ୍‌ ପ୍ରତୀକ ସିଂଙ୍କ ଜାଗା ନେଲେ ପିନାକ ମିଶ୍ର । କିଛି ଦିନ ତଳେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଥିଲେ । ୨୫ ଜଣ ଆଇପିଏସ୍‌ […]

ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ କହିଲେ ପ୍ରଣବ

ଯାଜପୁର ବିଧାନସଭା ଦେଖିପାରେ ଉପନିର୍ବାଚନ, ଇସାରା ଦେଲେ ପୂର୍ବତନ ମନ୍ତ୍ରୀ ଓ ବିଜୁ ଜନତା ଦଳର ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ (ବବି)। ସେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଓଡ଼ିଶାରେ ବିଜୁ ଜନତା ଦଳ ପଦଯାତ୍ରା କରିଛି। ଏହି ଅବସରରେ ନେତା ମାନେ ନିଜ ନିଜ ଅଞ୍ଚଳରେ ପଦଯାତ୍ରା କରିଛନ୍ତି। ଆଉ ବବି ଯାଜପୁରରେ ପଦଯାତ୍ରା ସମାବେଶରେ ଯୋଗ ଦେଇ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି […]

କିନ୍ନର ଛିଣ୍ଡାଇ ନେଲେ ବୋହୂର ଚେନ୍‌ ଜାଣନ୍ତୁ କାହିଁକି ?

ବଡ଼ ବୋହୂ ପ୍ରତି ଗ୍ରହମାନଙ୍କ ଅଶୁଭ ଦୃଷ୍ଟି ପଡ଼ିଛି। ଝଡ଼ାଫୁଙ୍କା କଲେ ଶୁଭ ଫଳ ମିଳିବ। ବୋହୂର ଦେହ ଭଲ ହୋଇଯିବ । ଏଭଳି ପ୍ରବର୍ତ୍ତାଇ ବୋହୂ ଏକୁଟିଆ ଥିବା ସୁଯୋଗରେ ତା’ ବେକରୁ ସୁନା ଚେନ୍ ଲୁଟିନେଲେ କିନ୍ନର। ତେବେ ୩/୪ ଜଣ କିନ୍ନର ଏକ ଧଳା କାରରେ ଆସିଥିଲେ ଘରକୁ। ଘରେ ଥିବା ମହିଳାମାନଙ୍କଠାରୁ ଭିକ୍ଷା ବି ମାଗିଥିଲେ । ଏଥିସହ ଘରେ ହେଉଥିବା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।ଏପରି ଏକ ଅଭାବନୀୟ ଘଟଣା […]

ଦଶପଲ୍ଲା ବନାଞ୍ଚଳ ସାକେଣି କେନ୍ଦୁ ପତ୍ର ଫଡ଼ିରେ ବଡ ଧରଣର ଲୁଟ୍ ।

ନୟାଗଡ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ସାକେଣି କେନ୍ଦୁ ପତ୍ର ଫଡ଼ିରେ ବଡ ଧରଣର ଲୁଟ୍ ।ଗତକାଲି ରାତିରେ ଏକ ପିକଅପ୍‌ ଭ୍ୟାନରେ ୧୦ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ସାକେଣି କେନ୍ଦୁପତ୍ର ଫଡ଼ିରେ ପହଞ୍ଚିଥିଲେ। ଏହି ସମୟରେ ୮ରୁ ଅଧିକ କର୍ମଚାରୀ ସେଠାରେ କାମ କରୁଥିଲେ। ଦୁର୍ବୃତ୍ତମାନେ କେନ୍ଦୁପତ୍ର ଫଡ଼ିରେ ପହଞ୍ଚି ପ୍ରଥମେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପରେ ସେମାନଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ। ତାପରେ ଦୁର୍ବୃତ୍ତମାନେ କେନ୍ଦୁପତ୍ର ଫଡ଼ିରୁ […]

ନଭେମ୍ବର ୩ରୁ ଓଜେଏସ୍‌ ମେନ୍‌ ପରୀକ୍ଷା

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସିି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍‌)-୨୦୨୩ ମେନ୍‌ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରିଲିମିନାରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୋଟ ୬୮୦ଜଣ ପରୀକ୍ଷାର୍ଥୀ ମେନ୍‌ ଦେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ରାଜ୍ୟର ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ୩ଟି ଜୋନ୍‌ରେ ପରୀକ୍ଷା କରାଯିବ। ନଭେମ୍ବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ। ପ୍ରାର୍ଥୀମାନଙ୍କୁ ଏହାର ସରକାରୀ ୱେବସାଇଟ୍ www.opsc.gov.in ନିୟମିତ ବ୍ୟବଧାନରେ ବ୍ରାଉଜ୍ କରିବାକୁ ପରାମର୍ଶ ଦେଇଛନ୍ତି।ଏନେଇ […]

୪ରେ ଲଘୁଚାପ ସମ୍ଭାବନା: ବାତ୍ୟା ଆଶଙ୍କା ନାହିଁ

ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଏହା ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ଥିବାବେଳେ ଅଧିକ ଘନୀଭୂତ ହେବା କିମ୍ବା ବାତ୍ୟା ସମ୍ଭାବନା ନ ଥିବା ଆଇଏମ୍‌ଡି ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।ଆସନ୍ତା ୨୪ ଘଣ୍ଟା […]

ଆଜିଠୁ ଆରମ୍ଭ ନବରାତ୍ରୀ ପୂଜା

ଶାରଦୀୟ ଦୁର୍ଗା ପୂଜା ଅବସରରେ ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ଏଥିଲାଗି ରାଜ୍ୟର ପ୍ରାୟ ସମସ୍ତ ଶକ୍ତିପୀଠ ଗୁଡିକ ଉତ୍ସବମୂଖର ହୋଇଉଠିଛି। ମାଆ କଟକ ଚଣ୍ତୀଙ୍କ ପୀଠରେ ଧୁମଧାମ ସହକାରେ ନବରାତ୍ର ପୂଜା ଚାଲିଛି। ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ବଢିବାରେ ଲାଗିଛି । ନିଜର ମନସ୍କାମନା ପୂରଣ ପାଇଁ ଆଜିଠାରୁ ନିଜ ନିଜ ଘରେ ମା’ଙ୍କ ସ୍ଥାପନା କରି ୯ ଦିନର ବ୍ରତ ପାଳନ ମଧ୍ୟ କରିବେ ଶ୍ରଦ୍ଧାଳୁ । […]

ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଜାତୀୟ ଶିକ୍ଷା ନୀତି -୨୦୨୦

ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଜାତୀୟ ଶିକ୍ଷା ନୀତି -୨୦୨୦ ପ୍ରଣୟନ ନେଇ ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟର ପ୍ରସ୍ତୁତି ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟ ନିର୍ବାହୀ ସଦସ୍ୟ ପ୍ରଫେସର ଡଃ. ସୁସ୍ମିତ ପ୍ରସାଦ ପାଣି ଏବଂ ପ୍ରଫେସର ଡଃ. ଅତନୁ […]

ଭକ୍ତିସଙ୍ଗୀତ ପ୍ରତିଯୋଗିତା: ଅକ୍ଟୋବର ୬ରୁ ପ୍ରଥମ ପର୍ଯ୍ୟାୟ ଅଡିସନ

ନୟାଗଡ଼(ଓଡ଼ିଶା ଦର୍ପଣ): ଗତ ବର୍ଷ ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅପୂର୍ବ ସଫଳତା ହାସଲ କରିଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୬ ତାରିଖରୁ ପୁନର୍ବାର ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ସମାଜରେ ନୂତନ ପରିଚୟ ସୃଷ୍ଟି କରାଇବା ପ୍ରୟାସରେ ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଗତ ବର୍ଷ ଠାରୁ ଏହି ଅଭିନବ ଉଦ୍ୟମ ଆରମ୍ଭ […]

ଆଜିର ରାଶିଫଳ ଜାଣନ୍ତୁ (୩ ଅକ୍ଟୋବର,୨୦୨୪)

ମେଷ :  ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି ।  ବୃଷ: ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ […]

ବନ୍ୟାପାଣିରେ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର

ବିହାରର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକାଇବାକୁ ଯାଇଥିବା ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର ବିପଜ୍ଜନକ ଭାବେ ବନ୍ୟା ପାଣିରେ ଅବତରଣ କରିବାକୁ ବାଧ୍ୟ ହୋଇଛି। ବିମାନରେ ଥିବା ଦୁଇ ଜଣ ପାଇଲଟଙ୍କ ସମେତ ତିନି ଜଣ ଲୋକ ଦୁର୍ଘଟଣା ପରେ ସୁରକ୍ଷିତ ଅଛନ୍ତି। ସୂଚନା ଅନୁଯାୟୀ, ଏହି ଘଟଣା ଅରାଇର ମଧୁବନ୍ ବେସିରେ ଘଟିଛି। ଏହି ହେଲିକପ୍ଟରଟି ଉପରୁ ରିଲିଫ ସାମଗ୍ରୀ ପକାଉଥିବା ବେଳେ ଏହାର ଏକ ବ୍ଲେଡ୍ […]

ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମ

ଚିଲିକା ହ୍ରଦ ମଧ୍ୟରେ ଥିବା ପକ୍ଷୀ ଅଭୟାରଣ୍ୟ ନଳବଣ ଓ ଚିଲିକାର ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ ମଙ୍ଗଳାଯୋଡ଼ି ଅଞ୍ଚଳର ଚିଲିକା ଆକାଶରେ ବିଦେଶାଗତ ପକ୍ଷୀମାନେ ଦଳ ଦଳ ହୋଇ ଘୂରି ବୁଲି ଚାଲିଲା ବକ୍ଷରେ ଅବତରଣ କରୁଥିବା ଦେଖିବାକୁ ମିଳିଛି।ଗତବର୍ଷ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ବିଦେଶାଗତ ପକ୍ଷୀମନେ ଚିଲିକାରେ ପାଦ ଥାପିବା ଆରମ୍ଭ କରିଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ପହିଲାରୁ ବିଦେଶାଗତ ପକ୍ଷୀମନଙ୍କ ଆଗମନ ଆରମ୍ଭ ହେଲାଣି। ବରଫାବୃତ୍ତ ଅଞ୍ଚଳ ହିମାଳୟ ସାଇବେରିଆ, ଋଷିଆ, […]