ଅଙ୍ଗନବାଡୀ କର୍ମୀଙ୍କୁ ନିସ୍ତୁକ ମାଡ ଅଭିଯୋଗ । ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିବା ଅଭିଯୋଗ । ଅଙ୍ଗନବାଡି କର୍ମୀ ମାଡରେ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଭିଯୋଗ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ମାଡ଼ ମାରିଥିବା ମହିଳାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି।ମହାପଦା ଗାଁର […]
ଆଗାମୀ ୪ ଦିନ ଯାଏ ରାଜ୍ୟରେ ଲାଗିରହିବ ବର୍ଷା । ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ଅଧିକ । ଆସନ୍ତାକାଲି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୫ ଯାଏ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ସେହିପରି ୨୨ ତାରିଖରେ ୧୭ ଜିଲ୍ଲାକୁ ପଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବିଜୁଳି ଘଡଘଡି ସହ ବର୍ଷା ହେବ। ଜିଲ୍ଲା ଗୁଡ଼ିକ ମଧ୍ୟରେ […]
କୋର୍ଟ ଚାଲାଣ ବେଳେ ଅଭିଯୁକ୍ତ ଛାତ୍ରଙ୍କ ବୟାନ । କହିଲେ ଆମ ଭିତରେ କେବଳ ଠେଲାପେଲା ହୋଇଥିଲା । ସେମାନେ ପ୍ରଥମେ ଆମକୁ ଆକ୍ରମଣ କରିଥିଲେ । ଆମର କୌଣସି ଭୁଲ୍ ନାହିଁ। ବିନା ଦୋଷରେ ଆମକୁ ଗିରଫ କରାଯାଇଛି। ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାଜଧାନୀ ଭୁବନେଶ୍ୱର ରାସ୍ତାରେ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଗଲା ବେଳେ ଆଜି ଏମିତି କହିଛନ୍ତି ୭ ଛାତ୍ର |ଗିରଫ ହୋଇଥିବା ୭ ଛାତ୍ର କହିଛନ୍ତି, ଆମେ […]
ଶୁଖିଗଲାଣି ଶ୍ରୀମନ୍ଦିର ରୋଷଘର ଗଙ୍ଗା ଓ ଯମୁନା କୂଅ। ବୋରିଂ ପାଣିରେ ରୋଷେଇ ହେଉଛି ମହାପ୍ରସାଦ।ଶ୍ରୀମନ୍ଦିର ରୋଷଘରେ ମହାପ୍ରସାଦ ପ୍ରସ୍ତୁତି ଶୈଳୀ ଓ ସ୍ବାଦ ସଂପୂର୍ଣ୍ଣ ଭିନ୍ନ। ଏଠାରେ ନିଜେ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିଥାନ୍ତି ବୋଲି ବିଶ୍ବାସ ରହିଛି। ରୋଷଘରର ରନ୍ଧନ ପ୍ରଣାଳୀଠାରୁ ଆରମ୍ଭ କରି ଚୁଲା ଓ ଅନ୍ୟାନ୍ୟ ବ୍ୟବସ୍ଥା ନିଆରା। ମାଟିପାତ୍ରରେ ଏଠାରେ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। ଚୁଲିରେ କାଠ ଜାଳି ଏହା ପ୍ରସ୍ତୁତ ହୋଇଥାଏ। ପଦ୍ମପାଖୁଡ଼ା ଭଳି ଚୁଲାରେ […]
ଡ୍ରେନ୍ ସମସ୍ୟା ପାଇଁ ବସ୍ତି ବାସିନ୍ଦାଙ୍କ ପ୍ରତିବାଦ। ଆମେ ଗନ୍ଧରେ ଶଡୁଛୁ, ଘର ଭିତରେ ଡ୍ରେନ୍ ପାଣି ପଶୁଛି। ଭଲରେ ଖାଇ ପାରୁନୁ କି ଶୋଇ ପାରୁନୁ। ଆଉ ତମେ ମାନେ ଏଠି ଏସିରେ ଆରାମରେ ବସୁଛ। ଏଭଳି କହି ବିଏମ୍ସି କାର୍ୟ୍ୟାଳୟରେ ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ କରିଛନ୍ତି ବସ୍ତି ବାସିନ୍ଦା। ହେଲେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି ବିଏମ୍ସି ମେୟର ସୁଲୋଚନା ଦାସ। ଏଥିସହ ପରିସ୍ରା କରିବାର ଭିଡିଓ ଅଛି କି […]
କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର ଘଟଣାରେ ତଦନ୍ତ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଏଡିଜି ଅରୁଣ ବୋଥ୍ରାଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି ତଦନ୍ତକାରୀ ଟିମ୍। ତେବେ ରିପୋର୍ଟରେ କ’ଣ ଉଲ୍ଲେଖ ଅଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି।ଗତ ୧୫ ତାରିଖ ରାତିରେ ବିଚ୍ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରିଥିବା ୭ ରୋଡ଼ ରୋମିଓଙ୍କୁ ଚନ୍ଦକା ପୁଲିସ ଉଠାଇ ନେଇଥିବା ବେଳେ ଆଜି ସିନ୍ ରିକ୍ରିଏସନ୍ କରିଛି। କେଉଁ ଭଳି […]
ବାଲେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏନ.ଭି ହରିହର ରାଓଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି। ସୂଚନା ଅନୁସାରେ ଶୁକ୍ରବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ.ଭି. ହରିହର ରାଓଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ, ବ୍ରହ୍ମପୁର, ଭୁବନେଶ୍ୱର, ଫୁଲବାଣୀ ଓ କେନ୍ଦୁଝର ଜିଲାର ୧୧ଟି ସ୍ଥାନରେ ଚଢାଉ […]
ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କଟକ ସହରରେ ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କମିଶନରେଟ ପୁଲିସର କଟକଣା କରାଯାଇଛି। ଆସନ୍ତା ଅକ୍ଟୋବର ୯ ତାରିଖରୁ ଦୁର୍ଗାପୂଜା ଆରମ୍ଭ ହେଉଛି। ଏଥିପାଇଁ କଟକରେ ବିଭିନ୍ନ ପୂଜା କମିଟିମାନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଥର ଜିଲା ପ୍ରଶସନ ପକ୍ଷରୁ ପୂଜାରେ ଫାୟାର ଗନ କିମ୍ବା ଲେଜର ପ୍ରଦର୍ଶନ ଉପରେ ବାରଣ କରାଯାଇଛି। ଯେଉଁ ଦୁର୍ଗାପୂଜା କମିଟି ଲେଜର […]
ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଘଟଣା । ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ ସହ ପ୍ରତିବାଦ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯିବ ସ୍ମାରକପତ୍ର । ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ଯାତନାକୁ କଡା ନିନ୍ଦା କରିବା ସହ ନ୍ୟାୟିକ ତଦନ୍ତ ଦାବି କରିଛି ବିଜୁ ଜନତା ଦଳ। ଘଟଣାରେ ପୁଲିସର ସଂପୃକ୍ତି ଥିବାରୁ ପୁଲିସ ତଦନ୍ତ ଉପରେ ଦଳର ଭରସା ନାହିଁ। ଏଥିପାଇଁ ବଚାର ବିଭାଗୀୟ ତଦନ୍ତ କରି […]
ତିରୁପତି ବାଲାଜୀ ମନ୍ଦିର ପ୍ରସାଦକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ନେଇ ବିବାଦ ଉପୁଜିଛି। ଏହି ମାମଲା ଆଦଲତାରେ ମଧ୍ୟ ପହଞ୍ଚିଛି। ଏହାରି ଭିତରେ ସଫେଇ ଦେଇଛି ଡେୟରୀ ପ୍ରଡକ୍ଟ କମ୍ପାନୀ ଅମୁଲ।ଅମୁଲ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କୁ କେବେ ବି ଘିଅ ଦିଆଯାଇ ନାହିଁ । ବିଭିନ୍ନ ସୋସିଆଲ ମିଡିଆ […]
ଦିଲ୍ଲୀ କେନ୍ଦ୍ର ଶାସିତ ପ୍ରଦେଶରେ ଆଜିଠୁ ଆତିଶୀ ସରକାର । ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ ମାର୍ଲେନା । ଅପରାହ୍ଣ ସାଢ଼େ ୪ଟାରେ ଶପଥ ଗ୍ରହଣ ଉତ୍ସବ ହେବ । ଉପରାଜ୍ୟପାଳ ବିନୟ କୁମାର ସକସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଆତିଶୀଙ୍କ ସହ ୫ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୈଳାସ ଗୋହଲତ, ଇମ୍ରାନ ହୁସେନ […]
ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ୧୩ ଟି କ୍ଲଷ୍ଟରରେ ଥିବା ସମସ୍ତ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସୂଚନା ଅନୁଯାୟୀ କୋରଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ , କବିତା ଦାସ,ସି ଆର୍ ସି ସି ଶ୍ରୀନିବାସ ରଥ […]
