ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ୧୩ ଟି କ୍ଲଷ୍ଟରରେ ଥିବା ସମସ୍ତ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସୂଚନା ଅନୁଯାୟୀ କୋରଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ , କବିତା ଦାସ,ସି ଆର୍ ସି ସି ଶ୍ରୀନିବାସ ରଥ […]
ମ୍ୟାଜିକ୍ ନମ୍ବର ଛୁଇଁଲା ହୀରାକୁଦର ଜଳସ୍ତର। ଚଳିତ ବର୍ଷ ପ୍ରଥମ କରି ହୀରାକୁଦ ଜଳସ୍ତର ସର୍ବୋଚ୍ଚ ସୀମା ଛୁଇଁଛି। ଶନିବାର ସକାଳ ୯ଟା ପରେ ଜଳସ୍ତର ମ୍ୟାଜିକ ନମ୍ବର ୬୩୦ ଫୁଟ ଛୁଇଁଛି। ଏବେ ଡ୍ୟାମ୍ ମଧ୍ୟକୁ ସେକେଣ୍ଡକୁ ୫୬ ହଜାର ୩୯୨ ଘନଫୁଟ୍ ଜଳ ପ୍ରବେଶ କରୁଛି ଓ ୩୭ ହଜାର ୩୩୪ ଘନଫୁଟ ଜଳ କେନାଲ, ଶିଳ୍ପ ଏବଂ ପାୱାର୍ ଦେଇ ନିଷ୍କାସିତ ହେଉଛି।ଉପର ମୁଣ୍ଡରେ ଜଳ ପ୍ରବେଶ ପରିମାଣ କମୁଥିବାରୁ ଓ ବର୍ଷାର […]
ଆମେରିକାର ଅନ୍ୟତମ ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟ ସିଟି ୟୁନିଭରସିଟି ଅଫ୍ ନିଉୟର୍କ (କ୍ୟୁନି)ରେ ସମାଜସେବୀ ତଥା କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନାମରେ ଏକ ଗବେଷଣା କେନ୍ଦ୍ର ସ୍ଥାପିତ ହେବାକୁ ଯାଉଛି।ଆସନ୍ତା ମାସରେ ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ ଅଫ୍ ଦି କ୍ୟୁନି କ୍ରେଷ୍ଟ ଇନ୍ଷ୍ଟିଚ୍ୟୁଟ୍ (ଏଏସ୍ଆଇଆଇସିସିଆଇ) ନାମରେ ଏହି ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ। ଏନେଇ ଶୁକ୍ରବାର ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କ୍ୟୁନି ବିଶ୍ୱବିଦ୍ୟାଳୟ ସଭାପତି ଡ. ମିଲ୍ଟନ ସାଣ୍ଟିଆଗୋ ଘୋଷଣା […]
ଶନିବାର ପୁଣି ରତ୍ନଭଣ୍ଡାରରେ ଗୁପ୍ତ ଧନ ଓ ଗୁପ୍ତ ସୁଡ଼ଙ୍ଗ ଖୋଜାଯିବ । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଶନିବାର ଠାରୁ ତିନି ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରିବ । ପ୍ରତ୍ୟେକ ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ସର୍ଭେ ହେବ । ମଙ୍ଗଳବାର ସୁଦ୍ଧା ରତ୍ନଭଣ୍ଡାରର ବୈଷୟିକ ସର୍ଭେ କାର୍ଯ୍ୟ ଶେଷ କରିବାକୁ ଏ.ଏସ୍.ଆଇ ମହାନିଦେ୍ର୍ଦଶକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ି ପତ୍ର ଲେଖି ଅନୁରୋଧ […]
ପାଟଣାଗଡ, : ଚଳିତ ବର୍ଷ ଦଶହରା ପୂଜା ବଏଲ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହରିଶଙ୍କର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ଉପଜିଲ୍ଲାପାଳ ଅମିତ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାର୍ବଜନୀନ ଦୁର୍ଗାପୂଜାନୋତ୍ସବ ପ୍ରସିଦ୍ଧ ବଏଲ ଯାତ୍ରା ପ୍ରସ୍ତୁତି ବୈଠକରେ ଏନ୍ ଏ ସି ଅଧ୍ୟକ୍ଷା ମାନସୀ ବିଶ୍ଵାଳ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେର, ତହସିଲଦାର ରୁଦ୍ରମଣି ନାଏକ,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ପ୍ରମୁଖ ଯୋଗ […]
ମେଷ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।* ବୃଷ ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବ ପୂରାତନ ତଥା ଅଗ୍ରଣୀ ଅନୁଷ୍ଠାନ କେସି କ୍ଲବର ସାଧାରଣ ପରିଷଦ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ ସଭାପତି ଭାଗିରଥି ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ କ୍ଲବର ବାର୍ଷିକ ଆୟ ବ୍ୟୟ ଉପସ୍ଥାପନ କରାଯିବା ସହିତ ଏହା ଉପରେ ସଦସ୍ୟ ମାନେ ଆଲୋଚନା କରିଥିଲେ। କ୍ଲବର ପଶ୍ଚିମ ପାର୍ଶ୍ଵରେ ସିଡ଼ିଘର ନିର୍ମାଣ ସହିତ ଉପରେ ଏକ ଡର୍ମୀଟୋରି ନିର୍ମାଣ ପାଇଁ ଏକ ପ୍ରସ୍ତାବ ଗ୍ରହଣ କରା […]
ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। ଏମ୍ସରେ ଚିକିତ୍ସାଧୀନ ପୀଡ଼ିତାଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଭୁବନେଶ୍ବର ଡିସିପିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ମାତ୍ର ଗଣମାଧ୍ୟମକୁ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଡିସିପି।ଜିରୋ ଟଲେରାନ୍ସରେ କେହି ବାଧକ ହୋଇପାରିବେ ନାହିଁ। ଯିଏ ଦୋଷୀ ସେ ଦଣ୍ଡିତ ହେବ। ଝିଅର ଅବସ୍ଥା ବହୁତ ଭଲ ଅଛି। ମାନସିକ ସ୍ତରରେ ସେ ଦୁଃଖିତ ଅଛନ୍ତି। […]
ବିଶିଷ୍ଟ ସାହିତ୍ୟ ଲେଖିକା ସରୋଜିନୀ ସାହୁ ପାଇବେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର। ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବିଶିଷ୍ଟ ବାମାବାଦୀ ଲେଖିକା ସରୋଜିନୀ ସାହୁଙ୍କୁ ପ୍ରଦାନ କରାଯିବ।୦୧୯ ମସିହାରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ସେ ଏହି ପୁରସ୍କାର ଲାଭ କରିବେ। ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ନୂଆ ବସଷ୍ଟାଣ୍ଡ ସ୍ଥିତ ଟେଷ୍ଟି ଟେଷ୍ଟି ହୋଟେଲରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାମ୍ବାଦିକ ମାନଙ୍କ ପାଇଁ ଏକ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସ୍ଥାନୀୟ ପୋଷ୍ଟ ଅଫିସରେ କଲ୍ୟାଣ ପାଣ୍ଠି ପାଇଁ ୫୦ ହଜାର ଟଙ୍କା ଜମା ରାଶି ସହିତ ଏକ ଯୁଗ୍ମ ଆକାଉଣ୍ଟ ଖୋଲାଯିବ। […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ, ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, ନୟାଗଡ ପୋଲିସ ପ୍ରଶିକ୍ଷଣ ବିଦ୍ୟାଳୟ ଠାରେ ଏସିଡ ଆକ୍ରମଣ, ନିରାକରଣ, କ୍ଷତିପୂରଣ ଏବଂ ପ୍ରବାସୀ ଶ୍ରମିକ ଙ୍କ ସମସ୍ୟା ଓ ସମାଧାନ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ପ୍ରଶିକ୍ଷଣ କେନ୍ଦ୍ର ଅଧକ୍ଷ ଭବେଶ କୁମାର ନାୟକ ସ୍ଵାଗତ ଏବଂ ଅତିଥି […]
କୋଟିକୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ତାଙ୍କ ଛତ୍ରଛାୟା ତଳେ ଘୋଡାଇ ରଖିଛନ୍ତି। ହେଲେ ତାଙ୍କୁ ଅସମ୍ମାନିତ କରାଯାଇଛି। ଯାତ୍ରା ଖଳନାୟକ କାହ୍ନା ସ୍ବାଇଁ ଖେଳଣା ପରି ଖୋଲା ମଞ୍ଚରେ ମହାପ୍ରଭୁଙ୍କ ପ୍ରତିମାର ଗୋଟିଏ ବାହୁକୁ ଝାଲାଇ ଝୁଲାଇ ନେଉଛନ୍ତି । ରଙ୍ଗମଞ୍ଚରେ ଅଭିନୟ କଲା ବେଳେ ସେ ଏପରି ଜଘଣ୍ୟ ଅପରାଧ କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଭାଇରାଲ୍ ହେବା ପରେ କାହ୍ନାଙ୍କ ନାଁରେ କଟକ ବାଦାମବାଡ଼ି ଥାନାରେ ଲିଖିତ […]
