author

ମଝି ଚିଲିକାରେ ଫସିଲା ଡଙ୍ଗା: ରହିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ

ଚିଲିକା ମଝିରେ ଯାତ୍ରୀ ନେଇ ଯାଇଥିବା ଡଙ୍ଗା ଫସିଲା । ଉଦ୍ଧାର ପାଇଁ ଆଉ ଏକ ଡଙ୍ଗା ଫସିଥିବା ଡଙ୍ଗା ନିକଟରୁ ଯାଇଥିବାର ସୂଚନା ମିଳିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟଣା ଘଟିଥିବା ସାମ୍‌ନାକୁ ଆସିଛି। ଡଙ୍ଗାରେ ୫୦ରୁ ଊଦ୍ଧର୍‌ବ ଯାତ୍ରୀ ରହିଥିବା ବେଳେ ୧୫ଟି ବାଇକ୍‌ ଥିବା ସୂଚନା ମିଳିଛି।ପୁରୀ ସାତପଡାରୁ ଜହ୍ନିକୁଦା ଘାଟ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଏଁସା ନିକଟରେ ଫସି ରହିଛି। ଖବର ପାଇ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର […]

ମୃତ OAS ଅଫିସରଙ୍କୁ ମୋଦିଙ୍କ ସୁରକ୍ଷା ଦାୟିତ୍ୱ ! ସମାଲୋଚନା କଲା ବିଜେଡି

୧୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଏନେଇ ମୋଦିଙ୍କ ସୁରକ୍ଷା ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ସବୁ ବଣ୍ଟନ କରାଯାଇଛି। ଏଥିରେ ଜଣେ ମୃତ ଓଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିବା ନେଇ ବିବାଦ ଦେଖାଦେଇଛି।ଓଏଏସ୍ ଅଫିସର ସ୍ୱର୍ଗତ ପ୍ରବୋଧ କୁମାର ରାଉତଙ୍କ ନାଁ ରହିଛି। ଭିଡ଼ ନିୟନ୍ତ୍ରଣ ଲାଗି ନିୟୋଜିତ ହେବାକୁ ଥିବା ଅଫିସରଙ୍କ ତାଲିକାରେ ତାଙ୍କ ନାଁ ଥିବା ଦେଖିବାକୁ ମିଳିଛି। ଗତ ୨୦୨୩ ଜୁଲାଇ ୧୮ ତାରିଖରେ ପ୍ରବୋଧ କୁମାରଙ୍କର ମୃତ୍ୟୁ ଘଟିଥିଲା। […]

ପ୍ରଧାନମନ୍ତ୍ରୀଙ୍କୁ ଗସ୍ତ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିଲା ୮ ଜଣିଆ SPG ଟିମ୍ ।

ଆସନ୍ତା ୧୭ରେ ମୋଦି ଭୁବନେଶ୍ୱର ଆସିବେ। ଏଥିପାଇଁ ଚଳଚଞ୍ଚଳ ପ୍ରଶାସନିକ କଳ। ତା’ପୁର୍ବରୁ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା SPG ଟିମ୍ ଭୁବନେଶ୍ୱର ପହଞ୍ଚିସାରିଛନ୍ତି।ଗତକାଲି ୮ ଜଣିଆ SPG ଟିମ୍ ସଦସ୍ୟ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ।ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିବେ ଏହି ଟିମ୍। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବାଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ପୂରା ସୁରକ୍ଷା ଭାର ସମ୍ଭାଳିବ ଏସପିଜି। ସେହିଭଳି ୩ ଦିନ ଯାଏଁ ହେଡ୍ କ୍ୱାର୍ଟର ଛାଡ଼ି ଯାଇପାରିବେନି ସରକାରୀ ବାବୁ। […]

ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ

ବାଂଲାଦେଶ ଉପକୂଳ ଅତିକ୍ରମ କଲା ଅବପାତ। ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୮ କିମି ବେଗରେ ଗତି କରୁଛି। ୪୮ ଘଣ୍ଟାରେ ବାଂଲାଦେଶ ଉପକୂଳ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ। ତେବେ ଉତ୍ତର ଓଡ଼ିଶାରେ ଶନିବାର ପ୍ରବଳ ବର୍ଷା ହୋଇପାରେ । ମୟୂରଭଞ୍ଜ ଜିଲ୍ଲାରେ ଅତି ଭୀଷଣ ବର୍ଷା ଆଶଙ୍କା ଅଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୦ରୁ ୨୦୦ ମିମି ଯାଏ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ସତର୍କ କରାଇଛି । ସେହିପରି ବାଲେଶ୍ୱର, […]

ଆଜିର ରାଶିଫଳ(୧୪ ସେପ୍ଟେମ୍ବର,୨୦୨୪)

*ମେଷ : ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।*   *ବୃଷ : ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର […]

ପ୍ରତିଯୋଗିତା ଦ୍ଵାରା ଦକ୍ଷତା ବୃଦ୍ଧି, ଗୁଣାତ୍ମକ ଶିକ୍ଷାର ବିକାଶ ହୋଇଥାଏ

ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ପ୍ରତିଯୋଗିତା ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରିବା , ଗୁଣାତ୍ମକ ଶିକ୍ଷା ର ବିକାଶ କରିବା ବୋଲି କହିଥିଲେ। ତତ୍ ସହିତ ପ୍ରତ୍ୟକ କ୍ଷେତ୍ରରେ ବିକାଶ ପାଇଁ ଆଗ୍ରହର ଆବଶ୍ୟକତା ଅଛି ବୋଲି […]

ସେପ୍ଟେମ୍ବର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହି ସମୟରେ ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ୱର ଆସି ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ “ସୁଭଦ୍ରା”ଯୋଜନାର ଶୁଭାରମ୍ଭ ସହ ଅନ୍ୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ସେଦିନ ପୂର୍ବାହ୍ନ ୧୧.୩୫ମିନିଟ୍ ସମୟରେ ଭୁବନେଶ୍ୱର […]

ପୂର୍ବତନ ଉପ ଜିଲ୍ଲାପାଳଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ

ଝାରସୁଗୁଡାର ପୂର୍ବତନ ଉପଜିଲ୍ଲାପାଳଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ । ଜେଲ୍ ସହ ୧ ଲକ୍ଷ ଟଙ୍କା ଜରିମାନା କଲେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କୋର୍ଟଙ୍କ ରାୟ ।ଅବସରପ୍ରାପ୍ତ ଉପଜିଲ୍ଲାପାଳ ହେଉଛନ୍ତି ପ୍ରଦୀପ କୁମାର ବାରିକ । । ୨୦୧୯ରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । କୋର୍ଟ ପ୍ରଦୀପ କୁମାର ବାରିକଙ୍କୁ ଦୋଷୀ ସାବ୍ୟସ୍ତ କରି ସଜ୍ଜା ଶୁଣାଇଥିବାରୁ ଏବେ ଭିଜିଲାନ୍ସ ପକ୍ଷରୁ ତାଙ୍କର ପେନସନ ବନ୍ଦ କରିବାକୁ […]

‘ଅକ୍ଟୋବର ୫ ସୁଦ୍ଧା ସବୁ ସହରର ରାସ୍ତା ମରାମତି କାମ ସରିବ’

ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ପ୍ରତ୍ୟେକ ସହରର ସମସ୍ତ ରାସ୍ତାର ମରାମତି ଓ ଉନ୍ନତୀକରଣ ନିମନ୍ତେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।ଏହା ସମାପ୍ତ ହେବା ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବରୁ କେବେ ଭୁବନେଶ୍ଵର-କଟକ ରାସ୍ତା ମରାମତି ନେଇ ସମନ୍ଵୟ ବୈଠକ ବସି ନଥିଲା। ଆମ ସରକାର ଆସିବା ପରେ ଆଜି ପ୍ରଥମ ଥର ସମନ୍ଵୟ ବୈଠକ ବସିଛି। […]

ମଡେଲ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ଏହି ଶିବିର ଆନୁଷ୍ଠାନିକ ଭାବେ କଲେଜ ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆ ଓ ସଭ୍ୟ ବାଞ୍ଛାନିଧି ପାତ୍ର ଉଦଘାଟନ କରିଥିଲେ। ନୟାଗଡ଼ ବ୍ଳକ ବ୍ୟାଙ୍କ ତରଫରୁ ରକ୍ତ ସଂଗ୍ରହରେ ନିୟୋଜିତ ଦଳର ପ୍ରାୟ ୧୨ଜଣ କର୍ମଚାରୀ ଏହି ଶିବିରରେ ଛାତ୍ରଛାତ୍ରୀ,କର୍ମଚାରୀ […]

ରାଜ୍ୟରେ ଲାଗୁ ହେବ କାମଧେନୁ ଯୋଜନା

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। ଜାତୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ଲୋକସେବା ଭବନରେ କେନ୍ଦ୍ର ପ୍ରାଣୀସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ପଶୁ ସମ୍ପଦ ବିକାଶ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ ମତ୍ସ୍ୟ ଚାଷକୁ ବ୍ୟାପକ କରିବା ପାଇଁ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ସୁଦୂରପ୍ରସାରୀ ବିକାଶ ଏବଂ ଏହାର […]

ପ୍ରଲୋଭନ ଦେଖାଇ ଅନେକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣାରେ ବିରଞ୍ଚି ନାରାୟଣ ଗିରଫ

ବିବାହ ପ୍ରଲୋଭନ ଦେଖାଇ ଅନେକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣାରେ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥଙ୍କୁ ଗିରଫ କରିଛି ରାଜ୍ୟ କ୍ରାଇମବ୍ରାଞ୍ଚ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବିରଞ୍ଚି ନାରାୟଣ ନାଥଙ୍କୁ ଗିରଫ କରିଛି, ଯିଏ ଦ୍ୱିତୀୟ ବିବାହ ସନ୍ଧାନରେ ଅନେକ ମଧ୍ୟବିତ୍ତ ପରିବାରର ମହିଳାଙ୍କୁ ଯୌନ ତଥା ଆର୍ଥିକ ଶୋଷଣ କରୁଥିଲା। ତେବେ ଅଭିଯୁକ୍ତ “ଦ୍ୱିତୀୟ ବିବାହ” କରିବା ପାଇଁ ଏକ ମ୍ୟାଟ୍ରିମୋନିଆଲ ସାଇଟରେ ନିଜର ଏକ ପ୍ରୋଫାଇଲ୍ ସୃଷ୍ଟି କରି […]