author

ଭାରତ ବିଶ୍ବର ତୃତୀୟ ପ୍ରଦୂଷିତ ରାଷ୍ଟ୍ର ଆଉ ଦିଲ୍ଲୀ…

ବାଂଲାଦେଶ ଏବଂ ପାକିସ୍ତାନ ପରେ ଭାରତ ବିଶ୍ୱର ତୃତୀୟ ସବୁଠୁ ପ୍ରଦୂଷିତ ଦେଶ। ସୁଇସ୍‌ ବାୟୁ ମାନ ପର୍ଯ୍ୟବେକ୍ଷଣ ସଂସ୍ଥା ଆଇକ୍ୟୁଏୟାର ପକ୍ଷରୁ ପ୍ରକାଶିତ ‘ଓ୍ବାଲର୍‌ଡ ଏୟାର କ୍ୱାଲିଲିଟ ରିପୋର୍ଟ ୨୦୨୩’ରେ ଏହା କୁହାଯାଇଛି। ଭାରତର ବାର୍ଷିକ ପାର୍ଟିକ୍ୟୁଲେଟ୍ ମ୍ୟାଟର (ପିଏମ୍) ୨.୫ ହାରାହାରି କ୍ୟୁବିକ୍ ମିଟର ପ୍ରତି ମାଇକ୍ରୋଗ୍ରାମ ୫୪.୪ ରହିଥିବାବେଳେ ପାକିସ୍ତାନର ୭୩.୭ କ୍ୟୁବିକ୍ ମିଟର ପ୍ରତି ମାଇକ୍ରୋଗ୍ରାମ ଏବଂ ବାଂଲାଦେଶର ୭୯.୯ କ୍ୟୁବିକ୍ ମିଟର ପ୍ରତି ମାଇକ୍ରୋଗ୍ରାମ ରହିଛି। ପିଏମ୍ ୨.୫ କଣିକାର […]

ଆଜି ହେଉଛି ବିଶ୍ବ ଘରଚଟିଆ ଦିବସ

ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ବ ଘରଚଟିଆ ଦିବସ ରୂପେ ପାଳନ କରାଯାଏ । ପ୍ରକୃତି ଓ ଜୈବ ବିବିଧତାର ଅନନ୍ୟ ସୃଷ୍ଟି ହେଉଛି ଘରଚଟିଆ। ଘରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ ଏବେ ନିଜ ଘର ଖୋଜୁଛି।ସହରର ଉଚ୍ଚ ଅଟ୍ଟାଳିକାଗୁଡ଼ିକ ମଧ୍ୟରେ ଆଉ ଶୁଭୁନି ଘରଚଟିଆମାନଙ୍କର କିଚିରିମିଚିରି ଶବ୍ଦ। ଦିନଥିଲା ଏହି ଛୋଟିଆ ପକ୍ଷୀଟି ଗାଁ, ସହରର ପ୍ରତ୍ୟେକ ଗଳିକନ୍ଦିରେ ଦେଖାଯାଉଥିଲେ। ସରଳ, ନିରୀହ ଏହି ପକ୍ଷୀଟି ସବୁବେଳେ ମଣିଷ ପାଖେପାଖେ […]

ବିଜୟ ଅମୃତ କୁଲାଙ୍ଗେ ହେଲେ ଓମ୍‌ଫେଡ୍‌ ଏମ୍‌ଡି

୨୦୧୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ପୂର୍ବତନ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ ରାଜ୍ୟ ସରକାର ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।କିଛି ଦିନ ତଳେ ତାଙ୍କୁ ହଠାତ୍ ପଦରୁ ହଟାଇ ଏକ ମାସ ଛୁଟି ଦିଆଯାଇଥିଲା । ତାଙ୍କ ସ୍ଥାନରେ ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା।ଆଉ […]

ଆଜିର ରାଶିଫଳ(୨୦ ମାର୍ଚ୍ଚ,୨୦୨୪)

* ମେଷ *ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ।  ହାତକୁ ନେଇଥିବା  ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ  ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ* *ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ […]

ଆଇନ ସହାୟତା କର୍ମୀଙ୍କ ପ୍ରଶିକ୍ଷଣ ଶିବିର

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧକ୍ଷ୍  ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶକ୍ରମେ, ଆଇନ ସହାୟତା କର୍ମୀ ଙ୍କ ନିମନ୍ତେ  ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଅଛି। ରେଜିଷ୍ଟ୍ରାର, ସିଭିଲ କୋର୍ଟ ତଥା ପ୍ରଧାନ ବିଚାରପତି କିଶୋର ନ୍ୟାୟ ପରିଷଦ ଡଃ ନିଶାକର ସାହୁ ବାଳ ଅପରାଧର ତର୍ଜମା, ବିଚାର ପ୍ରକ୍ରିୟା , ନୀତି ନିୟମ ଓ ସୁଧାର ପ୍ରକ୍ରିୟା ଉପରେ […]

ତାଳଚେର-ଗୋପାଳପୁର ନୂତନ ରେଳପଥ ମଞ୍ଜୁର ପାଇଁ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନିକଟରେ କେନ୍ଦ୍ର ସରକାର ତାଳଚେର-ଗୋପାଳପୁର ନୂତନ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ନେଇ ନୟାଗଡ଼ ଜିଲ୍ଲାରେ ଖୁସୀର ମାହୋଲ ସୃଷ୍ଠି ହୋଇଥିବା ବେଳେ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ୧୯୯୦ ମସିହାରୁ ସର୍ଭେ ଆରମ୍ଭ ହୋଇଥିବା  ୨୯୩ କିମି ଦେର୍ଘ୍ୟ ଏହି ରେଳପଥ ନିର୍ମାଣ ହେଲେ ଏହାଦ୍ୱାରା  […]

ଦୁର୍ଘଟଣା ପରେ ଭେଣ୍ଟିଲେଟରରେ ସାଉଥ୍ ଅଭିନେତ୍ରୀ ଅରୁନ୍ଧତୀ 

‘ସୈତାନ’ ଫିଲ୍ମରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ତାମିଲ ଅଭିନେତ୍ରୀ ଅରୁନ୍ଧତୀ ନାୟାର ଦୁର୍ଘଟଣାରେ ଗୁରୁତର ହୋଇ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଗତ ୧୪ ତାରିଖରେ ସେ ତାଙ୍କ ଭାଇ ସହ ବାଇକ୍‌ରେ ଚେନ୍ନାଇ-କୋଭାଲମ୍‌ ବାଇପାସ୍‌ ରୋଡ୍‌ରେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ୩ଦିନ ତଳେ ତାଙ୍କର ଦୁର୍ଘଟଣା ହୋଇଥିବା ବେଳେ ଏବେ ତାଙ୍କ ଭଉଣୀ ଅରୁନ୍ଧତୀଙ୍କ ଇନଷ୍ଟା ଆକଉଣ୍ଟରେ ଖବରଟି ଦେଇଛନ୍ତି। ସେ ଲେଖିଛନ୍ତି ଯେ, “ତାମିଲନାଡୁର ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ ପ୍ରକାଶିତ […]

ଆଜିର ରାଶିଫଳ(୧୯ ମାର୍ଚ୍ଚ,୨୦୨୪)

*ମେଷ:  *ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି ।*  *ବୃଷ,: *ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। […]

ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ: ଆଗାମୀ ସାଧାରଣ ନିର୍ବାଚନ ସମ୍ପର୍କରେ ସୂଚନା

                          ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ନୟାଗଡ଼(ଲକ୍ଷ୍ମୀଧର ସାହୁ):ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ  ସ୍ୱଧା ଦେବ ସିଂ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ୍ କରିଥିଲେ । ସର୍ବପ୍ରଥମେ ଉପସ୍ଥିତ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସ୍ୱାଗତ କରି କହିଥିଲେ ଯେ,  ଆଗାମୀ ସାଧାରଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ହେଉଥିଲେ ମଧ୍ୟ ଓଡ଼ିଶାରେ ଏହା ୪ଟି ପର୍ଯ୍ୟାୟରେ ଏବଂ ନୟାଗଡ଼ ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ଯଥା –ମେ ୨୦ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ […]

ଶ୍ରୀଜଗନ୍ନାଥ ମନ୍ଦିରରେ ତାଲା, ପରିଚାଳନା ଗତ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

         ଅବଢ଼ା ପ୍ରସ୍ତୁତିକୁ ନେଇ ବିବାଦ ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ପୁରୁଣା ସହରରେ ଅବସ୍ଥିତ  ଶ୍ରୀଜଗନ୍ନାଥ ମନ୍ଦିରରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି। ଅବଢ଼ାକୁ ନେଇ ରହିଥ‌ିବା ବିବାଦ ଏବଂ ଦେବୋତ୍ତର କର୍ମଚାରୀଙ୍କ ମନମୁଖି କାର୍ଯ୍ୟକୁ  ନେଇ ସେବାସୀ ଏବଂ ଭକ୍ତ ମହଲରେ ଅସନ୍ତୋଷ ଚରମ ସ୍ଥିତିରେ ପହଞ୍ଚିଛି । ୫୦ରୁ ଉର୍ଦ୍ଧ୍ଵ ଭକ୍ତ ଏବଂ ସେବାସୀ ନୟାଗଡ଼ ଜଗନ୍ନାଥ ମନ୍ଦିରରେ ତାଲା ପକାଇ ଧାରଣା ଦେଇଛନ୍ତି । ନୟାଗଡ଼ ଜଗନ୍ନାଥ ମନ୍ଦିରରେ ଦୀର୍ଘଦିନ ଧରି ଅବ୍ୟବସ୍ଥା […]

ଯେଉଁମାନେ ୪୨୦, ସେମାନେ ଆସନ୍ତା ଲୋକ ସଭା ନିର୍ବାଚନରେ ୪୦୦ଟି ସିଟ୍‌ ଜିତିବା କଥା କହୁଛନ୍ତି।

ଅଭିନେତା ପ୍ରକାଶ ରାଜ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ପ୍ରକାଶ ରାଜ କହିଛନ୍ତି, ଯେଉଁମାନେ ୪୨୦, ସେମାନେ ଆସନ୍ତା ଲୋକ ସଭା ନିର୍ବାଚନରେ ୪୦୦ଟି ସିଟ୍‌ ଜିତିବା କଥା କହୁଛନ୍ତି। ଭାଜପା ନେତାଙ୍କ ପକ୍ଷରୁ ଏଥର ୪୦୦ ପାର୍‌’ ସ୍ଲୋଗାନ ଦେଉଛନ୍ତି। ଦଳ ଲକ୍ଷ୍ୟ ଧାର୍ଯ୍ୟ କରିଛି ଯେ ଏଥର ଲୋକ ସଭା ନିର୍ବାଚନରେ ୪୦୦ ଆସନ ହାସଲ କରି ସରକାର ଗଠନ କରିବ। ଏହା ବେଶ ହାସ୍ୟସ୍ପଦ । ଏଥିସହ ଅଭିନେତା କହିଥିଲେ ସେ ଯେକୌଣସି ଦଳ […]

ୟୁଟ୍ୟୁବର ଏଲଭିସ୍ ଯାଦବ ଗିରଫ

ନୋଏଡାର ଏକ ରେଭ୍‌ ପାର୍ଟିରେ ସାପ ବିଷ ଯୋଗାଇବା ମାମଲାରେ ସମ୍ପୃକ୍ତ ଥିବା ୟୁଟ୍ୟୁବର ଏଲ୍‌ଭିଶ୍‌ ଯାଦବଙ୍କୁ ସ୍ଥାନୀୟ ପୋଲିସ ପଚରାଉଚରା ପରେ ରବିବାର ଗିରଫ କରିଛି। ନୋଏଡା ଡିସିପି ବିଦ୍ୟା ସାଗର ମିଶ୍ର କହିଛନ୍ତି ଯେ ନୋଏଡା ପୋଲିସ ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଦିଲ୍ଲୀ-ଏନସିଆରରେ ପାର୍ଟିରେ ମନୋରଞ୍ଜନ ପାଇଁ ସାପ ବିଷ ଦେବା ଅଭିଯୋଗରେ ଯାଦବଙ୍କ ସହ […]