author

ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ଉପରେ ରୋକୋ । 

ଆସନ୍ତା ପହିଲାରୁ ରାଜ୍ୟର ସମସ୍ତ ଅଭୟାରଣ୍ୟରେ ପ୍ଲାଷ୍ଟିକ ମନା । ରାଜ୍ୟର ସମସ୍ତ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ଓ ଇକୋ ଟୁର୍ ଅଂଚଳରେ ପର୍ଯ୍ୟଟକ ଆଉ ବ୍ୟବହାର କରିବେ ନାହିଁ ପ୍ଲାଷ୍ଟିକ । ଏନେଇ ନିର୍ଦେଶ ଜାରି କରିଛି ରାଜ୍ୟ ବନ୍ୟପ୍ରାଣୀ କାର୍ଯ୍ୟାଳୟ ।. ପର୍ଯ୍ୟଟକମାନଙ୍କୁ ପିଏ ଏବଂ ଇକୋ ଟୁର୍‌ କ୍ୟାମ୍ପରେ ପର୍ଯ୍ୟଟକଙ୍କୁ ସୁବିଧାଜନକ କରିବା ପାଇଁ ବ୍ୟାପକ ପ୍ରଚାର ପ୍ରସାର ଦିଆଯିବ ଯେ, ୧.୦୪.୨୦୨୪ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ନିଷେଧ।ବନ୍ୟପ୍ରାଣୀ (ସୁରକ୍ଷା) ଅଧିନିୟମ, […]

ଶୁଭୋଜିତଙ୍କୁ  ଦିଆଗଲା ଗାର୍ଡ ଅଫ ଅନର

କମ ବୟସରେ ୮ ଜଣଙ୍କୁ ଅଙ୍ଗଦାନ କରି ଅମର ହୋଇ ଯାଇଥିବା ଭୁବନେଶ୍ୱରର ୮ ବର୍ଷୀୟ ବାଳକ ଶୁଭୋଜିତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି। ସତ୍ୟନଗର ଶ୍ମଶାନରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ପୋଲିସ ପକ୍ଷରୁ ସୋମବାର ଶୁଭୋଜିତଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ତ୍ୟନଗର ଶ୍ମଶାନରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଓ ଉପ ଜିଲ୍ଲାପାଳଙ୍କ […]

ରାଜ୍ୟସ୍ତରୀୟ ନାଟ୍ୟମେଳାର ୪ର୍ଥ ସଂଧ୍ୟା: ପଶାପାଲି ରାଜନୀତିରେ ବାନ୍ଧି ହେଲେ ଦର୍ଶକ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗଣତନ୍ତ୍ର ଆଜି ରାଜନୈତିକ ବ୍ୟକ୍ତିମାନଙ୍କ ଦ୍ୱାରା ତା’ର ଗରିମା ହରାଇବା ସହ ସମ୍ପୂର୍ଣ୍ଣ କଳୁଷିତ । ଗୋଟିଏ ନିର୍ଦ୍ଦିଷ୍ଟ ଶ୍ରେଣୀ ବା ଗୋଷ୍ଠୀ ଦ୍ୱାରା ଗଣତନ୍ତ୍ର ଆଜି ନିୟନ୍ତ୍ରିତ । ଯେଉଁ ମାନଙ୍କ ପାଖରେ ପ୍ରଚୁର ଧନ ଅଛି ସେମାନଙ୍କର କ୍ରୀଡ଼ନକ ଭାବରେ ଗଣତନ୍ତ୍ର ନିୟନ୍ତ୍ରିତ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତିର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାର ଅଧିକାର ଅଛି ବୋଲି ସମ୍ବିଧାନ କହେ । ମାତ୍ର ସାଧାରଣ ଲୋକଟିର ପ୍ରଚୁର ଅର୍ଥ ନଥିଲେ ନା […]

ବିଜେପିର ମିଶ୍ରଣ ପୂର୍ବ: ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜେନ୍ଦ୍ର ଓ ନରେନ

ବିଜେଡି ବିଧାୟକ ପ୍ରେମାନନ୍ଦ ନାୟକ, ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ବିଜେପି ଦଳରେ ସାମିଲ ହୋଇଛନ୍ତି । ନିଜ ସମର୍ଥକଙ୍କ ଗହଣରେ ଆସି ବିଜେପି ଦଳୀୟ କାର୍ୟ୍ୟାଳୟରେ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ପ୍ରେମାନନ୍ଦ ଅକ୍ଟୋବର ୧୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ। ୨୦୦୯ ରେ ପ୍ରଥମଥର ପାଇ ତେଲକୋଇରୁ ବିଜେଡି ଟିକେଟରେ ବିଧାୟକ ଭାବେ […]

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଘଟଣା

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିଥିବା ନେଇ ସୂଚନା ମିଳିବ ପରେ ସିଂହଦ୍ବାର ପୁଲିସ ସେମାନେ ରହୁଥିବା ହୋଟେଲ ଯାଞ୍ଚ କରୁଛି। ତେବେ ୪ଜଣ ମନ୍ଦିରକୁ ପ୍ରବେଶ କରିଥିବାବେଳେ ଆଉ ୫ଜଣ ବାହାରେ ଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ପ୍ରବେଶ କରିଥିବା ୪ଜଣ ଅଣହିନ୍ଦୁଙ୍କୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀ ସେମାନଙ୍କୁ ଧରି ସିଂହଦ୍ବାର ପୁଲିସ ଜିମାରେ ଦେଇଛନ୍ତି। ପୁଲିସ ସମସ୍ତ ୯ଜଣ ଅଣହିନ୍ଦୁଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ୯ଜଣଙ୍କ ମଧ୍ୟରୁ ବାଂଲାଦେଶ ପାସପୋର୍ଟ […]

ଆଠ ବର୍ଷର ଶୁଭୋଜିତର ଅଙ୍ଗଦାନ କଲେ ପରିବାର ଲୋକେ।

ଭୁବନେଶ୍ଵର କଳ୍ପନା ଅଞ୍ଚଳର ଡାକ୍ତର ବିଶ୍ୱଜିତ ସାହୁଙ୍କ ପୁଅ ଦ୍ଵିତୀୟ ଶ୍ରେଣୀର ପାଠ ପଢୁଥିଲେ। ଏବେ ତାଙ୍କର ବାର୍ଷିକ ପରୀକ୍ଷା ହେଉଥିଲା। ଗତ ବୁଧବାର ଦିନ ପରୀକ୍ଷା ଦେବା ପାଇଁ ଶ୍ରେଣୀ ଗୃହରେ ଥିଲେ। ହେଲେ ହଠାତ୍‌ ସେ ଅସୁସ୍ଥ ହୋଇଗଲେ। ସୁବୋଜିତ ମସ୍ତିଷ୍କ ରୋଗରେ ପୀଡିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପରୀକ୍ଷା ହଲ୍‌ରେ ଥିବା ମାଡ଼ାମ ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ଶିଶୁ ଭବନରେ ଭର୍ତ୍ତି କରିଥିଲେ। ଏଥିସହ […]

ଆଜିର ରାଶିଫଳ(୪ ମାର୍ଚ୍ଚ,୨୦୨୪)

*ମେଷ: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।* *ବୃଷ: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। […]

ମହାଶିବରାତ୍ରୀରେ ବାସ୍ତୁଦୋଷରୁ ମୁକ୍ତି ପାଇଁ ଏହି କାମ କରନ୍ତୁ

ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ପବିତ୍ର ମନରେ ଆରାଧନା କଲେ ପ୍ରଭୁକୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ କଣ ନିୟମ ରହିଛି ଯାହା କରିବା ଦ୍ୱରା ଘରେ ସୁଖ ଓ ଶାନ୍ତି ଆସେ ତେବେ ଏହି ପବିତ୍ର ଦିନରେ ଭୋର୍‌ରୁ ଗଙ୍ଗାଜଳ, ମଧ୍ୟାହ୍ନରେ କ୍ଷୀର, ସନ୍ଧ୍ୟାରେ ମହୁ ଏବଂ ରାତିରେ ଘିଅରେ ପ୍ରଭୁଙ୍କର ଅଭିଷେକ କଲେ ଘରେ ସମସ୍ତଙ୍କର ମଙ୍ଗଳ ହେବା ସହ ସକାରାତ୍ମକ ଊର୍ଜ୍ଜା ବୃଦ୍ଧି ପାଇଥାଏ। ଓମ୍‌ ନମଃ ଶିବାୟ ମନ୍ତ୍ର ଜପ […]

ରାଜ୍ୟସ୍ତରୀୟ ନାଟ୍ୟମେଳାର ୩ୟ ସଂଧ୍ୟା: ସଚ୍ଚୋଟ କଳାକାରର ଆତ୍ମଲିପି ‘ମଞ୍ଚମାୟା’ ରେ ବିଭୋର ଦର୍ଶକ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ବାସ୍ତବ ଦୁନିଆଁର ସମସ୍ୟା ସବୁବେଳ ମଞ୍ଚ ଦୁନିଆକୁ ଆଘାତ କରେ । ମାତ୍ର ମଞ୍ଚ ଦୁନିଆଁ କେବେ ମଧ୍ୟ ବାସ୍ତବ ଦୁନିଆଁକୁ ପ୍ରଭାବିତ କରେନା ।  ମଞ୍ଚମାୟାରେ କଳାକାରଟି କିପରି ଭୁଲିଯାଏ ନିଜ ସଂସାର କଥା,ନିଜ ଦାୟିତ୍ୱ କଥା । ଏହା କ’ଣ ତା’ର ଦାୟିତ୍ୱ ହୀନତା ନା ଭାବପ୍ରବଣତାର ଉତ୍କଟ ପ୍ରକାଶ? ଏପରି ଏକ ଭିନ୍ନ ସ୍ୱାଦର ନାଟକରେ ଜଣେ ସଚ୍ଚୋଟ କଳାକାରର ଆତ୍ମଲିପିକୁ ନିଖୁଣ ଭାବରେ ଅଭିନୟ ମାଧ୍ୟମରେ ପରିପ୍ରକାଶ କରାଯାଇଥିଲା […]

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗେଲୁରୁକୁ ୭ ୱିକେଟ୍‌ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । 

ଓମେନ୍ସ ପ୍ରିମିୟର ଲିଗ୍‌ର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ପରାସ୍ତ କରିଛି। ଆରସିବି ୨୦ ଓଭରରେ ୬ ଉଇକେଟ ହରାଇ ୧୩୧ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୫.୧ ଓଭରରେ ୩ ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରି ନେଇଥିଲା। ଏହି ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଛି ।

ଅମ୍ବାନୀଙ୍କ ବିବାହ ଉତ୍ସବରେ ଖାଦ୍ୟ ପରଷୁଛନ୍ତି ଅମୀର-ଅମିତାଭ ବଚ୍ଚନ

ଦେଶର ସବୁଠାରୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀ। ବର୍ତ୍ତମାନ ସେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଛି। ମାର୍ଚ୍ଚ ୧ରୁ ୩ ଯାଏଁ ବିବାହର ପ୍ରି-ୱେଡିଂ କରାଯାଉଛି । କହିବାକୁ ଗଲେ ବିବାହ ଜୁଲାଇ ମାସରେ ହେବ । ଏହି କାର୍ଯ୍ୟରେ ବଲିଉଡ ତାରକାମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ନିକଟରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଠି ଅମ୍ବାନୀ ପରିବାର ବିବାହ ଉତ୍ସବରେ ବଲିଉଡର ବିଗ୍‌ […]

ଆଜିର ରାଶିଫଳ(୩ ମାର୍ଚ୍ଚ,୨୦୨୪)

*ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।* *ବୃଷ:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି […]