author

ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପ୍‌ଝିପ୍ ବର୍ଷା

ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ ହୋଇଛି। ଶନିବାର ରାତିରେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଅଛି । ଆସନ୍ତା ୬ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରା ଅପେକ୍ଷାକୃତ କମ୍‌ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲାରେ ଘଡଘଡ଼ି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଝିପିଝିପି ବର୍ଷା ହେବା […]

ଏଣିକି ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ବ୍ୟାନର।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ବିଏମସି । ଏଣିକି ଆଉ ରାଜଧାନୀର କାନ୍ଥ ବାଡ଼ରେ ଲାଗିବ ନାହିଁ କୌଣସି ଦଳର ପୋଷ୍ଟର, ବ୍ୟାନର ଓ ୱାଲ ପେଣ୍ଟିଂ। ଯେଉଁ ଦଳ ଗୁଡିକ ନିଜ ଦଳ ଓ ନେତାଙ୍କର ମାଇଲେଜ୍ ପାଇଁ ପୋଷ୍ଟର, ବ୍ୟାନର ଲଗାଇବା କିମ୍ବା ୱାଲ୍ ପେଣ୍ଟିଂ କରିଛନ୍ତି ସେଗୁଡିକ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଛି ବିଏମସି ।କାନ୍ଥରେ ଲେଖାଯାଇଥିବା ଦଳୀୟ ସ୍ଲୋଗାନକୁ ମଧ୍ୟ ହଟାଯିକୁ ବିଏମ୍‌ସି କମିଶନର କହିଛନ୍ତି। […]

ଆଜିର ରାଶିଫଳ(୨୪ ଫେବ୍ରୁଆରୀ,୨୦୨୪)

*ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।*  *ବୃଷ : ଆଜି ନିଜର ଉତ୍ସାହ ଗୁଣ  ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]

ରାକୁଲ-ଜ୍ୟାକିଙ୍କୁ ବିବାହର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ରକୁଲ୍ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀ ପରସ୍ପରଙ୍କୁ ଜୀବନସାଥି କରିଛନ୍ତି । ଦୁହେଁ ବୁଧବାର ପରିବାର ଏବଂ ନିଜ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁଇ ସେଲିବ୍ରେଟିଙ୍କ ବିବାହ ଫଟୋ ସାମନାକୁ ଆସିବା ପରେ ଏବେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି ।ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କୁ ସେମାନଙ୍କ ବିବାହ ଅଭିନନ୍ଦନ ଜଣାଇଛନ୍ତି। ସେହି ପୋଷ୍ଟଟି […]

ବଢ଼ିଲା ମେୟର, ଡେପୁଟି ମେୟର ଓ କର୍ପୋରେଟରଙ୍କ ଭତ୍ତା

ଭୁବନେଶ୍ବର ମହାନଗର ନିଗମ (ବଏମ୍‌ସି)ର କର୍ପୋରେଟରମାନଙ୍କର ମିଟିଂ ଭତ୍ତା ବୃଦ୍ଧି ହୋଇଛି । କର୍ପୋରେଟରଙ୍କ ଭତ୍ତା୧୦ ହଜାର କରାଯାଇଛି। ପ୍ରତି କର୍ପୋରେଶନ ମିଟିଂ ପିଛା କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ମିଳିବ।କର୍ପୋରେସନ ବୈଠକ ପାଇଁ ମେୟର ଭତ୍ତା ହେଲା ୫୦ ହଜାର ରଖାଯାଇଥିବାବେଳେ ଡେପୁଟି ମେୟର ପାଇବେ ୨୫ ହଜାର ଟଙ୍କା।ଏହି କ୍ରମରେ ମେୟର ସୁଲୋଚନା ଦାସଙ୍କ ମିଟିଂ ଭତ୍ତା ମଧ୍ୟ ବଢ଼ିଛି। ଏନେଇ କର୍ପୋରେଶନ ବୈଠକରେ ନିଷ୍ପତ୍ତି ହୋଇଛି। ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ […]

ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ତାଲିମ ଓ ପ୍ରସ୍ତୁତି ବୈଠକ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):  ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପ୍ରସ୍ତୁତି ନିମନ୍ତେ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ଡି.ପି.ଆର.ସି. ସଭାଗୃହରେ ଆୟୋଜନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ ସଭାପତିତ୍ୱ କରିଥିଲେ । ସମ୍ବଳ ବ୍ୟକ୍ତିତ୍ଵ ଭାବରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀମତୀ ତପତି ରାଜ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧ୍ୟାକାରୀ ଡା.ନୌସଦ୍ ଅଲ୍ଲୀ ଖାଁ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର […]

ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ, ୧୧ ଶହ ଏକର ଜମି ଚିହ୍ନଟ

ଭୁବନେଶ୍ବର,(ଓଡ଼ିଶା ଦର୍ପଣ): ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ ୟୁନିଟ।ରାଜ୍ୟରେ ସ୍ଥାପନ ହେବ ପ୍ରଥମ ଟିଟାନିୟମ ଓ ଏରୋସ୍ପେସ କମ୍ପୋନେଣ୍ଟ ମାନୁଫାକ୍ଚରିଂ ୟୁନିଟ୍। ଏଥିଲାଗି ଆଜି ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କଲା କଲ୍ୟାଣୀ ଷ୍ଟିଲ ।ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଉପସ୍ଥିତିରେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ସୂଚନାନୁଯାୟୀ, ଢେଙ୍କାନାଳ ଗଜମରାରେ ଏହି ସମନ୍ବିତ ପ୍ରକଳ୍ପ ହେବ। ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ ହୋଇଛି। ଆସନ୍ତା ସେପ୍ଟେମ୍ବରରୁ […]

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସବ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶିକ୍ଷା ବ୍ୟବସ୍ଥାରେ ଅଂଶ ଗ୍ରହଣ କାରୀଙ୍କ ପାଇଁ ରାଜ୍ୟ ସରକାର ୨୦୨୨ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆରମ୍ଭ କରିଥିଲେ। ଏହି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦ୍ବାରା ୫୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ୧୫ ଶହ ଶିକ୍ଷକ, ସ୍କୁଲ ପରିଚାଳନା କମିଟି, ଆଲୁମିନି, ଗ୍ରାମପଞ୍ଚାୟତ ଏବଂ ଜିଲ୍ଲା ପ୍ରଶାସକଙ୍କୁ ସମ୍ମାନିତ କରାଯାଉଛି। ଏନେଇ ନୟାଗଡ଼ ଷ୍ଟାଡିୟମଠାରେ ଗୁରୁବାର ଜିଲ୍ଲାସ୍ତରୀୟମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ […]

ଜିଲ୍ଲା ଲାଇବ୍ରେରୀ ‘ଅଧ୍ୟୟନ’ ଉଦଘାଟିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ପାଠାଗାର ‘ଅଧ୍ୟୟନ’ ଆଜି ଲୋକାର୍ପିତ ହୋଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲାପାଳ ସ୍ବଧାଦେବ ସିଂ ଯୋଗ ଦେଇ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଦକ୍ଷିଣକାଳୀଙ୍କ ମଣ୍ଡାବାଗନ ପଡ଼ିଆରେ ଏକ ସଭା ଆୟୋଜନ ହୋଇଥିବା ବେଳେ ନୟାଗଡ଼ ବିକାଶ ଓ ଉନ୍ନତୀ ଏବଂ ପାଠାଗାର ସମ୍ପର୍କିୟ ବୃତ୍ତଚିତ୍ର ଦ୍ବାରା ଜନସାଧାରଣ ଦୃଷ୍ଟି ଆକର୍ଷଣ କରାଯାଇଛି […]

ହୋଇପରେ ବାରବାଟୀ ଷ୍ଟାଡିୟମରେ ହେବ ଆଇପିଏଲ ମ୍ୟାଚ!

କଟକ ବାଟବାଟୀ ଷ୍ଟାଡିମୟକୁ ମିଳିପାରେ ଚଳିତ ବର୍ଷ ଆଇପିଏଲ ମ୍ୟାଚ୍ । ବାରବାଟୀ ଷ୍ଟାଡିୟମରେ ଆପିଏଏଲ୍ ମ୍ୟାଚ୍ ଆୟୋଜନ ନେଇ ଖବର ସରବହାର ସଂସ୍ଥା ଏଏନଆଇ ସୂତ୍ରରୁ ଜଣାପଡ଼ିଛି । ବିଗତ ଦିନରେ ମଧ୍ୟ ଏଠାରେ ଆଇପିଏଲ ମ୍ୟାଚ ଆୟୋଜିତ ହୋଇଛି । ବାରବାଟୀ ଷ୍ଟାଡିୟମରେ ମୋଟ ୭ଟି ଆଇପିଏଲ ମ୍ୟାଚ ଖେଳାଯାଇଛି। ତେବେ ୨୦୧୪ରେ ଶେଷଥର ପାଇଁ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ଖେଳାଯାଇଥିଲା । ଇଣ୍ଡିଆନ ପ୍ରିମିୟର ଲିଗ୍‌ର ପୂର୍ବତନ ଫ୍ରାଞ୍ଚାଇଜ ଡେକାନ ଚାର୍ଜର୍ସ, […]

୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ଫିଙ୍ଗିବାରୁ ଜଣେ ଯୁବକଙ୍କୁ ଥାନାରେ ଅଟକ 

ବେଲଗୁଣ୍ଠା ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ଫିଙ୍ଗିବାରୁ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି। ସଂପୃକ୍ତ ଯୁବକ ଜଣଙ୍କ କଂଗ୍ରେସ ଦଳର ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଅପରାହ୍ନରେ ୫ଟି ଅଧ୍ୟକ୍ଷ ପାଣ୍ଡିଆନ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବେଲଗୁଣ୍ଠାରେ ଓହ୍ଲାଇଥିଲେ। ସେଠାରୁ କାର୍ଯ୍ୟକ୍ରମସ୍ଥଳକୁ ଯିବା ବେଳେ ହଠାତ୍‌ ଜଣେ ଯୁବକ ପଶି ଆସି ତାଙ୍କୁ ଟମାଟୋ ଫିଙ୍ଗିଥିଲେ। ଉପସ୍ଥିତ ସୁରକ୍ଷୀ କର୍ମୀ ଓ ପୋଲିସ ସଂପୃକ୍ତ […]

ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟ, ନଯାଗଡ଼ରେ ଆଇନ ସଚେତନତା

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ବିଦ୍ୟାଳୟ ଅଧ୍ୟକ୍ଷ  ଭବେଶ କୁମାର ନାୟକ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଡ଼କ ସୁରକ୍ଷା ଏବଂ ତଦ ଜନିତ ଆଇନ, ପରିବର୍ତ୍ତିତ କ୍ଷତିପୂରଣ ଧାରା ଏବଂ ବିଭିନ୍ନ ପ୍ରକାରର ଶ୍ରମ ଏବଂ ଶ୍ରମିକ […]