author

ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ ବନ୍ଧା ହେଲା ଡାକ୍ତର

ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ ବନ୍ଧା ହେଲା ଡାକ୍ତର। ଅଭିଯୁକ୍ତ ଡାକ୍ତର ଅବିନାଶ ମହାନ୍ତି ଉମରକୋଟରୁ ଗିରଫ କଲା ପୁଲିସ। ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଜଣେ ମହିଳା ଡାକ୍ତର ଅବିନାଶ ମହାନ୍ତିଙ୍କ ବିରୋଧରେ ପ୍ରତାରଣା, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ବିପୁଳ ପରିମାଣର ସୁନା ଗହଣା ହାତେଇ ନେଇଥିବା ନେଇ ଅଭିଯୋଗ କରିଥିଲେ। ପରେ ଅନ୍ୟ ଯୁବତୀଙ୍କ ସହ ବିବାହ ସ୍ଥିର କରି ମହିଳାଙ୍କ ଠାରୁ ଦୂରେଇ ଯାଇଥିଲେ । ଏନେଇ […]

୪୮ ଘଣ୍ଟାରେ ସାରା ରାଜ୍ୟ ଛୁଇଁବ ମୌସୁମୀ; ୫ ଦିନ ଯାଏ ଲାଗି ରହିବ ବର୍ଷା

ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସାରା ଓଡିଶା ଛୁଇଁବ । ରାଜ୍ୟରେ ଟ୍ରପ ଲାଇନ ସହ କାଳବୈଶାଖୀ ଯୋଗୁ ବର୍ଷା ହେଉଥିବା ବେଳେ ଆହୁରି ୫ ଦିନ ଯାଏ ବର୍ଷା ଲାଗି ରହିବ ବୋଲି ପାଣାପାଗ ବିଭାଗ ପୂର୍ବାନୁମାନ କରିଛି ।ଆଜି ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଭାରି ବର୍ଷା ହୋଇପାରେ । ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି […]

ଲକ୍ଷ୍ନୌର କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ୧୬ ଛାତ୍ରଛାତ୍ରୀ

ଲକ୍ଷ୍ନୌରେ ଭୟାବହ ଅଗ୍ନିକାଣ୍ଡ । ୧୬ ଜଣଙ୍କ ମୃତ୍ୟୁ ହୋଇଛି, ଏକାଧିକ ଗୁରୁତର । ସୂଚନା ଅନୁସାରେ ନିଆଁ ଏତେ ଭୟଙ୍କର ଥିଲା ଯେ ଭିତରେ ଥିବା ଛାତ୍ରଛାତ୍ରୀମାନେ ବାହାରକୁ ଆସିବା ସମ୍ଭବ ହୋଇନଥିଲା । ପ୍ରାଣ ବିକଳରେ କିଛି ଛାତ୍ରଛାତ୍ରୀ କୋଠାର ପ୍ରଥମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତି ଝରକା ବାଟେ ବାହାରକୁ ଆସି ବଞ୍ଚିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ […]

କୀର ଷ୍ଟାର୍ମରଙ୍କ ଇସ୍ତଫା ପରେ ଆଣ୍ଡି ବର୍ନହାମ ଜୁଲାଇ ୧୭ ସୁଦ୍ଧା ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ!

ଇସ୍ତଫା ଦେଲେ ବିଟ୍ରିଶ ପ୍ରଧାନମନ୍ତ୍ରୀ। ସୋମବାର ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ନିଜେ ଇସ୍ତଫା ନେଇ ଘୋଷଣା କରିଛନ୍ତି।ଲେବର ପାର୍ଟି ମଧ୍ୟରେ ବିଦ୍ରୋହର ସମ୍ମୁଖୀନ ହେବା ପରେ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି। ଜୁଲାଇ ୨୦୨୪ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କିର୍ ଷ୍ଟାରମର ଲେବର ପାର୍ଟିକୁ ବିପୁଳ ବିଜୟ ଦେଇ ପ୍ରଧାନମନ୍ତ୍ରୀ ହୋଇଥିଲେ । ମାତ୍ର ବିଗତ ଦୁଇ ବର୍ଷ ମଧ୍ୟରେ ତାଙ୍କର ଏବଂ ପାର୍ଟିର ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି । ଗତ ୧୦ […]

UG ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ ପ୍ରକାଶ :ରେଭେନ୍ସା ଆଗରେ

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ । ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ବାହାରିଲା ପ୍ରଥମ କଟ୍ ଅଫ୍ । କଳା, ବାଣିଜ୍ୟ, ବିଜ୍ଞାନ ବର୍ଗରେ ରେଭେନ୍ସା ଆଗରେ ।ରେଭେନ୍ସା କଳା (ରାଜନୀତି ବିଜ୍ଞାନ) କଟ୍ ଅଫ୍ ୯୪.୫୦%। (ବିଜ୍ଞାନରେ) ଫିଜିକ୍ସ ୯୬.୫୦%, ଜୁଲୋଜି ୯୪.୮୩%।ବାଣିଜ୍ୟରେ ମଧ୍ୟ ରେଭେନ୍ସା ଆଗରେ ରହିଛି। ଏଥିରେ କଟ୍ ଅଫ୍ ଯାଇଛି ୮୯.୧୭%।ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଆବେଦନ କରିଥିବା ୨, ୩୭, ୨୦୦ ଆବେଦନକାରୀଙ୍କ […]

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ CMRFରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।ସୂଚନାଯୋଗ୍ୟ ଯେ ଦୁର୍ଘଟଣାଗ୍ରସ୍ତ ଶ୍ରମିକମାନଙ୍କ ସହାୟତା ପାଇଁ ଓଡ଼ିଶା ସରକାର ନିରନ୍ତର ତାମିଲନାଡୁ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି।ଗତକାଲି ଓଡ଼ିଶାର ମୁଖ୍ୟ ଶାସନ ସଚିବ […]

ଆଇନଜୀବୀଙ୍କ ପାଇଁ ସହାୟତା ରାଶିରେ ୪୦ ପ୍ରତିଶତ ବୃଦ୍ଧି

ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ଆଇନଜୀବୀମାନଙ୍କ ସହାୟତା ପରିମାଣ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇନଜୀବୀମାନଙ୍କ ପାଇଁ ଏହି ସହାୟତା ରାଶିର ପରିମାଣ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଅବସର ନେଇଥିବା କିମ୍ବା ଦେହାନ୍ତ ହେବା କ୍ଷେତ୍ରରେ ରାଜ୍ୟ କଲ୍ୟାଣ ପାଣ୍ଠିରୁ ପରିବାରକୁ ସହାୟତା ରାଶି ପ୍ରଦାନ କରାଯିବ। ଏହାଦ୍ବାରା ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ହଜାର ହଜାର ଆଇନଜୀବୀ ମାନେ ଉପକୃତ ହୋଇପାରିବେ। ସୂଚନାଯୋଗ୍ୟ ଯେ, ଶେଷଥର ପାଇଁ […]

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ; ୫ ଓଡ଼ିଆ ମୃତ, ସରକାର ଦେବେ କ୍ଷତିପୂରଣ

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ଏକ ବଡ ଓ ଦୁଃଖଦ ଖବର ସୋମବାର ସାମ୍ନାକୁ ଆସିଛି। ଏଥିରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରମ ବିଭାଗ ଓ ତାମିଲନାଡୁ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଉଛି । ମୃତ ଶ୍ରମିକମାନଙ୍କ ପରିଚୟ ସୁନିଶ୍ଚିତ କରାଯାଇଛି ଏବଂ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ […]

ବିନା ଟିକେଟରେ ଟ୍ରେନରେ ଉଠିଲେ ଦି’ଗୁଣା ଫାଇନ, ଭିକ୍ଷା ମାଗିଲେ ବି ଜରିମାନା

ଜନ ବିଶ୍ବାସ ଅଧିନିୟମ ୨୦୨୬ରେ ବାଜିଲା ମୋହର । ଏଣିକି ଟ୍ରେନ କିମ୍ବା ରେଳ ପ୍ଲାଟଫର୍ମରେ ଖାଦ୍ୟ କିମ୍ବା ଅନ୍ୟ କୌଣସି ସାମଗ୍ରୀ ବିକ୍ରି କରିପାରିବେନି ବୁଲା ବିକାଳି । ଏପରିକି ଭିକ୍ଷାବୃତ୍ତି ଉପରେ ବି ରୋକ ଲାଗିଛି । ରେଳବାଇ ଅଧିନିୟମର ଧାରା ୧୩୭ ଅନ୍ତର୍ଗତ ରେଳ ପ୍ରଶାସନକୁ ପ୍ରତାରିତ କରିବା ଉଦ୍ଦେଶ୍ୟରେ ବୈଧ ଟିକେଟ୍ କିମ୍ବା ପାସ୍ ନଥାଇ ଯାତ୍ରା କରିବା ବା ଯାତ୍ରା କରିବାକୁ ଚେଷ୍ଟା କରିବା କ୍ଷେତ୍ରରେ ଦେୟ ଥିବା ସର୍ବନିମ୍ନ […]

ରାଜ୍ୟସଭା କ୍ରସ୍‌ ଭୋଟିଂ ଅଭିଯୋଗ ଘଟଣା , ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣା। ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗରେ ଆଠ ଜଣ ବିଧାୟକଙ୍କ ବିରୋଧରେ ବିଜେଡ଼ି ଏହି ଆବେଦନ ଦାଖଲ କରିଥିଲା । ସୁବାସିନୀ ଜେନା, ସୌଭିକ ବିଶ୍ବାଳ, ଚକ୍ରମଣି କହଁର, ସନାତନ ମହାକୁଡ଼, ନବ କିଶୋର ମଲ୍ଲିକ, ଅରବିନ୍ଦ ମହାପାତ୍ର, ରମାକାନ୍ତ ଭୋଇ ଓ ଦେବିରଞ୍ଜନ ତ୍ରିପାଠୀଙ୍କ ବିରୋଧରେ କରାଯାଇଥିବା ଅଯୋଗତ୍ୟା […]

୫୨ ବର୍ଷରେ ପଦାର୍ପଣ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ !

ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ଥାଲାପତି ବିଜୟଙ୍କ ଆଜି ୫୨ ତମ ଜନ୍ମଦିନ । ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ ବର୍ତ୍ତମାନ ଚଳଚ୍ଚିତ୍ର ଦୁନିଆ ପରେ ରାଜନୀତି ମୈଦାନରେ ମଧ୍ୟ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ । ତାଙ୍କ ଜନ୍ମ ଦିନକୁ ନେଇ ରାଜ୍ୟବ୍ୟାପୀ ତାଙ୍କ ସମର୍ଥକ ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ଯଥେଷ୍ଟ ଉତ୍ସାହ ଦେଖିବାକୁ ମିଳିଛି । ଲୋକ ସଭାରେ […]

ରାଜ୍ୟର ଲକ୍ଷାଧିକ ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଏକାଥରେ ମିଳିଲା ଦୁଇ ମାସର ଭତ୍ତା ରାଶି

ରାଜ୍ୟର ଲକ୍ଷାଧିକ ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର । ରାଜ୍ୟର ୧୭ ଲକ୍ଷ ୬୦ ହଜାର ୪୩୫ ଜଣ ଭତ୍ତା ହିତାଧିକାରୀଙ୍କୁ ଏକାଥରେ ଏପ୍ରିଲ୍ ଓ ମେ ମାସର ଭତ୍ତା ରାଶି ପ୍ରଦାନ କରାଯାଇଛି । ଜୁନ୍ ମାସର ଭତ୍ତା ପ୍ରଦାନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାରେ ଭତ୍ତା […]