ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ ପାଇଁ କଠୋର ହେଲେ କେନ୍ଦ୍ର ସରକାର। ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କଲେ କେନ୍ଦ୍ର ସଡ଼କ ଓ ଜାତୀୟ ରାଜପଥ ମନ୍ତ୍ରାଳୟ।କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, 1989ର ନିୟମ 167 ଓ 167A ସଂଶୋଧନ କଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାର ଦ୍ୱାରା Central Motor Vehicles Rules, 2026 ନେଇ ଗେଜେଟ ନୋଟିଫିକେସନ ଜାରି। ଏହି ନୂଆ ଆଇନ 1 ଜାନୁଆରୀ 2026 ରୁ ଲାଗୁ।କୌଣସି […]
ପୁଲିସ ଏସଆଇ ନିଯୁକ୍ତି ଜାଲିଆତି ମାମଲାରେ ଆଜି କୋର୍ଟରେ ଶୁଣାଣି ହୋଇଛି । ଏହି ମାମଲାର ଶୁଣାଣି କରି କୋର୍ଟ ମୋଟ୍ ୯ ଜଣଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚାଇଛନ୍ତି । ଆସନ୍ତା ଫେବୃଆରୀ ୧୬ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି ।ପୋଲିସ ଏସଆଇ ପରୀକ୍ଷା ସ୍କାମ ଘଟଣାରେ ଗିରଫ ୯ ଜଣ ଜାମିନ ଆବେଦନ କରିଥିଲେ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମୋଟ ୯ ଜଣ ଅଭିଯୁକ୍ତ ଜାମିନ ଆବେଦନ କରିଥିଲେ। ମାନ୍ୟବର ହାଇକୋର୍ଟ ମାମଲାର ଶୁଣାଣି […]
ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ମିଳିଲା ଟଙ୍କା । ସୁଭଦ୍ରା ଯୋଜନାରେ ନୂଆରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଆଜି ମିଳିଛି ପ୍ରଥମ କିସ୍ତି । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ସୁଭଦ୍ରା ଟଙ୍କା ଆକାଉଣ୍ଟ ଗଲା । ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ମଧ୍ୟ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି ।ସୂଚନାଥାଉକି ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ […]
ପୁରୀ ଜିଲାର ୭୨ଜଣ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢୀ ସୂଚନା ଦେଇଛନ୍ତି । ସାପ କାମୁଡା ଓ ଜଳପ୍ରପାତ ସଚେତନତା ଶିବିର ପାଇଁ ନିର୍ଦ୍ଦେଶ ଥିଲା । ସଚେତନତା ପାଇଁ ପ୍ରଧାନଶିକ୍ଷକଙ୍କୁ ୪୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଶିବିର ନେଇ କୌଣସି ସୂଚନା ଦେଇନଥିବାରୁ ଡିଇଓ ଏହି କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ।
ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିସନ । ଓଡ଼ିଶ ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ବାଚନ କମିସନ ଚିଠି ଲେଖିଛନ୍ତି । ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ଟି ଆସନ, ମହାରାଷ୍ଟ୍ରର ୭, ତାମିଲନାଡୁ ଓ ବିହାରର ୬, ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ, ଆସାମର ୩, ତେଲଙ୍ଗାନା, ଛତିଶଗଡ଼ ଓ ହରିୟାଣାର ୨ଟି ଆସନ ଖାଲି […]
ଆସନ୍ତା ୨ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ୫ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବୃଆରୀ ୨ ତାରିଖରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ରେ ଭୁବନେଶ୍ୱରରେ ପହଞ୍ଚି ରାତ୍ରୀ ଯାପନ କରିବେ ରାଷ୍ଟ୍ରପତି। ୩ ତାରିଖରେ ଫକୀରମୋହନ ୟୁନିଭର୍ସିଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିଭଳି ୪ ତାରିଖରେ ଯାଜପୁରରେ ମା ବିରଜାଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ୫ ଓ ୬ ତାରିଖରେ […]
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାକୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କରିଛନ୍ତି। ଏହି ନିଷେଧାଜ୍ଞା ଖାଦ୍ୟ ସୁରକ୍ଷା ଓ ମାନକ ଆଇନ–୨୦୦୬ ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରୟ ଉପରେ ପ୍ରତିବନ୍ଧ ଓ ନିୟନ୍ତ୍ରଣ) ବିଧି–୨୦୧୧ ର […]
ପ୍ରେମରେ ବିଫଳ ହେବା ପରେ ବାଛିଥିଲେ ଭୁଲ୍ ବାଟ। ମହିଳାଙ୍କ ନାଁରେ ଫେକ୍ ଆଇଡି ଖୋଲି କରିଥିଲେ ପୋଷ୍ଟ। ଅଭିଯୁକ୍ତ ପ୍ରତୀକ ମିଶ୍ରକୁ ବାନ୍ଧିଲା ସିଂହଦ୍ୱାର ଥାନା ପୋଲିସ । ପ୍ରେମରେ ବିଫଳ ହେବା ପରେ ପ୍ରେମିକାକୁ ବଦନାମ କରିବାକୁ କରିଥିଲା ଷଡ଼ଯନ୍ତ୍ର । ସଂପୃକ୍ତ ବ୍ୟକ୍ତି ଜୁଲିରାଣୀ ପଣ୍ଡା ନାମକ ମହିଳାଙ୍କୁ ଏପାଖିଆ ପ୍ରେମ କରୁଥିଲେ। ସେ ରାଜି ନ ହେବାରୁ ତାଙ୍କୁ ପାନେ ଦେବାକୁ ଯୋଜନା କରିଥିଲା ।ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ […]
ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି ଅର୍ଥ ପାଇବେ ବୋଲି ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ବିଭାଗ ପକ୍ଷରୁ ଏ ସମ୍ବନ୍ଧିତ କାର୍ଯ୍ୟକ୍ରମ ପୂର୍ବାହ୍ନ ସାଢେ ୧୦ଟାରେ OUATର ଶିକ୍ଷା ସଦନରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ରହିବେ । ସେହିଭଳି ଅଭିଯୋଗ ଶୁଣାଣିରେ ୨୪ ହଜାର […]
ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। […]
୧୪ରୁ ୧୮ ବର୍ଷ ବୟସର ଯେଉଁ ଛାତ୍ର ଛାତ୍ରୀମାନେ ଡ୍ରପ୍ ଆଉଟ୍ ହୋଇଥିବେ ସେମାନଙ୍କ ପାଇଁ ପ୍ରବେଶ ଏବଂ ପରୀକ୍ଷା ଫି ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ‘ରାଜ୍ୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥାନ’ରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନେ ଏହି ସୁବିଧା ପାଇପାରିବେ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ସ୍ତରରେ ଯେଉଁ ପିଲାମାନେ ଏକ ସପ୍ତାହରୁ ଅଧିକ ସମୟ ଧରି ସ୍କୁଲ୍କୁ […]
ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ କରାଯାଇଛି ତାହାର କାରଣ କହିଛନ୍ତି । ନାଁ ନନେଇ ସେ ସିଧା ନିଶାନା କରିଛନ୍ତି ।ନବୀନ କହିଛନ୍ତି ଯେ ମୁଁ ଜଣଙ୍କୁ ବିଶ୍ବାସ କରି ସୁଯୋଗ ଦେଇଥିଲି, କିଛି କାମ କରିବାକୁ । ଆପଣଙ୍କ ନିର୍ବାଚନମଣ୍ଡଳୀ ପାଇଁ ଭଲ କାମ କରିବାକୁ ସୁଯୋଗ ଦେଇଥିଲି । କିନ୍ତୁ ଜାଣିଲି, ପାଟକୁରାବାସୀ ହଇରାଣ […]
