ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶ୍ରେୟ ନେଇଛନ୍ତି । ଶନିବାର ଟ୍ରମ୍ପ କହିଛନ୍ତି, ତାଙ୍କ ହସ୍ତକ୍ଷେପ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀଙ୍କ ମଧ୍ୟରେ ସଂଘର୍ଷକୁ ଟାଳି ଦେଇଛି ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଆମେରିକା ଗୋଟିଏ ବର୍ଷରୁ କମ ସମୟ ମଧ୍ୟରେ ଆଠଟି ଶାନ୍ତି ଚୁକ୍ତିନାମା କରିଛି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ […]
ଏମ୍.କେ.ସି.ଜି ମେଡିକାଲ କଲେଜରେ ସଫଳ ହେଲା ବିରଳ ଅସ୍ତ୍ରୋପଚାର । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ ଜଣେ ବ୍ୟକ୍ତିଙ୍କ କାଟି ଦିଆଯାଇଥିବା ଗୁପ୍ତାଙ୍ଗକୁ ପ୍ଲାଷ୍ଟିକ ସର୍ଜରୀ ଦ୍ବାରା ସଫଳ ଅସ୍ତ୍ରୋପଚାର କରାଯାଇଛି । ସୂଚନାମୁତାବକ ଗତ କିଛି ଦିନ ତଳେ ଗଞ୍ଜାମର ଜଣେ ବ୍ୟକ୍ତି ସୁରତରୁ ଟ୍ରେନରେ ଫେରୁଥିବା ସମୟରେ କେହି ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲା । ହେଲେ ବ୍ୟକ୍ତି ଜଣଙ୍କ ଏପରି ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାହା ସ୍ପଷ୍ଟ ଭାବରେ କହିପାରିନଥିବା […]
ଦେଶର ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏପ୍ରିଲ ୧ ତାରିଖରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସରକାର ନ୍ୟାସନାଲ ହାଇଓ୍ବେ ଯାତ୍ରାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଟୋଲ୍ ପ୍ଲାଜାରେ ନଗଦ ଦେୟ ବିକଳ୍ପଗୁଡ଼ିକୁ ଉଚ୍ଛେଦ କରାଯାଉଛି ।ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି, ଟୋଲ୍ ପ୍ଲାଜାଗୁଡ଼ିକରେ ଲାଗୁଥିବା ଲମ୍ବା ଧାଡ଼ିକୁ ସମାପ୍ତ କରିବା ଏବଂ ଯାତ୍ରାକୁ ବାଧାମୁକ୍ତ କରିବା । ଏହି ‘ନୋ-ଷ୍ଟପ୍’ ସିଷ୍ଟମ୍ର […]
ଛତିଶଗଡରେ ନିଶା ମହାରଶାଙ୍କ ଅଶ୍ଳୀଳ ନୃତ୍ୟ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି । SDM ତୁଳସୀ ଦାଶ ମରକାମ ନିଲମ୍ବିତ। ନିୟମ ଉଲଙ୍ଘନ କରି ଅନୁମତି ଦେଇଥିବା ଯୋଗୁଁ SDMଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ କମିଶନର ମହାଦେବ କାମ୍ବରେ। ପୂର୍ବରୁ ତିନି ଜଣ ପୋଲିସ କର୍ମଚାରୀ ଙ୍କୁ ନିଲମ୍ବିତ କରିବା ସହ ଚଉଦ ଜଣ ଆୟୋଜକ କମିଟି କୁ ଗିରଫ କରିଥିଲା ପୋଲିସ। ସେପଟେ ନିଶାଙ୍କୁ ଘାରିଛି ଗିରଫ ଭୟ। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ […]
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଦ୍ୱିତୀୟ ଦଶମ ଷ୍ଟାଣ୍ଡାର୍ଡ ଏକକ ବିଷୟ ଓଡ଼ିଆ ଭାଷା ଏବଂ ଦ୍ୱିତୀୟ ଅର୍ଦ୍ଧ ବାର୍ଷିକ ଅଷ୍ଟମ ଷ୍ଟାଣ୍ଡାର୍ଡ ଓଡ଼ିଆ ଭାଷା ପରୀକ୍ଷା ୨୦୨୫ର ଫଳ ଜାନୁଆରୀ ୧୭ ତାରିଖ (ଶନିବାର) ଅପରାହ୍ନ ୨ଟାରେ ପ୍ରକାଶ ପାଇବ। ଏଥିସହ ଅପରାହ୍ଣ ୪ଟା ଠାରୁ ଡିଜିଟାଲ ପ୍ରମାଣପତ୍ର ମିଳିପାରିବ। ପରୀକ୍ଷାର୍ଥୀ ଫେବୃଆରୀ ୧୭ ପର୍ଯ୍ୟନ୍ତ ଏହା ବୋର୍ଡ ୱେବସାଇଟ୍ରେ ଉପଲବ୍ଧ ରହିବ ବୋଲି ସୂଚନା ମିଳିଛି।ବୋର୍ଡ ଓ୍ବେବ୍ସାଇଟ୍ www.bseodisha.ac.inରେ ପରୀକ୍ଷା ଫଳ ସେହି […]
ଆସନ୍ତା ଶିକ୍ଷାବର୍ଷ(୨୦୨୬-୨୭)ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ । ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା(ଓଏସ୍ସିଏଫ୍) ଉପରେ ଆଧାରିତ ହେବ । ନୂତନ ଯୁଗ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷକଙ୍କ ବୃତ୍ତିଗତ ବିକାଶ ନିରନ୍ତର ଜାରି ରହିବ । ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷାରେ ଶିକ୍ଷାଦାନକୁ ସୁଦୃଢ଼ କରାଯିବ । ଏହାଦ୍ୱାରା ପିଲାଙ୍କ ମୌଳିକ ଶିକ୍ଷା ମୂଳଦୁଆ ଶକ୍ତ ହେବ । ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ […]
ଛତିଶଗଡ଼ ଵିଜାପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସର ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ । DRG, STF ଏବଂ CRPF କୋବ୍ରା ଜବାନ ଅପରେସନ ବେଳେ ଏହି ସଫଳତା ମିଳିଛି । ଘଟଣା ସ୍ଥଳରେ ମାଓ ସଂଗଠନ ର ଶିର୍ଷ ନେତା ପାପା ରାଓ ଥିବା ସୂଚନା । ଏବେ ବି ଗୁଳିବିନିମୟ ଜାରି ରହିଛି ।
ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ଶୀତ ଲହରି ଜାରି ରହିବ। ଏଥିପାଇଁ ୧୬ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ତେବେ ପଶ୍ଚିମା ଝଡ଼ ପ୍ରଭାବରେ ଦୁଇଦିନ ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।୫ ଦିନ ଯାଏ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖା ଯାଇପାରେ । ଶୀତ ସହ କଲବଲ କରୁଛି ଘନ କୁହୁଡି । ଦିନରେ […]
ମେଷବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ । ବୃଷ ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । […]
ଚନ୍ଦନଭାଟି ଗାଁ ଅପେରା ମଞ୍ଚରେ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ। ଏନେଇ ସଦର ଥାନା ପୋଲିସ ନିଶାଙ୍କ ନାଁରେ ମାମଲା ରୁଜୁ କରିଥିଲା। ତେବେ ଏହି ଅଶ୍ଳୀଳକୁ ଖୋଦ୍ ପୋଲିସ ବାବୁ ବସି ଦେଖୁଥିଲେ। ନିଶା ମହାରାଣାଙ୍କ ଷ୍ଟେଜ ଶୋ’ ତଳେ ରହି ହସି ହସି ମଜା ଉଠାଉଥିଲେ ଚନ୍ଦନଭାଟି ଫାଣ୍ଡି ଅଧିକାରୀ। ତେବେ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ ଦେଖି ଏଏସଆଇ ରଞ୍ଜିତ ପ୍ରଧାନଙ୍କ ବଦଳି ହୋଇଛି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟୀ ସଭାପତି ଅଖିଳେଶ ଯାଦବ।ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଅଖିଳେଶ ଯାଦବ। ସେ କହିଛନ୍ତି ‘‘ଆଦରଣୀୟ ନବୀନ ପଟ୍ଟନାୟକ ଦେଶର ଜଣେ ବରିଷ୍ଠ ନେତା । ଓଡ଼ିଶାର ବିକାଶରେ ନବୀନ ବାବୁ ଓ ତାଙ୍କ ବାପାଙ୍କର ବଡ଼ ଭୂମିକା ରହିଛି ।
ଉତ୍ତରପ୍ରଦେଶର ଏକ ମନ୍ଦିରରେ ଏକ କୁକୁର ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। କୁକୁରଟି କିଛି ଦିନ ଧରି ବିନା ଖାଦ୍ୟପେୟରେ ଭଗବାନ ହନୁମାନ ଏବଂ ଦେବୀ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ପରିକ୍ରମା କରୁଛି। ପ୍ରଥମ ତିନି ଦିନ ଧରି, ସେ ଭଗବାନ ହନୁମାନଙ୍କ ପ୍ରତିମା ପରିକ୍ରମା କଲା ଏବଂ ତା’ପରେ ମନ୍ଦିର ପରିସରରେ ଅବସ୍ଥିତ ଦେବୀ ଦୁର୍ଗାଙ୍କ ପ୍ରତିମା ପରିକ୍ରମା କରୁଛି।୨୪ ଘଣ୍ଟା ପରିକ୍ରମା କରିବା ପରେ, କୁକୁରଟି ଗୁରୁବାର ପ୍ରାୟ ତିନି ଘଣ୍ଟା ବିଶ୍ରାମ ନେଇଥିଲା। ଗ୍ରାମବାସୀମାନେ […]
