ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ଵାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ । ପ୍ରସନ୍ନଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ କରି କେହି ଦୁର୍ବୃତ୍ତ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି ସକାଳୁ ଏକ ଫୋନ୍ କଲ୍ ଆସିବା ପରେ ଆକାଉଣ୍ଟ ହ୍ୟାକ୍ ହୋଇଛି। କେହି ଜଣେ ଦିଲ୍ଲୀରୁ ପାର୍ସଲ ଆସିଥିବା କହି ଠିକଣା ମାଗିବା ପରେ ଫୋନ୍ ହ୍ୟାକ୍ ହୋଇଯାଇଛି।। ସୋସିଆଲ ମିଡିଆରେ ଆଚାର୍ଯ୍ୟ […]
ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ପେଙ୍ଗୁଇନ ରାଣ୍ଡମ ହାଉସ୍ ଇଣ୍ଡିଆ ସହିତ ବିବାଦ ପରେ କଂଗ୍ରେସ ନେତା ସୋନିଆ ଗାନ୍ଧିଙ୍କ ସମସ୍ମରଣ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ର ପ୍ରକାଶନ ଅଧିକାର ହାର୍ପର କଲିନସ ଇଣ୍ଡିଆ ହାସଲ କରିନେଇଛି। ଏଣୁ ପୁସ୍ତକ ଭାରତରେ ୧୦ ନଭେମ୍ବର ୨୦୨୬ରେ ପ୍ରକାଶିତ ହେବ। । ‘ବିଲଙ୍ଗିଂ: ଏ ଜର୍ନି ଅଫ୍ ଲଭ୍’ ନଭେମ୍ବର ୧୦ ତାରିଖରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ।ଏଥିରେ ଯୁଦ୍ଧ ପରବର୍ତ୍ତୀ ଇଟାଲୀରେ ସୋନିଆ ଗାନ୍ଧୀଙ୍କ ପିଲାଦିନରୁ ଭାରତରେ ତାଙ୍କ […]
FCI ଆଗରେ ମନ୍ତ୍ରୀ ଅସହାୟ । ଯୋଗାଣ ମନ୍ତ୍ରୀଙ୍କ କଥା ଶୁଣୁନି ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ । ଏ କଥାକୁ ନିଜେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସ୍ବୀକାର କରିବା ପରେ ସାମ୍ବାଦିକ ସମ୍ମିଳନୀ କରି ଘେରିଛି ବିଜେଡି । ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତିଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା ବିଜେପି ସରକାର […]
ଅଭିନେତା ମୁକେଶ ଖାନ୍ନା ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ରାମାୟଣ’କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ମୁକେଶ ଖାନ୍ନା କହିଛନ୍ତି ଯେ, ‘ଆନିମଲ୍’ ଫିଲ୍ମ ପରେ ରଣବୀରଙ୍କର ଏକ ନିର୍ଦ୍ଦିଷ୍ଟ ଇମେଜ୍ ତିଆରି ହୋଇ ଯାଇ ଥିଲା।ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ, ସେ ‘ରାମାୟଣ’ ର ଟ୍ରେଲର୍ ଦେଖିବାକୁ ଚାହୁଁ ଥିଲେ, କିନ୍ତୁ ଦେଖି ନାହାନ୍ତି । ଅନେକ ଲୋକ ତାଙ୍କୁ କହିଥିଲେ ଯେ , ଏଥିରେ ଅତ୍ୟଧିକ ଭିଜୁଆଲ୍ ଇଫେକ୍ଟସ (VFX) ବ୍ୟବହୃତ ହୋଇଛି। […]
ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କରିଛନ୍ତି । ମେଲୋନିଙ୍କ ନେତୃତ୍ଵରେ ମେଣ୍ଟ ସରକାରକୁ ପୂରିଲା ୧୪୧୩ ଦିନ । ୨୦୦୦ ଦଶକର ସିଲଭିଓ ବର୍ଲୁସ୍କୋନିଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଅପେକ୍ଷା ଏହା ଗୋଟିଏ ଦିନ ଅଧିକ । ମେଲୋନିଙ୍କ ସରକାରର ଚାରି ବର୍ଷର କାର୍ଯ୍ୟକାଳ ପୂରଣ କରିବାକୁ ଏବେ ବି ପ୍ରାୟ ସାତ ସପ୍ତାହ ବାକି ଅଛି । ତେବେ ଇଟାଲୀ ରାଜନୀତିରେ ସରକାର ବଦଳିବା ସାଧାରଣ […]
ଖୁଆଡ଼ରୁ ଖସି ଆସିଲା ହୁଲକ୍ ଗିବନ୍ । ନନ୍ଦନକାନନ ଖୁଆଡରୁ ଖସି ବାହାରକୁ ଆସିଗଲା ହୁଲକ୍ ଗିବନ୍ ।ଖୁଆଡ଼ରୁ ବାହାରକୁ ଆସିବା ପରେ ଗିବନ୍ଟି ନନ୍ଦନକାନନ ପରିସରରେ ଥିବା ଏକ ବଡ଼ ଗଛ ଉପରେ ଯାଇ ବସି ରହିଥିଲା। ଗିବନ୍ଟି ଖୁଆଡ଼ରୁ ବାହାରକୁ ଆସିଥିବା ଦେଖି କିଛି ପର୍ଯ୍ୟଟକ ନନ୍ଦନକାନନ କର୍ମଚାରୀଙ୍କୁ ଏନେଇ ସୂଚନା ଦେଇଥିଲେ। ଖବର ପାଇ ଜନ୍ତୁ ବିଭାଗର କର୍ମଚାରୀ ଓ ରେଞ୍ଜର ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ଖୁଆଡ଼ ବାହାରୁ ହୁଲକ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡ଼ିଶା ଯାତ୍ରୀ ସୁରକ୍ଷା ଆପ୍’ର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାରେ ସୁରକ୍ଷିତ, ସ୍ମାର୍ଟ ଏବଂ ନାଗରିକ-କୈନ୍ଦ୍ରିକ ସହରୀ ଯାତାୟତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି ।ଯାତ୍ରୀମାନେ ତୁରନ୍ତ ଜରୁରୀକାଳୀନ ନମ୍ବର ୧୧୨ କୁ କଲ୍ କରିପାରିବେ ଏବଂ ସେମାନଙ୍କର ମନୋନୀତ ଜରୁରୀକାଳୀନ ସମ୍ପର୍କୀୟଙ୍କୁ ସୂଚନା ଦେଇପାରିବେ। ବ୍ୟବହାରକାରୀମାନେ ସେମାନଙ୍କର ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ ଲାଇଭ୍ ଲୋକେସନ୍ ସେୟାର କରିପାରିବେ। ଏହି ସୁରକ୍ଷା ମୋଡ୍ୟୁଲଟି କେବଳ ଯାତ୍ରୀଙ୍କ ପାଇଁ […]
ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର ସୁଡ଼ଙ୍ଗ ଭିତରେ ମାଟି ଓ ଆବର୍ଜନା ତଳେ ଫସିଥିବା ୨ ଜଣ ବ୍ୟକ୍ତିଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଏବେବି ୪୫୦୦ରୁ ଅଧିକ ନିଖୋଜ ରହିଛନ୍ତି । ମୃତ୍ୟୁସଂଖ୍ୟା ୨୦୦୦ ଟପିବ ବୋଲି ଅନୁମାନ କରାଯାଉଛି । ଏବେବି କାଦୁଆ ଭିତରୁ ବାହାରୁଛି ମୃତଦେହ । ରିପୋର୍ଟ ଅନୁସାରେ, ନେପାଳର ତ୍ରିଶୂଳୀରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ପୁରୁଣା ସହର ସ୍ଥିତ ପ୍ରସିଦ୍ଧ ବିଜେ ମା’ ଦକ୍ଷିଣକାଳୀ ମନ୍ଦିରର ଉନ୍ନତିକରଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା। କନ୍ଧମାଳର ପୂର୍ବତନ ସାଂସଦ ତଥା ନୟାଗଡ଼ ରାଜ ପରିବାରର ସଦସ୍ୟା ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ସ୍ୱତନ୍ତ୍ର ଉଦ୍ୟମ ଓ ଆଗ୍ରହକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ୪୦ ଲକ୍ଷ […]
ଚାଷୀଙ୍କ ଆକାଉଣ୍ଟକୁ ଆସିଲା ସିଏମ୍-କିଷାନ ଟଙ୍କା। ଭୁବନେଶ୍ୱର ଓୟୁଏଟିଠାରେ ଆୟୋଜିତ ଉତ୍ସବରେ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। CM-KISANର ୫ମ କିସ୍ତି ଭାବେ ଚାଷୀଙ୍କ ଖାତାକୁ ଦୁଇ ହଜାର ଟଙ୍କା ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି । CM-KISAN ଯୋଜନାର ପଞ୍ଚମ କିସ୍ତି ବାବଦରେ ୪୧ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ୮୩୩ କୋଟି ଟଙ୍କାରୁ ଅଧିକ ଅର୍ଥ ପଠାଗଲା। ଏହି ସହାୟତା ଚାଷୀ […]
ଆସନ୍ତା ୧୪ରୁ ଅନୁଷ୍ଠିତ ହେବାକୁ ଯାଉଛି ସହରରେ ଗଣେଶ ପୂଜା । ଏହି ପୂଜା ଓ ଭସାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କଟକ କମିସନରେଟ ପୁଲିସ ଓ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସହିଦଭବନରେ ଆୟୋଜିତ ବୈଠକରେ ଡିସିପି ଋଷିକେଶ ଖିଲାରୀ ଅଧ୍ୟକ୍ଷତା କରିଥିଲେ । ବିଭିନ୍ନ ପୂଜା କମିଟି, ଶାନ୍ତି କମିଟି ଏବଂ କ୍ଲବ୍ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ […]
ଏଣିକି ପେପରଲେସ୍ ହେବ ଦଲିଲ୍ ପଞ୍ଜୀକରଣ । ଏଥିପାଇଁ ପୁରୁଣା ନିୟମରେ ସଂଶୋଧନ କରାଯିବ । ଏହା ସହ ପଞ୍ଜୀକରଣ ଦଲିଲକୁ ମାତ୍ର ୪ ପୃଷ୍ଠାରେ ସୀମିତ ରଖିବାକୁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆବଶ୍ୟକ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଲେ ବଦଳିଯିବ ଜମି ପଞ୍ଜୀକରଣ ଢାଞ୍ଚା। ପେପରଲେସ୍ ଡିଡ୍ ରେଜିଷ୍ଟ୍ରେସନ୍ ବା ଦଲିଲ୍ ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନ ପାଇଁ ରେଜିଷ୍ଟ୍ରେସନ ଆକ୍ଟ- ୧୯୦୮ରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଉପରେ ବିଭାଗ ବିଚାର […]
