author

ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ଦୁର୍ଘଟଣାରେ ମିଳିବ ୨ ଲକ୍ଷ ଟଙ୍କା ସହାୟତା

ଦୁର୍ଘଟଣା ପ୍ରାୟତଃ ଜୀବନହାନି, ଅପ୍ରତ୍ୟାଶିତ ଚିକିତ୍ସା ଖର୍ଚ୍ଚ, ଅସ୍ଥାୟୀ ଅକ୍ଷମତା ଇତ୍ୟାଦି ଆଣିଥାଏ। ଯାହା ଫଳରେ ଜଣେ ଛାତ୍ରଙ୍କ ଶିକ୍ଷାକୁ ଗୁରୁତର ଭାବରେ ପ୍ରଭାବିତ ହୋଇଥାଏ।ଏପରି ପରିସ୍ଥିତିରେ ତୁରନ୍ତ ଆର୍ଥିକ ସହାୟତା ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ସଂସ୍ଥାରୁ ଛାତ୍ରମାନଙ୍କ ପାଇଁ ଅନୁଦାନ ଏବଂ ଦୁର୍ଘଟଣା ସହାୟତା ପ୍ରଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ସହାୟତା ରାଶିକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ସହାୟତା […]

ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ

ଶ୍ରୀନଗର ବିମାନବନ୍ଦରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ସକାଳେ ପାର୍କିଂ କରୁଥିବା ସମୟରେ ଏକ ଇଣ୍ଡିଗୋ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଫଳରେ ବିମାନଟି ପାର୍କିଂ ବେ’ରେ ଲାଗିଥିବା ପୋଲ୍‌ ସହ ଧକ୍କା ହୋଇଥିଲା। ଧକ୍କାରେ ବିମାନର ସାମ୍ନା ଭାଗ କ୍ଷତି ହୋଇଛି। ଏହି ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି। ଘଟଣାର କାରଣ ଓ ପରିସ୍ଥିତି […]

ଇତିହାସ ରଚିଲା ଇସ୍ରୋ :ମହାକାଶକୁ ଜିଏସଏଲଭି-ଏଫ୧୭ ସହ ଜାତୀୟ ଉପଗ୍ରହ ଇଓଏସ-୦୫ର ସଫଳ ଉତକ୍ଷେପଣ

ଭାରତୀୟ ମହାକାଶ ଅନୁସଂଧାନ ସଂସ୍ଥା ବା ଇସ୍ରୋର ଇତିହାସ । ଇସ୍ରୋ ସତୀଶ ଧାଓ୍ୱନ ସ୍ପେଶ୍ ସେଣ୍ଟରରୁ ଜିଏସଏଲଭି-ଏଫ୍ ୧୭ ରକେଟରୁ ଇଓଏସ୍-୦୫ ସାଟେଲାଇଟର ଉତକ୍ଷେପଣ କରିଛି । ଏହି ସାଟେଲାଇଟ୍ ଜିଆଇସାଟ୍ ୭ଏ ନାମରେ ପରିଚିତ । ଏହାର ଓଜନ ପ୍ରାୟ ୨୩୬୭ କେଜି । ଏହାକୁ ଶୁକ୍ରବାର ସ୍ପେଶ୍ ସେଣ୍ଟରର ଦ୍ୱିତୀୟ ଲଞ୍ଚ୍ ପ୍ୟାଡରୁ ମହାକାଶକୁ ପଠାଯାଇଛି ।ସାଧାରଣ ଉପଗ୍ରହଗୁଡ଼ିକ କେବଳ ସ୍ଥିର ଛବି ଦେଉଥିବା ବେଳେ ଇଓଏସ-୦୫ ଏକ ଜୀବନ୍ତ ”ମୁଭି” ଭଳି […]

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବଙ୍ଗୋପସାଗରରେ ପୁଣି ଲଘୁଚାପ

ବର୍ତ୍ତମାନ ବିଶେଷ ବର୍ଷା ନାହିଁ । କାଁ ଭାଁ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ। କିନ୍ତୁ, ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ପୁଣି ବଡ଼ ବର୍ଷା ସମ୍ଭାବନା ରହିଛି। ୯ ତାରିଖ ବେଳକୁ ବର୍ଷା ବଢ଼ିବା ସମ୍ଭାବନା ଥିବାରୁ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି।ଗତ ୨୪ ଘଣ୍ଟାରେ କୋରାପୁଟ ଜିଲା ବୋରିଗୁମାରେ ସର୍ବାଧିକ ୩୬ ମିମି ବର୍ଷା ହୋଇଥିବା ବେଳେ ନୟାଗଡ଼ ଜିଲା […]

ଆଜି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ

ଆଜି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ। ଜନ୍ମାଷ୍ଟମୀ ପାଇଁ ଆଜି ଚତୁର୍ଦ୍ଦିଗରେ କୃଷ୍ଣପ୍ରେମର ଏକ ଅପୂର୍ବ ବାତାବରଣ ସୃଷ୍ଟି ହୋଇଛି। ପ୍ରତିବର୍ଷ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଏହି ଦିନର ବିଶେଷତା ହେଉଛି, ଯେ ଏହିଦିନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଜନ୍ମ ନେଇଥିଲେ। ଏନେଇ ସାରା ଦେଶରେ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ସକାଳୁ ସକାଳୁ ମନ୍ଦିରମାନଙ୍କରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବିଶେଷ କରି,ମଥୁରା ଓ ବୃନ୍ଦାବନରେ […]

ଆଜିର ରାଶିଫଳ(୪ ସେପ୍ଟେମ୍ବର, ୨୦୨୬)

ମେଷ ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ […]

ଏସସିବି ମେଡିକାଲ କଲେଜରେ ସ୍ଥାନ ପାଇଲେ ବିକ୍ରମ କେଶରୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ମାନଧାତାପୁର ଗ୍ରାମର ପ୍ରତିଭାବାନ ଛାତ୍ର ବିକ୍ରମ କେଶରୀ ମିଶ୍ର ଚଳିତ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ କଟକର ଏସସିବି ମେଡିକାଲ କଲେଜର ପ୍ରଥମ ପର୍ଯ୍ୟାୟ ଚୟନରେ ସ୍ଥାନ ଅଧିକାର କରି ନାମ ଲେଖାଇଛନ୍ତି। ସେ ନିଟ ପରୀକ୍ଷାରେ ୭୨୦ ରୁ ୬୨୮ ନମ୍ବର ରଖି ଗ୍ରାମ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବିକ୍ରମଙ୍କ ଏହି ସଫଳତା ପଛରେ ତାଙ୍କ ପିତା ସରୋଜ କୁମାର ମିଶ୍ର ଏବଂ ମାତା ଗୀତାଞ୍ଜଳି […]

୧୪ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି

ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବା (ଓଏଏସ୍‌)ର ୧୪ ଜଣ ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)କୁ ପଦୋନ୍ନତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କ୍ରମେ ଏହି ପଦୋନ୍ନତି ଦିଆଯାଇଥିବା ନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ପ୍ରଶାସନିକ ସେବା (କ୍ୟାଡର) ନିୟମାବଳୀ, ୧୯୫୪ର ନିୟମ ୫(୧) ଅନୁଯାୟୀ ଏହି ଅଧିକାରୀମାନେ ୨୦୨୫ ବର୍ଷ ପାଇଁ ‘ଓଡ଼ିଶା କ୍ୟାଡର’ର ଆଇଏଏସ୍‌ ଅଧିକାରୀ ଭାବେ ନିଯୁକ୍ତି ପାଇବେ।IAS ପାହ୍ୟାକୁ ପଦୋନ୍ନତି ପାଇଥିବା ଅଫିସରମାନଙ୍କ […]

ଯୁକ୍ତ ୨ ନାମଲେଖା: ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଚୟନ ତାଲିକା ପ୍ରକାଶ 

ରାଜ୍ୟରେ ପ୍ରଥମ ପର୍ଯ୍ୟୟର ଯୁକ୍ତ ଦୁଇରେ ନାମଲେଖା ସାରିଥିବା ବେଳେ ଏବେ ବି ଲକ୍ଷଧିକ ସିଟ୍ ଖାଲି ପଡ଼ିଛି । ଏପଟେ ପୁଣି ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଚୟନ ଆରମ୍ଭ ହୋଇଛି । ଯୁକ୍ତ ୨ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଚୟନ ପ୍ରକ୍ରିୟାରେ ମୋଟ ୬୫,୩୯୨ ଜଣ ଆବେଦନକାରୀଙ୍କୁ ବିଚାରକୁ ନିଆଯାଇଥିବା ବେଳେ ୪୯,୭୭୮ ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ଏଥିରେ ପ୍ରଥମ ପର୍ଯ୍ୟାୟରେ ଆବେଦନ କରିନଥିବା ୩୩,୩୫୦ ଜଣ ନୂଆ ଆବେଦନକାରୀ […]

କୃଷକଙ୍କ ପାଇଁ ବଡ଼ ଖବର, କାଲି ଖାତାକୁ ଆସିବ CM-KISANର ପଞ୍ଚମ କିସ୍ତି

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘ସିଏମ୍ – କିସାନ୍’ (ରବି ୨୦୨୬-୨୭) ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ଆସନ୍ତାକାଲି ପ୍ରଦାନ କରାଯିବ।ଭୁବନେଶ୍ବରରେ ଆର୍ଥିକ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟିରେ ଯିବ ୮୩୩ କୋଟିରୁ ଉର୍ଦ୍ଧ ଟଙ୍କା । ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ ।ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ […]

ବାଲୁଗାଁ ଯୁବ ସରପଞ୍ଚ ମନୋଜଙ୍କ ପରଲୋକ, ଶୋକବ୍ୟକ୍ତ କଲେ ନୟାଗଡ଼ ବିଧାୟକ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ବାଲୁଗାଁ ପଞ୍ଚାୟତ ବାସୀଙ୍କ ପାଇଁ ବଡ ଦୁଃଖଦ ଖବର। ବାଲୁଗାଁ ପଞ୍ଚାୟତର ଯୁବ ସରପଞ୍ଚ ତଥା ସରପଞ୍ଚ ସଂଘର ବ୍ଲକ୍ ସଭାପତି ଇଂ ମନୋଜ କୁମାର ନାୟକଙ୍କ ପରଲୋକ ଘଟିଛି। ବାଲୁଗାଁ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ କାଶୀନାଥ ନାୟକଙ୍କ ବଡ଼ ପୁଅ ଥିଲେ ମନୋଜ। ମନୋଜ ଇଞ୍ଜିିୟରିଙ୍ଗ୍ ପାଠ ପଢ଼ିବା ପରେ ପଞ୍ଚାୟତ ବାସୀଙ୍କ ସେବା କରିବା ପାଇଁ ବିଜେଡ଼ି ରାଜନୀତିରେ ପ୍ରବେଶ କରିଥିଲେ । ଜଣେ ଯୁବ ସଂଗଠକ ଭାବେ […]

‘ମହିଳା ସୁରକ୍ଷାରେ ଆଇନ’ ସମ୍ପର୍କିତ କର୍ମଶାଳା

ନୟାଗଡ଼,(ଓଡ଼ିଶା ଦର୍ପଣ): ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ, ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଅନ୍ତର୍ଗତ “ମହିଳାଙ୍କ ସୁରକ୍ଷାରେ ଆଇନର ବିଭିନ୍ନ ଦିଗ” ସମ୍ପର୍କିତ ଏକ କର୍ମଶାଳା ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା  | ଉକ୍ତ ଉତ୍ସବରେ ନୟାଗଡ଼ର ବରିଷ୍ଠ ଆଇନଜୀବୀ  ଚନ୍ଦ୍ର ବିଜୟୀ ମିଶ୍ର ସମ୍ବିଧାନରେ ନାରୀମାନଙ୍କ ସୁରକ୍ଷା, ହିନ୍ଦୁ ଓ ମୁସଲିମ ବିବାହ ଆଇନ,ବାଲ୍ୟ ବିବାହ ଓ ଘରୋଇ ହିଂସା ନିରୋଧ ଆଇନ, ବିବାହ ବିଚ୍ଛେଦ ଆଇନ,ପୋକସୋ ଆଇନ ଓ କର୍ମ କ୍ଷେତ୍ରରେ […]