author

ଭଦ୍ରକରେ ନକଲି ସର୍ଫ କାରଖାନା ଠାବ, ବଡ଼ ବଡ଼ ବ୍ରାଣ୍ଡ ନାଁରେ ଚାଲିଥିଲା ନକଲି ସର୍ଫ ତିଆରି

ଭଦ୍ରକରେ ନକଲି ସର୍ପ କାରଖାନା ଠାବ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଣୀତାଲ ବଜାର ନିକଟ ଚାଲିଥିଲା ଏକ ନକଲି ସର୍ପ କାରଖାନା । ରାଣିତାଲ ବଜାର ନିକଟରେ ଦୀର୍ଘଦିନ ଧରି ଚାଲିଥିବା ଏହି କାରଖାନା ଉପରେ ରାତି ଅଧିଆ ଚଢ଼ାଉ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ପୋଲିସ ଚଢ଼ାଉ କରିବା ଖବର ପାଇ କାରଖାନାରେ ତାଲା ପକାଇ କର୍ମଚାରୀମାନେ ଫେରାର ହୋଇଯାଇଥିଲେ। ପୋଲିସ୍ ସେଠାରୁ ବିପୁଳ ପରିମାଣରେ କଞ୍ଚାମାଲ ସହ ନାମୀ ଦାମୀ ବ୍ରାଣ୍ଡର […]

ଭୁଟାନରେ ଫାଟିଲା ଗ୍ଲେସିଅର ଲେକ୍‌, ଭାରତରେ ବନ୍ୟା ଆଲର୍ଟ

ଭୁଟାନରେ ପ୍ରକୃତିର ଭୟଙ୍କର ତାଣ୍ଡବ । ହଠାତ୍ ଫାଟିଲା ବରଫ ପାହାଡ଼ ତଳେ ଥିବା ହ୍ରଦ । ଆଉ ତା’ପରେ ମାଡ଼ି ଆସିଲା ପ୍ରଖର ଜଳସ୍ରୋତ । ଏହି ଫ୍ଲାସ୍ ଫ୍ଲଡ୍ ବା ଆକସ୍ମିକ ବନ୍ୟାରେ ଭୁଟାନରେ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଭାରତ ପାଇଁ ବଢ଼ିଛି ବିପଦ ଆଶଙ୍କା । ଭୁଟାନରୁ ଆସୁଥିବା ଜଳସ୍ରୋତ ଯୋଗୁଁ ପଶ୍ଚିମବଙ୍ଗ ଓ ଆସାମର ୫ଟି ଜିଲ୍ଲାକୁ ଜାରି ହୋଇଛି ବନ୍ୟା ସତର୍କତା । ସଙ୍କୋଶ ନଦୀ କୂଳରେ ରହୁଥିବା […]

ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଦକ୍ଷିଣ ଓଡ଼ିଶାରେ ଜଳ ପ୍ରଳୟ ସ୍ଥିତି ସୃଷ୍ଟି ହୋଇଛି। ଏପରି ସମୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଗୁରୁବାର ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୩୧ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଦୁଇଦିନ ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ […]

ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ ଦେଖିବେ କ୍ଷୟକ୍ଷତି!

ଆଜି ଆକାଶ ମାର୍ଗରୁ ଗଞ୍ଜାମ, ଗଜପତିର ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଥୀରେ ରହିବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର କେନ୍ଦ୍ରୀୟ ଟିମ୍ ମଧ୍ୟ ଗଞ୍ଜାମ, ଗଜପତି ଜିଲ୍ଲା ଗସ୍ତରେ ଆସିବେ ।ବାତ୍ୟା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡଫଲ୍‌ କରିଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଛାଡ଼ିଯାଇଛି ବ୍ୟାପକ କ୍ଷୟକ୍ଷତିର ଚିହ୍ନ। ବାତ୍ୟା ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ […]

ଆଜିର ରାଶିଫଳ(୩୦ ଅକ୍ଟୋବର, ୨୦୨୬)

ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି […]

ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବେ ଭାସ୍କର ରାଓଙ୍କ ସମେତ ୬ ଅଭିଯୁକ୍ତ

ରାୟଗଡ଼ା, ୨୯/୧୦: ରାୟଗଡ଼ାର ଯୁବ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଦୀର୍ଘ ୧୬ ବର୍ଷ ଧରି ଚାଲିଥିବା ନ୍ୟାୟିକ ଲଢ଼େଇରେ ଆଦିବାସୀ ମହାସଂଘକୁ ବଡ଼ ସଫଳତା ମିଳିଛି। ହାଇକୋର୍ଟ ପ୍ରଦାନ କରିଥିବା ଅଗ୍ରୀମ ଜାମିନ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ସ୍ୱାଭିମାନ ମଞ୍ଚର ଆବାହକ ଏନ୍‌. ଭାସ୍କର ରାଓଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଦୁଇ ସପ୍ତାହ ମଧ୍ୟରେ ସମ୍ପୃକ୍ତ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇ […]

ସ୍ୱାମୀ ନିକ୍‌ ଜୋନାସଙ୍କ ସହ କରୱା ଚୌଥ୍‌ରେ ପୁଣି ‘ଫିଲ୍ମି’ ଅନ୍ଦାଜରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ୍ରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୁଣି ଥରେ ନିଜର ରୋମାଣ୍ଟିକ୍ ଅନ୍ଦାଜକୁ ନେଇ ଚର୍ଚ୍ଚାରେ। ନିକ ଜୋନାସଙ୍କୁ ବିବାହ କରିବା ପରେ ଆମେରିକାରେ ରହୁଥିବା ପ୍ରିୟଙ୍କା ଏଥର ମଧ୍ୟ କରୱାଚୌଥ ପାଳନ କରିଛନ୍ତି। ଏହି ଅବସରରେ ସେ ସୋସିଆଲ ମିଡିଆରେ କିଛି ସୁନ୍ଦର ଫଟୋ ଶେୟାର୍‌ କରିଛନ୍ତି।ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ କରୱାଚୌଥ ପାଳନର ଝଲକ ଦେଖାଇଛନ୍ତି। ଗୋଟିଏ ଫଟୋରେ ସେ ନିଜ ହାତର ମେହେନ୍ଦି ଦେଖାଇଛନ୍ତି, […]

କଣ୍ଟେନର ମାନୁଫାକ୍‌ଚରିଂ ଆସିଷ୍ଟାନ୍ସ ସ୍କିମ୍‌କୁ ମିଳିଳା କ୍ୟାବିନେଟ୍ ମଞ୍ଜୁରୀ

ଦେଶରେ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗୀତାମୂଳକ କଣ୍ଟେନର ଉତ୍ପାଦନ ବ୍ୟବସ୍ଥା ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ବୁଧବାର (୨୮ ଅକ୍ଟୋବର) କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ କଣ୍ଟେନର ଉତ୍ପାଦନ ପ୍ରୋତ୍ସାହନ ଯୋଜନା (CMPS)କୁ ଅନୁମୋଦନ କରାଯାଇଛି। ଏହି ଯୋଜନା ୨୦୩୯-୪୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ। ଏହା ଉପରେ ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏ ସ୍କିମ୍‌ ଦେଶରେ ନୂଆ ନିର୍ମାଣ ୟୁନିଟ୍‌, ପରୀକ୍ଷଣ ଭିତ୍ତିଭୂମି ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବ । […]

ଛତିଶଗଡରେ ବର୍ଷା ଜାରି,ଆଜି ଖୋଲିବନି ହୀରାକୁଦ ଗେଟ୍‌

ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡଅଞ୍ଚଳରେ ବର୍ଷା ଜାରି ରହିଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଡ୍ୟାମ୍‌ର କୌଣସି ଗେଟ୍‌ ଖୋଲାଯିବ ନାହିଁ। ହୀରାକୁଦ ଜଳଭଣ୍ଡାରରେ ଜଳ ସଂରକ୍ଷଣ ଓ ମହାନଦୀରେ ବନ୍ୟା ଆଶଙ୍କାକୁ ନେଇ ମଧ୍ୟ ନଜର ରଖିଛି ଜଳ ସମ୍ପଦ ବିଭାଗ । ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡ ମହାନଦୀ ଅଞ୍ଚଳରେ ହାରାହାରି ୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି […]

ଋଷିକୂଲ୍ୟା ନଦୀର ତାଣ୍ଡବ । ବନ୍ୟା ପାଣିରେ ବୁଡ଼ି ବରାଡ଼ି ଗାଁର ଯୁବକ ମୃତ

ବାତ୍ୟା ପରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ଋଷିକୂଲ୍ୟା ନଦୀର ତାଣ୍ଡବ । ପ୍ରଥମ ଜୀବନ ନେଲା ଗଞ୍ଜାମ ବନ୍ୟା । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବରାଡି ନିକଟ ଡ୍ରାଫ ରେ ଅଘଟଣ ଘଟିଛି। ମୃତ ଯୁବକ ଜଣକ ହେଲେ ପାଣ୍ଡା ନାୟକ ।ବରାଡି ଗ୍ରାମର ପାଣ୍ଡା ନାୟକ ବନ୍ୟା ପାଣି ଦେଖିବାକୁ ଡ୍ରାଫ ନିକଟକୁ ଯାଇଥିଲେ। ଏହି ସମୟରେ ପାଣି ଭିତରେ ପଡ଼ି ଭାସି ଯାଇ ନିକଟରେ ଥିବା ଏକ ଗଛରେ ଲାଗିଥିଲେ । […]

ବାତ୍ୟା ‘ଅର୍ଣ୍ଣବ’ ପାଇଁ ‘ଅଲ ଓଡ଼ିଶା ଓପନ ସ୍କୁଲ ଚେସ୍ ଟୁର୍ଣ୍ଣାମେଣ୍ଟ’ ସ୍ଥଗିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ନଭେମ୍ବର ୧ ରୁ ୩ ପର୍ଯ୍ୟନ୍ତ  ନୟାଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଅଲ ଓଡ଼ିଶା ଓପନ ସ୍କୁଲ ଚେସ୍ ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ନୟାଗଡ଼ ଜିଲ୍ଲା ଚେସ୍ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଆସୋସିଏସନ୍ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ବାତ୍ୟା ଜନିତ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଖେଳାଳି ଓ ଅଭିଭାବକ ମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ […]

ଆସନ୍ତାକାଲି ଚାଷୀଙ୍କ ଖାତାକୁ ଆସିବ ପିଏମ୍‌ କିଷାନ ଟଙ୍କା

ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଓଡିଶାର ୩୫ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଏଥିରେ ଉପକୃତ ହେବେ। ମୋଟ ୭୦୦ କୋଟିରୁ ଅଧିକ ଟଙ୍କା ଚାଷୀଙ୍କୁ ମିଳିବ।ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଗୁଜୁରାଟର ବନାସକାଣ୍ଠାଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶବ୍ୟାପୀ ଚାଷୀଙ୍କୁ ଏହି କିସ୍ତି ପ୍ରଦାନ କରିବେ।ଏଥିସହିତ ଓଡ଼ିଶା ପାଇଁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପୂର୍ବାହ୍ନ ୯ଟାରେ […]