ଆସନ୍ତା ୫ , ୬ ତାରିଖରେ ବସିବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । କଟକ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବୈଠକରେ ୪୦୦ରୁ ଅଧିକ ପ୍ରତିନିଧି ଯୋଗେଦବେ । ତେବେ ବୈଠକରେ ଜାତୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ ଯୋଗଦେବେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ଦଳୀୟ ବିଧାୟକ ଉପସ୍ଥିତ ରହିବେ । ବୈଠକରେ ୩ ପ୍ରସ୍ତାବ ଆଗତ ହେବା ନେଇ ରାଜ୍ୟ ଉପସଭାପତି […]
ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ଜଣେ ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଏହି ଅପରାଧ ଘଟିଥିବା ପୀଡ଼ିତା ଦର୍ଶାଇଛନ୍ତି ।ଛାତ୍ରୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହିତ ସ୍ଥାନୀୟ ବିଶ୍ଵେଶ୍ଵର ପାହାଡ଼ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ । ସେଠାରେ ପୁରୁଷ ବନ୍ଧୁ ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀ ମିଶି ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ […]
ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଡ ଡ୍ରଗ୍ କଣ୍ଟ୍ରୋଲର ଭିଜିଲାନ୍ସ ହାତରେ ଗିରଫ । ଆସିଷ୍ଟାଣ୍ଡ ଡ୍ରଗ୍ କଣ୍ଟ୍ରୋଲର ସଞ୍ଜୟ କୁମାର ହାଂସଦା ଗିରଫ । ଜଇପୁର ଛକରୁ ଜନୈକ ବ୍ୟବସାୟୀଙ୍କ ଠାରୁ ମେଡିସିନ ହୋଲସେଲିଂ ଲାଇସେନ୍ସ କରାଇଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।ସଞ୍ଜୟ ହଂସଦା ବର୍ତ୍ତମାନ ଯାଜପୁର ଜିଲ୍ଲାର ଆସିଷ୍ଟାଣ୍ଟ ଡ୍ରଗ କଂଟ୍ରୋଲର ଭାବେ କାର୍ଯ୍ୟରତ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ଭିଜିଲାନ୍ସ ବିଭାଗ ସଞ୍ଜୟଙ୍କୁ […]
ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି, ଆଉ ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆରେ ନୂଆ ଅନ୍ଦାଜରେ ନଜର ଆସିଛନ୍ତି ଯୋଗୀ । ମାତ୍ର ୩ ଘଣ୍ଟା ମଧ୍ୟରେ ଦୁଇଟି ରିଲ୍ସ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି ଫାରୁଖାବାଦକୁ ପ୍ରଣାମ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ସେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କରିବେ। ରିଲ୍ସରେ ମୁଖ୍ୟମନ୍ତ୍ରୀ […]
ରାଜ୍ୟରେ ଅଣ୍ଡା ଦର ବୃଦ୍ଧି ପରେ ଏବେ ଧୀରେ ଧୀରେ ଦର କମିବ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ଓଡିଶାର ଅଣ୍ଡାର ଚାହିଦା ରହିଥିବା ସହ ରାଜ୍ୟରୁ ବାହାରକୁ ମଧ୍ୟ ଅଣ୍ଡା ଯାଉଥିବାରୁ ଦର ବଢିଥିବା ସେ କହିଛନ୍ତି । ବର୍ତ୍ତମାନ ରାଜ୍ୟରେ ପ୍ରତିଦିନ ପ୍ରାୟ ୧ କୋଟି ୨୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ଏହାକୁ ବୃଦ୍ଧି କରି ଦୈନିକ ୨ କୋଟି ଅଣ୍ଡା […]
ବଲିଉଡ୍ର ଅନ୍ୟତମ ଲୋକପ୍ରିୟ ଅଭିନେତା ଶକ୍ତି କପୁର ଆଜି ତାଙ୍କ ୭୪ତମ ଜନ୍ମଦିନ ପାଳନ କରୁଛନ୍ତି। ଦୀର୍ଘ ଅଭିନୟ ଜୀବନରେ ସେ ଖଳନାୟକ, ସହଅଭିନେତା ଠାରୁ ଆରମ୍ଭ କରି କମେଡି ଚରିତ୍ର ପର୍ଯ୍ୟନ୍ତ ବିଭିନ୍ନ ଭୂମିକାରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି। ତାଙ୍କ ନିଆରା ଅଭିନୟ ଶୈଳୀ ଓ ସଂଳାପ ପରିବେଷଣ ତାଙ୍କୁ ଦର୍ଶକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ୧୯୭୫ ମସିହାରେ ‘ଦୋ ଜାସୁସ୍’ ଚଳଚ୍ଚିତ୍ରରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଶକ୍ତି […]
ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 6E 1302 ଗୁରୁବାର ମସ୍କଟରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି। ଯାତ୍ରା ସମୟରେ ପାଇଲଟ ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବିମାନକୁ ମସ୍କଟକୁ ସ୍ଥାନାନ୍ତର କରାଯାଇଥିଲା।ମସ୍କଟ ବିମାନବନ୍ଦରରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିବା ପରେ ପାଇଲଟ୍ଙ୍କୁ ମେଡିକାଲ ଟିମ୍ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଥିଲା । ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି ।ଇଣ୍ଡିଗୋ ଯାତ୍ରୀମାନଙ୍କୁ […]
ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପବିତ୍ର ଜନ୍ମାଷ୍ଟମୀ। ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ଆଜି ସଂଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବ।ଏଣୁ ସନ୍ଧ୍ୟାଧୂପ ଭୋକ ପରେ କୃଷ୍ଣ ଜନ୍ମ ନୀତି ହେବ। ତେଣୁ ସନ୍ଧ୍ୟର ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସର୍ବସାଧରଣ ଦର୍ଶନ ବନ୍ଦ ରହିବ। ଅର୍ଥାତ ଶ୍ରୀଜିଉଙ୍କ ଦର୍ଶନ ୫ ଘଣ୍ଟା ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ […]
ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ନିକଟ ଡୋମ ସାହିରେ ବୁଧବାର ରାତିରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଘର ଭିତରୁ ମହିଳାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିବା ପଡ଼ୋଶୀ ଦେଖିଲେ, ନିଆଁରେ ଜଳୁଛନ୍ତି ଜଣେ ମହିଳା। ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଛି ପୋଲିସ। ସୂଚନା ଅନୁସାରେ, ଘରୋଇ […]
ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ ମଧ୍ୟ ଚାଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ମିଳିମିଶି ଏହି ଦିବସର ମହତ୍ତ୍ୱ ଉପଲବ୍ଧି କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ […]
ନେପାଳରେ ଆସିଥିବା ଜଳପ୍ରଳୟ ପରେ ମୃତଦେହ ଉଦ୍ଧାର କାର୍ଯ୍ୟ ଲଗାତାର ଜାରି ରହିଛି । ନେପାଳ ପୋଲିସ ତାଜା ରିପୋର୍ଟ ଅନୁଯାୟୀ, ଦେଶରେ ଏଯାଏଁ 1222 ମୃତଦେହ ଜବତ କରାଯାଇଥିବା ବେଳେ 4216 ନିଖୋଜ ରହିଛନ୍ତି । NDRRMA ସୂଚନା ଅନୁସାରେ, ନିଖୋଜ ଲୋକଙ୍କ ମଧ୍ୟରେ 583 ଜଣ ବିଦେଶୀ ନାଗରିକ ଅଛନ୍ତି । ନେପାଳ ସେନା ସମେତ ସୁରକ୍ଷା କର୍ମୀଙ୍କ ମିଳିତ ବାହିନୀ ଏପର୍ଯ୍ୟନ୍ତ ହେଲିକପ୍ଟର ଏବଂ ସ୍ଥଳପଥ ବ୍ୟବହାର କରି 11,993 ଜଣଙ୍କୁ ଉଦ୍ଧାର […]
ବଲାଙ୍ଗିର ସହରରେ ଲକ୍ଷଲକ୍ଷ ଟଙ୍କାର ଦେହ କାରବାର ଚାଲିଛି । ଗତକାଲି ଗଞ୍ଜେଇ ମାମଲାରେ ତଦନ୍ତ କରୁଥିବା ସମୟରେ ପୁଲିସ ଏହି ସେକ୍ସ ରାକେଟ ସମ୍ପର୍କରେ ଜାଣିବାକୁ ପାଇଥିଲା ।ଟାଉନ ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ଅଞ୍ଚଳର ଏକ ହୋଟେଲରୁ ଯାଞ୍ଚ କରିବାରୁ ରୁମ ନମ୍ବର ୧୦୩ ଏବଂ ୧୦୬ରେ ଅସଂଯତ ଅବସ୍ଥାରେ କେତେକ ଯୁବକଯୁବତୀଙ୍କୁ ପାଇଥିଲା । ସେଠାରେ ପଚରାଉଚୁରା କରିବାରୁ ହୋଟେଲ ରୁମରେ ଦେହ ବେପାର ଚାଲିଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ପୁଲିସ […]
