ନୟାଗଡ଼,(ଓଡ଼ିଶା ଦର୍ପଣ): ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ନଭେମ୍ବର ୧ ରୁ ୩ ପର୍ଯ୍ୟନ୍ତ ନୟାଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଅଲ ଓଡ଼ିଶା ଓପନ ସ୍କୁଲ ଚେସ୍ ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ନୟାଗଡ଼ ଜିଲ୍ଲା ଚେସ୍ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଆସୋସିଏସନ୍ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ବାତ୍ୟା ଜନିତ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଖେଳାଳି ଓ ଅଭିଭାବକ ମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ […]
ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଓଡିଶାର ୩୫ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଏଥିରେ ଉପକୃତ ହେବେ। ମୋଟ ୭୦୦ କୋଟିରୁ ଅଧିକ ଟଙ୍କା ଚାଷୀଙ୍କୁ ମିଳିବ।ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଗୁଜୁରାଟର ବନାସକାଣ୍ଠାଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶବ୍ୟାପୀ ଚାଷୀଙ୍କୁ ଏହି କିସ୍ତି ପ୍ରଦାନ କରିବେ।ଏଥିସହିତ ଓଡ଼ିଶା ପାଇଁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପୂର୍ବାହ୍ନ ୯ଟାରେ […]
ମାଟ୍ରିକ ପରୀକ୍ଷା ନିମନ୍ତେ ନଭେମ୍ବର ୨ରୁ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରେଗୁଲାର ଏବଂ ଏକ୍ସରେଗୁଲାର ବର୍ଗର ଛାତ୍ରଛାତ୍ରୀ ଏହି ଫର୍ମପୂରଣ କରିପାରିବେ। କେବଳ ଅନଲାଇନ ମାଧ୍ୟମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ବା ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଫର୍ମକୁ ପୂରଣ କରିବାକୁ ନିର୍ଦେଶ ଦିଆଯାଇଛି।ଆସନ୍ତା ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚରେ ଏହି ପରୀକ୍ଷା କରାଯିବାର ଯୋଜନା ରହିଛି। ଫର୍ମପୂରଣ ସମୟରେ […]
ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀ-ଏନସିଆର (Delhi-NCR) ରେ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ସେ ନାହାନ୍ତି; ବରଂ, କୋର୍ଟ ଏକ ସନ୍ତୁଳିତ ନିର୍ଦ୍ଦେଶ ଜାରି କରିବେ। କୋର୍ଟ ଜୋର ଦେଇ କହିଛନ୍ତି ଯେ ଯେଉଁମାନେ ନିୟମ ଉଲ୍ଲଂଘନ କରି ବାଣ ବିକ୍ରି କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏହା ସହିତ କୋର୍ଟ ପରାମର୍ଶ ଦେଇଛନ୍ତି ଯେ ବିରାଟ କୋହଲିଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ବାଣ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା […]
ପଶ୍ଚିମବଙ୍ଗର ସରକାରୀ ସ୍କୁଲ୍ରେ ପଢ଼ାଯାଉଥିବା ବଙ୍ଗଳା ଭାଷା ବହିରେ ଖୁବଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ପାଠ୍ୟକ୍ରମ ସମୀକ୍ଷା କମିଟି ପାଠ୍ୟପୁସ୍ତକରେ ବ୍ୟବହୃତ କେତେକ ଶବ୍ଦ ପରିବର୍ତ୍ତନ, ଇତିହାସ ପାଠ୍ୟକ୍ରମରେ ସଂଶୋଧନ ଏବଂ ନୂଆ ବିଷୟବସ୍ତୁ ସାମିଲ କରିବାକୁ ସୁପାରିସ କରିଛି । ପ୍ରସ୍ତାବ ଅନୁଯାୟୀ ବଙ୍ଗଳା ପାଠ୍ୟପୁସ୍ତକରେ ପାଣି ବଦଳରେ ଜଳ ଏବଂ ଅବ୍ବା ବଦଳରେ ବାବା ଶବ୍ଦ ବ୍ୟବହାର କରାଯିବ ।ଏହା ସହ ହିନ୍ଦୁ ରାଷ୍ଟ୍ରବାଦୀ ନେତା ଡକ୍ଟର ଶ୍ୟାମା […]
ରାଜ୍ୟସଭା କ୍ରସ୍ ଭୋଟିଂ ବିବାଦରେ ନୂଆ ମୋଡ଼, ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ବିଜେଡିର ୫ ବିଧାୟକଙ୍କ ପାଇଁ ବଢ଼ିଲା ଆଇନଗତ ଅଡ଼ୁଆ। ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା , ସନାତନ ମହାକୁଡ, ସୋଭିକ ବିଶ୍ୱାଳ ଓ ଚକ୍ରମଣି କହଁରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ଜାନୁଆରୀ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ହେଲେ ଏହାରି ପୂର୍ବରୁ […]
ରାୟଗଡା, ୨୯/୧୦ : ରାୟଗଡା ଜିଲ୍ଳାର ଯୁବ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ଏନ୍. ଭାସ୍କର ରାଓଙ୍କୁ ଝଟକା ଲାଗିଛି। ହାଇକୋର୍ଟ ପ୍ରଦାନ କରିଥିବା ଅଗ୍ରୀମ ଜାମିନକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ଭାସ୍କର ରାଓଙ୍କ ସମେତ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଏସ୍ଡିଜେଏମ୍ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୦ ମସିହାରେ ଯୁବ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗିଙ୍କ ହତ୍ୟା ଘଟଣାକୁ […]
ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କ୍ୟାନ୍ସର ୱାର୍ଡରେ ସିଲିଂ ଖସିବା ଘଟଣା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛି । ୱାର୍ଡର ବିଭିନ୍ନ ବେଡ୍ ଉପରେ ସିଲିଂ ଭୁଶୁଡ଼ି ପଡ଼ିଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।ଲଗାତାର ବର୍ଷା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ତେବେ ସିଲିଂ ଖସିବାର ପ୍ରକୃତ କାରଣ ଏବଂ କୋଠାର ସାମଗ୍ରିକ ସ୍ଥିତି ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ ।
କର୍କଟ ରୋଗର ଚିକିତ୍ସାକୁ ଅଧିକ ସୁଲଭ କରିବା ଲକ୍ଷ୍ୟରେ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍ପିପିଏ) ପକ୍ଷରୁ ୫୪୩ଟି ବ୍ରାଣ୍ଡ୍ର କର୍କଟ ଔଷଧର ସଂଶୋଧିତ ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍ଆର୍ପି) ତାଲିକା ପ୍ରକାଶ କରାଯାଇଛି। ଏହି ନୂତନ ଦର ଆସନ୍ତା ନଭେମ୍ବର ୯ରୁ ଲାଗୁ ହେବ।ସ୍ୟାମ୍ଟେପା (Samtepa) ଇଞ୍ଜେକ୍ସନର ଦାମ୍ ପୂର୍ବରୁ ୮୦, ୦୭୧.୮୬ ଥିବାବେଳେ ବର୍ତ୍ତମାନ ଏହା କମି ୭, ୧୫୦.୩୩ କରାଯାଇଛି । ପ୍ୟାଲ୍ବୋପ୍ରୋ (Palbopro) ଔଷଧର ୨୧ଟି କ୍ୟାପସୁଲ୍ ବିଶିଷ୍ଟ ପ୍ୟାକ୍ […]
ପୁଣି ଭିଜିଲାନ୍ସ ଜାଲରେ ଫସିଲେ ଜଣେ ମହିଳା ଅଧିକାରୀ। ଜଣଙ୍କ ଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରା।ଅଭିଯୋଗ ଅନୁସାରେ, ଫୁଲନଖରା ରେଞ୍ଜ ଅଧୀନରେ ୩ଟି ପ୍ଲାଣ୍ଟେସନ ସାଇଟର ଜୁଲାଇରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ, ଜଗୁଆଳି, ପାଣି ଓ ସାର ବାବଦ ବିଲ ପାସ କରିବା ପାଇଁ ସେ ସେହି ରେଞ୍ଜର ଜଣେ କର୍ମଚାରୀଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ […]
ବାତ୍ୟା ଅର୍ଣ୍ଣବ ପରର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ରାଜୀବ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ବନ୍ୟା ସ୍ଥିତି ମୁକାବିଲା ଲାଗି ଉଦ୍ୟମ ଚାଲିଛି । ଗଞ୍ଜାମରେ ବନ୍ୟା ସ୍ଥିତି ସାଂଘାତିକ । ଚାରିଆଡ଼େ ବନ୍ୟା ଜଳ ଘେରି ରହିଥିବାରୁ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଏଭଳି ସ୍ଥିତିରେ ପାଣି ଘେରରେ ଫସିଥିବା ୧୨୦ ଜଣଙ୍କୁ ଏୟାରଲିଫ୍ଟ […]
ରାଜଧାନୀରେ ଏକ ଲଭ ଜିହାଦ୍ ଭଳି ଘଟଣା ପଦାକୁ ଆସିଛି । ନିଜକୁ ହିନ୍ଦୁ ବୋଲି କହି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲେ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଅଶ୍ଳୀଳ ଭିଡିଓ ରେକର୍ଡିଂ କଲେ । ପରେ ବ୍ଲାକ୍ ମେଲିଂ କରି ଟଙ୍କା ମାଗିଲେ । ପ୍ରତିବାଦ କରିବାକୁ ମାଡ଼ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କଲେ । ଯୁବତୀଙ୍କ ଅଭିଯୋଗ ପରେ ଏହି ନେଇ ମହିଳା ଥାନା ପୁଲିସ୍ କେନ୍ଦ୍ରାପଡ଼ାର ସେକ୍ […]
