author

ମିଗ୍-୨୧ ଉଡ଼ାଇଥିଲେ, ଏବେ ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ

ଭାରତୀୟ ବାୟୁସେନାର ପୂର୍ବତନ ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ତ୍ତମାନ ସାଧାରଣ ଯାତ୍ରୀବାହୀ ବିମାନ ଉଡ଼ାଇବେ । ବର୍ଷ ୨୦୧୯ରେ ପାକିସ୍ତାନ ସହିତ ହୋଇଥିବା ଆକାଶମାର୍ଗ ଯୁଦ୍ଧ ସମୟରେ ନିଜର ଶୌର୍ଯ୍ୟ ପ୍ରଦର୍ଶନ କରିଥିବା ଏହି ବୀର ପାଇଲଟ୍, ଏବେ ଆଉ ଯୁଦ୍ଧ ବିମାନ ଉଡ଼ାଇବେ ନାହିଁ । ସୂଚନା ଅନୁଯାୟୀ, ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ତ୍ତମାନ ଗତ ଅଗଷ୍ଟ ମାସରେ ଗୋଆ ଭିତ୍ତିକ ଆଞ୍ଚଳିକ ବିମାନ ସେବା ‘FLY91’ ରେ ଜଣେ ପାଇଲଟ୍ ଭାବେ ଯୋଗ ଦେଇଛନ୍ତି […]

ଭୋଟର ଲିଷ୍ଟରୁ କାହିଁକି କଟିଲା ରାଘବ ଚଢାଙ୍କ ନାଁ, ଏହା ପଛର କାରଣ ଖୋଲି କହିଲେ

ପଞ୍ଜାବ ରାଜନୀତିରେ ପୁଣି ହଲଚଲ । ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ନାଁ ପଞ୍ଜାବର ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ୍ ପଡ଼ିଛି। ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା SIR ପ୍ରକ୍ରିୟାରେ ତାଙ୍କ ନାଁକୁ ‘Permanently Shifted’ ବା ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ ବୋଲି ଦର୍ଶାଯାଇଛି । ଆଉ ଏହାକୁ ନେଇ ବଡ଼ ଅଭିଯୋଗ ଆଣିଛନ୍ତି ରାଘବ ଚଢ଼ା ।ଭୋଟର ଲିଷ୍ଟରୁ ତାଙ୍କ ନାଁ ହଟିବା ନେଇ ସେ ଅସନ୍ତୋଷ ପ୍ରକାଶ କରି ପଞ୍ଜାବର […]

ତିନି ଦିନ ଧରି ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ । ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ । ପକ୍ଷୀ ଗଣନା କରୁଛନ୍ତି ୪ଟି ଟିମ୍ । ପ୍ରତି ଟିମ୍ ରେ ୫ଜଣ ଲେଖାଏଁ ବନ କର୍ମଚାରୀ ଅଛନ୍ତି । ମଠଆଡିଆ , ଦୁର୍ଗାପ୍ରସାଦ ଡିଆ ଓ ଲକ୍ଷ୍ମୀପ୍ରସାଦ ଡିଆଠାରେ ପକ୍ଷୀ ଗଣନା କରାଯାଉଛି ।ଦେଶୀୟ ପକ୍ଷୀ ଗେଣ୍ଡାଳିଆ, ଦାବେଣ୍ଟିଆ, ଅଞ୍ଜନା, ଖଇରା , ପାଣିକୁଆ, ମଝିଆ ବଗ, ଛୋଟ ବଗ, ରାଣୀ ବଗ, କାପର ଖାଇ, ଅନ୍ଧାରିଆ […]

ଆଜିର ରାଶିଫଳ(୩ ସେପ୍ଟେମ୍ବର, ୨୦୨୬)

ମେଷ ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି । ବୃଷ ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। […]

ସାର କଳାବଜାରୀ ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ :୧୧,୬୮୪ ଟି ସାର ଦୋକାନରେ ଚଢଉ

ସାର କଳାବଜାରୀ ଉପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାର କଳାବଜାରୀରେ ଲିପ୍ତ ଥିବା ଅଭିଯୋଗରେ ୧୭୦ ଜଣ ଡିଲରଙ୍କ ଲାଇସେନ୍ସ ନିଲମ୍ବିତ କରାଯାଇଥିବାବେଳେ ୯୬ ଜଣ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି।ବିଭାଗ ପକ୍ଷରୁ ମିଳିଥବା ସୂଚନାନୁସାରେ, କୃଷି ସଚିବ ସଚିନ ରାମଚନ୍ଦ୍ର ଜାଧବଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜସ୍ୱ, କୃଷି ଏବଂ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ନିରୀକ୍ଷଣ ଦଳ ଓ ଫ୍ଲାଇଂ ସ୍କ୍ୱାଡ୍‌ ଗଠନ କରାଯାଇଛି। କଳାବଜାରିଙ୍କ ବିରୋଧରେ ସାର ନିୟନ୍ତ୍ରଣ ଆଦେଶ […]

ନେପାଳରେ ପହଞ୍ଚିଲେ ସୋନୁ ସୁଦ; ବାଣ୍ଟିଲେ ଖାଦ୍ୟ ଓ କମ୍ଵଳ

ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ନେପାଳରେ ପହଞ୍ଚିଛନ୍ତି। ବୁଧବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସେ ମଙ୍ଗଳବାର ନେପାଳରେ ପୀଡ଼ିତଙ୍କୁ ଭେଟିବା ସହ ରିଲିଫ୍‌ କାର୍ଯ୍ୟରେ ସାମିଲ ହୋଇଛନ୍ତି। ” ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସୋନୁ କହିଛନ୍ତି ଆମେ ବନ୍ୟା ପୀଡିତଙ୍କୁ ଭେଟିବା ପାଇଁ ଏଠାକୁ ଆସିଛୁ। ଆମେ ଭାରତରୁ ଯଥେଷ୍ଟ ପରିମାଣର ସାମଗ୍ରୀ ମଧ୍ୟ ଆଣିଛୁ। ତାଙ୍କ ଫାଉଣ୍ଡେସନ୍ ଟିମ୍ ଭାରତରୁ ବହୁ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି କମ୍ବଳ ଏବଂ […]

କେନ୍ଦ୍ରୀୟ ଜଳ ଶକ୍ତି ସମ୍ମିଳନୀ , ୨ ବର୍ଷରେ ୫୪ ହଜାର କୋଟିର ଜଳ ଭିତ୍ତିଭୂମି ମଞ୍ଜୁର

ଓଡ଼ିଶାର ଅର୍ଥନୀତି କୃଷି ପ୍ରଧାନ ହୋଇଥିବାରୁ ଜଳ ସୁରକ୍ଷା ଓ ସିଞ୍ଚନର ବିକାଶକୁ ଆମ ସରକାର ସବୁଠାରୁ ଅଧିକ ପ୍ରାଥମିକତା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫୪,୦୦୦ କୋଟି ଟଙ୍କାର ଜଳ ଭିତ୍ତିଭୂମି କାର୍ଯ୍ୟକୁ ମଞ୍ଜୁରୀ ଦିଆଯାଇଛି। ଅତି କମ୍ ସମୟ ମଧ୍ୟରେ ୩,୨୦,୦୦୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ବୋଲି ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ବିଭାଗୀୟ ଶୀର୍ଷ ସମ୍ମିଳନୀରେ ବକ୍ତବ୍ୟ ରଖି […]

ସେପ୍ଟେମ୍ୱର ୪ରେ କାମ କରିବନି ଏହି ବ୍ୟାଙ୍କ UPI

ଯଦି ଆପଣ SBIର UPI ବ୍ୟବହାର କରି ଦୈନିକ ପେମେଣ୍ଟ କରନ୍ତି, ତେବେ ଆପଣଙ୍କୁ ସେପ୍ଟେମ୍ବର ୪ ତାରିଖ ରାତିରେ ସତର୍କ ରହିବାକୁ ପଡିବ। ବ୍ୟାଙ୍କ କହିଛି ଯେ ରକ୍ଷଣାବେକ୍ଷଣ ଯୋଗୁଁ, UPI ପେମେଣ୍ଟ ଅସ୍ଥାୟୀ ଭାବରେ ଉପଲବ୍ଧ ହେବ ନାହିଁ। ତଥାପି, ଏହି ସମୟ ମଧ୍ୟରେ UPI Lite ଉପଲବ୍ଧ ହେବ |SBI ଅନୁଯାୟୀ, ୪ ସେପ୍ଟେମ୍ୱର ୨୦୨୬ ରାତି ୧୨:୧୫ ରୁ ୧:୦୦ ଟା ପର୍ଯ୍ୟନ୍ତ UPI ସେବା ଉପଲବ୍ଧ ହେବ ନାହିଁ। ଅର୍ଥାତ […]

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା ଓଟିଇଟି-୨୦୨୬ ରେଜଲ୍ଟ

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା ଓଟିଇଟି-୨୦୨୬ ରେଜଲ୍ଟ । ମୋଟ ପାସ ହାର ୬୪.୪୮ ପ୍ରତିଶତ ରହିଛି । ପରୀକ୍ଷା ପାଇଁ ୯୭ ହଜାର ୧୫୧ ଜଣ ଆବେଦନ କରିଥିଲେ । ସେଥିରୁ ୫୩ ହଜାର ୩୧୪ ଜଣ କୃତକାର୍ଯ୍ୟ ହୋଇଛନ୍ତି ।ଗତ ଜୁଲାଇ ୫ ତାରିଖରେ ହୋଇଥିଲା ଏହି ପରୀକ୍ଷା । ପେପର-୧ ଓ ପେପର-୨କୁ ମିଶାଇ ମୋଟ ୯୭ ହଜାର ୧୫୧ ଜଣ ପ୍ରାର୍ଥୀ ପଞ୍ଜୀକରଣ କରିଥିଲେ । ୧୨ ହଜାର […]

ସାଇ ବାବାଙ୍କ ପାଇଁ ଆଗେଇ ଆସିଲେ ୩ ସୁପରଷ୍ଟାର

୧୯୭୭ ମସିହାରେ ‘ଶିରିଡି ସାଇ ବାବା’ ରେ ସାଇ ବାବା ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇ ଆସୁଥିବା ଅଭିନେତା ସୁଧୀର ଦଲଭି ସମ୍ପ୍ରତି ଅସୁସ୍ଥ ହୋଇପଡ଼ିଛନ୍ତି । ସେ ପ୍ରାୟ ଗୋଟିଏ ମାସ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ଏବେ ତାଙ୍କ ଅବସ୍ଥା ଭଲ ରହିଛି । ସେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି । ସୂଚନାମୁତାବକ […]

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ମାମଲାର ଆବେଦନ ଖାରଜ

ହେଲିକପ୍ଟର ମାମଲାରେ ଖାରଜ ହେଲା ଆବେଦନ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ମାମଲା ଆବେଦନ ଖାରଜ କଲେ ଖୋର୍ଦ୍ଧା କୋର୍ଟ। ଅଭିଯୋଗରେ ଯଥେଷ୍ଟ ଆଧାର ନାହିଁ କହିଲେ ଖୋର୍ଦ୍ଧା କୋର୍ଟ। ପୂର୍ବରୁ ଭୁବନେଶ୍ୱର SDJM ବି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡ୍ୟାନଙ୍କ ସ୍ୱଚ୍ଛତା ଉପରେ ମୋହର ମାରିଥିଲେ । ଯାହାକୁ ଆଜି […]

 ଅଯୋଧ୍ୟା ରାମ ମନ୍ଦିରକୁ ମିଳିଲା ନୂଆ ସିଇଓ, ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ମନୋନୀତ

ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ CEO ହେଲେ ଅବସରପ୍ରାପ୍ତ ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ରା । ଅଯୋଧ୍ୟା ରାମ ମନ୍ଦିରର ପରିଚାଳନାକୁ ଆହୁରି ସୁସଂଗଠିତ ଓ ପାରଦର୍ଶୀ କରିବା ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।ର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ତାଙ୍କ ନିଯୁକ୍ତି ତାରିଖରୁ ତିନି ବର୍ଷ ପର୍ଯ୍ୟନ୍ତ CEO ପଦବୀରେ ରହିବେ । ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ଭାରତୀୟ ବାୟୁସେନାରେ ୩୮ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ସେ […]