author

ତହସିଲଦାରଙ୍କୁ ମିଳିଲା ପୁରୁଣା କବଲା ସଂଶୋଧନ କ୍ଷମତା

ରାଜ୍ୟରେ ଜମି କିଣାବିକା ଏବଂ ଜମି ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଓଡ଼ିଶା ସର୍ଭେ ଆଣ୍ଡ ସେଟଲ୍‌ମେଣ୍ଟ ରୁଲ୍‌ସରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।ବର୍ତ୍ତମାନ ପ୍ରାବଧାନ ଅନୁସାରେ, ବନ୍ଦୋବସ୍ତ ପ୍ରକ୍ରିୟା (Settlement Operation) ପୂର୍ବରୁ କିଣିଥିବା ଜମିର ପଟ୍ଟା (RoR) ବନ୍ଦୋବସ୍ତ ଅଧିକାରୀ (Settlement Officer) କ୍ରେତାଙ୍କ ନାମରେ କରିଥାଆନ୍ତି। କିନ୍ତୁ ଯଦି କୌଣସି କାରଣ ଯୋଗୁ ବନ୍ଦୋବସ୍ତ […]

ପାଣି ଭିତରେ ୨୯ ମିନିଟ୍ ୩ ସେକେଣ୍ଡ ନିଃଶ୍ୱାସ ବନ୍ଦ କଲେ ମାରିସିକ୍

ଏସିଆର ୪୦ ବର୍ଷୀୟ ଫ୍ରିଡାଇଭର ଭିଟୋମିର ମାରିସିକ୍ ପାଣି ତଳେ ୨୯ ମିନିଟ୍ ଓ ୩ ସେକେଣ୍ଡ ଯାଏ ନିଃଶ୍ୱାସ ବନ୍ଦ କରି ନୂଆ ଗିନିଗ୍ ୱାର୍ଲଡ ରେକର୍ଡ କରିଛନ୍ତି । ଏହା ପୂର୍ବ ରେକର୍ଡଠାରୁ ପ୍ରାୟ ୫ ମିନିଟ୍ ଅଧିକ ଅଟେ ।ଓପାଟିଜା ସହରର ଏକ ହୋଟେଲ ପୁଲରେ ଏହି ଚମତ୍କାର ଘଟିଛି । ମାରିସିକ୍ ଏହି ପ୍ରୟାସ ପୂର୍ବରୁ ୧୦ ମିନିଟ୍ ପାଇଁ ଶୁଦ୍ଧ ଅମ୍ଳଜାନରେ ନିଃଶ୍ୱାସ ନେଇଥିଲେ । ତା’ପରେ ସେ ପୁଲ […]

ନୂଆପଡ଼ା ଉପନିର୍ବାଚନକୁ ନେଇ ପ୍ରମିଳାଙ୍କ ନୂଆ ଥିଓରି, ବିଜେଡି ହିଁ ବିଜୟ ହେବ

ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡିର ନୂଆ ଥିଓରି ସାମ୍ନାକୁ ଆସିଛି। ପ୍ରେସ୍‌ମିଟ୍‌ କରି ଭାଜପାକୁ ଟାର୍ଗେଟ କରିଛନ୍ତି ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ସବୁ ଠିକ ଥିଲେ ଆମେ ୧୦ ହଜାର ଭୋଟ୍‌ରେ ଜିତିବୁ। ନୂଆପଡା ଉପନିର୍ବାଚନରେ ବିଜେପି ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅପଚେଷ୍ଟା କରିଛି ବୋଲି ଆଜି ବିଜୁ ଜନତା ଦଳ ଅଭିଯୋଗ କରିଛି । ଭାଜପା ଯଦି ଜିତେ ତା’ହେଲେ ଇଭିଏମ୍‌ […]

ଆସନ୍ତା ୧୮ ତାରିଖରୁ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ

ଆସନ୍ତା ୧୮ ତାରିଖରୁ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ । ଲୋକସେବା ଭବନର କନଭେନସନ ସେଣ୍ଟରରେ ୧୮ ଏବଂ ୧୯ ତାରିଖ ଦୁଇ ଦିନ ହେବ ସମ୍ମିଳନୀ । ଏଥିରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନେଇ ବିଶଦ ଆଲୋଚନା ହେବ । ଦୁଇ ଦିନିଆ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ, ରବି ଧାନ ସଂଗ୍ରହ ଓ ନୂଆଦିଲ୍ଲୀ ବିସ୍ଫୋରଣ […]

ବିଦେଶରୁ ଫେରି ଲାଲ୍ କିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନରୁ ଫେରିବା ପରେ ସିଧାସଳଖ ଦିଲ୍ଲୀ ବିସ୍ଫୋରଣରେ ପୀଡିତ ଆହତଙ୍କୁ ଭେଟିଛନ୍ତି । ଦିଲ୍ଲୀ ସ୍ଥିତ ଏଲଏନଜେପି ହସପିଟାଲରେ ଆହତଙ୍କୁ ଭେଟିଛନ୍ତି । ଏହି ହସପିଟାଲରେ ଦିଲ୍ଲୀ ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି । ଜାତୀୟ ରାଜଧାନୀର ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ହୋଇଥିବା ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ। ବୁଧବାର ଦିଲ୍ଲୀରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ […]

ଏସ୍‌ଆଇ ସ୍କାମ୍‌: ଶଙ୍କରଙ୍କ ଘନିଷ୍ଠ ସହଯୋଗୀ ଗିରଫ

ଏସ୍‌ଆଇ ସ୍କାମ୍ ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିର ଘନିଷ୍ଠ ସହେଯାଗୀ ସାଗର କୁମାର ଗୌଡକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ଦୀଘା ମଡ୍ୟୁଲର ଦାୟିତ୍ୱରେ ସାଗର ଥିବା ସୂଚନା ମିଳିଛି । ମାଷ୍ଟର ମାଇଣ୍ଡ ଶଙ୍କରଙ୍କ କେୟାର୍ ଟେକର୍ ଥିଲେ ସାଗର । ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲେ ଶଙ୍କର । ସେପଟେ ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀର ତଦନ୍ତ କରିବ ସିବିଆଇ । ଏନେଇ କେନ୍ଦ୍ର ସରକାର ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ହୋଇଛି […]

ନୟାଗଡ଼ରେ ଡକାୟତି ବେଳେ ବୋମାମାଡ଼, ୩ ଗୁରୁତର ମେଡିକାଲରେ ଭର୍ତ୍ତି

ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼। ଏହି ଘଟଣା ନୟାଗଡ଼ରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଏହି ଘଟଣାରେ ୩ ଗ୍ରାମବାସୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ନୟାଗଡ଼ ଟାଉନ ଥାନା ସୁଳିଆ ଗାଁରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଗାଁରେ ରାସ୍ତା କାମ ଚାଲୁଥିବାରୁ ୨ ଜଣ ଯୁବକ ସିମେଣ୍ଟ ଜଗିଥିଲେ । ୬ଜଣ ଲୋକ ରାତି ପ୍ରାୟ ସାଢେ ୧୨ଟା ସମୟରେ ବିଭିନ୍ନ ମାରଣାସ୍ତ୍ର ଧରିପଶି ଆସିଥିଲେ । ଦୁର୍ବୃତ୍ତଙ୍କୁ ଦେଖି ୨ ଯୁବକ […]

ରାଜ୍ୟରେ ଆହୁରି ବଢିବ ଶୀତ, ୨ରୁ ୩ ଡିଗ୍ରୀ ଖସିବ ପାରଦ

ଜାଡ଼ରେ ଥରୁଛି ଓଡ଼ିଶା । ତଳମୁହାଁ ହେଉଛି ତାପମାତ୍ରା । ଆଗାମୀ ୨୪ ଘଣ୍ଟାରେ ୨ ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା। ଥରିବ ସାରା ଓଡ଼ିଶା। ତେବେ ୩ଟି ଜିଲ୍ଲାକୁ ଶୀତ ଲହରୀ ଚେତାବନୀ ଦିଆଯାଇଛି। ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡକୁ ଜାରି ହୋଇଛି ୱାର୍ଣ୍ଣିଂ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ସହ କୁହୁଡ଼ି ପଡ଼ିବ। ଜଳୀୟବାଷ୍ପ ହ୍ରାସ ସହ ଉତ୍ତରପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ […]

ଯାତ୍ରା ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିଲେ, ମଞ୍ଚ ଉପରେ ଚଢ଼ି ହିରୋକୁ ମଧ୍ୟ ପିଟିଲେ

ଯାତ୍ରା କଳାକାରଙ୍କ ଅଭିନୟକୁ ସତ ମାନି ନେଲେ ଦର୍ଶକ । ଅଭିନୟ ଏତେ ଜୀବନ୍ତ ଥିଲା ଯେ, ରାଗ ତମତମ ଦର୍ଶକ ଷ୍ଟେଜ୍ ଉପରକୁ ଚେୟାର ଫିଙ୍ଗିବା ସହ ଉପରକୁ ଉଠି ଆସି ମାରିଲେ ଚାପୁଡା । ଏମିତି ଘଟଣା ଘଟିଛି ଭଦ୍ରକ ଅଣ୍ଡରେଇରେ । ଦ୍ରକ ଅଣ୍ଡରେଇ ଠାରେ ଯାତ୍ରା ରାଜନନ୍ଦିନୀ ”ଏମିତି ବିଚାର କେବେ ଦେଖିନି” ନାଟକ ମଞ୍ଚସ୍ଥ କରୁଥିଲା । ଏଥିରେ ମାଆ ଭୂମିକାରେ ଟୁନିଆ ମଲ୍ଲିକ , ବାପା ଭାବେ ସଞ୍ଜୟ […]

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା

ଆଜି ସରିଥାନ୍ତା, ହେଲେ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହୋଇଛି। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହାଦ୍ବାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତାକାଲି ଅର୍ଥାତ୍ ୧୩ ତାରିଖ ଦିନ ଉଦ୍‌ଯାପିତ ହେବ।ସୂଚନାମୁତାବକ ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହୋଇଥିଲା ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ୮ ଦିନ ଧରି ଚାଲିବାକୁ ଥିବା ଐତିହାସିକ ବାଲିଯାତ୍ରା […]

ପ୍ରକାଶ ପାଇଲା ୨୦୨୬ ବର୍ଷ ପାଇଁ ସରକାରୀ ଛୁଟି ତାଲିକା

ରାଜ୍ୟ ସରକାରଙ୍କ ପାକ୍ଷରୁ ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ପ୍ରକାଶ ପାଇଲା ଛୁଟି ତାଲିକା। ନିଜ କର୍ମଚାରୀଙ୍କ ପାଇଁ ସରକାରୀ ଛୁଟି ଏବଂ ଇଚ୍ଛାଧୀନ ଛୁଟି ତାଲିକା ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ମକର ସଂକ୍ରାନ୍ତି(୧୪ ଜାନୁଆରୀ)ରୁ ସରକାରୀ ଛୁଟି ଆରମ୍ଭ ହେଉଛି। ଏହାପରେ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ଜୟନ୍ତୀ/ବସନ୍ତ ପଞ୍ଚମୀ ପାଇଁ ୨୩ ଜାନୁଆରୀ ଛୁଟି ଘୋଷଣା କରାଯାଇଥିବାବେଳେ ଗଣତନ୍ତ୍ର ଦିବସ(୨୬ ଜାନୁଆରୀ), ଦୋଳପୂର୍ଣ୍ଣିମା(୩ ମାର୍ଚ୍ଚ), ହୋଲି(୪ ମାର୍ଚ୍ଚ), ଇଦ୍‌-ଉଲ୍‌-ଫିତର(୨୧ ମାର୍ଚ୍ଚ), ଶ୍ରୀରାମନବମୀ(୨୭ ମାର୍ଚ୍ଚ), […]

ସାଉଦି ଆରବରେ ଓଡିଆ ସଙ୍ଗଠନ”ଉତ୍କଳିକା”ର ୧୬ତମ ବାର୍ଷିକ ଉତ୍ସବ ପାଳିତ।

ସାଉଦି ଆରବରେ ପ୍ରବାସୀ ଓଡ଼ିଆ ସଂଗଠନ “ଉତ୍କଳିକା” ନିଜର ୧୬ ତମ ବାର୍ଷିକ ଉତ୍ସବ ସାଉଦି ଆରବର ଜୁବେଲ ଠାରେ ପାଳନ ହୋଇ ଯାଇଛି। ଏଥିରେ ୨୪୦ ଓଡିଆ ପରିବାର ସମେତ ୬୦୦ ରୁ ଅଧିକ ଓଡ଼ିଆ ସଦସ୍ୟ ଯୋଗଦେଇଥିଲେ, ପ୍ୟାରୀମୋହନ ମଲିକଙ୍କ ସ୍ବାଗତ ଭାଷଣ ପରେ ଓଡ଼ିଶୀ ନୃତ୍ୟ,ସମ୍ବଲପୁରୀ ନୃତ୍ୟ, ଗୀତ, ନାଟକ ଓ ପାଲା, ପ୍ରଦର୍ଶନ ହୋଇଥିବା ବେଳେ ଯୋଗଦେଇଥିବା କଳାକାର ଏବଂ ଅନୁଷ୍ଠାନମାନଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି […]