author

ପାଇଖାନା ଟାଙ୍କିରେ ପଶି ୬ ଜଣଙ୍କ ମୃତ୍ୟୁ ଘଟଣା : ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

କଳାହାଣ୍ଡି ମଦନପୁର ରାମପୁରରେ କରଲା ଖୁଟା ପାଳଙ୍କ ଘରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ଭିତରେ ପଶି ଥିବାବେଳେ ୬ ଜଣଙ୍କ ମୃତ୍ୟୁ । ଜଣେ ଗୁରୁତର । ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଜଣେ ଗୁରୁତରଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।କଳାହାଣ୍ଡିରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ […]

ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ

ଭାରତୀୟ ଜନତା ପାର୍ଟି (ବିଜେପି)ରେ ମଙ୍ଗଳବାର ଯୋଗ ଦେଇଛନ୍ତି ଦେବାଶିଷ ସାମନ୍ତରାୟ। ବିଜେପିରେ ମିଶିଲେ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ମିଶିଥିବା ସହ ପଦ୍ମ ଧରିଲେ ଦେବାଶିଷ। ବିଜେଡି ସହ ଦୀର୍ଘ ବର୍ଷର ସମ୍ପର୍କକୁ ଛିନ୍ନ କରି ଗତକାଲି ଇସ୍ତଫା ଦେଇଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦିନେ ନବୀନଙ୍କ ଏକାନ୍ତ ଅନୁଗତ ଏବଂ ଅତ୍ୟନ୍ତ ଘନିଷ୍ଠ ଥିଲେ । କିନ୍ତୁ ବିଜେଡିର ନୀତି, ଆଦର୍ଶ, ପରିଚାଳନା […]

ମହଙ୍ଗା ମାଡ଼ ଜାରି : ପୁଣି ବଢ଼ିଲା ସିଏନଜି ଦର

ପେଟ୍ରୋଲ ଡିଜେଲ ପରେ ଏବେ ସିଏନଜି ମହଙ୍ଗା ହୋଇଛି। ଦିଲ୍ଲୀ-ଏନସିଆରରେ ସିଏନଜିର ଦର କିଲୋଗ୍ରାମ ପିଛା ୨ଟଙ୍କା ବଢ଼ି ୮୩.୦୯ ପ୍ରତି କିଲୋ ପହଞ୍ଚିଛି। ତେଲ-ଗ୍ୟାସର ଦର ଲାଗାତାର ଭାବେ ବଢ଼ିଚାଲିଛି। ମୁମ୍ବାଇରେ ସିଏନଜି ଦର ୮୧ ଟଙ୍କା ଥିବା ବେଳେ କୋଲକାତାରେ ୯୩ ଟଙ୍କା ୫୦ ପଇସା ହୋଇଛି । ଚେନ୍ନାଇରେ ଦର ୯୧ ଟଙ୍କା ୫୦ ପଇସା ହୋଇଛି । ବେଙ୍ଗାଳୁରୁରେ ଦର ୯୦ ଟଙ୍କା ଛୁଇଁଛି । କେବଳ ଗୋଟିଏ ମାସ ମଧ୍ୟରେ […]

ଇରାନ ଉପରେ ଆକ୍ରମଣ କଲା ଆମେରିକା

ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍। ହରମୁଜ୍ ପ୍ରଣାଳୀରେ ବଢ଼ିଲା ଉତ୍ତେଜନା । ହରମୁଜ୍ ପ୍ରଣାଳୀରେ ଆତ୍ମରକ୍ଷା ପାଇଁ ଇରାନୀ ଘାଟି ଉପରେ ଆମେରିକାର ଆକ୍ରମଣ। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ‘ଷ୍ଟ୍ରେଟ ଅଫ ହର୍ମୁଜ’ ରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି ।ଇରାନ ଇଣ୍ଟରନ୍ୟାସନାଲ ରିପୋର୍ଟ କରିଛି ଯେ, ଆମେରିକା ଇରାନର ଲାରାକ ଦ୍ୱୀପରେ ଆକ୍ରମଣ କରିଛି। ଇରାନୀ ଗଣମାଧ୍ୟମ ଏସ୍‌ଏନ୍‌ଏନ୍‌ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀ ନିକଟରେ ଦକ୍ଷିଣ ଲାରାକ ଦ୍ୱୀପରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ଅନେକ ଲୋକଙ୍କ […]

ଆଜି ଅନ୍ତର୍ଜାତୀୟ ହକର୍ସ ଦିବସ

ତୃଣମୂଳ ସ୍ତରର ଅର୍ଥନୀତିରେ ରାସ୍ତାରେ ବିକ୍ରେତା ଏବଂ ହକରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମେ 26 ତାରିଖରେ ଅନ୍ତର୍ଜାତୀୟ ହକର୍ସ ଦିବସ ପାଳନ କରାଯାଏ। ଏହି ଦିବସ ସ୍ଥାୟୀ ଉପଭୋକ୍ତାବାଦକୁ ସମର୍ଥନ କରିବା ଏବଂ ବାହାର, ଚାନ୍ଦା ଆଦାୟ ଏବଂ ପ୍ରତିବନ୍ଧକମୂଳକ ନୀତି ବିରୁଦ୍ଧରେ ଅସ୍ଥାୟୀ ଶ୍ରମିକଙ୍କ ଅଧିକାର ପାଇଁ ସମର୍ଥନ କରେ। ଏହି ଅବସର 2002 ମସିହାରେ କୋଲକାତାରେ ଅନ୍ତର୍ଜାତୀୟ ହକର୍ସ ଏବଂ ସହରାଞ୍ଚଳ ଗରିବ ମହାସଂଘ ଦ୍ୱାରା ଦକ୍ଷିଣ ଏବଂ […]

ଆସନ୍ତା ୪ଦିନ ଭୟଙ୍କର ତାତି

ପ୍ରଚଣ୍ଡ ଖରା ତାତି ଓ ଗୁଳୁଗୁଳିରେ ଜଳୁଛି ସାରା ଓଡ଼ିଶା ।ଆସନ୍ତା ୪ଦିନ ଭୟଙ୍କର ତାତିରୁ ଆଶ୍ୱସ୍ତି ମିଳିବାର ଆଶା ନାହିଁ । କିନ୍ତୁ ୩୦ରୁ ତାତି ସାମାନ୍ୟ କମିପାରେ । ପ୍ରାୟ ୨ରୁ ୩ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ସମ୍ୱଲପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲା ପାଇଁ ୨୭ ତାରିଖ ପର୍ଯ୍ୟନ୍ତ ରେଡ୍‌ ୱାର୍ଣ୍ଣିଂ  ଜାରି। ୨୯ ଯାଏ ପଶ୍ଚିମ ଓଡ଼ିଶାର ସବୁଠି ତାତି ୪୫-୪୬ ଡିଗ୍ରୀ ପାଖାପାଖି ରହିପାରେ […]

ଆଜିର ରାଶିଫଳ(୨୬ ମଇ, ୨୦୨୬)

ମେଷ ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ […]

ପୁରୀରେ ହେବ ବ୍ରିକ୍ସ୍ DRRWGର ଦ୍ବିତୀୟ ବୈଷୟିକ ସମ୍ମିଳନୀ

ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେବେ BRICS ରାଷ୍ଟ୍ରସମୂହର ପ୍ରତିନିଧି ଓ ବିଶେଷଜ୍ଞ।ଉଲ୍ଲେଖଯୋଗ୍ୟ ଯେ, ବ୍ରାଜିଲ୍, ଇଜିପ୍ଟ୍, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗ ଦେବେ । ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ […]

ଶିକ୍ଷାବିତ୍ ଡକ୍ଟର ମହେନ୍ଦ୍ର କୁମାର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି।ଓଡ଼ିଶାର ବିଶିଷ୍ଟ ଭାଷାବିତ୍ ତଥା ଶିକ୍ଷାବିତ୍ ଡକ୍ଟର ମହେନ୍ଦ୍ର କୁମାର ମିଶ୍ରଙ୍କୁ ଚଳିତ ବର୍ଷର ପ୍ରତିଷ୍ଠିତ ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ କରାଯାଇଛି । କଳାହାଣ୍ଡିର ଏକ ଆଦିବାସୀ ବହୁଳ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଡକ୍ଟର ମିଶ୍ର ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଆଦିବାସୀ ଭାଷା, ସଂସ୍କୃତିର […]

ଓଇଆରସି ଛାଡିଲେ ପ୍ରଦୀପ ଜେନା

ଓଇଆରସି ଛାଡିଲେ ପ୍ରଦୀପ ଜେନା । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା  । ଏପରକି ପ୍ରଦୀପଙ୍କ ଇସ୍ତଫାକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏନେଇ ଶକ୍ତି ବିଭାଗ ପକ୍ଷରୁ ସୋମବାର ଏକ ଅଧିସୂଚନା ଜାରି କରାଯାଇଛି।ରାଜ୍ୟପାଳଙ୍କ ଆଦେଶ କ୍ରମେ ଇସ୍ତଫାକୁ ଗ୍ରହଣ କରାଯାଇଥିବା ବେଳେ,୨୦୨୬ ମେ ୨୫ରେ ପ୍ରଦୀପ ପଦ ଛାଡ଼ିବାକୁ ଅନୁମତି ପାଇଛନ୍ତି ।

ଏଣିକି ପ୍ରେସକ୍ରିପସନ ଦେଖାଇଲେ ହିଁ ମିଳିବ ‘ପ୍ରେଗାବାଲିନ୍‌’

ସ୍ନାୟୁଗତ ଯନ୍ତ୍ରଣା ପାଇଁ ବିକ୍ରି ହେଉଥିବା ‘ପ୍ରେଗାବାଲିନ’ ଔଷଧକୁ ଆଉ ଔଷଧ ଦୋକାନୀମାନେ ଅବାଧରେ ବିକ୍ରି କରିପାରିବେ ନାହିଁ । କେବଳ ପ୍ରେସକ୍ରିପସନ ଦେଖାଇଲେ ହିଁ ଏହି ଔଷଧ ମିଳିବ । ଏନେଇ କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ଏନେଇ ନୂଆ ନିୟମ ଲାଗୁ ହେବ।ଔଷଧ ନିର୍ମାତା, ବିତରକ, ହୋଲସେଲର, ରିଟେଲର ଏବଂ ଫାର୍ମାସିଷ୍ଟଙ୍କ ସମେତ ସମସ୍ତ ଅଂଶୀଦାରଙ୍କୁ ବିଜ୍ଞପ୍ତିର ସମସ୍ତ ନିୟମ କଡ଼ାକଡ଼ି ପାଳନ କରିବାକୁ […]

ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ;ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ

ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ ସମାରୋହ। ୬୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେମା ମାଲିନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଥିବା ବେଳେ ଆଜି ଜଣଙ୍କୁ ପ୍ରଦାନ କରାଯିବ।ସେମାନଙ୍କ ବ୍ୟତୀତ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌର […]