author

ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ରେଡ୍ ଆଲର୍ଟ, ସମୁଦ୍ର ମନା !

ଓଡ଼ିଶାରେ ଏବେ ମୌସୁମୀ ବାୟୁ ପୂରା ସକ୍ରିୟ। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସୋମବାର ପଶ୍ଚିମ ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓ ଉତ୍ତର ଓଡ଼ିଶାରେ ବି ଲଗାଣ ବର୍ଷା ଲାଗି ରହିବ ।ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ 7 ଜିଲ୍ଲା ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ […]

ବ୍ୟକ୍ତିଗତ କାରଣରୁ ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା

ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅଟନ୍ତି। ପୂର୍ବରୁ ସେ କଟକ ଡିସିପି ଭାବେ କାର୍ଯ୍ୟ କରିଥିବାବେଳେ ଅନୁଗୋଳ ଏବଂ ଗଞ୍ଜାମ ଏସ୍‌ପି ଭାବେ କାମ କରିଥିଲେ। ୨୦୨୫ ଫେବୃଆରୀରେ ଭୁବନେଶ୍ୱର ଡିସିପି ଭାବେ ସେ ଯୋଗ ଦେଇଥିଲେ। ତାଙ୍କର ଇସ୍ତଫା ପରେ ପ୍ରଶାସନିକ ମହଳରେ ଆଲୋଚନା ଆରମ୍ଭ ହୋଇଛି । ତଥାପି ଡିଜିପି ସ୍ପଷ୍ଟ କରିଛନ୍ତି […]

ଆଜିର ରାଶିଫଳ(୬ ଜୁଲାଇ, ୨୦୨୬)

ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]

ଆଜିର ରାଶିଫଳ(୫ ଜୁଲାଇ, ୨୦୨୬)

ମେଷଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ। ବୃଷପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ […]

ମେଲବର୍ଣ୍ଣ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନଲାଇନ୍ ହତ୍ୟା ଧମକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁଲାଇ ୯ ତାରିଖରେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ମୋଦୀ ମେଲବୋର୍ଣ୍ଣରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଥିବାବେଳେ ଏହାପୂର୍ବରୁ ଅନ୍‌ଲାଇନ ମୋଦୀଙ୍କୁ ହତ୍ୟା ଧମକ ଦିଆଯିବାକୁ ନେଇ ଅଷ୍ଟ୍ରେଲିଆର ଫେଡେରାଲ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଷ୍ଟ୍ରେଲିଆର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋସିଆଲ୍ ମିଡିଆରେ କରାଯାଇଥିବା ଏହି ଧମକପୂର୍ଣ୍ଣ ପୋଷ୍ଟ ସହ ଜଡିତ ଏକ IP ଆଡ୍ରେସକୁ ତଦନ୍ତକାରୀମାନେ ଚିହ୍ନଟ କରିଛନ୍ତି।ରିପୋର୍ଟ ଅନୁସାରେ, ମେଲବର୍ଣ୍ଣର ମାର୍ଭେଲ୍ ଷ୍ଟାଡିୟମରେ […]

ବିଧାୟକ ଅଶୋକ ଦାସ ସାଇବର ଠକାମୀର ଶିକାର

ସାଇବର ଠକଙ୍କ ଶିକାର ହେଲେ କଂଗ୍ରେସ ବିଧାୟକ। ବିଧାନସଭାରୁ ପାର୍ସଲ ଆସିଛି କହି ଭୂଆଁ ବୁଲାଉଥିଲେ ଠକ। ତାଙ୍କ ନାଁରେ ଫେକ ହ୍ୱାଟ୍ସଆପ ଆକାଉଣ୍ଟ ଖୋଲି କରୁଥିଲେ ଲୁଟ ଉଦ୍ୟମ। ବିଧାୟକ ଅସୁବିଧାରେ ଅଛନ୍ତି କହି ମାଗୁଥିଲେ ଟଙ୍କା। ବାସୁଦେବପୁରର ବିଧାୟକ ଅଶୋକ ଦାସ ସାଇବର ଠକଙ୍କ ଶିକାର ହୋଇଛନ୍ତି। ଏପରିକି ସାଇବର ଠକଙ୍କ ସମର୍ଥକ ଓ ଆତ୍ମୀୟଙ୍କଠାରୁ ଯେଉଁ ଅର୍ଥ ନେବାକୁ ଉଦ୍ୟମ କରିଛନ୍ତି ତାଙ୍କୁ କେହି ସହଯୋଗ କରନ୍ତୁ ନାହିଁ କି ଗୋଟିଏ ବି […]

ବିନା ଫିଟନେସ୍‌ରେ ଗାଡ଼ି ଚଳାଇଲେ କଠୋର କାର୍ଯ୍ୟାନୁଷ୍ଠାନ

ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO) ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ARTO) ମାନଙ୍କୁ ନିଜ ନିଜ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବା ପାଇଁ ଆଦେଶ ଦିଆଯାଇଛି। ରାସ୍ତାରେ ଚଳାଚଳ କରୁଥିବା ଏହିଭଳି ଅନୁପଯୋଗୀ ଓ ବିପଦପୂର୍ଣ୍ଣ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇଛି। ନିୟମ ଉଲ୍ଲଂଘନ କରି ସଡ଼କକୁ ବିପଦପୂର୍ଣ୍ଣ କରୁଥିବା ଏହି ସମସ୍ତ ଗାଡ଼ିଗୁଡ଼ିକ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ ପଞ୍ଜିକରଣ ରଦ୍ଦ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ […]

ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ

ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ୟ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଏନେଇ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ ସରକାରଙ୍କ ସୁପାରିଶ କ୍ରମେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୨୦ ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ସଂସଦର ଉଭୟ ଗୃହ ଡକାଯିବାକୁ ଅନୁମୋଦନ କରିଛନ୍ତି। ସଂସଦୀୟ ପରମ୍ପରା ଅନୁଯାୟୀ, […]

ପ୍ରତିଦିନ ଏକ କପ୍ ନାଲି ଚା ଶରୀରକୁ ବିଭିନ୍ନ ପ୍ରକାରର ଲାଭ ଦେଇଥାଏ

ନାଲି ଚା ବା ବ୍ଲାକ୍ ଟି ଆଜିର ସମୟରେ ସବୁଠାରୁ ଲୋକପ୍ରିୟ ପାନୀୟମାନଙ୍କ ମଧ୍ୟରୁ ଗୋଟିଏ। ଜାପାନର ଯୁବପିଢି ଓ ବୟସ୍କ ଲୋକ ନିୟମିତ ଭାବେ ନାଲି ଚା’ ପିଉଥିବାରୁ ସେମାନଙ୍କ ଶାରୀରିକ ସାମର୍ଥ୍ୟ ଭଲ ରହିଥାଏ ବୋଲି ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି।ସାଧାରଣତଃ କ୍ଷୀର ବିନା ପ୍ରସ୍ତୁତ ହେଉଥିବା ଏହି ଚାରେ ଚା ପତ୍ରର ପ୍ରାକୃତିକ ସ୍ୱାଦ ଓ ସୁଗନ୍ଧ ଅଧିକ ମିଳିଥାଏ । ଏହାରେ ଥିବା ଆଣ୍ଟିଅକ୍ସିଡେଣ୍ଟ, ପଲିଫେନଲ୍ ଓ ଅନ୍ୟାନ୍ୟ […]

+2 ଇମ୍ପ୍ରୁଭମେଣ୍ଟରେ କମ୍ ମାର୍କ ରହିଲେ ପୁରୁଣା ମାର୍କସିଟ୍ ବଳବତ୍ତର ରହିବ

ଯୁକ୍ତ ଦୁଇ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । । ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷାରେ ପୂର୍ବ ମାର୍କଠାରୁ କମ୍ ନମ୍ବର ଆସିଲେ ମଧ୍ୟ ମୂଳ ଯୁକ୍ତ ଦୁଇ ପରୀକ୍ଷାରେ ମିଳିଥିବା ନମ୍ବର ଯଦି ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷାରେ ପ୍ରାପ୍ତ ନମ୍ବରଠାରୁ ଅଧିକ ହୁଏ, ତେବେ ଅଧିକ ନମ୍ବରକୁ ହିଁ ପ୍ରାଥମିକତା ଦିଆଯିବ । ପୁରୁଣା ମାର୍କସିଟ୍ ବଳବତ୍ତର ରହିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ସ୍ପଷ୍ଟ କରାଯାଇଛି ।ସୂଚନା ଅନୁଯାୟୀ, […]

ସରକାରୀ ଧାର୍ଯ୍ୟ ଦରରେ ମିଳିବ ଔଷଧ : କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

କେନ୍ଦ୍ର ସରକାର ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ୍ ଅର୍ଡର- ଡିପିସିଓ ୨୦୧୩ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି । ଏହାଦ୍ୱାରା ରୋଗୀମାନଙ୍କୁ ଶସ୍ତାରେ ଔଷଧ ମିଳିପାରିବ । ନୂଆ ନିୟମ ଅନୁଯାୟୀ, ଯଦି କୌଣସି ମେଡିକାଲ୍ ଷ୍ଟୋର୍ କିମ୍ବା କମ୍ପାନୀ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟଠାରୁ ଟଙ୍କାଟିଏ ବି ଅଧିକ ଆଦାୟ କରେ, ତେବେ ସରକାରଙ୍କ ପକ୍ଷରୁ ସେମାନଙ୍କ ବିରୋଧରେ କଠୋର ଆଇନଗତ ଓ ଦଣ୍ଡନୀତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ନୂଆ ବିଜ୍ଞପ୍ତି ଅନୁଯାୟୀ, ସରକାର ଗୋଟିଏ ଔଷଧର ଭିନ୍ନ ଭିନ୍ନ […]

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ରାଜଧାନୀ

ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଲଘୁଚାପ ପ୍ରଭାବରେ ଅବିରତ ବର୍ଷୁଛି । ତୁହାକୁ ତୁହା ବର୍ଷା । ରାସ୍ତାରେ ଚାଲୁଛି ବର୍ଷା ପାଣି । ଜନଜୀବନ ଅସ୍ତବ୍ୟସ୍ତ । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଟ୍ୱିନ ସିଟିରେ ତୁହାକୁ ତୁହା ବର୍ଷା ଜାରି । ମୌସୁମୀ ବର୍ଷାରେ ବେହାଲ ରାଜଧାନୀ। ତିନି ଦିନ ହେବ ବର୍ଷା ଜାରି ରହିଥିବା ବେଳେ ଭିଜୁଛି ପୁରା ସହର। […]