ବିହାର ଡ଼ଙ୍ଗାବୁଡ଼ି ଘଟଣା: ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କଲେ ୨ ଲକ୍ଷ ଟଙ୍କାର ସହାୟତା

ବିହାର ଡଙ୍ଗା ବୁଡ଼ି ଘଟଣା । ୧୩ ଜଣ ଶିଶୁଙ୍କ ମୃତ୍ୟୁ, ୭ ଜଣ ଉଦ୍ଧାର। ଗତକାଲି ସନ୍ଧ୍ୟାରେ ଗଙ୍ଗା ନଦୀରେ ଛୋଟ ଡଙ୍ଗା ବୁଡ଼ି ୧୩ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ବିହାରର ବୈଶାଳୀ ଜିଲ୍ଲା ରାଘୋପୁର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପ୍ରାଣ ହରାଇଥିବା ସମସ୍ତ ୧୩ ଜଣ ଶିଶୁଙ୍କ ବୟସ ୧୫ ବର୍ଷରୁ କମ୍ । ଡଙ୍ଗାରେ ପ୍ରାୟ ୧୫ ରୁ ୨୦ ଜଣ ଯାତ୍ରୀ ଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ରାମପୁର ଶ୍ୟାମଚନ୍ଦ ଗାଁର ଶିଶୁ ଥିଲେ ।ଏହି ଦୁଃଖଦ ଘଟଣାରେ ଗୋଟିଏ ପରିବାରର ୭ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ସମସ୍ତଙ୍କୁ ମର୍ମାହତ କରିଛି। ବୈଶାଳୀ ଜିଲ୍ଲାର ରାଘୋପୁର ବ୍ଲକ୍‌ ଅନ୍ତର୍ଗତ ରାମପୁର ଶ୍ୟାମଚନ୍ଦ ଗାଁ ନିକଟରେ ଗଙ୍ଗା ନଦୀରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା।ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଛନ୍ତି।ମୃତକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠି (PMNRF)ରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ