ରଣକ୍ଷେତ୍ର ପାଲଟିଲା ବାଣୀବିହାର କ୍ୟାମ୍ପସ । ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର। ଦୁଇ ଛାତ୍ର ଗୋଷ୍ଠୀ ହାତାହାତି ହୋଇଛନ୍ତି ।ସୃଷ୍ଟିହେଲା ରକ୍ତାକ୍ତ ପରିସ୍ଥିତି। ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା। ଏବିଭିପି ଓ ବିସିଜେଡି ପ୍ରାର୍ଥୀ ମୁହାଁମୁହିଁ । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରଯାଇଛି ।ସୂଚନା ଥାଉକି, ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ । ଏଥିପାଇଁ ଉଠୁଛି ପଡ଼ୁଛି କଲେଜ୍ କ୍ୟାମ୍ପସ । ପୋଷ୍ଟର ଓ ବ୍ୟାନରରେ ଛାଇ ହୋଇ ରହିଛି କ୍ୟାମ୍ପସ । କ୍ଲାସ୍ ରୁମ୍ ଠାରୁ ଆରମ୍ଭ କରି ହଷ୍ଟେଲ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ ଓ ଉତ୍କଣ୍ଠା । ଆଜି ହେବ ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ । ନିଜ ନିଜର ଲକ୍ଷ୍ୟ, ଯୋଜନା ଓ ପ୍ରତିଶ୍ରୁତି ଛାତ୍ରଛାତ୍ରୀଙ୍କ ସାମ୍ନାରେ ରଖିବେ ପ୍ରାର୍ଥୀ ।
ସମର୍ଥନ ହାତେଇବା ପାଇଁ ଭୋଟଭିକ୍ଷା କରିଛନ୍ତି ପ୍ରାର୍ଥୀ । କିଏ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଛି, ତ ଆଉ କିଏ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିଛନ୍ତି । ନିର୍ବାଚନ ପୂର୍ବରୁ ଶେଷ ଭୋଜିଭାତ କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନ । ଏପଟେ କିଛି କଲେଜରେ ହିଂସାର ଆଶଙ୍କା ଥିବାରୁ କ୍ୟାମ୍ପସରେ ପୋଲିସ ମୁତୟନ ସହ ସିସିଟିଭି ମାଧ୍ୟମରେ ନଜର ରଖାଯାଉଛି ।
