ଡବଲ ଇଞ୍ଜିନ ସରକାର ଅପାରଗତାରେ ଦେଶରେ ଏକ ନମ୍ବର : ନବୀନ ପଟ୍ଟନାୟକ

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା। କିନ୍ତୁ ଏ ଡବଲ ଇଞ୍ଜିନ ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ ଏଜେଣ୍ଡା ହୋଇଛି।ଏ ସରକାର ଅମଳରେ ସମସ୍ତେ ହଇରାଣ । ଚାଷୀଙ୍କ ଠାରୁ ନେଇ ମହିଳା, ଗରିବ-ମଧ୍ୟବିତ୍ତ, ବୁଢା ବୁଢ଼ୀ ସମସ୍ତେ ହଇରାଣ । Gen Zଙ୍କ ଭବିଷ୍ୟତ ଅନ୍ଧାର । ଅତ୍ୟାବଶକ ଦ୍ରବ୍ୟର ଦରଦାମ ବଢ଼ି ଚାଲିଛି କିନ୍ତୁ ସରକାର ନିଦା ବିଷ୍ଣୁ ସାଜିଛନ୍ତି । ତେଣୁ ଲୋକଙ୍କ ସହ ରହି ସରକାରଙ୍କ ମୁଖା ଖୋଲିବାକୁ ନବୀନ ଦଳୀୟ କର୍ମୀଙ୍କୁ ଅନୁରୋଧ କରିଛନ୍ତି ।

ଅଧିକ ପଢନ୍ତୁ