author

୪୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଜାଲରେ ସୋର ତହସିଲଦାର

ଲାଞ୍ଚ ନେବା ବେଳେ ବାଲେଶ୍ୱର ଜିଲ୍ଲା ସୋର ତହସିଲଦାର ଦୈତାରୀ ମଲ୍ଲିକଙ୍କୁ ମାଡ଼ି ବସିଲା ଭିଜିଲାନ୍ସ lଜଣେ ଟ୍ରକ୍ ମାଲିକଙ୍କ ଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଏହି ଚଢ଼ାଉ କରାଯାଇଥିଲାତହସିଲଦାର ମଲ୍ଲିକ ଗତ ୧୧ ଫେବୃଆରୀରୁ ପଥର ବୋଝେଇ ୫ଟି ଟ୍ରକକୁ ଅଟକ ରଖିଥିଲେ। ଏହି ଟ୍ରକ୍‌ଗୁଡ଼ିକୁ ଖଣି ବିଭାଗକୁ ହସ୍ତାନ୍ତର ନ କରିବା ଏବଂ ମୋଟା ଅଙ୍କର ଜୋରିମାନାରୁ ବଞ୍ଚାଇବା ପାଇଁ ସେ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। […]

ରାଜ୍ୟରେ ଆଉ ୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କ ନିକଟକୁ ଆସିଛି ପ୍ରସ୍ତାବ- ରାଜସ୍ୱ ମନ୍ତ୍ରୀ

ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାର ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଆହ୍ୱାନ କରିଛନ୍ତି।ଆଉ ୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସୂଚନା ଅନୁସାରେ ନୂତନ ଜିଲ୍ଲା ପାଇଁ ଦାବି ହେଉଥିବା ସ୍ଥାନ ଗୁଡ଼ିକ […]

ମୟୂରଭଞ୍ଜ ମାଟି ତଳେ ଥିବା ସୁନା, ତମ୍ବାର ତଥ୍ୟ ଦେଲେ ସରକାର

ମୟୂରଭଞ୍ଜ ଜିଲ୍ଲାର ୩ଟି ସ୍ଥାନରେ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ତମ୍ବାର ସନ୍ଧାନ କରିଥିବା ବେଳେ ଗୋଟିଏ ସ୍ଥାନରେ ସୁନା ଓ ନିକେଲ୍ ରହିଛି । ମୟୂରଭଞ୍ଜର କୋଳିଅଣା ବ୍ଲକର ମଦନାସାହି-କାଞ୍ଜିଆ ଅଞ୍ଚଳରେ ରହିଛି ସୁନା ସହ ତମ୍ବା ।ଏନେଇ ବିଧାନସଭାରେ ବାଙ୍ଗିରିପୋଷି ବିଧାୟିକା କୁମାରୀ ସଞ୍ଜଳି ମୁର୍ମୁ ଅଣତାରକା ପ୍ରଶ୍ନ କରିଥିବା ବେଳେ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ପ୍ରଥମ ପର୍ଯ୍ୟାୟରେ ୨୦୨୫-୨୬ ବର୍ଷରେ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ […]

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ହେବ ହେଲିପ୍ୟାଡ୍‌

ମୟୁରଭଞ୍ଜ ଶିମିଳିପାଳରେ ହେବ ହେଲିପ୍ୟାଡ । ଏନେଇ ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି । ଭୁବୁନେଶ୍ୱର – ଗୋପାଳପୁର, ଭୁବନେଶ୍ୱର- ଶିମିଳିପାଳକୁ ହେଲିଟ୍ୟାକ୍ସି ସେବା ଯୋଗାଇ ଦିଆଯିବ । ହେଲିଟ୍ୟାକ୍ସି ସେବା ପାଇଁ ‘ପବନ ହଂସ ଲିଃ’ ମନୋନୀତ କରାଯାଇଛି ।ମାତ୍ର ୨୫୦୦ ଟଙ୍କା ଦେଇ ପର୍ଯ୍ୟଟକମାନେ ଏହି ହେଲିଟ୍ୟାକ୍ସି ଯାତ୍ରାର ସୁବିଧା ନେଇପାରିବେ। ଜିଲ୍ଲା ପ୍ରଶାସନ ଓ ରାଜ୍ୟ […]

ମାଗଣା ଯୋଜନା ନେଇ ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ତୀବ୍ର ଭର୍ତ୍ସନା

ଦେଶରେ ବଢୁଥିବା ‘ମାଗଣା ରାଜନୀତି’ ବା ଫ୍ରିବିଜ୍ ସଂସ୍କୃତିକୁ ନେଇ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ରାଜ୍ୟ ସରକାରମାନେ ଘୋଷଣା କରୁଥିବା ମାଗଣା ସୁବିଧା ଦେଶର ବିକାଶରେ ବାଧା ସୃଷ୍ଟି କରୁଥିବା କହିଛନ୍ତି ସର୍ବୋଚ୍ଚ ଅଦାଲତ।ସୁପ୍ରିମକୋର୍ଟ ଡିଏମକେ ସରକାର ନେତୃତ୍ୱାଧୀନ ତାମିଲନାଡୁ ପାୱାର ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ ଲିମିଟେଡର ଏକ ଆବେଦନର ଶୁଣାଣି କରି ଦେଶରେ ନିର୍ବାଚନ ପୂର୍ବରୁ ମାଗଣା ଯୋଜନା ଓ ନଗଦ ହସ୍ତାନ୍ତର କରାଯିବାର ଟ୍ରେଣ୍ଡ ବଢ଼ିବାରେ ଲାଗିଛି ବୋଲି କହିଥିଲେ। […]

ବିନା ଫିଟନେସରେ ଗଡୁଛି ୧୧୭୧ ସ୍କୁଲ ବସ୍

ବିପଜ୍ଜନକ ସ୍ଥିତିରେ ସ୍କୁଲ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ୧୧୭୧ ବସରେ ନାହିଁ ଫିଟନେସ । ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ବ୍ୟବହାର ହେଉଛି ୪୦୪୫ ବସ । ରାଜଧାନୀରେ ଗଡୁଥିବା ୧୭ଟି ବସର ନାହିଁ ଫିଟନେସ ସାର୍ଟିଫିକେଟ ।ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି, ଡେଡଲାଇନ ଦେଲେ ଲୋକଙ୍କୁ ବାଧୁଛି । ତୁରନ୍ତ ଗାଡିର ଫିଟନେସ କରନ୍ତୁ । ନ ହେଲେ ବାତିଲ ହେବ RC । ଯାତ୍ରୀବାହୀ ବସ୍ ହେଉ […]

ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଆରମ୍ଭ, ପରୀକ୍ଷା ଦେଲେ ୧୨୫୯୩, ଅନୁପସ୍ଥିତ ୨୨୪

ନୟାଗଡ଼,(ଓଡ଼ିଶା ଦର୍ପଣ): ସମଗ୍ର ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ, କଟକ ଦ୍ୱାରା ଆୟୋଜିତ ଏହି ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକ, ୫ଟି ପୌରାଞ୍ଚଳ ଅନ୍ତର୍ଗତ ୭୮ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୨୫୯୩ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଥିବା ବେଳେ ୨୨୪ ଜଣ ଅନୁପସ୍ଥିତ ରହିଛନ୍ତି। ସେହିପରି ଓଡ଼ିଶା ମୁକ୍ତ ବିଦ୍ୟାଳୟରେ ପଢ଼ୁଥିବା ୩୯୩ ଜଣ ଶିକ୍ଷାର୍ଥୀ ଙ୍କ ମଧ୍ୟରୁ ୩୪୩ ଜଣ […]

ଗଣମାଧ୍ୟମରେ ଖବର ପ୍ରକାଶନ ଏବଂ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଲାଗିଲା ନାମ ଫଳକ

ନୟାଗଡ଼,(ଓଡ଼ିଶା ଦର୍ପଣ): ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ତଥା ଜିଲ୍ଲାରେ ଯୋଗଦାନ କରିଥିବା ନୂତନ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ମୁଖ୍ୟ ପ୍ରବେଶ ପଥରେ ଲାଗିଲା ବିଦ୍ୟାଳୟ ନାମ ଫଳକ। ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟର ନବ ନିର୍ମିତ ମୁଖ୍ୟ ଫାଟକରେ ଥିବା ନାମ ଫଳକ ସ୍ଥାନ ଖାଲି ପଡିଥିଲା। ସୂଚନା ଯୋଗ୍ୟ ଯେ,ନୟାଗଡ଼ ଜିଲ୍ଲା ସଦର ମହକୁମାର ଏନଏସି ଉଚ୍ଚ ବିଦ୍ୟାଳୟ ଏକ ପ୍ରମୁଖ ତଥା ପ୍ରତିଷ୍ଠିତ […]

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଲେଡି ଡନ୍ ମାଡାମ୍ ଜହର ଗିରଫ

ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଡ୍ରଗ୍ସ ସିଣ୍ଡିକେଟ୍‌ରେ ଜଡିତ ଥିବା ଅଭିଯୋଗରେ ପୁଲିସ ଜଣେ ମହିଳା ଡନ୍ ଖୁସନୁମା ଅନସାରୀ ଓରଫ ନେହାଙ୍କୁ ଗିରଫ କରିଛି । ନେହା ଗ୍ୟାଙ୍ଗ ମଧ୍ୟରେ “ମାଡାମ୍ ଜେହେର” ନାମରେ ଜଣାଶୁଣା। ତଦନ୍ତରୁ ଜଣାପଡିଛି ଯେ ନେହା ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ବ୍ୟୁଟି ପାର୍ଲର ଚଳାଉଥିଲେ। ଏହି ପାର୍ଲରର ଆଡ଼ରେ, ସେ ଲରେନ୍ସ ଏବଂ ହାସିମ୍ ବାବା ଗ୍ୟାଙ୍ଗ ପାଇଁ ଡ୍ରଗ୍ସ ସିଣ୍ଡିକେଟ୍ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ କାର୍ଯ୍ୟ ପରିଚାଳନା କରୁଥିଲେ।ପୋଲିସ ତାଙ୍କୁ […]

ମାଟ୍ରିକ ପରୀକ୍ଷା ଚାଲିଥିଲା, ହଲରେ ପହଞ୍ଚିଲେ ଗଣଶିକ୍ଷା ମନ୍ତ୍ରୀ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷାରେ ସ୍ୱଚ୍ଛତା, ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଜି ପରୀକ୍ଷାର ପ୍ରଥମ ଦିନରେ କିପରି ଭାବରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ତାହାର ଅନୁଧ୍ୟାନ ପାଇଁ ଭୁବନେଶ୍ୱର ୟୁନିଟ୍-୧ ସରକାରୀ ଉଚ୍ଚ […]

ପ୍ରେମିକାକୁ ଲଜ୍ ରେ ରଖି ଦୁଷ୍କର୍ମ କରିବା ଅଭିଯୋଗ, ୪ ଅଟକ

ପ୍ରେମିକାକୁ ଲଜ୍ ରେ ରଖି ଦୁଷ୍କର୍ମ କରିବା ଅଭିଯୋଗରେ ୪ ଅଟକ। ପ୍ରେମିକ ସମେତ ୪ ଜଣଙ୍କୁ ଅଟକ ରଖିଛି କେନ୍ଦ୍ରାପଡା ସଦର ପୋଲିସ। ଅଭିଯୋଗ ଅନୁଯାୟୀ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଯୁବତୀଙ୍କର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରୁଆ କଦଳୀବଣ ଗାଁର ରାହୁଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲାl ନିକଟରେ ରାହୁଲ ନିଜ ପ୍ରେମିକାକୁ ଆଣି କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ଶ୍ୟାମଗୁଡ଼ିଆ ଅଞ୍ଚଳରେ ଥିବା ଓମ୍ ସାଇ ଗେଷ୍ଟ […]

ଉପସ୍ଥାପିତ ହେଲା ୨୦୨୫-୨୬ର ଅର୍ଥନୈତିକ ସର୍ଭେ ରିପୋର୍ଟ,ବଢିଛି ମୁଣ୍ଡପିଛା ଆୟ

ଗୃହରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ବର୍ତ୍ତମାନର ମୂଲ୍ୟରେ ଓଡିଶାର ଅର୍ଥନୀତିର ଆକାର (ଜିଏସଡିପି) ୨୦୨୫-୨୬ରେ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ୨୦୨୪-୨୫ର ୯ ଲକ୍ଷ କୋଟି ଟଙ୍କାଠାରୁ ୯.୫% ବୃଦ୍ଧି ପାଇଛି। ୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ଯାହା ୨୦୨୪-୨୫ର ୭.୨ ପ୍ରତିଶତ ବୃଦ୍ଧି ହାରଠାରୁ ଅଧିକ । ଏହା ମଧ୍ୟ ସର୍ବଭାରତୀୟ ସ୍ତରର ହାରାହାରି […]