author

ବିମାନରେ ହଙ୍ଗାମା କଲେ ୩୦ ଦିନ ଉଡାଣ ନିଷେଧ , ଯାତ୍ରୀ ସୁରକ୍ଷା ପାଇଁ ଡିଜିସିଏର ନୂଆ ନିୟମ

ବିମାନ ଭିତରେ ହଙ୍ଗାମା କଲେ ମହଙ୍ଗା ପଡିବ । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ଡିଜିସିଏ ପକ୍ଷରୁ ନୂଆ ନିୟମ କରାଯାଇଛି । ଏଭଳି ଯାତ୍ରୀଙ୍କୁ ୩୦ ଦିନ ପର୍ଯ୍ୟନ୍ତ କୌଣସି ବିମାନରେ ଉଡାଣ ପାଇଁ ମିଳିବନି ଅନୁମତି । DGCA ଅନୁଯାୟୀ, ବିମାନ, ଯାତ୍ରୀ ଏବଂ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ବିମାନରେ ଶୃଙ୍ଖଳା ବଜାୟ ରଖିବା ପାଇଁ “ନୋ/ଜିରୋ ଟଲୋରେନ୍ସ ପଲିସି ଲାଗୁ କରିବା ପାଇଁ ଏହି […]

ପତ୍ନୀଙ୍କୁ ହତ୍ୟା କରି ପୂର୍ବତନ ଇସ୍ରୋ କର୍ମଚାରୀ ଗିରଫ

ପୂର୍ବତନ ଇସ୍ରୋ କର୍ମଚାରୀ ପତ୍ନୀଙ୍କୁ ହତ୍ୟା କରି ଏବେ ପୋଲିସ ହେପାଜତରେ | ବେଙ୍ଗାଲୁରୁରେ ଇସ୍ରୋର ଜଣେ ପୂର୍ବତନ କର୍ମଚାରୀ ନାଗେଶ ରାଓଙ୍କୁ ନିଜ ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ଗତ କିଛି ଦିନ ହେବ ସେ ଚାପଗ୍ରସ୍ତ ରହୁଥିଲେ ଏବଂ ତାଙ୍କ ଚିକିତ୍ସା ଚାଲିଥିଲା। ତାଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନାଗେଶ ନିଜ ପତ୍ନୀଙ୍କୁ ଏକ ଟାୱଲରେ ତଣ୍ଟି ଚିପି ହତ୍ୟା କରିଛନ୍ତି। […]

୨୦ରେ ରାଜ୍ୟ ବଜେଟ୍। ଆଜି ଗୃହରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ

ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ। ଆଜି ବିଧାନସଭାରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଗୃହରେ ବିବୃତି ରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ତୃତୀୟ ଦିନରେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ କରିବେ ବିରୋଧୀ। ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟନି ଛଟମି ପ୍ରସଙ୍ଗକୁ ବିରୋଧୀ ଉଠାଇ ପାରନ୍ତି। ଯଦି ଗୃହ ସ୍ବାଭାବିକ ହୁଏ ତେବେ ପ୍ରଶ୍ନକାଳରେ ଜଳ ସମ୍ପଦ, […]

ଆଜିଠୁ ମାଟ୍ରିକ ପରୀକ୍ଷା,ପ୍ରତି ପ୍ରଶ୍ନପତ୍ରରେ QR କୋଡ୍ ଓ ୱାଟରମାର୍କ

ଆଜିଠୁ ଛାତ୍ରଛାତ୍ରୀଙ୍କ ଜୀବନର ପ୍ରଥମ ବଡ଼ ପରୀକ୍ଷା ମାଟ୍ରିକ ପରୀକ୍ଷା । ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ।ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା(ଏସଓଏସ୍) ଏବଂ ସଂସ୍କୃତ ମଧ୍ୟମା ପରୀକ୍ଷା ଏକ ସମୟରେ ହେବ । ରାଜ୍ୟର ୩ ହଜାର ୮୨ଟି ପରୀକ୍ଷା କେନ୍ଦ୍ରରେ ସକାଳ ୯ ଟାରୁ ଆରମ୍ଭ ହୋଇ ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।ପ୍ରତି ପ୍ରଶ୍ନପତ୍ରରେ […]

ଗୋଡ଼ରେ ଲେଖି ମାଟ୍ରିକ ପରୀକ୍ଷା ଦେବେ ଲକ୍ଷ୍ମୀ ଖେମୁଡୁ !

ଆଜି ମାଟ୍ରିକ ପରୀକ୍ଷା ଦେବେ ମାଲକାନଗିରି ଜିଲ୍ଲା ଲକ୍ଷ୍ମୀ ଖେମୁଡୁ । ଜନ୍ମରୁ ସଂପୂର୍ଣ୍ଣ ଦିବ୍ୟାଙ୍ଗ ହୋଇଥିବାରୁ ନା ଉଠି ବସି ପାରୁଛନ୍ତି,ନା ଚାଲି ପାରୁଛନ୍ତି । ପଢିବା ପାଇଁ ଇଛା ଥିବାରୁ ଗୋଡରେ ଲେଖିବା ଅଭ୍ୟାସ ଆରମ୍ଭ କରିଥିଲେ । ଏବେ ମାଟ୍ରିକ ପରୀକ୍ଷାରେ ନିଜେ ଗୋଡରେ ଲେଖି ପରୀକ୍ଷା ଦେବେ ।ସିନ୍ଦିମାଳ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ। ଲକ୍ଷ୍ମୀ ଜନ୍ମରୁ ଦିବ୍ୟାଙ୍ଗ । ହାତଦୁଇଟି ଅଚଳ ଗୋଡ଼ ଦୁଇଟି […]

ଆଜିର ରାଶିଫଳ(୧୯ ଫେବୃଆରୀ,୨୦୨୬)

ମେଷ ଆଜି କୌଣସି କାରଣ ରୁ ଆପଣ ଖୁସି ରେ  ମାତ୍ରା ଅଧିକ ଭବବିହୋଳ ରହିପରାନ୍ତି। ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ବୃଷ : ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହୋଇପାରେ, ଏହାର ଧ୍ୟାନ ରଖିବେ। ଆପଣଙ୍କ ସ୍ଵଭାବରେ ଭାବୁକତା […]

ସାର୍ଥକ ନିଖୋଜ ଘଟଣା: ଆଙ୍ଗ୍ଲୋ ଇଷ୍ଟର୍ନ ସିିପିଂ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ

ମଝି ସମୁଦ୍ରରେ ନିଖୋଜ ହୋଇଯାଇଥିବା ୨୨ ବର୍ଷୀୟ ଡେକ କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ମିଳୁନି ଖୋଜଖବର । ପରିବାର ଲୋକେ ସିଙ୍ଗାପୁରରୁ ଫେରିବା ପରେ ଜାହାଜ କମ୍ପାନୀ ଉପରେ ଦୋଷ ଲଦିଥିବା ବେଳେ ଏହା ଉପରେ ଆଜି(ବୁଧବାର) ସ୍ପଷ୍ଟୀକରଣ ରଖିଛି ଜାହାଜ କମ୍ପାନୀ ।ଆଙ୍ଗ୍ଲୋ ଇଷ୍ଟର୍ନ ସିିପିଂ (Anglo-Eastern Ship Management) କମ୍ପାନୀ ସୂଚନା ଅନୁଯାୟୀ, ଏମ୍‌ଭି ଇଏଜର୍ସି ଜାହାଜଟି ଫେବ୍ରୁଆରୀ ୧୫ରେ ସିଙ୍ଗାପୁରରେ ପହଞ୍ଚିଥିଲା । ଏହାପରେ ତଦନ୍ତ ସହ ଯାଞ୍ଚ ପ୍ରକ୍ରିୟା ହୋଇଥିଲା । […]

ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଭାଲୁ ସହ ଲଢ଼ିଲେ ମହିଳା

ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଭାଲୁ ସହ ଲଢ଼ିଲେ ମହିଳା । ବାଜିରେ ଲଗାଇଦେଲେ ଜୀବନ । ସ୍ବାମୀଙ୍କୁ ଆକ୍ରମଣ କରୁଥିବା ଭାଲୁକୁ ଠେଙ୍ଗା ପାହାର ଦେଲେ ମହିଳା । ଜଙ୍ଗଲକୁ ଦୌଡ଼ି ପଳାଇଲା ଭାଲୁ । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ ଭାଲିଆନାଳ ଗାଁରେ ଘଟିଛି ଘଟଣା । ଏହି ଗାଁର ମାଲିଦେ ସୋରେନ ଓ ତାଙ୍କ ସ୍ତ୍ରୀ ଲିଲି ସୋରେନ ଗତକାଲି ଅପରାହ୍ଣରେ ପତ୍ର ସଂଗ୍ରହ କରିବାକୁ ପାଖ ଜଙ୍ଗଲକୁ ଯାଇଥିଲେ । ସେଠାରେ […]

ରାୟଗଡ଼ ଜିଲ୍ଲା ଜେକେପୁର :ସିଙ୍ଗଲ୍ ୟୁଜ ପ୍ଲାଷ୍ଟିକ ଆଜି ପୃଥିବୀ ପୃଷ୍ଠରେ ଗଭୀର ସଙ୍କଟର ରୂପ

ରାୟଗଡ଼ ଜିଲ୍ଲା ଜେକେପୁର :ସିଙ୍ଗଲ୍ ୟୁଜ ପ୍ଲାଷ୍ଟିକ ଆଜି ପୃଥିବୀ ପୃଷ୍ଠରେ ଗଭୀର ସଙ୍କଟର ରୂପ ନେଇଛି। ଗଭୀର ସମୁଦ୍ର, ଦୂର ଦୁର୍ଗମ ପାହାଡ଼ ଓ ମାନବ ଶରୀର ଭିତରେ ପର୍ଯ୍ୟନ୍ତ ମାଇକ୍ରୋ ପ୍ଲାଷ୍ଟିକର ଉପସ୍ଥିତି ମିଳୁଛି। ପୃଥିବୀ ପୃଷ୍ଠଭାଗରେ ବହୁ ପରିମାଣର ଏକବାର ବ୍ୟବହୃତ ପ୍ଲାଷ୍ଟିକ ଜମା ହୋଇ ପରିବେଶ ପ୍ରଦୂଷଣ ସୃଷ୍ଟି କରିବା ସହ ଜୀବଜନ୍ତୁ ଓ ମାନବ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରୁଛି।ଜେକେ ପେପର୍ ମିଲ୍ସ ତାଙ୍କ ସିଏସଆର (CSR) ପଦକ୍ଷେପ […]

ଏଫ୍ଏମ୍‌ଜିସି କମ୍ପାନୀ ୫% ପର୍ଯ୍ୟନ୍ତ ବଢାଇବେ ଦାମ୍ ! ଖାଦ୍ୟ-ପାନୀୟ ଜିନିଷ ହେବ ମହଙ୍ଗା

ଏବେ ଦେଶର ଫାଷ୍ଟ ମୁଭିଂ କଞ୍ଜୁମର ଗୁଡସ୍ କମ୍ପାନୀ ନିଜର ପ୍ରଡକ୍ଟର ଦାମ୍ ବଢାଇବାରେ ଲାଗିଛନ୍ତି। କୁହାଯାଉଛି ଯେ, ବହୁ କମ୍ପାନୀର ଦାମ୍‌ରେ ପ୍ରାୟ ୫% ପର୍ଯ୍ୟନ୍ତ ବୃଦ୍ଧି ହେବାକୁ ଯାଉଛି। ଯାହାଫଳରେ ଗ୍ରାହକଙ୍କ ଉପରେ ଦରଦାମ୍ ବୃଦ୍ଧିର ପ୍ରଭାବ ପଡିପାରେ।କଞ୍ଚାମାଲର ମୂଲ୍ୟ ବୃଦ୍ଧି ଏବଂ ଟଙ୍କାର ଦୁର୍ବଳତା କର୍ପୋରେଟ ମାର୍ଜିନ ଉପରେ ଚାପ ପକାଇଛି। ଏହି କାରଣରୁ କମ୍ପାନୀ ଗୁଡିକ ଦାମ୍ ବଢାଇବାର ନିଷ୍ପତ୍ତି ନେଉଛନ୍ତି। ଡିଷ୍ଟ୍ରିବ୍ୟୁଟର୍ସଙ୍କ କହିବା ଅନୁସାରେ, ଏହି ତ୍ରୈମାସିକରେ ଡିଟରଜେଣ୍ଟ, ହେୟାର […]

କୁନୋରେ ଆଉ ୩ ନୂଆ ଚିତା ଶାବକ ନେଲେ ଜନ୍ମ

ଦକ୍ଷିଣ ଆଫ୍ରିକୀୟ ଚିତା ଗାମିନି କୁନୋ ଜାତୀୟ ଉଦ୍ୟାନରେ ତିନୋଟି ଛୁଆ ଜନ୍ମ କରିଛି, ଯାହା ଫଳରେ ଦେଶର ମୋଟ ଚିତା ସଂଖ୍ୟା ୩୮ ରେ ପହଞ୍ଚିଛି।ରିପୋର୍ଟରୁ ଜଣାପଡିଛି ଯେ ବିଶ୍ୱର ପ୍ରଥମ ଆନ୍ତଃମହାଦେଶୀୟ ସ୍ଥାନାନ୍ତର ଏକ ବୃହତ ମାଂସାଶୀ ପ୍ରାଣୀର ୨୦୨୨-୨୩ ମସିହାରେ ନାମ୍ବିଆ ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଭାରତକୁ ଆସିବା ସହିତ ସମାପ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ୨୦୨୨ ରେ ବ୍ୟକ୍ତିଗତ ଭାବରେ ପ୍ରଥମ ଆଠଟି ଚିତାକୁ […]

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର

ଓଡିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷାର ।ବିଧାନସଭାରେ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର କିଛି ଏମିତି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି, ୨୦୨୫ରେ ୨୨ଟି କମ୍ପାନୀର ୮୮ ସାମ୍ପଲ ଯାଞ୍ଚ କରାଯାଇଥିଲା । ସେଥିରୁ ୮୦ଟି ସାମ୍ପଲ ଠିକ, ୮ଟି ନମୁନା ନିମ୍ନମାନର ବୋଲି ଜଣାପଡିଛି । ୧୦ଟି ଓଡିଶାର କମ୍ପାନୀ , ୧୨ଟି ରାଜ୍ୟ ରାହାର କମ୍ପାନୀ ରହିଛି ।