author

ଫେବୃଆରୀ ୨୬ରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ହେବା ନେଇ ପ୍ରେସ୍ନୋଟ୍ ଜାରି କଲେ ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ଫେବୃଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ, ୬ରେ ଯାଞ୍ଚ ।ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ […]

ଶୃଙ୍ଖଳିତ ରଥଯାତ୍ରା ପାଇଁ ମାଷ୍ଟରପ୍ଲାନ୍ , ଏବେଠୁ ପ୍ରସ୍ତୁତି ଆରମ୍ଭ

ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୨ୟ ସମୀକ୍ଷା ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ରଥଯାତ୍ରାରେ ଯେଉଁ ଯେଉଁ କ୍ଷେତ୍ରରେ ବିଭ୍ରାଟ ଦେଖାଯାଉଛି ତାର ଯଥାସମ୍ଭବ ସମାଧାନ କରିବାକୁ ପୁରୀ ଜିଲ୍ଲାପାଳ ଦିବ୍ୟ‌ଜ୍ୟୋତି ପରିଡ଼ା ଏବଂ ଏସ୍‌ପି ପ୍ରତୀକ ସିଂହ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ବ ଦେଇ ଚଳିତବର୍ଷ ରଥଯାତ୍ରାରେ ଏହାକୁ ଲାଗୁ […]

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା : କପି ରୋକିବ ସ୍ଵତନ୍ତ୍ର ସ୍କ୍ୱାଡ୍‌

ରାଜ୍ୟରେ ବୁଧବାରଠାରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଏହି ପରୀକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଥମ ଦିନ ବିଜ୍ଞାନ ବର୍ଗ ଛାତ୍ରୀଛାତ୍ରମାନେ ମାତୃଭାଷା ପରୀକ୍ଷା ଦେବେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଅଧଘଣ୍ଟା ପୂର୍ବରୁ ପରୀକ୍ଷାକେନ୍ଦ୍ରକୁ ଛାତ୍ରୀଛାତ୍ର ପ୍ରବେଶ କରିବେ।ସିଏଚ୍‌ଏସ୍‌ଇର ସୂଚନା ଅନୁଯାୟୀ, ରାଜ୍ୟରେ ୧୩୫୭ଟି ପରୀକ୍ଷା କେନ୍ଦ୍ର ସହ ୭ଟି ଉପକେନ୍ଦ୍ର ହୋଇଛି । […]

ଆଜିର ରାଶିଫଳ(୧୮ ଫେବୃଆରୀ, ୨୦୨୬)

ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]

ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଲେ ବିରାଟ-ଅନୁଷ୍କା

ଭାରତୀୟ କ୍ରିକେଟ୍ ଟିମର ସୁପରଷ୍ଟାର ବ୍ୟାଟସମ୍ୟାନ୍ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ବୃନ୍ଦାବନର ଲୋକପ୍ରିୟ ସନ୍ଥ ଶ୍ରୀ ପ୍ରେମାନନ୍ଦ ଜୀ ମହାରାଜଙ୍କ ମନ୍ଦିରରେ ପହଞ୍ଚିଛନ୍ତି । ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଲଗାତାର ୩ ରୁ ୪ ବର୍ଷ ଧରି ଧର୍ମ, ବିଶ୍ୱାସ ଏବଂ ଆଧ୍ୟାତ୍ମିକତା ସହିତ ଗଭୀର ଭାବେ ଜଡିତ ହୋଇ ରହିଥିବାରୁ ସେମାନେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ସେମାନେ ପ୍ରଥମ ଥର ପାଇଁ ପ୍ରେମାନନ୍ଦ ଜୀ ମହାରାଜଙ୍କୁ […]

ପ୍ରଣବ ବଳବନ୍ତରାୟଙ୍କ ବିବାଦୀୟ ପନ୍ତୁରି ଫାର୍ମ ହାଉସ୍ ମାପଚୁପ

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ସରକାରୀ ଭାବେ ମାପଚୁପ ।୩ ଜଣ ଅମିନ ଓ ୩ ଜଣ ଆରଆଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସରକାରୀ ଜମି ଜବରଦଖଲ କରି ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତ ଅଧିନ ପନ୍ତୁରୀ ଠାରେ ଫାର୍ମ ହାଉସ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ତହସିଲ ପକ୍ଷରୁ ପ୍ରଣବଙ୍କୁ ଏକ ୩୦ଦିନିଆ ନୋଟିସ୍ ଜାରି କରାଯାଇଥିଲା । ଏହି ନୋଟିସ୍ ପାଇବା ପରେ […]

୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ। ଛତିଶଗଡ଼ ସୁକମା ଏସପିଙ୍କ ନିକଟରେ ୨୨ ହାର୍ଡକୋର ମାଓବାଦୀ ସରେଣ୍ଡର କରିଛନ୍ତି । ଶିର୍ଷ ନେତାଙ୍କ ଏନକାଉଣ୍ଟର ସହ ସରକାରଙ୍କ ମାଓ ଦମନ ନୀତିରେ ଅନୁପ୍ରାଣିତ ହୋଇ ସମାଜରେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ମାଓବାଦୀ। ଆତ୍ମସମର୍ପଣ ପରେ ସମସ୍ତ ମାଓବାଦୀଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ସହ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯାଇଥିବା କହିଛନ୍ତି ସୁକମା ASP ରୋହିତ ସାହା।

ବାଂଲାଦେଶରେ ଆଜିଠୁ ତାରିକ ରହମାନଙ୍କ ଶାସନ ଆରମ୍ଭ

ବାଂଲାଦେଶରେ ଆଜିଠୁ ତାରିକ ରହମାନଙ୍କ ଶାସନ ଆରମ୍ଭ । ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ତାରିକ ରହମାନ । ସେ ଦେଶର ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଶାସନ ଭାର ଗ୍ରହଣ କରିଛନ୍ତି । ତାରିକଙ୍କ ସହିତ ନୂତନ ସରକାରଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଏଥିରେ ଡକ୍ଟର ଖଲିଲୁର ରହମାନ (ବୈଦେଶିକ ମନ୍ତ୍ରୀ), ସଲାହୁଦ୍ଦିନ ଅହମ୍ମଦ (ସ୍ୱରାଷ୍ଟ୍ର ମନ୍ତ୍ରୀ), ଡକ୍ଟର ଆମିର ଖସରୁ ମହମୁଦ (ଅର୍ଥ ଏବଂ ଯୋଜନା […]

ମାର୍ଚ୍ଚ ୭ରେ ଦିନିକିଆ ଓଡିଶା ଗସ୍ତରେ ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ମାର୍ଚ୍ଚ ୭ରେ ଦିନିକିଆ ଓଡିଶା ଗସ୍ତରେ ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ରାଜ୍ୟରେ ୨ଟି ସରକାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡିଛି। କଟକ ମୁଣ୍ଡଳି ଯାଇ ସିଆରପିଏଫ୍‌ ପ୍ରତିଷ୍ଠା ଦିବସରେ ଯୋଗ ଦେବେ । ଏହାସହିତ ଗୃହମନ୍ତ୍ରୀ ରାଜ୍ୟରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା କରିବା ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ସହ ଜଡିତ କାର୍ଯ୍ୟାନ୍ବୟନ ଏବଂ ପ୍ରସ୍ତୁତିର ମୂଲ୍ୟାଙ୍କନ କରିବାର ସମ୍ଭାବନା ମଧ୍ୟ ରହିଛି ।

ଇମ୍ରାନ୍ ଖାନ୍‌ଙ୍କୁ ଜେଲ୍‌ରେ ତୁରନ୍ତ ଚିକିତ୍ସା ମିଳୁ,ସମର୍ଥନରେ ବାହାରିଲେ କପିଲ ଦେବ ଏବଂ ଗାଭାସ୍କର

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ଜେଲ୍‌ରେ ଅଛନ୍ତି। ଆଦିୟାଲା ଜେଲ୍‌ରେ ଦିନକୁ ଦିନ ବିଗିଡିବାରେ ଲାଗିଛି ତାଙ୍କ ସ୍ବାସ୍ଥ୍ୟବସ୍ଥା। ଆଖିର ଦୃଷ୍ଟିଶକ୍ତି ବି ହରାଇବା ଉପରେ ପହଁଞ୍ଚି ଗଲେଣି। ଏହାକୁ ନେଇ କ୍ରିକେଟ ଜଗତରେ ଗମ୍ଭୀର ଚିନ୍ତା ପ୍ରକାଶ କରାଯାଇଛି। ଏପରିକି ଭାରତର ଦୁଇ ଲିଜେଣ୍ଡ କ୍ରିକେଟର ସୁନୀଲ ଗାଭାସ୍କର ଏବଂ କପିଲ ଦେବ ଇମ୍ରାନଙ୍କ ସମର୍ଥନରେ ବାହାରିଛନ୍ତି। ଇମ୍ରାନଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପାକିସ୍ତାନ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ଇମ୍ରାନଙ୍କ […]

ଚୌଦ୍ବାର ଜେଲରୁ କଏଦୀ ଫେରାର ଘଟଣା: ୬ ଦିନିଆ ରିମାଣ୍ଡରେ ଅପରାଧୀ ମଧୁକାନ୍ତ ରାଣା

ଚୌଦ୍ୱାର ସର୍କଲ୍ ଜେଲ୍‌ରୁ ଦୁଇ ଦୁର୍ଦ୍ଦାନ୍ତ ବିହାରର ଅପରାଧୀ ଫେରାର ଘଟଣା । ଗିରଫ ପରେ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ କୁମାର ରାଣାକୁ ରିମାଣ୍ଡରେ ନେଲା ଚୌଦ୍ୱାର ଥାନା ପୁଲିସ। ୨୩ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଖୋଳତାଡ କରିବ ପୋଲିସ । ଚୌଦ୍ବାର ଥାନା ତତଫରୁ କଡ଼ା ସୁରକ୍ଷା ବଳୟରେ ଅଭିଯୁକ୍ତ ମଧୁକାନ୍ତକୁ ନିଆଯାଇଛି ।ଗତ ୧୩ ତାରିଖ ସନ୍ଧ୍ୟାରେ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିବା ପରେ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ପୁଲିସ […]

୯ଟା ୩୦ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା କେନ୍ଦ୍ରକୁ ଆସିଲେ ପରୀକ୍ଷା ଦେଇପାରିବେ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଗୁରୁବାରରୁ ଆରମ୍ଭ ହେବ। ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବେ। ଏଥିପାଇଁ ୩୦୮୨ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।ଆଉ ମାତ୍ର ଦିନକ ପରେ ମାଟ୍ରିକ ପରୀକ୍ଷା। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଜରୁରୀ କାଳୀନ ପରିସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ଦିଆଯାଇଛି। ସାଢେ ୯ଟା ପର୍ଯ୍ୟନ୍ତ […]