ବଢ଼ୁଥିବା ତାପମାତ୍ରା ଭିତରେ ବର୍ଷା ସାମାନ୍ୟ ଆଶ୍ଵସ୍ତି ଆଣିଦେବ। ଫେବୃଆରୀ ୧୭, ୧୮ ଓ ୧୯ ତାରିଖରେ ୧୦ଟି ରାଜ୍ୟରେ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ।ପାଣିପାଗ ବିଭାଗ ଅନୁଯାୟୀ, ଏକ ନୂତନ ପଶ୍ଚିମୀ ବିସ୍ତାର ଯୋଗୁଁ ଫେବୃଆରୀ ୧୭ ଏବଂ ୧୮, ୨୦୨୬ ରେ ପଶ୍ଚିମ ହିମାଳୟ ଅଞ୍ଚଳ ଏବଂ ଉଚ୍ଚ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ତୁଷାରପାତ ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଭାରତର ସମତଳ […]
ନନ୍ଦନକାନନକୁ ଆସିବେ ଚିତା ବାଘ । ଚିଡିଆଖାନାରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ। ଏବେ ଚିତା ବାଘ ଦେଖିବାକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଯିବାକୁ ପଡିବନି । ବରଂ ଓଡିଶାରେ ସେମାନଙ୍କ ସଫାରୀ କରିହେବ ।ନନ୍ଦନକାନନ ନିର୍ଦ୍ଦେଶକ ସନଥ କୁମାରଙ୍କ କହିବାନୁସାରେ, ଖୁବ୍ ଶୀଘ୍ର ଚିଡିଆଖାନାରେ ଚିତାବାଘ ଦେଖିବାକୁ ମିଳିବେ । ସେମାନଙ୍କୁ ଦକ୍ଷିଣ ଆଫ୍ରିକାରୁ ଅଣାଯିବ । ଉଭୟ ପୁରୁଷ ଏବଂ ମାଇ ଚିତା ଆସିବେ । ସେମାନଙ୍କୁ ଆଣିବା ପାଇଁ ବେସରକାରୀ […]
ରାୟଗଡା ରୁ -ନକଲି ମାଓ ପୋଷ୍ଟର ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିଥିବା ଘଟଣାରେ ରାୟଗଡ଼ା ପୋଲିସ ରବିବାର ୱେବ ସାମ୍ବାଦିକ ରଞ୍ଜୁ ଓରଫ୍ ଅନୁବ୍ରତ ବାରା ଓ ବଳି ମାଝିଙ୍କୁ ଗିରଫ କରିଥିଲା । ଏହି ଘଟଣାର ଅଧିକା ତଦନ୍ତ କରି ସେମାନଙ୍କ ଆଉ ଜଣେ ସାଥୀ ବିଷମକଟକ ଥାନା ଅର୍ନ୍ତଗତ ସୀମାଂଚଳ କୁଟ୍ରୁକା ଏବଂ ଆପନା ମାଣ୍ଡାଙ୍ଗିକୁ ଗିରଫ କରିଛି । ଏନେଇ ଏକ ସାମ୍ବାଦିକ […]
ଏସ୍ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ ଏହାର ଚାଳକ ଓ କର୍ମଚାରୀଙ୍କ ମନମାନି ଦିନକୁ ଦିନ ବଢିବାରେ ଲାଗିଛି ।ପୁଣି ସାମ୍ନାକୁ ଆସିଲା SCB ମେଡ଼ିକାଲରେ ଅବ୍ୟବସ୍ଥାର ଚିତ୍ର । ବ୍ୟାଟେରି ଗାଡ଼ି ନିୟନ୍ତ୍ରଣ କକ୍ଷର ଭିଡିଓ ଭାଇରାଲ୍ । ନିଘୋଡ଼ ନିଦରେ ଶୋଇ ଫୋନ୍ ଉଠାଉ ନାହାନ୍ତି ଦାୟିତ୍ଵରେ ଥିବା କର୍ମଚାରୀ । ଏସସିବି ବ୍ୟାଟେରି ଗାଡ଼ି ପାଇଁ […]
ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ। ବନ୍ଦେ ମାତରମରୁ ଆରମ୍ଭ ହେଲା ଗୃହକାର୍ଯ୍ୟ। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି। ସେ କହିଛନ୍ତି, ବିକଶିତ ଭାରତ ପାଇଁ ଓଡିଶା ହେବ ଗ୍ରୋଥ ଇଞ୍ଜିନ । ୨୦୩୬ରେ ଓଡିଶା ଗଠନକୁ ଶହେ ବର୍ଷ ପୂରିବ । ସମୃଦ୍ଧ ଓଡିଶା ପାଇଁ ମୋ ସରକାର ଅନେକ କାମ କରିଛନ୍ତି । ସମୃଦ୍ଧ ଓଡିଶା ଗଠନ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ […]
ଯାଜପୁର ରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ ଗ୍ରାମର ପଦ୍ମନାଭ ଶତପଥୀ(୭୦) ଓ ନର୍ସିଂହୋମର ମାଲିକ ବୀଣାପାଣି ସାହିର ମନୋଜ କୁମାର ନାୟକଙ୍କୁ ପୋଲିସ ଗିରଫ କରିଛି। ତେବେ ବ୍ୟାସନଗରର ୭୦ ବର୍ଷୀୟ ବୃଦ୍ଧଙ୍କ ନାଁରେ ନାବାଳିକା ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।ନାବାଳିକାକୁ ଗର୍ଭପାତ କରାଯାଇଥିବା ୨ ଦିନ ତଳେ ଅଭିଯୋଗ ହୋଇଥିଲା। ଦୁଷ୍କର୍ମ ପାଇଁ ଗତକାଲି ଯାଜପୁର ରୋଡ୍ […]
ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ। ଆରମ୍ଭରୁ ବିଧାନସଭା ସରଗରମ ହେବ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ତିଆରି କରିଥିବାବେଳେ ଶାସକ ଦଳ ମଧ୍ୟ ବିରୋଧୀଙ୍କୁ ଜବାବ ଦେବାକୁ ସମସ୍ତ ଯୋଜନା ପ୍ରସ୍ତୁତ କରିଛନ୍ତି। ଧାନ କିଣା ଅବ୍ୟବସ୍ଥା, ବିପର୍ଯ୍ୟସ୍ତ ଆଇନ ଶୃଂଖଳା ସ୍ଥିତି, ମହାନଦୀ ଜଳ ବିବାଦ… ଏମିତି ଅନେକ ପ୍ରସଙ୍ଗ ଉଠାଇ ଗୃହର ଉତ୍ତାପ ବଢ଼ାଇବେ ।ତେବେ ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବ। ପ୍ରଥମ […]
ଆଜି ସାରା ରାଜ୍ୟରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି । କଟକ , ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି । ୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନି ଦୂରତା । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି। ଏହା ସତ୍ତ୍ବେ ମଧ୍ୟ ଥଣ୍ଡା କିଛି ମାତ୍ରାରେ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ […]
ଆଜିଠୁ CBSE ପରୀକ୍ଷା । ଆଜିଠାରୁ କେନ୍ଦ୍ରୀୟ ମାଧମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ଥିଓରି ପରୀକ୍ଷା । ଦଶମରେ ଦୁଇଟି ବୋର୍ଡ ପରୀକ୍ଷା ନେଇ ସିବିଏସଇ ସ୍ପଷ୍ଟୀକରଣ ରଖିଛି । ଆଜିଠୁ ଆରମ୍ଭ ହେବ ପ୍ରଥମ ବୋର୍ଡ ପରୀକ୍ଷା । ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ଅନୁମତି ମିଳିବ । ୩ଟି ବିଷୟରେ ଅଧିକ ନମ୍ବର ପାଇଁ ଦ୍ବିତୀୟ ବୋର୍ଡ ଦେଇପାରିବେ ପରୀକ୍ଷାର୍ଥୀ […]
ମେଷଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ। ବୃଷଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍ ସମୟରେ କରି ପାରିବେ ନାହିଁ।କର୍ମକ୍ଷେତ୍ରରେ ଆପଣଙ୍କୁ ଅର୍ଥଲାଭ ସହ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ ହେବ। ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି […]
ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ସମ୍ବନ୍ଧୀୟ ଏକ ମାମଲାରେ ଜାମିନ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ସୋମବାର ବିବାହ ପୂର୍ବ ସମ୍ପର୍କ ଉପରେ ତୀବ୍ର ମୌଖିକ ପ୍ରତିକ୍ରିୟା ରଖିଛନ୍ତି ।ରିପୋର୍ଟ ଅନୁଯାୟୀ ପୀଡ଼ିତା ଓ ଅଭିଯୁକ୍ତ ୨୦୨୨ ରେ ଏକ ମ୍ୟାଟ୍ରିମୋନିଆଲ୍ ସାଇଟ୍ ଜରିଆରେ ସମ୍ପର୍କରେ ଆସିଥିଲେ। ଅଭିଯୁକ୍ତ ଜଣକ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦିଲ୍ଲୀ ଏବଂ ଦୁବାଇରେ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ସମ୍ମତି ବିନା ଅଶ୍ଳୀଳ ଭିଡିଓ ମଧ୍ୟ ରେକର୍ଡ […]
ପଶ୍ଚିମ ଓଡ଼ିଶାର ଜଣାଶୁଣା ଡାକ୍ତର, ସମାଜସେବୀ ଓ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ରାସେଶ୍ବରୀ ପାଣିଗ୍ରାହୀଙ୍କ ସମ୍ବଲପୁର ଶାନ୍ତିନଗରସ୍ଥିତ ନିଜ ଘରେ ପରଲୋକ ହୋଇଯାଇଛି। ୭୯ ବର୍ଷ ବୟସରେ ପରଲୋକ। ପ୍ରାୟ ଏକବର୍ଷ ହେଲା ସେ ସ୍ନାୟୁଜନିତ ସମସ୍ୟାରେ ପୀଡିତ ରହିଥିବା ବେଳେ ବିଶେଷ ଚଲାବୁଲା କରିପାରୁନଥିଲେ । ଘରେ ରହି ସେ ଚିକିତ୍ସିତ ହେଉଥିଲେ। ସୂଚନା ଯୋଗ୍ଯ ଯେ, ରାସେଶ୍ୱରୀ ପାଣିଗ୍ରାହୀ ଗତ ୨୦୧୪ ଓଡ଼ିଶା ବିଧାନ ସଭା […]
