ସୁଗମ ହେଲା ଲୋକଭବନ ସହ ଯୋଡ଼ି ହେବା ବ୍ୟବସ୍ଥା । ସ୍ୱତନ୍ତ୍ର ଆପ୍ (Application) ମଧ୍ୟାମରେ ଏବେ ଜନସାଧାରଣ ଲୋକଭବନ ସହ ଯୋଡି ହୋଇପାରିବେ । ଭାରତର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାର ଲୋକଭବନରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ସାକ୍ଷାତ ବ୍ୟବସ୍ଥା, “ଇ-ଲୋକଭବନ ଓଡ଼ିଶା ଆପ୍” (e-Lok Bhavan Odisha App)ର ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ।ଗତକାଲି (ଶୁକ୍ରବାର) ଲୋକଭବନ ପାଇଁ ସ୍ୱୟଂଚାଳିତ ସାକ୍ଷାତ ବ୍ୟବସ୍ଥା (Automated Appointment System) ” ଇ-ଲୋକଭବନ ଓଡ଼ିଶା […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ପ୍ରାଣବଳି ଦେଇଥିବା ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୈନିକଙ୍କ ବଳିଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେମାନଙ୍କର ଅଦମ୍ୟ ସାହସ, ଦେଶପ୍ରେମ ଏବଂ ସମର୍ପଣ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ।ପୁଲୱାମା ଆତଙ୍କୀ ଆକ୍ରମଣକୁ ୭ ବର୍ଷ ପୁରିଛି । ଶହୀଦ ବୀର ଯବାନଙ୍କୁ ଝୁରୁଛି ଦେଶ ଝୁରୁଛି ପରିବାର । ୪୦ ଯବାନଙ୍କ ବଳିଦାନରୁ ମନେ ପକାଉଛନ୍ତି ଦେଶବାସୀ । […]
ଲିଙ୍ଗରାଜ ମନ୍ଦିର ପରିସରକୁ ପ୍ଲାଷ୍ଟିକ୍ ମନା। ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍ରେ ଭୋଗ ନେଇପାରିବେ ନାହିଁ ଶ୍ରଦ୍ଧାଳୁ। ପୂଜା ସାମଗ୍ରୀ, ପ୍ରସାଦସେବନ ତଥା ଖାଦ୍ୟ ସାମଗ୍ରୀ ନେବାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ନ କରିବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପରିବେଶ ସୁରକ୍ଷା ନିମନ୍ତେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୧୬ ଏବଂ ପରବର୍ତ୍ତୀ ସଂଶୋଧିତ ନିୟମ ଆଧାରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷେଧ ହୋଇଛି । ପ୍ଲାଷ୍ଟିକ୍, ପଲିଥିନ୍ […]
ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]
ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟ ସ୍ଥିତ ସ୍ମାର୍ଟ ଶ୍ରେଣୀ କକ୍ଷରେ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ୨ୟ ପର୍ଯ୍ୟାୟ ପାଞ୍ଚଦିନିଆ ମଣ୍ଡଳସ୍ତରୀୟ ଶିକ୍ଷକ ତାଲିମ ଶିବିର ‘ପ୍ରବୋଧନ’ ଉଦଯାପିତ ହୋଇଯାଇଛି।ମଣ୍ଡଳ ଶିକ୍ଷାଧିକାରୀ ଉମାକାନ୍ତ ସେଠୀ ଓ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଧନେଶ୍ୱର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୟାଗଡ଼ ଶିକ୍ଷା ମଣ୍ଡଳର ଶହେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓଡିଶା ପାଠ୍ୟକ୍ରମ ଓ ବିଦ୍ୟାଳୟ ଶିକ୍ଷା -୨୦୨୫ ର ରୂପରେଖ ତଥା ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ […]
ଏବେ ଥଣ୍ଡା କମୁଥିବା ବେଳେ ଆସନ୍ତା ୧୫ରେ ଲଘୁଚାପ ସମ୍ଭାବନା ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ଆଶଙ୍କା ରହିଛି । ପୂର୍ବ ଭାରତ ମହାସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ମହାସାଗରରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ରହୁଛି । ଏହା ପ୍ରଭାବରେ ଆସନ୍ତା ୧୫ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଶ୍ରୀଲଙ୍କାର ଦକ୍ଷିଣ ଭାଗରେ ବର୍ଷା ହେବ । ତେବେ ଏହାର ପ୍ରଭାବ ଓଡ଼ିଶା […]
ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବଢିଲା ଭାରତୀୟ ପାସପୋର୍ଟର ଶକ୍ତି । ପୁଣି ଶକ୍ତିଶାଳୀ ହେଲା ଭାରତୀୟ ପାସପୋର୍ଟ ।Henley Passport Indexରେ ଚଳିତବର୍ଷ ଭାରତ 75 ରାଙ୍କ ହାସଲ କରିଛି । 2025 ମସିହାରେ ଏବି ରାଙ୍କ 85 ରହିଥିଲା । ଚଳିତବର୍ଷ 10ଟି ସ୍ଥାନ ଉପରକୁ ଉନ୍ନତି କରିଛି ଭାରତୀୟ ପାସପୋର୍ଟ । ଏହି ରାଙ୍କିଂର ସିଧାସଳଖ ସୁବିଧା ମିଳିବ ଭାରତୀୟ ଯାତ୍ରୀ ତଥା ଭ୍ରମଣକାରୀଙ୍କୁ । ବିଗତ କିଛି ବର୍ଷ ଧରି ଏହି ରାଙ୍କରେ ସିଙ୍ଗାପୁର […]
ଦୀପ ନିଆଁ ଲାଗି ମହିଳା ଗୁରୁତର । ମଞ୍ଚେଶ୍ୱର ଥାନା ସତ୍ୟ ବିହାର ଘଟିଛି ଅଘଟଣ । ତ୍ର୍ୟମ୍ବକେଶ୍ୱର ମନ୍ଦିରରେ ଆଜି ସଂକ୍ରାନ୍ତିରେ ମହିଳା ମନ୍ଦିର ଦର୍ଶନ କରି ଦୀପ ଲଗାଇବା ବେଳେ ଘଟିଛି ଅଘଟଣ । ଜଳି ସାରିଥିବା ଦୀପ ନିଆଁ ଗଦାରୁ ନିଆଁ ଲାଗି ମହିଳାଙ୍କ ଶାଢିରେ ନିଆଁ ବ୍ୟାପିଥିଲା । ଫଳରେ ମହିଳାଙ୍କ ଶରିର 50 % ପୋଡି ଯାଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ନୂତନ କାର୍ଯ୍ୟାଳୟ ‘ସେବା ତୀର୍ଥ’ ଉଦଘାଟନ କରିଛନ୍ତି। ଆଜିଠାରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଇସିନା ହିଲର ସାଉଥ ବ୍ଲକରୁ ସେବା ତୀର୍ଥକୁ ସ୍ଥାନାନ୍ତରିତ ହୋଇଛି। ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ (NSCS) ଏବଂ କ୍ୟାବିନେଟ ସଚିବାଳୟ ରହିବ। ପ୍ରଧାନମନ୍ତ୍ରୀଙ୍କ ନୂଆ କାର୍ଯ୍ୟକାଳ ସେବା ତୀର୍ଥରେ ପ୍ରଥମ ନିଷ୍ପତ୍ତି ନିଆଯାଇଛି । ଚାଷୀ, ମହିଳା, ଯୁବକଙ୍କ ଉପରେ କେନ୍ଦ୍ରିତ ଅନେକ ଯୋଜନାର ଫାଇଲ୍ ଉପରେ ପିଏମ୍ ମୋଦୀ […]
ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନୂଆ ବିଲ୍ଡିଂ କାମ ବେଳେ ଅଘଟଣ। ବୋରୱେଲରେ ପଡି ଚାଲିଗଲା ଦେଢ଼ ବର୍ଷ ଶିଶୁ କନ୍ୟାର ଜୀବନ। ମାମୁ ଘରକୁ ବୁଲିବାକୁ ଆସିଥିଲା ଭାଣିଜି । ହେଲେ ମେଡିକାଲରେ ନିର୍ମାଣଧୀନ ନୂଆ ବିଲଡିଂ ନିକଟରେ ଖେଳୁ ଖେଳୁ ବୋରୱେଲରେ ଖସି ପଡିଥିଲା । ମୃତ ଶିଶୁକନ୍ୟା ହେଲା ସମାୟିରା ନାୟକ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିର୍ମାଣାଧୀନ କୋଠା ପାଖରେ ଶିଶୁକନ୍ୟା ଖେଳୁ ଥିଲା। ଆଜି ଅପରାହ୍ନ ସମୟରେ ଖେଳୁଥିବା ବେଳେ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ରାଜ୍ୟବାସୀଙ୍କ ପାଇଁ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’କୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟର ନବରଙ୍ଗପୁର, ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁରଠାରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ ହୋଇଛି। ୫ଟି ଜିଲ୍ଲାରୁ ପ୍ରାୟ ୫୦୦ ଶ୍ରଦ୍ଧାଳୁ ତୀର୍ଥଯାତ୍ରୀ ଏସ୍କଟ ଅଫିସରଙ୍କ ସହିତ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଯୋଜନାରେ ଚଳିତ ବର୍ଷ ରାଜ୍ୟର ୫ ହଜାର ହିତାଧିକାରୀ ଏବଂ ଆସନ୍ତା ୪ […]
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ଅକ୍ଷୟ ପଟ୍ଟନାୟକ (୮୭) । ୧୯୭୦ ମସିହାରେ ସେ ମାଡ୍ରାସ (ବର୍ତ୍ତମାନର ଚେନ୍ନାଇ) ମ୍ୟୁନସିପାଲ କର୍ପୋରେସନରେ ମେକାନିକାଲ ଇଞ୍ଜିନିଅର ଭାବରେ କାମ କରୁଥିଲେ । ସେତେବେଳେ ଆରମ୍ଭ ହୋଇଥିଲା ବିଭିନ୍ନ ମେକାନିକାଲ ଯନ୍ତ୍ରପାତି ସହ ପୁରୁଣା ସାମଗ୍ରୀ ସାଇତି ରଖିବାର ନିଶା । ମାଡ୍ରାସରୁ ଓଡିଶା ଫେରିବା ପରେ ଆରମ୍ଭ କରିଥିଲେ ଏକ ବୈଷୟିକ ସଂଗ୍ରହାଳୟ । ବର୍ତ୍ତମାନ ଅକ୍ଷୟ ପଟ୍ଟନାୟକଙ୍କ ସଂଗ୍ରହାଳୟରେ ୩୫ ଟି ବିଭାଗର ୩୦ ହଜାରରୁ ଅଧିକ […]
