author

ବାଲିଯାତ୍ରା ପଡ଼ିଆରେ ନଭେମ୍ବର୧ରୁ ୧୫ ଯାଏଁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା

ନଭେମ୍ବର ୫ରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ କଟକ ବାଲିଯାତ୍ରା । ତେବେ ଚଳିତ ବର୍ଷ ବାଲିଯାତ୍ରା ପୂର୍ବରୁ ବଡ଼ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଏଥର ବାଲିଯାତ୍ରା ଗ୍ରାଉଣ୍ଡ ‘ନୋ ଡ୍ରୋନ ଜୋନ’ ଘୋଷଣା । ଏନେଇ ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ।। ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା କରାଯାଇଛି। ବାଲିଯାତ୍ରା ଗ୍ରାଉଣ୍ଡଠାରୁ ୫ କିମି ପରିଧି ପାଇଁ କଟକଣା […]

ଭିଜିଲାନ୍ସ ଜାଲରେ ପଡିଲେ OAS ଅଧିକାରୀ

ଭିଜିଲାନ୍ସ ଜାଲରେ ପଡିଲେ OAS ଅଧିକାରୀ। ଗଞ୍ଜାମ ବେଲକୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବକେୟା ଦରମା କରାଇ ଦେବା ପାଇଁ ଏହି ଲାଞ୍ଚ ନେଉଥିଲେ । ସୂଚନା ମୁତାବକ, ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଏରିୟର ଦରମା କରିବା ପାଇଁ ତାଙ୍କ ତଳ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ । ଯାହାପରେ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । କର୍ମଚାରୀ ସୋରଜ ଜେନାଙ୍କ ଠାରୁ […]

ଭୁବନେଶ୍ବର CTTCରେ ମାନବସଦୃଶ ରୋବୋଟ୍‌ର ମୁଣ୍ଡ, 2ଟି ହାତ ଓ ଶରୀରର ଅଧା ଅଂଶକୁ ନିର୍ମାଣ କରାଯାଇଛି

ଏକ ମାନବ ସଦୃଶ ବା ହ୍ୟୁମାନଏଡ୍‌ ରୋବୋଟ୍‌କୁ ମହାକାଶକୁ ପଠାଯିବ, ଯାହାର ନାମ ‘ବ୍ୟୋମମିତ୍ର’ (Vyom Mitra) ରଖାଯାଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଗଗନଯାନ ମିଶନର ଅଂଶ ଭାବରେ ଏକ ମାନବହୀନ ରକେଟ୍ ଲଞ୍ଚ କରିବାକୁ ଯାଉଛି । ତେବେ ଏଥିରେ ରୋବୋଟ୍‌ର ମୁଣ୍ଡ, 2ଟି ହାତ ଓ ଶରୀରର ଅଧା ଅଂଶକୁ କ୍ୟାପିଟାଲ ସିଟି ଭୁବନେଶ୍ବର ସ୍ଥିତ ସେଣ୍ଟ୍ରାଲ୍ ଟୁଲ୍‌ ଟ୍ରେନିଂ ସେଣ୍ଟର (CTTC)ରେ ନିର୍ମାଣ […]

ଢୋଲକିଆଙ୍କ ପରିବାର ସପକ୍ଷରେ ବିଜେଡି- ଦେବୀ ମିଶ୍ର

ନୂଆପଡା ଉପନିର୍ବାଚନ ନେଇ ବିଜେଡିର କସରତ । ପ୍ରାର୍ଥିତ୍ୱ ନେଇ ସଂକେତ ଦେଲେ ବରିଷ୍ଠ ନେତା ଦେବୀ ମିଶ୍ର । କହିଛନ୍ତି, ରାଜେନ୍ଦ୍ର ଢୋଲକିଆ ରାଜନେତା ଓ ସାମାଜିକ ନେତୃତ୍ୱରେ ପାରଙ୍ଗମ ଥିଲେ । ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି ତାଙ୍କ ପରିବାରକୁ ଟିକେଟ ଦେବାକୁ । ସବୁ ଦିଗକୁ ଅନୁଶୀଳନ କରି ନବୀନ ବାବୁ ପ୍ରାର୍ଥୀ ଘୋଷଣା କରିବେ ।ସବୁ ଦଳ ଯେତେ ଦମ୍ଭ ଦେଖାଇଲେ ମଧ୍ୟ ସମସ୍ତେ ଜାଣନ୍ତି ନୂଆପଡ଼ା ଜିଲ୍ଲାକୁ ବିଜୁ […]

ପୀତବାସ ପଣ୍ଡାଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ମେରୁହାଡ଼ରୁ ବାହାରିଲା ୯ ଏମଏମ୍ ଗୁଳି

ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା କଲା କିଏ ? ହତ୍ୟାକାଣ୍ଡକୁ ନେଇ ଖୋଲୁଛି ରସହ୍ୟ , ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର । ମେରୁଦଣ୍ଡରୁ ବାହାରିଲା ୯ଏମ୍‌ଏମ୍‌ ଗୁଳି । ସବୁସ୍ଥିତିକୁ ନଜରରେ ରଖି ହତ୍ୟାକାଣ୍ଡର ଯୋଜନା କରିଥିଲେ ଦୁର୍ବୃତ୍ତ । ମର୍ଡରର ୪୮ ଘଣ୍ଟା ପରେ ବି ଅଭିଯୁକ୍ତଙ୍କ ସୁରାକ୍ ପାଉନି ପୋଲିସ । ହତ୍ୟା ପଛରେ ସୁପାରି କିଲର କି ? ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ପୋଲିସ […]

ଆଜି ୯୩ ତମ ଭାରତୀୟ ବାୟୁସେନା ଦିବସ

ଆଜି ୯୩ ତମ ଭାରତୀୟ ବାୟୁସେନା ଦିବସ ।ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ ।  ଏ ଅବସରରେ ୱାର ମୋମରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସିଡିଏସ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟ । ଏୟାରଫୋର୍ସ ଚିଫ ମାର୍ଶାଲ ଏପି ସିଂ, ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ପ୍ରମୁଖ ୱାର୍ ମୋମରିଆଲରେ ପହଞ୍ଚି ସହିଦ ମାନଙ୍କ ସ୍ମୃତିଚାରଣ କରିଥିଲେ । […]

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସିଖବର: ଏଣିକି ଟିକେଟ୍‌ ବୁକ୍‌ ପରେ ବଦଳାଇପାରିବେ ତାରିଖ

ଯାତ୍ରା ଯୋଜନାରେ ଅନେକ ସମୟରେ ଅବାଞ୍ଛିତ ପରିବର୍ତ୍ତନ ଯୋଗୁ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏ ବାବଦରେ ଯାତ୍ରୀ ଆର୍ଥତ୍କ କ୍ଷତି ସହିଥାନ୍ତି। ତେବେ ରେଲଓ୍ବେ ଆଣିଥିବା ନୂଆ ନିୟମରେ ଟିକେଟ ବୁକ୍‌ କରିଥିବା ଯାତ୍ରୀ ଯାତ୍ରା ତାରିଖ ବଦଳାଇବା ପାଇଁ ସୁଯୋଗ ପାଇବେ।ଏହା ବ୍ୟତୀତ, କନଫର୍ମ ଟିକେଟ୍ ତାରିଖରେ ପରିବର୍ତ୍ତନ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏହାର ଅର୍ଥ ହେଉଛି ଯଦି ଆପଣଙ୍କ ଯଦି କୌଣସି ତାରିଖରେ କନଫର୍ମ […]

UPIରେ ଏବେ ମୁହଁ ଚିହ୍ନଟ ଏବଂ ଆଙ୍ଗୁଠି ଚିହ୍ନ ବ୍ୟବହାର କରି ପେମେଣ୍ଟ କରିପାରିବେ

ଭାରତର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରିବାକୁ ଯାଉଛି। ଲକ୍ଷ ଲକ୍ଷ ଭାରତୀୟଙ୍କ ଦ୍ୱାରା ପ୍ରତିଦିନ ବ୍ୟବହୃତ ୟୁନିଫାଏଡ ପେମେଣ୍ଟ୍ସ ଇଣ୍ଟରଫେସ (UPI) ପେମେଣ୍ଟ କରିବାର ପଦ୍ଧତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହୋଇଛି। ଏହା ସହିତ, UPI ପେମେଣ୍ଟ ବହୁତ ସରଳ ହୋଇଯିବ। ବ୍ୟବହାରକାରୀମାନେ ୪ କିମ୍ବା ୬ ଅଙ୍କ ବଦଳରେ ଫିଙ୍ଗରପ୍ରିଣ୍ଟ ଏବଂ ମୁହଁ ଚିହ୍ନଟ ଭଳି ବାୟୋମେଟ୍ରିକ୍ ବିବରଣୀ ବ୍ୟବହାର କରି ପେମେଣ୍ଟ କରିପାରିବେ। ଏପର୍ଯ୍ୟନ୍ତ […]

ପୁଣି ଏକ ଲଘୁଚାପ ସମ୍ଭାବନା ।

୯ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବା ସମ୍ଭାବନା । ବୁଧବାର କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳଠାରୁ ଦୂରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୧୦ ତାରିଖ ବେଳକୁ ଦୁଇଟି ଯାକ ଘୂର୍ଣ୍ଣିବଳୟ ମିଶି ବିସ୍ତୃତ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ସପ୍ତାହେ ଯାଏ ଲଘୁଚାପ ସୃଷ୍ଟିର ସମ୍ଭାବନା ନାହିଁ। ବରିଷ୍ଠ କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି।ସେହିପରି ଉତ୍ତର ଉପକୂଳ ଓଡ଼ିଶାରୁ […]

ପୀତବାସଙ୍କୁ ଗୁଳିମାରି ହତ୍ୟା ଘଟଣା , ଆଜି ସମ୍ପୂର୍ଣ୍ଣ କଲମ ଛାଡ଼ ଆନ୍ଦୋଳନ କରିବେ ଆଇନଜୀବୀ

ରାଜ୍ୟ ବାର୍‌ କାଉନସିଲର ସର୍ବାଧିକ ଭୋଟରେ ନିର୍ବାଚିତ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ପ୍ରତିବାଦରେ ବୁଧବାର ରାଜ୍ୟବ୍ୟାପୀ ଆଇନଜୀବୀମାନେ କଲମଛାଡ଼ କରିବେ। ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକୁ ଦୃଢ ନିନ୍ଦା କରିଛି ବାର୍ କାଉନସିଲ୍ । ତଦନ୍ତ ପାଇଁ SIT ଗଠନ କରିବାକୁ ଦାବି କରିଛି ।ନିରପେକ୍ଷ ତଦନ୍ତ ପାଇଁ ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଦ୍ବାରା ତଦନ୍ତ ହେବା ଉଚିତ ବୋଲି ବାର କାଉନସିଲ ପକ୍ଷରୁ କୁହାଯାଇଛି । ତଦନ୍ତ […]

ଆଜିର ରାଶିଫଳ(୦୮ ଅକ୍ଟୋବର, ୨୦୨୫)

ମେଷ: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି […]

ନୂଆପଡ଼ା ଉପ ନିର୍ବାଚନ, ଘାସିରାମ ମାଝୀଙ୍କ ନାଁରେ କଂଗ୍ରେସର ମୋହର

ଉପ ନିର୍ବାଚନ ବିଗୁଲ ପରେ ଏବେ ନୂଆପଡ଼ାରେ ବଢିଛି ରାଜନୈତିକ ଉଷ୍ମତା । ଘାସିରାମ ମାଝୀଙ୍କ ନାଁରେ ମୋହର ମାରିଛନ୍ତି ପିସିସି ସଭାପତି ଭକ୍ତ ଦାସ। ଏବେ କେବଳ ବିଧିବଦ୍ଧ ନାଁ ଘୋଷଣାକୁ ଅପେକ୍ଷା। ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଏକ ପ୍ରକାର ସ୍ଥିର ହୋଇସାରିଛି । ସୂଚନାଯୋଗ୍ୟ, ନଭେମ୍ୱର ୧୧ରେ ନୂଆପଡ଼ା ଉପନିର୍ବାଚନ । ସେହିପରି ନଭେମ୍ୱର ୧୪ ତାରିଖରେ ହେବ ଭୋଟ୍ ଗଣତି । ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା […]