author

ଆଜିର ରାଶିଫଳ(୪ ଏପ୍ରିଲ, ୨୦୨୬)

ମେଷ : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା […]

ମାନବତାର ଉଦାହରଣ ସାଜିଲେ ବଜରଙ୍ଗ ଦଳ ଓ ସ୍ୱର୍ଗଧାମ ସେବା ସମିତି ।

ରାୟଗଡା, (): ଉତ୍ତର ପ୍ରଦେଶର କାନପୁର ଅଞ୍ଚଳର ରାଜୁ କୁମାର (ବୟସ–୩୮) ରାୟଗଡା ଜଗନ୍ନାଥ ମନ୍ଦିର ସାହିରେ ବସବାସ କରୁଥିଲେ। ସେ ରାୟଗଡା ସହରରେ ଆଇସକ୍ରିମ୍ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କର ଦେହାନ୍ତ ଘଟିଥିଲା।ଦେହାନ୍ତ ପରେ ଶବ ଦହନ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିବାରୁ ପରିସ୍ଥିତି ଅତ୍ୟନ୍ତ ଦୁଃଖଦ ହୋଇପଡ଼ିଥିଲା। ମୃତକଙ୍କ ସହିତ କେବଳ ତାଙ୍କ ସ୍ତ୍ରୀ ପିଙ୍କି (ବୟସ–୩୫) ମାତ୍ର […]

ଜନଗଣନା ୨୦୨୭ । ସରକାରୀ ବାସଭବନରେ ନିଜର ସ୍ଵ-ଗଣନା କରିଛନ୍ତି ମୁଖ୍ୟମନ୍ତ୍ରୀ

ଏପ୍ରିଲ ପହିଲାରୁ ରାଜ୍ୟରେଡିଜିଟାଲ୍ ଜନଗଣନା ଆରମ୍ଭ ହୋଇଛି। ଏହା ଏକ ପରୀକ୍ଷାମୂଳକ ଡିଜିଟାଲ୍ ପଦକ୍ଷେପ, ଯେଉଁଥିରେ ନାଗରିକମାନେ ନିଜେ ଅନଲାଇନରେ ତଥ୍ୟ ପ୍ରଦାନ କରିପାରିବେ ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସରକାରୀ ବାସଭବନରେନିଜରସ୍ଵ-ଗଣନା କରିଛନ୍ତି ।ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆସନ୍ତା ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ, ଏପ୍ରିଲ ୧୬ ତାରିଖରୁ ମେ’ ୧୫ ତାରିଖ […]

ଚୋରକୁ ଧରିବାକୁ ଯାଇ ଛାତରୁ ପଡ଼ି ଚାଳିଗଲା ଜୀବନ

ଭୁବନେଶ୍ବରରେ ଦେଖାଦେଇଛି ଚାଞ୍ଚଲ୍ୟ । ଛାତରୁ ଖସିପଡି ଯୁବକଙ୍କର ହୋଇଛି ମୃତ୍ୟୁ । ନିର୍ମାଣଧୀନ କୋଠାର ଛାତରୁ ପଡି ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ସହିଦନଗର ଅଞ୍ଚଳରେ ଘରେ ଚୋର ପଶିଥିଲା । ଚୋରକୁ ଧରିବା ପାଇଁ ପରିବାର ଲୋକେ ପ୍ରୟାସ କରିଥିଲେ । ହେଲେ ଚୋର ମୋବାଇଲ ଧରି ଫେରାର ମାରୁଥିଲେ । ଦାଦା ପୁତୁରା ଚୋରକୁ ଧରିବା ପାଇଁ ଛାତ ଉପରକୁ ଦୌଡ଼ିଥିଲେ । ଚୋର ମୋବାଇଲ ଧରି ସ୍କାଏଲାଇଟ ଭାଙ୍ଗି ଛୁ […]

 “କଉ ମାଛ” ପାଟିରେ ପଶିଯିବାରୁ ଯୁବକଙ୍କ ମୃତ୍ୟୁ

ବାଙ୍ଗିରିପୋଷିରେ ଘଟିଛି ଅଭାବନୀୟ ଘଟଣା । ଯାହାକୁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ପ୍ରଫୁଲ୍ଲ କୁମାର ବିଜୁଳି ଙ୍କ ପୁଅ ଅବିନାଶ ବିଜୁଳି । ଆଜି ମଧ୍ୟାହ୍ନ ୨ଟାରେ ଅବିନାଶ ବିଜୁଳି ଗାଁ ପୋଖରୀରୁ ମାଛ ଧରିବା ସମୟରେ ତାଙ୍କ ପାଟିରେ ମାଛ ପଶିଯାଇଥିଲା । ତଣ୍ଟିରୁ ମାଛ କାଢ଼ିବା ପାଇଁ ଯୁବକଙ୍କୁ ସ୍ଥାନୀୟ ବାଙ୍ଗିରିପୋଷି ଡାକ୍ତରଖାନାକୁ ନିଆଯାଇଥିବା ବେଳେ କିଛି ସମୟ ମଧ୍ୟରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ […]

ସବୁ ସହରକୁ PNG ସଂଯୋଗ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି : କୃଷ୍ଣଚନ୍ଦ୍ର ମହାପାତ୍ର

PNG ସଂଯୋଗ ନେଇ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବଡ଼ ସୂଚନା । କହିଲେ ଓଡ଼ିଶାରେ ସବୁ ସହରକୁ ପାଇପ ଗ୍ୟାସ ଲାଇନ୍ ସଂଯୋଗ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ସବୁ ମହାନଗର ନିଗମ ସହିତ ଅନୁଗୁଳ, ଢେଙ୍କାନାଳ ଭଳି ବଡ ବଡ ସହରରେ ପ୍ରାୟ କାମ ସରିଲାଣି। ଯେଉଁ ସହର ରହିଯାଇଛି ସେଠାରେ କାମ ଆରମ୍ଭ ହେବ। ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ନଗର ଉନ୍ନୟନ୍ନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।ସେ କହିଛନ୍ତି ଯେ ବିଭିନ୍ନ […]

Gmail ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏବେ ବଦଲାଇପାରିବେ ନିଜ ID ନାମ

Gmail ର ୟୁଜର୍ସମାନେ ପୁରୁଣା Gmail ଆଡ୍ରେସ୍ ପରିବର୍ତ୍ତନ କରିପାରିବେ । ଏହାର ଅର୍ଥ ହେଉଛି ଯଦି ଆପଣ ୨୦୦୪ ରେ ଲଞ୍ଚ ହେବା ପରଠାରୁ ଆପଣଙ୍କର ପୁରୁଣା Gmail ଆଡ୍ରେସ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ଏବେ ଏହାକୁ ପରିବର୍ତ୍ତନ କରିପାରିବେ ଏବଂ ନିଜର ଇମେଲ୍ ଆଡ୍ରେସ୍ କ୍ରିଏଟ୍ କରିପାରିବେ । ଅର୍ଥାତ୍ ଆପଣ @gmail.com ପୂର୍ବରୁ ଏକ ୟୁଜରନେମ୍ ମଧ୍ୟ ବାଛିପାରିବେ । ଏହା ସେହି ୟୁଜରମାନଙ୍କ ପାଇଁ ବେଷ୍ଟ ହୋଇପାରିବ ଯେଉଁମାନେ ସେମାନଙ୍କର […]

NCERTକୁ ମିଳିଲା ଡିମ୍ଡ୍ ୟୁନିଭରସିଟି ମାନ୍ୟତା

ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT)କୁ ଆନୁଷ୍ଠାନିକ ଭାବରେ ‘ଡିମ୍ଡ-ଟୁ-ବି ବିଶ୍ୱବିଦ୍ୟାଳୟ’ର ମାନ୍ୟତା ପ୍ରଦାନ କରିବାକୁ ପ୍ରସ୍ତୁତ।ଏହା NCERTକୁ ଏକ ବିଶ୍ୱବିଦ୍ୟାଳୟ ପରି କାର୍ଯ୍ୟ କରିବାର ସ୍ୱାଧୀନତା ଦେବ, କିନ୍ତୁ ଅନେକ ଆବଶ୍ୟକୀୟ ସର୍ତ୍ତାବଳୀ ଲାଗୁ କରାଯାଇଛି।NCERT 2025 ରେ ସରକାରଙ୍କୁ ଏକ ରିପୋର୍ଟ ଦାଖଲ କରିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଏହା ସମସ୍ତ ଆବଶ୍ୟକତା […]

ଏଣିକି ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ରହିବା ବାଧ୍ୟତାମୂଳକ 

ଓଡିଶା ସରକାର ସମସ୍ତ ସରକାରୀ କୋଠା ପ୍ରକଳ୍ପ ପାଇଁଅଗ୍ନି ନିରାପତ୍ତା ବ୍ୟବସ୍ଥା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ପର୍ଯ୍ୟାପ୍ତ ଅଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା ବିନା କୌଣସି ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ ମିଳିବ ନାହିଁ। ଓଡିଶା ପୂର୍ତ୍ତ ବିଭାଗ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ, ଅନୁମୋଦନ ପୂର୍ବରୁ ପ୍ରାଧିକୃତ ସଂସ୍ଥା ଦ୍ୱାରା କୋଠା ଯୋଜନାଗୁଡ଼ିକୁ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବା ଆବଶ୍ୟକ। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ: ଯୋଜନା ପର୍ଯ୍ୟାୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାଗୁଡ଼ିକୁ ସମନ୍ୱିତ କରାଯିବା ଆବଶ୍ୟକ, […]

ଗ୍ୟାସ୍ କଳା ବଜାର ରୋକିବାକୁ ବାୟୋମେଟ୍ରିକ ବାଧ୍ୟତାମୂଳକ

ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍‌ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍‌ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ ଆଖିର ସ୍କାନ) ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ଖାଉଟି ଓ ଯୋଗାଣ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଫଳରେ କଳାବଜାରୀ ଓ ଭୂତ ଗ୍ରାହକଙ୍କୁ ଚିହ୍ନଟ କରାଯାଇପାରିବ। ଅନ୍ୟପକ୍ଷରେ ଯୋଗାଣ ବିଭାଗ ପକ୍ଷରୁଏକାଧିକ ସ୍ଥାନରେ […]

ଭାରତ-ରୁଷ୍‌ ଦ୍ବିପାକ୍ଷିକ କଥାବାର୍ତ୍ତା: ଅଧିକ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଯୋଗାଣ କରିବାକୁ ପ୍ରସ୍ତାବ ଦେଲା ମସ୍କୋ

ଭାରତ-ରୁଷ୍‌ ଦ୍ବିପାକ୍ଷିକ କଥାବାର୍ତ୍ତା ପରେ ମସ୍କୋ ଭାରତକୁ ଅଧିକ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଯୋଗାଣ କରିବାକୁ ପ୍ରସ୍ତାବ ଦେଇଛି। ଗୁରୁବାର ରୁଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମାନ୍ତୁରୋଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟି ଶକ୍ତି ଏବଂ ସାର ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢାଇବା ପାଇଁ ଆଲୋଚନା କରିଛନ୍ତି। ମାନ୍ତୁରୋଭ ଏବଂ ଜୟଶଙ୍କର ପଶ୍ଚିମ ଏସିଆର ସଂଘର୍ଷ ସମେତ ଆଞ୍ଚଳିକ ଏବଂ ବିଶ୍ୱର ବିକାଶ ଉପରେ […]

ଅବକାରୀ ବିଭାଗର ନୂଆ ଗାଇଡଲାଇନ୍ : ବେଳାଭୂମିରେ ମଦ ବିକିପାରିବ ଓଟିଡିସି

ଅବକାରୀ ବିଭାଗର ନୂଆ ଗାଇଡ ଲାଇନ । ଟେଟ୍ରା ପ୍ୟାକରେ ମିଳିବ ମଦ । ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର । ୧୮୦ ମିଲି ଯାଏଁ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ । ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ରାଜ୍ୟର ଅନ୍ୟାନ୍ୟ ବେଲାଭୂମିରେ ଓଟିଡିସିକୁ ବିକ୍ରି ପାଇଁ ଅନୁମତି ଦିଆଯାଇଛି । ବିଭିନ୍ନ ଇକୋ ରିଟ୍ରିଟରେ ମଧ୍ୟ କୁଡିଆ ଖୋଲାଯାଇ ମଦ ବିକ୍ରି ହେବ ।ସୂଚନାନୁଯାୟୀ, […]