author

ଆଜିର ରାଶିଫଳ(୦୫ ଅକ୍ଟୋବର, ୨୦୨୫)

ମେଷ: ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ । ବୃଷ ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ […]

ରାଜ୍ୟର ବିଭିନ୍ନ ସ୍ଥାନର ପୂଜା ମଣ୍ଡପକୁ ମିଳିବ ସହାୟତା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମୁଦାୟ ୧ ହଜାର ୮୫ଟି ଦଶହରା ଦୁର୍ଗାମେଢ଼ଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ |‘କ’ ବର୍ଗରେ ରହିବ ଐତିହ୍ୟ ସମ୍ପନ୍ନ ଦୁର୍ଗାମେଢ଼ – ଏହି ବର୍ଗରେ ୨୧୫ଟି ମେଢ଼କୁ ୨ କୋଟି ୧୭ଲକ୍ଷ […]

ବ୍ରାହ୍ମଣସାହି ଦୁର୍ଗା ପୂଜା କମିଟି ତରଫରୁ ରାବଣ ପୋଡ଼ି

ରାୟଗଡ଼ା ତା ୦୪/୧୦ ରାୟଗଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ସ୍ଥାନୀୟ ବ୍ରାହ୍ମଣ ସାହି ଦୁର୍ଗା ପୂଜା କମିଟି ତରଫରୁ ଆୟୋଜିତ ହୋଇଥିଲା ରାବଣ ପୋଡ଼ି କାର୍ଯ୍ୟକ୍ରମ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସମାଜରେ ବିଜୟା ଦଶମୀରେ ପାପ, ଅହଙ୍କାର, ଅସତ୍ୟର ପ୍ରତୀକ ସ୍ବରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ ଯାହାକି ସଂସାରରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ମାନବିକତା ବଞ୍ଚି ରହିବ । ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଧରାପୃଷ୍ଠକୁ […]

ଗୋଷ୍ଠୀ ସଂଘର୍ଷ ଘଟଣାରେ ନବୀନଙ୍କ ଦୃଢ଼ ନିନ୍ଦା

ଦଶହରା ଭସାଣି ସମୟରେ କଟକ ଦରଘା ବଜାରରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ନେଇ ବିଜେଡି ସୁପ୍ରିମୋ ନବୀନ ଦୃଢ଼ ନିନ୍ଦା କରିଛନ୍ତି । ଭାଇଚାରାର ସହର କଟକରେ ଏପରି ଅପ୍ରୀତିକର ସ୍ଥିତି ବେଶ ଚିନ୍ତାଜନକ | ଭସାଣି ସମୟରେ ଢେଲା ପଥର, ବୋତଲ ମାଡ଼ ପରି ଘଟଣା ଏକ ବଡ଼ ସମ୍ବେଦନଶୀଳ ଦିଗକୁ ଇଙ୍ଗିତ କରୁଛି। ଶାନ୍ତିପ୍ରିୟ ଓଡ଼ିଶାରେ ଏ ଅଶାନ୍ତିର ବାତାବରଣ କଦାପି ଗ୍ରହଣୀୟ ନୁହେଁ। ସେ ଆହୁରି କହିଛନ୍ତି ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା […]

କର୍ଣ୍ଣାଟକରୁ ବରଗଡ଼ ଜିଲ୍ଲାକୁ ଆସିଥିବା କଫ୍ ସିରପ୍ ସିଜ୍, ରାଜ୍ୟବାସୀ ପ୍ୟାନିକ ହୁଅନ୍ତୁ ନାହିଁ

କର୍ଣ୍ଣାଟକରୁ ଓଡ଼ିଶା ସହ ୪ରାଜ୍ୟକୁ ଆସିଥିଲା ଏହି କଫ ସିରଫ। ବରଗଡ଼ ଜିଲ୍ଲାକୁ ୧୩୦ଟି କଫ ସିରଫ ଆସିଥିଲା। ତାକୁ ଡ୍ରକ୍ସ କଣ୍ଟ୍ରୋଲ ବିଭାଗ ତରଫରୁ ସିଜ୍ କରିବା ସହ ଲ୍ୟାବକୁ ପଠାଯାଇଛି । କୌଣସି ରିଟେଲର ପାଖାକୁ ଏହା ଯାଇନି। ରାଜ୍ୟବାସୀ ପ୍ୟାନିକ ହୁଅନ୍ତୁ ନାହିଁ ।ମଧ୍ୟପ୍ରଦେଶ ଘଟଣା ପରେ କେନ୍ଦ୍ର ସରକାରଙ୍କ ସତର୍କତାମୂଳକ ଆଡ଼ଭାଇଜରି ଜାରି କରିଛନ୍ତି । ୨ ବର୍ଷରୁ କମ୍ ପିଲାଙ୍କୁ କଫ୍ ସିରପ୍ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇନାହିଁ । ଡାକ୍ତରଙ୍କ […]

ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ: ଓପିଆରବି ଅଧ୍ୟକ୍ଷ, ବ୍ୟସ୍ତ ହୁଅନ୍ତୁନି ପରୀକ୍ଷାର୍ଥୀ

ଜରୁରୀ ବୈଠକ ପରେ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ ନାଥ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯାହା ଘଟଣା ଘଟିଛି, କ୍ରାଇମବ୍ରାଞ୍ଚକୁ ଲିଖିତ ଭାବେ ଜଣାଇଛୁ । ତଦନ୍ତ ରିପୋର୍ଟକୁ ଅପେକ୍ଷା, ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରୀକ୍ଷାର୍ଥୀ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ସଠିକ୍ ସମୟରେ ସ୍ଵଚ୍ଛ ଭାବେ ପରୀକ୍ଷା କରାଯିବ ବୋଲି ସୁଶାନ୍ତ ନାଥ କହିଛନ୍ତି । ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀଙ୍କ […]

ଏସ୍‍ଆଇ ପରୀକ୍ଷା କେଳେଙ୍କାରୀ: ୬ ତାରିଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହେବ ପ୍ରତିବାଦ

ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ପ୍ରତିବାଦ କରିବ ବିଜେଡି । ୬ ତାରିଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହେବ ପ୍ରତିବାଦ । ଆନ୍ଦୋଳନ ନେଇ ବିଜେଡି ଯୁବ ସଭାପତି ଚିନ୍ମୟ ସାହୁ ସୂଚନା ଦେଇଛନ୍ତି ।ସାମ୍ବାଦିକ ସମ୍ମିଳନୀ କହି ବିଜେଡି ନେତା ପ୍ରତିରଞ୍ଜନ ଘଡେଇ ଓ ଚନ୍ମୟ ସାହୁ କହିଛନ୍ତି ଯେ ଏସଆଇ ପରୀକ୍ଷା ମହାଘୋଟାଲାରେ ଯେଉଁ ତଦନ୍ତ ଚାଲିଛି, ସେଥିରେ ମାଷ୍ଟର ମାଇଣ୍ଡକୁ ଧରିବାରେ ସକ୍ଷମ ହେବ କି ସରକାର […]

ମହିଳାଙ୍କୁ ଉଠାଇନେଇ ଟ୍ରକ୍‌ କ୍ୟାବିନ୍‌ରେ ଦୁଷ୍କର୍ମ,ଅଭିଯୁକ୍ତ ଡ୍ରାଇଭର ଗିରଫ

ଦିବ୍ୟାଙ୍ଗ ମହିଳାଙ୍କୁ ଟେକି ନେଇ ଟ୍ରକ୍ କ୍ୟାବିନ୍‌ରେ ଦୁଷ୍କର୍ମ । ବର୍ଷା ଓ ବିଜୁଳି ଦାଉରୁ ରକ୍ଷା ପାଇଁ ରାଜପଥ କଡ଼ରେ ଆଶ୍ରୟ ନେଉଥିବା ବେଳେ ଟ୍ରକ୍ ଡ୍ରାଇଭର ବଳପୂର୍ବକ ଉଠାଇ ନେଇ ଟ୍ରକ୍ ଭିତରେ ଦୁଷ୍କର୍ମ କରିଛି । ଅଭିଯୁକ୍ତ ଡ୍ରାଇଭର ଗିରଫ ହେବା ପରେ ଘଟଣା ସମ୍ପର୍କରେ ଜଣାଇଛି ପୋଲିସ| କେନ୍ଦୁଝର ସଦର ପୋଲିସ ସହାୟତରେ ଅଭିଯୁକ୍ତ ଏମଡି ସୁଦାମ ହୁସେନକୁ ଗିରଫ କରି ଶନିବାର ଭୋର ସମୟରେ ଭଦ୍ରକ ଫେରିଛି ଟାଉନ ପୋଲିସ […]

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଚିତ୍ତ ରଞ୍ଜନ ଦାସ । କଳାହାଣ୍ଡି ମାଣିକେଶ୍ୱରୀ ଦର୍ଶନ ପାଇଁ ଯାଉଥିବା ବେଳେ ମଝି ରାସ୍ତାରେ ଗାଡ଼ି ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇଥିଲା। ହେଲେ କୌଣସି ମତେ ଗାଡିଟିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଚାଳକ । ପରେ ଅନ୍ୟ ଏକ ଗାଡ଼ିରେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସଙ୍କୁ ଭବାନୀପାଟଣା ପଠାଯିବା ସହିତ ଗାଡ଼ିରେ ନୂତନ ଟାୟାର ଲଗାଯାଇଥିଲା । ଜାତୀୟ ରାଜପଥର ଅନେକ […]

ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ସାଙ୍ଗଠନିକ ବିଷୟ ଉପରେ ଆଲୋଚନା

ଦିଲ୍ଲୀରେ ନଡ୍ଡାଙ୍କୁ ସାକ୍ଷାତ କଲେ ମୋହନ ଚରଣ ମାଝୀ । ସାଙ୍ଗଠନିକ ବିଷୟରେ ଆଲୋଚନା ହୋଇଥିବା କହିଲେ ସିଏମ୍‌ ।ଏହାସହିତ ରାଜନୈତିକ ସ୍ଥିତି ଓ ଭବିଷ୍ୟତରେ କାର୍ଯ୍ୟପନ୍ଥା ଉପରେ ବିସ୍ତୁତ ଆଲୋଚନା ହୋଇଛି । ଦଶହରା ଶେଷ ହେବା ପରେ ଏବେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ଚର୍ଚ୍ଚା ଜୋର ଧରିଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ତେବେ ଏହି ୨ ଦିନର ରହଣି ମଧ୍ୟରେ ସେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ […]

ରାଜ୍ୟରେ ନିର୍ମାଣ ହେବ ବିପର୍ଯ୍ୟୟ ଭବନ- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁସ୍ଖଳନ ରୋକିବାକୁ ମାଷ୍ଟର ପ୍ଲାନ ଆଣିବେ ରାଜ୍ୟ ସରକାର ।ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ପାହାଡ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ କରାଯିବ । ପଥର ଖସି ଯେଭଳି କାହାର ମୃତ୍ୟୁ ନହୁଏ ପ୍ରାଥମିକତା ଦିଆଯିବ । ତେବେ ବିପର୍ଯ୍ୟୟ ମୁକାବିଲା ପାଇଁ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର । ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ କୋଟି ବ୍ୟୟରେ ନିର୍ମାଣ ହେବ […]

Coldrif କଫ ସିରପ୍‌ ବିକ୍ରୟ ଉପରେ ଲାଗିଲା ବ୍ୟାନ୍‌

ମଧ୍ୟପ୍ରଦେଶର ଛିନ୍ଦୱାଡାରେ କଫ ସିରପ୍‌ ଖାଇ ୯ ଜଣ ଶିଶୁଙ୍କ ମୃତ୍ୟୁପରେ, ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସାରା ରାଜ୍ୟରେ Coldrif କଫ ସିରପ ବିକ୍ରୟ ଉପରେ ନିଷେଧ କରିଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟକୁ ଚକିତ କରିଛି। ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସିରପ ଏବଂ ଏହାର ଉତ୍ପାଦ ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ତଦନ୍ତ ଆରମ୍ଭ କରିଛନ୍ତି।ତେବେ ଏହି ଘଟଣା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ ଥିବା ଡିଜିଏଚଏସ୍ […]