author

ଫେବୃଆରୀ ୧୫ରୁ କଟକ ଜିଲ୍ଲାରେ ଆରମ୍ଭ ହେବ ଘର ଗଣନା 

ଫେବୃଆରୀ ୧୫ରୁ କଟକ ଜିଲ୍ଲାରେ ଆରମ୍ଭ ହେବ ଘର ଗଣନା । ଏନେଇ ସୂଚନା ଦେଲେ କଟକ ଜିଲ୍ଲାପାଳ । କହିଛନ୍ତି, ଡିଜିଟାଲ ପ୍ରକ୍ରିୟାରେ ଜନଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ୧୫ ଫେବୃଆରୀରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘର ଗଣନା ହେବ । ଘର ଗଣନା ସରିବା ପରେ ଆରମ୍ଭ ହେବ ଜନ ଗଣନା ।ସୂଚନାଥାଉକି, ଏଥର ଗଣନା ସମୟରେ ଘର ମୁରବୀମାନଙ୍କ ଠାରୁ ୩୩ ପ୍ରଶ୍ନର ଉତ୍ତର ତଥ୍ୟ ଗଣନା ଅଧିକାରୀମାନେ ସଂଗ୍ରହ […]

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା: ମୁଖ୍ୟମନ୍ତ୍ରୀ

ଭାରତ ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡିଶାକୁ ଫାଇଦା । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ଓଡିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଦେବେ ଏକ ନୂଆ ପରିଚୟ । ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ ଓଡିଶା ଖାଦ୍ୟର ଚାହିଦା ବଢିବ ।ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ। ଆମ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବଢିବ। ଓଡ଼ିଶା ‘ବ୍ଲୁ-ଇକୋନୋମି’ର ଏକ […]

ମାଲକାନଗିରି ପରେ ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା

ମାଲକାନଗିରି ପରେ ଏବେ କୋରାପୁଟ ଜିଲ୍ଲା ମାଓ ମୁକ୍ତ। ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ଯୋଜନାରେ ଅନୁପ୍ରାଣିତ ହୋଇ ଛତିଶଗଡ଼ ରାଜ୍ୟର ବିଜାପୁର ଡିଭିଜନରେ ସାମିଲ ଥିବା ମମତା ପଡ଼ିଆମୀ ଏସଏଲଆର ସହ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଠାରୁ ଟିଫିନ ବୋମା ସହିତ ଅଫୁଟା ଗୁଳି ଓ ଅନ୍ୟାନ ସାମଗ୍ରୀ ଜବତ କରାଯାଇଛି। ମମତାଙ୍କ ଆତ୍ମସମର୍ପଣ ପରେ କୋରାପୁଟ ନକ୍ସଲମୁକ୍ତ ହେଲା ବୋଲି କହିଛନ୍ତି ଡିଆଇଜି କନୱର ବିଶାଳ ସିଂହ। ୨୦୨୩ ମସିହାରେ ମମତା ଛତିଶଗଡ ବିଜାପୁର […]

ସୂର୍ଯ୍ୟରେ ବଡ଼ ହଲଚଲ। ୨୪ ଘଣ୍ଟାରେ ଉଠିଲା ୨୭ଟି ସୌର ଝଡ଼

ସୂର୍ଯ୍ୟରେ ବଡ଼ ହଲଚଲ। ୨୪ ଘଣ୍ଟାରେ ଉଠିଲା ୨୭ଟି ସୌର ଝଡ଼ । ଏହାକୁ ନେଇ ଚିନ୍ତାରେ ଇସ୍ରୋ ସମେତ ସାରା ବିଶ୍ୱର ମହାକାଶ ଗବେଷଣା ସଂସ୍ଥା।ଏହି ଝଡ଼କୁ ନେଇ ରେଡ଼ିଓ ବ୍ଳାକ ଆଉଟ ହେବା ନେଇ ଇସ୍ରୋ ଚେତାବନୀ ଦେଇଛି। ଏହାଫଳରେ ପୃଥିବୀ ବାୟୁମଣ୍ଡଳରେ ଚୁମ୍ବକୀୟ ବିକିରଣ ବୃଦ୍ଧି ପାଇବ ଓ ଏହାଦ୍ୱାରା ବହୁ ସମସ୍ୟା ସୃଷ୍ଟି ହେବ । ଜିପିଏସ୍‌ ଓ ନେଭିଗେସନ୍‌ ସିଗନାଲରେ ବାଧା ସୃଷ୍ଟି ହୋଇପାରେ । ଫଳରେ ଗୁଗଲ ମ୍ୟାପ୍‌ […]

ଘରେ ତାଲା ପକାଇ ପ୍ରେମିକ ପରିବାର ଛୁ’; ଘର ଆଗରେ ପ୍ରେମିକାର ଧାରଣା

ରାଜ୍ୟରେ ଚହଳ ପକାଇଥିବା ବ୍ରହ୍ମପୁରର କେ.ଦୀପିକା ଓ ତପସ୍ୱିନୀ ଘଟଣା ଏବେ ବି ଲୋକଙ୍କ ମନରୁ ଲିଭିନାହିଁ । ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଆଉ ନିଜ ହକ ପାଇଁ ପୁଣି ଜଣେ ଯୁବତୀ ନିଜ ପ୍ରେମିକର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଣ୍ଠୁପଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗାଁର ଟୁଲୁ ମହାରଣା ନାମକ ଯୁବକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ମହିଳା […]

ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ ! ଏବେ ଶୀଘ୍ର ପେମେଣ୍ଟ କରି ହେବ

ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହାକୁ ଧ୍ୟାନରେ ରଖି ସରକାର ଆରବିଆଇ ଏବଂ ଏନପିସିଆଇ ଫେବୃଆରୀ ୨୦୨୬ରୁ ନୂତନ ୟୁପିଆଇ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନୂତନ ନିୟମ ଅନୁଯାୟୀ, ୟୁପିଆଇ କାରବାର ଏବଂ ଏପିଆଇ ପ୍ରିତିକ୍ରିୟାଗୁଡିକୁ ୧୦ ସେକେଣ୍ଡ ମଧ୍ୟରେ ସମାପ୍ତ କରିବାକୁ ପଡିବ । ପୂର୍ବରୁ ଏହି ସମୟ ସୀମା ୩୦ ସେକେଣ୍ଡ ଥିଲା । ଯାହା ବିଳମ୍ବରେ ପେମେଣ୍ଟ ହେଉଥିଲା । […]

ଗ୍ରାହକଙ୍କ ପାଇଁ ଖୁସି ଖବର, ପୁଣି କମିଲା ସୁନା ରୂପା ଦର

କ୍ରାଶ୍ କରିଘଲା ସୁନା ଏବଂ ରୁପା । ଆଉ ଥରେ ଦୁଇ ଦାମୀ ଧାତୁର ଦାମ୍ ଖସି ଯାଇଛି । ଏହାସହ ଦୁଇ ଦିନ ଧରି ଉପରକୁ ଉଠୁଥିବା ସେୟାର ବଜାର ମଧ୍ୟ ତଳକୁ ଖସିଛି ।ଆଜି ସକାଳେ ସେୟାର ମାର୍କେଟ ଖୋଲିବା ମାତ୍ରେ ୨୪କ୍ୟାରେଟ ସୁନାର ମୂଲ୍ୟ ୫ହଜାର ହ୍ରାସ ପାଇଛି । ୧୦ଗ୍ରାମ ପିଛା ୨୪କ୍ୟାରେଟ୍‌ ସୁନାର ଦାମ୍‌ ୧ଲକ୍ଷ ୫୪ହଜାର ୫୭୦ ହୋଇଛି । ଗତକାଲି ଏହା ୧ଲକ୍ଷ ୫୯ହଜାର ୫୯୦ ରହିଥିଲା […]

ନୟାଗଡ଼ରେ ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା

ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା ରହିଛି । ଖବର ଅନୁଯାୟୀ, ସୁନୀଲ ସେଠୀଙ୍କ ଘର ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲ ଗାଁରେ । ସେ କନେଷ୍ଟବଳ ଭାବେ ନୟାଗଡ଼ ବାରାକରେ କାର୍ଯ୍ୟରତ ଥିଲେ । ନିଜ ବନ୍ଧୁକକୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି କନେଷ୍ଟବଳ ସୁନଲୀ ସେଠୀ । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି […]

ଆଶାୟୀଙ୍କ ପାଇଁ ନୂଆ ନିୟମ, ଚାକିରି ପାଇଲେ ଆଉ ଦେଇପାରିବେନି IAS ପରୀକ୍ଷା

କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ବୁଧବାର ଏହାର ନିୟମରେ ବଡ଼ ପରିବର୍ତ୍ତନ କରିଛି । କେଉଁ ପରୀକ୍ଷାର୍ଥୀ କେତେଥର ୟୁପିଏସସି ସିଭିଲ୍ ସର୍ଭିସ୍ ଏଗଜାମ୍ (ସିଏସଇ) ଦେଇପାରିବେ ଏବଂ ସେମାନଙ୍କ ଯୋଗ୍ୟତା କ’ଣ ରହିବ ସେ ବାବଦରେ ଘୋଷଣା କରାଯାଇଛି । ଏଥିସହ ୟୁପିଏସସି-୨୦୨୬ ପରୀକ୍ଷା ଲାଗି ବିଜ୍ଞପ୍ତି ଜାରି ହୋଇଛି ।ବିଶେଷ କରି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଏବଂ ଭାରତୀୟ ପୁଲିସ ସେବା (ଆଇପିଏସ୍‌) ଅଧିକାରୀଙ୍କ ପାଇଁ […]

ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ,ନୟାଗର ନୁହେଁ ଏଣିକି ନୟାଗଡ଼

ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଏଣିକି ଓଡ଼ିଆ ନାମ ଅନୁସାରେ ରହିବ ଇଂରାଜୀ ସ୍ପେଲିଙ୍ଗ ।ଖୋର୍ଦ୍ଧା ଜିଲ୍ଲାକୁ ଓଡ଼ିଆ ନାମ ଅନୁସାରେ ଖୋରଧା ଲେଖାଯିବ । ଦେବଗଡ଼ ଜିଲ୍ଲାକୁ ଆଉ ଇଂରାଜୀରେ ଦେଓଗଡ଼ ଲେଖାଯିବ ନାହିଁ । କେନ୍ଦ୍ରାପଡ଼ାକୁ କେନ୍ଦ୍ରାପରା ଓ ନୟାଗଡ଼କୁ ନୟାଗର ଲେଖାଯାଉଛି । ମହାକାଳପଡ଼ାକୁ ଆଉ ମହାକାଳପରା ଲେଖାଯିବ ନାହିଁ । […]

ଆଜିର ରାଶିଫଳ(୫ ଫେବୃଆରୀ, ୨୦୨୬)

ମେଷଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।ବୃଷଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ। ମିଥୁନଆଜି ଶିଳ୍ପ, […]

ସାତକୋଶିଆ ଆଭୟାରଣ୍ୟ ପାଲଟିବ ବିଶ୍ୱସ୍ତରୀୟ ଇକୋ ଟୁରିଜମ୍ ହବ୍

ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍‌। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ସବିଶେଷ ପ୍ରକଳ୍ପ ରିପୋର୍ଟ (DPR) କୁ ଅନୁମୋଦନ ମିଳିଛି।ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବ୍ୟାଘ୍ର ଅଭୟାରଣ୍ୟର ୬ଟି ସ୍ଥାନ ଚିହ୍ନଟ କରାଯାଇଛି । ପୁରୁଣାକୋଟ, ଜଗନ୍ନାଥପୁର, ଟିକରପଡାରେ ହେବ ନୂଆ ପ୍ରବେଶ ପଥ । ବାଲିପୁଟ, କୁସଙ୍ଗ ଓ ଛାମୁଣ୍ଡିଆଠାରେ ବି ନିର୍ମାଣ […]