ବିଶ୍ଵ କ୍ୟାନ୍ସର ଦିବସରେ ଓଡିଶାକୁ ନେଇ ଆସିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ବର୍ଷକୁ ବାହାରୁଛନ୍ତି ୫୫ ହଜାର କ୍ୟାନ୍ସର ରୋଗୀ । ୨୦୨୫-୨୬ ବର୍ଷରେ ରାଜ୍ୟରେ ସର୍ବାଧିକ ମୁଖ ଗହ୍ୱର କର୍କଟ ଚିହ୍ନଟ ହେଉଛନ୍ତି । ୨୦୨୫-୨୬ ଜାନୁଆରୀ ସୁଦ୍ଧା ରାଜ୍ୟରେ ୨୩ ହଜାର ୧୩୧ ଜଣ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଛନ୍ତି ।ସବୁଠୁ ଅଧିକ କ୍ୟାନ୍ସର ରୋଗୀ କଟକରୁ ଚିହ୍ନଟ ହୋଇଛନ୍ତି । କଟକରୁ ୪୭୭୯ ରୋଗୀ ରହିଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୧୮୭୮, […]
କୋଣାର୍କ ସମୁଦ୍ର ଉପକୂଳରେ ବିରଳ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ୧୯ଟି ବସାରେ ସମୁଦାୟ ୨୦୭୭ ଅଣ୍ଡା ସଂଗୃହିତ କରାଯାଇ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ରଖାଯାଇଛି । ଏହି ଅଣ୍ଡାଗୁଡିକ ୪ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ରର ସୁରକ୍ଷିତ ଉପାୟରେ ରଖାଯାଇଛି ।ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ସୁରକ୍ଷା ପାଇଁ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ କଅଁରପୁର, ଚନ୍ଦ୍ରଭାଗା,ଦଶଧାଡିଆ ଓ ରାମଚଣ୍ଡୀ ଅସ୍ଥାୟୀ କଇଁଛ ସୁରକ୍ଷା ଓ ପ୍ରଜନନ […]
ଏଣିକି ହୃଦଘାତ ଆସିବା ପୂର୍ବରୁ ମିଳିବ ଆଗୁଆ ସୂଚନା । ହୃଦଘାତରେ ମଣିଷର ଅମୂଲ୍ୟ ଜୀବନ ରକ୍ଷା କରିବ ‘ହାର୍ଟ ଗାର୍ଡ’ AI ମାସ୍କ ।ଏଭଳି ଅଭିନବ ଡିଭାଇସ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ରେଭେନ୍ସା ବିଶ୍ଵବିଦ୍ୟାଳୟ ଆଇଟିଏମ ବିଭାଗ ତୃତୀୟ ବର୍ଷର ଝିଅ ଦେବଶ୍ରିତା ଦାସ । ରାଜ୍ୟ ସରକାରଙ୍କ ପାଖରୁ ମିଳିଥିବା ଏକ ଲକ୍ଷ ଟଙ୍କା ଏବଂ ନିଜର ପରିବାର ନିକଟରୁ ପ୍ରାୟ 20 ହଜାର ଟଙ୍କା ବିନିଯୋଗ କରି ଏହି ଡିଭାଇସ ପ୍ରସ୍ତୁତ […]
ସୁପ୍ରିମକୋର୍ଟରେ ବୁଧବାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ନେଇ ଶୁଣାଣି ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ କୋର୍ଟରେ ଉପସ୍ଥିତ ରହି ପକ୍ଷ ରଖିଛନ୍ତି ।ସମସ୍ତଙ୍କ ନଜର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଥିଲା, ସେ ମଧ୍ୟ ଉପସ୍ଥିତ ଥିଲେ। ମମତା ବାନାର୍ଜୀ କହିବା ପାଇଁ ଅନୁମତି ମାଗି ପଚାରିଲେ, ମୁଁ କହିପାରିବି କି? କୌଣସି ସ୍ଥାନରେ ନ୍ୟାୟ ମିଳୁନାହିଁ । ଆମେ ସମ୍ପୂର୍ଣ୍ଣ ବିବରଣୀ ସହିତ ନିର୍ବାଚନ କମିଶନଙ୍କୁ ଛଅ ଥର […]
ରାଜ୍ୟରେ ଆସନ୍ତା ବନାଗ୍ନି ଋତୁକୁ ସଫଳତାର ସହ ମୁକାବିଲା କରିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବନାଗ୍ନି ମୁକାବିଲା ପାଇଁ ଏହି ବର୍ଷ ବୈଷୟିକ କୌଶଳ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ଏଆଇ କ୍ୟାମେରା ଓ ଡ୍ରୋନ ମାଧ୍ୟମରେ ରଖାଯିବ ନଜର। ୩୩୪ ବନାଗ୍ନି ସୁରକ୍ଷା ଦଳ ନିୟୋଜିତ କରାଯାଇଛି ବୋଲି ଓ ବନବାହିନୀ ମୁଖ୍ୟ ଡ କେ. ମୁରୁଗେସନ ସୂଚନା ଦେଇଛନ୍ତି।ଗତବର୍ଷର ପରିସଂଖ୍ୟାନ ଅନୁଯାୟୀ, ଓଡ଼ିଶାରେ ପ୍ରାୟ […]
ମଧ୍ୟପ୍ରଦେଶର ନିମଚ୍ ଜିଲ୍ଲା ରନପୁର ଗାଁରେ ଜଣେ ଅଙ୍ଗନବାଡି କେନ୍ଦ୍ରର ରୋଷେୟାଙ୍କ ସାହସ ଓ ତ୍ୟାଗ ଯୋଗୁ ପାଖାପାଖି ୨୦ ଜଣ କୋମଳମତି ଶିଶୁଙ୍କ ଜୀବନ ବଞ୍ଚି ଯାଇଛି । ମାଦବାଡା ପଞ୍ଚାୟତରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନେ ଖେଳୁଥିବା ସମୟରେ ହଠାତ୍ ମହୁମାଛି ଦଳ ମାଡ଼ି ଆସିଥିଲା । ଅନଙ୍ଗବାଡ଼ି କେନ୍ଦ୍ର ରୋଷେୟା କଞ୍ଚନ ବାଇ ମେଘୱାଲ ନିଜ ସୁରକ୍ଷା କଥା ଚିନ୍ତା ନ କରି ସେଠାରେ ପଡ଼ିଥିବା ତାରପୋଲିନ୍ ଓ ମ୍ୟାଟ୍ରେ ପିଲାଙ୍କୁ ଘୋଡ଼ାଇ […]
ବଲାଙ୍ଗୀର ଜିଲ୍ଲା ତୁରେକେଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୬ ନାବାଳକ ଗିରଫ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଭିଡିଓ ଭାଇରାଲ ପରେ ପୋଲିସ୬ ଜଣ ନାବାଳକଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ, ଡିସେମ୍ବର ୨୫ ତାରିଖରେ ଗଣଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍ ହୋଇଥିଲା । ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ସୀମା ଅନ୍ତର୍ଗତ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ୬ ଜଣ ସହପାଠୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ୬ ଜଣ ନାବାଳକ […]
ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର ପରେ ଉତ୍ତେଜନା ଦେଖାଦେଇଛି। ଛାତ୍ରଙ୍କୁ ହତ୍ୟା କରି କୂଅରେ ପେଲି ଦିଆଯାଇଥିବା ଅଭିଯୋଗ ହୋଇଛି।ଗତକାଲି ବିଦ୍ୟାଳୟରୁ ଶୌଚ ଯିବାକୁ କହି ଆଉ ଫେରିନଥିଲେ । ବହୁ ଖୋଜାଖୋଜି ପରେ କୌଣସି ପତ୍ତା ମିଳିନଥିଲା । ଆଜି ଗାଁ ମୁଣ୍ଡରେ ଥିିବା ପରିତ୍ୟକ୍ତ କୂଅରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ […]
ଓଡ଼ିଶାରେ ଅତ୍ୟାଧୁନିକ କାରା-ଭାନ ଟୁରିଷ୍ଟ ସେବାର ଶୁଭାରମ୍ଭ ହୋଇଛି । ଧଉଳି ପର୍ଯ୍ୟଟନ କ୍ଷେତ୍ରରୁ ୨ୟ ପର୍ଯ୍ୟାୟର ଏହା ଶୁଭାରମ୍ଭ ହୋଇଛି। VGF ଯୋଜନା ଦ୍ୱାରା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ ଓ ଆରାମଦାୟକ ସେବା ଯୋଗାଇବ କାରାଭ୍ୟାନ । ଗାଡିରେ ଶୌଚାଳୟ ଠାରୁ ଶୋଇବା ସହ କିଚେନ୍ ବ୍ୟବସ୍ଥା ରହିଛି । ହୀରାକୁଦ, ଡେବ୍ରିଗଡ, ଶିମିଳିପାଳ, ଚିଲିକା, ଭିତରକନିକାରେ ସେବା ମିଳିବ । ସାତକୋଶିଆ, ଦେଓମାଳି ଭଳି ପର୍ଯ୍ୟଟନ […]
ଶିଶୁ ବାଟିକା ପିଲାଙ୍କୁ ମିଳିବ ମାଗଣା ପୋଷାକ । ୧୫ ଫେବୃଆରୀ ସୁଦ୍ଧା ବଣ୍ଟନ ଶେଷ କରିବାକୁ ଓସେପାର ନିର୍ଦ୍ଦେଶ । ଓସେପା ଅତିରିକ୍ତ ନିର୍ଦ୍ଦେଶିକା (ସାଧାରଣ) ସଙ୍ଗୀତା ବେହେରାଙ୍କ ପକ୍ଷରୁ ଜାରି ପତ୍ର ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବ। ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରତି ଶିଶୁ ପିଛା ୧,୦୦୦ ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି। ଏହି ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ […]
ହ୍ବାଟସଆପରେ ମିଳିବ ରାଜସ୍ବ ସେବା । ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ହ୍ଵାଟସଆପରେ ରାଜସ୍ଵ ମନ୍ତ୍ରୀଙ୍କୁ ସିଧାସଳଖ କରିପାରିବେ ଅଭିଯୋଗ। ଦୁର୍ନୀତି ଅଭିଯୋଗ ଆସିଲେ ବଡ଼ ଆକ୍ସନ। ଆସନ୍ତାକାଲି ହ୍ୱାଟ୍ସଆପ୍ ସେବାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ । ଏହାସହ ୫୫ ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ । ସେହିପରି ଜାତି ପ୍ରମାଣପତ୍ର ସହ ରାଜସ୍ୱ ସେବା ଗୁଡିକ […]
ଅନଲାଇନ୍ ଗେମ୍ ପାଇଁ ଜୀବନ ହାରିଲେ ୩ ଭଉଣୀ । ଉତ୍ତର ପ୍ରଦେଶ ଗାଜିଆବାଦରେ ଜୀବନ ହାରିଲେ ୩ ନାବାଳିକା ଭଉଣୀ ।ସମସ୍ତଙ୍କ ବୟସ ୧୨, ୧୪ ଏବଂ ୧୬ ବର୍ଷ । କୋରିଆନ୍ ଲଭ୍ ଗେମ୍ ନାମକ ଅନଲାଇନ୍ ଟାସ୍କରେ ମାତିଥିଲେ ୩ ଭଉଣୀ । ଅନଲାଇନ୍ ଗେମ୍ ପାଇଁ ସବୁଦିନ ସ୍କୁଲ ମଧ୍ୟ ଯାଉ ନଥିଲେ । ଅନଲାଇନ୍ ଗେମ୍ରୁ ନିବୃତ୍ତ ରହିବାରୁ ବାପା ମା’ ଆକଟ କରିବାରୁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି […]
