ଶରୀର ତାଙ୍କର ଭିନ୍ନକ୍ଷମ ସତ, କିନ୍ତୁ ଜୀବନ ଯୁଦ୍ଧରେ ସେ ଜଣେ ଦିଗବିଜୟୀ ଯୋଦ୍ଧା । ସିଏ ହାରିବା ଜାଣି ନାହାଁନ୍ତି, ଡରିବା ଶିଖି ନାହାନ୍ତି । ତେଲଲୁଣ ସଂସାରରେ ଅଭାବ ଥିଲେ ବି ସେ କାହା ସାମ୍ନାରେ କେବେ ହାତ ପତେଇ ନାହାଁନ୍ତି କି ନିଜର ଅସହାୟତା ଦେଖାଇ କାହାର ଦୟା ସାଉଁଟି ନାହାନ୍ତି ।ସ୍ୱାଭିମାନର ସହ ବଞ୍ଚିବେ ଆଉ ଝିଅକୁ ପାଠ ପଢାଇ ମଣିଷ କରିବେ ଏହି ଲକ୍ଷ୍ୟ ନେଇ ସେ ଜୀବନରେ ଆଗେଇ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, ଖୁଣ୍ଟୁବନ୍ଧ ସ୍ଥିତ ସରକାରୀ ଆଇ.ଟି.ଆଇ କଲେଜ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ସର୍ବପ୍ରଥମେ ଜାତୀୟ ଆଇନ ସେବା ପ୍ରାଧିକରଣ ସଙ୍ଗୀତ “ଏକ ମୁଠି ଆସମାନ” ଗାନ ସହିତ ପବନ କୁମାର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି […]
ନିର୍ବାଚନ ଆୟୋଗ ନିଜର ୱେବସାଇଟ ଓ ଆପରେ ନୂଆ ଇ- ସାଇନ୍ ଫିଚର ଆରମ୍ଭ କରିଛନ୍ତି । ଏହି କ୍ରମରେ ଏବେ ଭୋଟର ପଞ୍ଜିକରଣ, ନାମ କାଟିବା ବା ପରିବର୍ତ୍ତନ କରିବା ପାଇଁ ଆବେଦନ କରୁଥିବା ଲୋକଙ୍କ ପରିଚୟ, ଆଧାର ସହିତ ଲିଙ୍କ୍ ମୋବାଇଲ ନମ୍ବର ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ । ପୂର୍ବରୁ, ଆବେଦନକାରୀମାନେ କୌଣସି ଯାଞ୍ଚ ବିନା ଫର୍ମ ଦାଖଲ କରୁଥିଲେ ଯାହା ପରିଚୟ ପତ୍ରର ଅପବ୍ୟବହାରର ବିପଦ ସୃଷ୍ଟି କରୁଥିଲା । ନୂଆ […]
ରାଜସ୍ଥାନ ଭିଲୱାଡ଼ା ଜିଲ୍ଲାରେ ମାନବିକତାକୁ ଉଲଂଘନ କରିଗଲେ ମଣିଷ । ଏଠିକାର ବିଜୌଲିୟା ଉପଖଣ୍ଡର ଖେଡ଼ା ରୋଡ଼ ସ୍ଥିତ ସୀତାକୁଣ୍ଡ ଜଙ୍ଗଲରେ ଘଟିଥିବା ଘଟଣାକୁ ନେଇ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା । ୧୦-୧୨ ଦିନର କଅଁଳା ଶିଶୁର ମୁହଁରେ ଫେବିକ୍ଵିକ୍ ମାରି ପଥର ତଳେ ପୋତି ଦେଇଛନ୍ତି କିଛି ନୃଶଂସ ମଣିଷ। ହେଲେ କଥାରେ ଅଛି ରଖେ ହରି ତ ମାରେ କିଏ । କିଛି ଗାଇ ଜଗାଳି ଗାଇ ଚରାଇବା ଲାଗି ଜଙ୍ଗଲକୁ ଯାଇଥିଲେ। […]
ମହାନଦୀରେ ବନ୍ୟା । ୨୭ ତାରିଖ ସକାଳୁ ମୁଣ୍ଡଳିରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ,ଫୁଳିବ ଶାଖାନଦୀ ।ମୁଣ୍ଡଳିରେ ଯଦି ବର୍ଷା ହୁଏ ପାଣି ଅଧିକ ଆସିବ । ଏବେ ୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଶାଖାନଦୀ କୁଆଖାଇ, ବିରୂପା, କାଠଯୋଡ଼ି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏଣୁ ବନ୍ୟା ଆଶଙ୍କା ଜାରି କରିଛି ଜଳ ସମ୍ପଦ ବିଭାଗ । ସମ୍ଭାବ୍ୟ ବନ୍ୟା ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ […]
ବଙ୍ଗୋପସାଗର ଏବଂ ଓଡ଼ିଶା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ପୁଣି ଆସନ୍ତାକାଲି ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ସଂଲଗ୍ନବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରର ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଅବପାତରେ ପରିଣତ ହେବ। ୨୭ରେ ଅବପାତରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଅତିକ୍ରମ କରିପାରେ। ଉତ୍ତରପଶ୍ଚିମ ଓ ଆଗକୁ ଦୁଇଟି ଲଘୁଚାପ ଆସୁଥିବା ବେଳେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି। ଆଞ୍ଚଳିକ […]
୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲଦାର । ଏକ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଅର୍ଡର କରିବା ପାଇଁ ତହସିଲଦାର ଶିବପ୍ରସାଦ ମଲ୍ଲିକ ଏହି ଟଙ୍କା ନେଉଥିଲେ l ଏହି ସମୟରେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢାଉ କରିଥିଲା । ଯାହା ପରେ ତାଙ୍କର ୬ଟି ଠିକଣାରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ୭ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ସାମଗ୍ରୀ, […]
ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ନାମରେ ୧୭ ଜଣ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ପରେ ଚୈତନ୍ୟାନନ୍ଦ ଫେରାର୍ ଅଛନ୍ତି। ସେ ବସନ୍ତ କୁଞ୍ଜରେ ଏକ ଆଶ୍ରମ ଚଳାଉଛନ୍ତି।ଦିଲ୍ଲୀ ପୁଲିସ ବୁଧବାର ଆତ୍ମଘୋଷିତ ବାବା ସାଧୁ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥିଙ୍କ ବିରୋଧରେ ମାମଲା ରୁଜୁ କରିଛି । ବାବା ୧୭ ଜଣ ଝିଅ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ମାମଲା ଦାଏର ହୋଇଛି । ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ […]
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି । କହିଛନ୍ତି, ରାଜ୍ୟରେ ୩୦ ହଜାର ୧୨୫ ଜଣଙ୍କ ରାସନ କାର୍ଡ କଟିଲାଣି । ଇକେୱାଇସିରେ ବାଦ ପଡିଲେଣି ୧ ଲକ୍ଷ ୯ ହଜାର ୮୫୩ ଜଣ । ୬ ଲକ୍ଷ ୩୮ ହଜାର ୯୯୬ ମୃତକ ପାଇଥିଲେ ରାସନ କାର୍ଡ । ୩ଲକ୍ଷ ୮୭ ହଜାର ୮୧୯ ନୂଆ ହିତାଧିକାରୀ ଯୋଜନାରେ ସାମିଲ ଅଛନ୍ତି । ଅଯୋଗ୍ୟଙ୍କୁ ବାଦ ଦେଇ […]
ଲୋୟର ପିଏମ୍ଜିରେ ମହିଳା କଂଗ୍ରେସର ଗର୍ଜନ , ନାରୀ ନେତ୍ରୀଙ୍କ ରଣହୁଙ୍କାର । ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଚାଲିଛି ବିଧାନସଭା ଘେରାଉ ଉଦ୍ୟମ । ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଛି । ବାରିକେଡ୍ ଭାଙ୍ଗିଲେ ମହିଳା କଂଗ୍ରେସ କର୍ମୀ । ବିଧାନସଭା ଘେରାଉ ଉଦ୍ୟମ ବେଳେ ଲୋୟର ପିଏମ୍ଜିରେ ଠେଲାପେଲା ହୋଇଛନ୍ତି । ନାରୀଙ୍କୁ ସୁରକ୍ଷା ଯୋଗାଇବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ମହିଳାଙ୍କ ଆଶାକୁ […]
ବ୍ରହ୍ମପୁର MKCG ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି । ମହିଳାଙ୍କ ମସ୍ତିଷ୍କରୁ ବାହାରିଲା ୨୦୦ ଗ୍ରାମ ଓଜନର ଟ୍ୟୁମର । ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି । ସୁଚନାମୁତାବକ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଅଞ୍ଚଳର ୫୦ ବର୍ଷୀୟା ମହିଳା ଶାନ୍ତି ମହାକୁଡଙ୍କ ମୁଣ୍ଡରେ ଏକ ବଡ଼ ଟ୍ୟୁମର ଥିଲା । ଫଳରେ ଦୀର୍ଘ ୧ ବର୍ଷ ଧରି ତାଙ୍କୁ କଥା ବୁଝିବାରେ ସମସ୍ୟା ହେଉଥିଲା […]
ବିଜେଡିରୁ ନିଲମ୍ବିତ ହେବାପରେ ପୁଣି ବିଜେଡିକୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର । ଫେସ୍ବୁକ୍ରେ ପୋଷ୍ଟ କରି କହିଲେ,”ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ କରୁ । ସେହିପରି, ଦଳର ସଭାପତିଙ୍କ ପାଇଁ ଭୋଟ୍ ଦେବାକୁ ହେଲେ ଦଳର ସଦସ୍ୟମାନଙ୍କର ଏକ ଅନନ୍ୟ ସଦସ୍ୟତା ନମ୍ବର ଥିବା ଉଚିତ୍ । ଯଦି ସେହି ଅନନ୍ୟ ନମ୍ବର ସଦସ୍ୟଙ୍କ ପାଖରେ ନାହିଁ, ତେବେ […]
