author

ରାଜ୍ୟରେ ୫୮ଟି ଉପଖଣ୍ଡରେ ଶୀତଳ ଭଣ୍ଡାର ପିପିପି ମୋଡ୍‌ରେ ହେବ

୫ ବର୍ଷ ଯାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୨୫୨ କୋଟି ବଜେଟ ପ୍ରାବଧାନ । ଗୃହରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଉତ୍ତର ରଖିଛନ୍ତି । କହିଛନ୍ତି, ୫୮ଟି ଉପଖଣ୍ଡରେ ଶୀତଲ ଭଣ୍ଡାର ପିପିପି ମୋଡରେ ହେବ । ଏନେଇ ଗୋ ସୁଗମ ଆପରେ ୧୩ଟି ଆବେଦନ ଆସିଛି । ୩ ଆବେଦନ କାର୍ଯ୍ୟକୁ ଆଗେଇବାକୁ ଗୋ ଆହେଡ ଦିଆଯାଇଛି । ଏଥିରୁ ପୁରୀ, ଯାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଗୋଟେ ଲେଖାଏଁ ଅଛି । […]

ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା

ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।ଦୁର୍ଗାପୂଜା ପାଇଁ ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ । ଏହାକୁ ଦୃଷ୍ଟିରେ ରଖି ଚଳିତ ମାସର ଦରମା ୨୬ ତାରିଖ ସୁଦ୍ଧା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସ୍କୁଲ ପିଲାଙ୍କ ହଷ୍ଟେଲରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟକର୍ମୀ

ହଷ୍ଟେଲରେ ରହୁଥିବା ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ଆପଣାଇଛନ୍ତି ନୂଆ ପଦକ୍ଷେପ। ଏବେ ରାଜ୍ୟର ସମସ୍ତ ସରକାରୀ ହଷ୍ଟେଲରେ ଅକ୍ସିଲିଆରି ନର୍ସ ଆଣ୍ଡ୍‌ ମିଡ୍‌ୱାଇଫ୍‌ (ଏଏନ୍‌ଏମ୍‌) କିମ୍ବା ମହିଳା ବହୁମୁଖୀ ହେଲ୍‌ଥ ୱାର୍କର ନିୟୋଜିତ ହେବେ । ହଷ୍ଟେଲ ପିଲାଙ୍କର ନିୟମିତ ଭାବେ ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ପ୍ରତି ୩୦୦ ପିଲାଙ୍କ ପାଇଁ ଜଣେ ଲେଖାଏଁ ଏଏନ୍‌ଏମ୍‌ ନିଯୁକ୍ତି କରାଯିବ । ଗତ ଅଗଷ୍ଟ ୨୧ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର […]

ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାଲିଛି ପ୍ରଶ୍ନକାଳ

ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ । ଆଜି ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତି କାରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମସ୍ୟ ଓ ପ୍ରାଣୀ ସମ୍ପଦ, ଶକ୍ତି, ସମବାୟ, ବୟନ ଶିଳ୍ପ, ହସ୍ତତନ୍ତ୍ର ଓ ହସ୍ତ ଶିଳ୍ପ, ସୁକ୍ଷ୍ମ, ଖୁଦ୍ର ଓ ମାଧ୍ୟମ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ ଉତ୍ତର ଆଲୋଚନା ରହିଛି ।ପ୍ରଶ୍ନକାଳ ଆରମ୍ଭରୁ ଗୃହରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି ା ନାରୀ ସୁରକ୍ଷା, […]

ଖାଲି କର ପିଓକେ: UNHRC ରେ ପାକିସ୍ତାନକୁ ଧୋଇଲା ଭାରତ

ଅନ୍ତର୍ଜାତୀୟ ସ୍ତରରେ ପୁଣି ସମାଲୋଚନାର ଶିକାର ହୋଇଛି ପାକ୍‌ । UNHRCରେ ପାକ୍‌କୁ ଧୋଇଛି ଭାରତ । ଜେନେଭାରେ ଅନୁଷ୍ଠିତ ଜାତିସଂଘ ମାନବାଧିକାର ପରିଷଦ (UNHRC)ର ୬୦ ତମ ଅଧିବେଶନରେ ନଜର ଆସିଥିଲା ଏପରି ଦୃଶ୍ୟ । ଭାରତ ପାକିସ୍ତାନକୁ ଖୋଲାଖୋଲି ଭାବରେ ପ୍ରକାଶ କରି ପ୍ରଥମେ ଅବୈଧ ଭାବରେ ଅଧିକୃତ ଅଞ୍ଚଳ(POK) ଖାଲି କରିବାକୁ ଦାବି କରିଛି। ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ପାକିସ୍ତାନୀ କୂଟନୀତିଜ୍ଞ ଭାରତ ବିରୋଧରେ ଉତ୍ତେଜନାପୂର୍ଣ୍ଣ […]

ପୁଣି ହୀରାକୁଦ ଜଳଭଣ୍ଡାର ଖୋଲିଲା ଆଉ ୪ଟି ଗେଟ୍

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ପୁଣି ହୀରାକୁଦ ଜଳଭଣ୍ଡାର ଖୋଲିଲା ଆଉ ୪ଟି ଗେଟ୍ । ବର୍ତ୍ତମାନ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପର୍ଯ୍ୟାୟକ୍ରମେ ଗେଟ ଖୋଲାଯାଇଛି । ବାମ ପାର୍ଶ୍ବରୁ ୫ଟି ଓ ଡାହାଣ ପାର୍ଶ୍ବରୁ ୩ଟି ଗେଟ୍ ଖୋଲାଯାଇଛି। ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯.୯୭ ଫୁଟ । ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୫ ହଜାର ୪୨୪ […]

ଆଜିର ରାଶିଫଳ(୨୪ ସେପ୍ଟେମ୍ବର, ୨୦୨୫)

ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। ମିଥୁନ: ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି […]

୧୩ ବର୍ଷୀୟ ଆଫଗାନିସ୍ତାନ ବାଳକ ବିମାନ ଚକରେ ବସି କାବୁଲରୁ ଆସିଲା ଭାରତ

ଜଣେ ୧୩ ବର୍ଷୀୟ ଆଫଗାନିସ୍ତାନ ବାଳକ କାମ୍ ଏୟାରର ବିମାନରେ କାବୁଲରୁ ଦିଲ୍ଲୀ ପହଞ୍ଚିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲା। ୯୪ ମିନିଟର ବିପଦପୂର୍ଣ୍ଣ ଯାତ୍ରା ପରେ ବାଳକ ଜଣକ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା । ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୩ ର ଅଧିକାରୀମାନେ ତାଙ୍କୁ ଏକ ନିଷିଦ୍ଧ ଅଞ୍ଚଳରେ ଚାଲୁଥିବା ଦେଖି ପଚରାଉଚରା କରିଥିଲେ । ଯାହା ଫଳରେ ଘଟଣା ସାମ୍ନାକୁ ଆସିଥିଲା। ଆଫଗାନିସ୍ତାନର ୧୩ ବର୍ଷୀୟ ବାଳକ ଏହି ବିପଦପୂର୍ଣ୍ଣ […]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସେ ଝାରସୁଗୁଡ଼ାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ଝାରସୁଗୁଡ଼ା ଗସ୍ତ ସ୍ଥିର ହେବା ପରେ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି।ଆସନ୍ତା ୨୭ ତାରିଖ ଯାଏ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଛୁଟି ବାତିଲ୍‌ କରାଯାଇଥିବା ନେଇ ଆଜି ଜିଲ୍ଲପାଳ ଏକ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡ଼ିଛି। ଜିଲ୍ଲାପାଳଙ୍କ ବିନା ଅନୁମତିରେ କୌଣସି ବି ଅଧିକାରୀ ଯେଭଳି ମୁଖ୍ୟାଳୟ ନଛାଡ଼ିବେ […]

ଦଳରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର

ସୋସିଆଲ ମିଡିଆରେ ଟିପ୍ପଣୀ ଦେବା ଶ୍ରୀମୟୀ ମିଶ୍ରଙ୍କୁ ମହଙ୍ଗା ପଡିଲା। ଶ୍ରୀମୟୀଙ୍କ ବିରୋଧରେ ବିଜେଡିର କାର୍ଯ୍ୟାନୁଷ୍ଠାନ। ବିଜେଡିରୁ ନିଲମ୍ବିତ ହେଲେ ଶ୍ରୀମୟୀ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଶ୍ରୀମୟୀଙ୍କୁ ନିଲମ୍ବିତ କରାଯାଇଛି।ନିକଟରେ ସୋସିଆଲ ମିଡିଆ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ ଶ୍ରୀମୟୀ । ମହଙ୍ଗା ପଡ଼ିଲା ଧୃତରାଷ୍ଟ୍ର ଓ ଭଣ୍ତ ସନ୍ନ୍ୟାସୀ ଟିପ୍ପଣୀ ଦେବା । ତେବେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଜେଡିର ମହିଳା ଶାଖା […]

କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ମାମଲା ନୂଆ ମୋଡ଼

କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ସ୍ଵାମୀ ତଥା ଅଭିଯୁକ୍ତ ଦୀପକଙ୍କଠାରୁ ଶୁଭମିତ୍ରା ୨୦ ଲକ୍ଷ ଟଙ୍କା ଦାବି କରୁଥିବା ପୁଲିସକୁ ତଥ୍ୟ ହସ୍ତଗତ ହୋଇଛି। ଉଭୟଙ୍କ ହ୍ବାଟ୍ସଆପ ଚାଟ୍‌ରୁ ଏହି ତଥ୍ୟ ଜଣାପଡ଼ିବା କୁହାଯାଉଛି।ହତ୍ୟାକାଣ୍ଡ ପରେ ପ୍ରାଥମିକ ତଦନ୍ତରୁ ଦୀପକ ଶୁଭମିତ୍ରାଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ ଏବଂ ସେ ଫେରସ୍ତ ମାଗିବାରୁ ଦୀପକ ତାଙ୍କୁ ହତ୍ୟା କରିଥିଲେ ବୋଲି ଜଣାପଡ଼ିଥିଲା। ଏ ନେଇ ପୁଲିସ ବି ସ୍ପଷ୍ଟ କରିଥିଲା। କିନ୍ତୁ […]

ଅକ୍ଟୋବର ୧ରୁ ନୂଆ ନିୟମ: ହେବ ବଡ଼ ପରିବର୍ତ୍ତନ

ଅକ୍ଟୋବର ୧ ତାରିଖରୁ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟାମକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି |କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିବା ଅନୁଯାୟୀ, ଅକ୍ଟୋବର ୧ ତାରିଖରୁ ଅନଲାଇନ ଗେମିଂକୁ ପ୍ରୋତ୍ସାହିତ ଏବଂ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ଆଇନ କାର୍ଯ୍ୟକାରୀ ହେବ। ଅନଲାଇନ ଗେମିଂ କମ୍ପାନୀ ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା ପରେ ଏହି ଆଇନ ପ୍ରସ୍ତୁତ କରାଯାଇଥିଲା ଏବଂ ଏହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ। ଅନ୍ୟପଟେ ଭାରତୀୟ ରେଳବାଇ […]