ଅକ୍ଟୋବର ୧ ତାରିଖରୁ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟାମକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି |କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିବା ଅନୁଯାୟୀ, ଅକ୍ଟୋବର ୧ ତାରିଖରୁ ଅନଲାଇନ ଗେମିଂକୁ ପ୍ରୋତ୍ସାହିତ ଏବଂ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ଆଇନ କାର୍ଯ୍ୟକାରୀ ହେବ। ଅନଲାଇନ ଗେମିଂ କମ୍ପାନୀ ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା ପରେ ଏହି ଆଇନ ପ୍ରସ୍ତୁତ କରାଯାଇଥିଲା ଏବଂ ଏହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ। ଅନ୍ୟପଟେ ଭାରତୀୟ ରେଳବାଇ […]
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କୁ ଧରିଲା ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲା ଟିମ୍ ।ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅର୍ଡର ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ତହସିଲଦାରଙ୍କର ପୈତୃକ ଘର , କ୍ବାଟର , ଅଫିସ କାର୍ଯ୍ୟାଳୟ ସମେତ ୬ ଟି ସ୍ଥାନରେ ଏକାସାଙ୍ଗରେ ଚଢାଉ ଚାଲିଛି। କଟକ ଓ କେନ୍ଦ୍ରାପଡାର ଭିଜିଲାନ୍ସ ଟିମ୍ ଏହି ଚଢାଉରେ ସାମିଲ ଅଛନ୍ତି ।
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାମରୋହ ଅନୁଷ୍ଠିତ ହୋଇଛି । ଦ ସି ଆଣ୍ଡ ସେଭେନ ଭିଲେଜକୁ ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଏହି ଅବସରରେ ପ୍ରଯୋଜିକା ଡ. ଇତି ସାମନ୍ତ ଏବଂ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ବିକ୍ରାନ୍ତ ମାସେଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର […]
କଟକର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ନଭେମ୍ବର ୩ ସୋମବାର ବଡ଼ଓଷା ପାଳନ ହେବ । ନଭେମ୍ବର ୪ ମଙ୍ଗଳବାର ସକାଳୁ ଗଜଭୋଗ ବିତରଣ କରାଯିବ । ନଭେମ୍ବର ୫ ରେ ଡଙ୍ଗା ଭସା ସହିତ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ । ଅକ୍ଟୋବର ୮ରୁ ନଭେମ୍ବର ୫ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ । ନଭେମ୍ବର ୧ରୁ ୫ ଯାଏଁ ବ୍ରତ ପାଳନ କରାଯିବ । ସେହିପରି କାର୍ତ୍ତିକ ବ୍ରତ ଓ ବଡ଼ ଓଷା ପାଇଁ […]
ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ହୋଇଛି । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ପ୍ରକ୍ରିୟା । ଅପରାହ୍ନ ୨ଟା ୫୫ ମିନିଟ୍ରେ ସ୍ଥାନାନ୍ତର କାର୍ଯ୍ୟ ଶେଷ ହୋଇଛି । ଭିତର ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର ପରେ ୨ଟି ଚାବି ପଡ଼ିଛି । ଏସଓପି ଅନୁସାରେ ମଧ୍ୟ ସବୁ କିଛି ଭିଡିଓଗ୍ରାଫି କରାଯାଇଛି । ଗଣତି ମଣତି କେବେ […]
ବିଧାନସଭାରେ ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି ଯେ ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଏଯାବତ୍ ମୋଟ୍ ୨୮୫୨ ଗୋଟି ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ନିମନ୍ତେ ନିରୀକ୍ଷଣ କରାଯାଇଛି । ଏହା ମଧ୍ୟରୁ ୧୬୦୬ ଗୋଟି ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ନ କରିଥିବା କାରଣରୁ ପ୍ରତିଷ୍ଠାନର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।ଆଇନ […]
ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ସୁପରଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି । କଟକର ଏକ ଘରୋଇ ହସ୍ପିଟାଲରେ ଚାଲୁଥିଲା ଚିକିତ୍ସା । ତେବେ ଓଡିଶା ବାସୀଙ୍କ ଭଲପାଇବା ଓ ଆଶୀର୍ବାଦରୁ ୮ ଦିନ ପରେ ସୁସ୍ଥ ହେଇ ଆଜି ଘରକୁ ଫେରିଲେ ବୁଦ୍ଧାଦିତ୍ୟ ।ସୂଚନାନୁଯାୟୀ, ଗତ ଆଠ ଦିନ ତଳେ ବୁଦ୍ଧାଦିତ୍ୟ ମହାନ୍ତି ଘରେ ଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ପରିବାର ଲୋକେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଫୁସଫୁସ୍ […]
କଟକ ଓ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପକୁ ରଦ୍ଦ କରାଯାଇନି । ଭୁବନେଶ୍ୱରରେ ମେଟ୍ରୋ ରେଳପ୍ରକଳ୍ପ ଏବେ ପରୀକ୍ଷାଧୀନ ରହିଛି ।ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ , କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ । ଏହି ପ୍ରକଳ୍ପ ଏବେ ରାଜ୍ୟ ସରକାରଙ୍କ ପରୀକ୍ଷାଧୀନ ରହିଛି । ଏଥିପାଇଁ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଓ ସୁପାରିଶ ପ୍ରାପ୍ତ ହେବା […]
ଶାରଦୀୟ ନବରାତ୍ରି ଆଜି ଦ୍ବିତୀୟ ଦିନ । ଏହି ୯ ଦିନରେ ମା’ ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା ଆରାଧନା କରାଯାଏ । ପ୍ରଥମେ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ଏହିଦିନ ଲୋକ ବ୍ରତ ରଖିବା ପରେ ନିଜ ଘରେ କଳସ ସ୍ଥାପନା କରନ୍ତି । ସେହିପରି ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ଆରାଧନା କରାଯାଏ । ମା’ ବ୍ରହ୍ମଚାରିଣୀଙ୍କ କୃପାରୁ ମନୁଷ୍ୟ ନିଜର ଆନ୍ତରିକ ଶାନ୍ତି ପାଇଥାଏ ।ଶାନ୍ତ,ବୈରାଗ୍ୟ,ସଦାଚାର,ଶିଷ୍ଟାଚାର,ତ୍ୟାଗ,ତପ ଏବଂ ବୁଦ୍ଧିର […]
ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି । ଲୋୟର ପିଏମଜିରେ ବିଜେଡିର ବରିଷ୍ଠ ନେତା ଓ ପଞ୍ଚାୟତ ପ୍ରତିନିଧି ମାନେ ଏକାଠି ହୋଇ ପ୍ରଥମ ବ୍ୟାରିକେଡ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ଭାଙ୍ଗିଛନ୍ତି । ତେବେ ବିଧାନସଭା ଆଡ଼କୁ ଅଗ୍ରସର ବେଳେ ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୁଲିସ।ସୂଚନା ଅନୁସାରେ ବିକ୍ଷୋଭରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ […]
ନିଯୁକ୍ତି ପରୀକ୍ଷା ବିଭ୍ରାଟ ରୋକିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ଆଗକୁ ଯେପରି କୌଣସି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ନହୁଏ ସେଥିଲାଗି ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ।ଏବେ ପ୍ରଶ୍ନପତ୍ରଗୁଡିକ ସରକାରୀ ପ୍ରେସରେ ଛପାଯିବ । ପରୀକ୍ଷା କେନ୍ଦ୍ରରେ ବ୍ୟବହାର ହେବ ଏଆଇ ଟୁଲ୍ ଓକାକ୍, ଏନଆଇସି ପାଖରେ ରହିବ ସିସିଟିଭି କଣ୍ଟ୍ରୋଲ୍ । ପରୀକ୍ଷା ଅଧିକାରୀଙ୍କ ଉପସ୍ଥିତରେ ପରିଚାଳନା କରୁଥିବା ସଂସ୍ଥାଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶ୍ନ ପତ୍ର ପ୍ରିଣ୍ଟିଂଗ ମାର୍ଗଦର୍ଶିକା ଜାରି କରାଯାଇଛି । ପ୍ରଶ୍ନପତ୍ର ଲିକ୍ […]
ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ। ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ। ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ଵେ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହରେ ନାରାବାଜି କରିଛନ୍ତି। ଏହି କାରଣ ପାଇଁ ଗୃହକୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ତେବେ ଗତକାଲି ଅପରାହ୍ଣରେ ଗୃହକାର୍ୟ୍ୟ ସ୍ୱାଭାବିକ ହେବା ପରେ ଆଶା କରାଯାଉଥିଲା ଆଜି ପ୍ରଶ୍ନକାଳ ସ୍ୱାଭାବିକ ହେବ, ହେଲେ ସେମିତି କିଛି ବି ଦେଖିବାକୁ ମିଳିନି […]
