ଗତ ୬ ବର୍ଷ ମଧ୍ୟରେ ଆଦୌ ନିର୍ବାଚନ ଲଢ଼ି ନ ଥିବା ସମେତ ନିୟମାବଳୀର ଉଲ୍ଲଂଘନ କରିଥିବା ଆଉ ୪୭୪ଟି ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ (ଆର୍ୟୁପିପି)କୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ତାଲିକାରୁ ବାଦ୍ ଦେଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ସହିତ ବିଗତ ୨ ମାସ ମଧ୍ୟରେ ଏବେସୁଦ୍ଧା ୮୦୮ ଦଳର ପଞ୍ଜୀକରଣକୁ ରଦ୍ଦ କରିଛନ୍ତି ECI।ପୂର୍ବରୁଅଗଷ୍ଟ ୯ରେ ପ୍ରଥମ ପର୍ଯ୍ୟାୟରେ ୩୩୪ଟି ଦଳର ପଞ୍ଜୀକରଣକୁ ରଦ୍ଦ କରାଯାଇଥିଲା। ଏହାଛଡ଼ା ଇସିଆଇ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ […]
ନବରାତ୍ରରେ ଜଳିବ ୫ ହଜାର ଦୀପ। ପବିତ୍ର ମହାଳୟା ଓ ନବରାତ୍ର ପାଇଁ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି। ମହାଳୟାରେ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ସମଲେଶ୍ବରୀ। ପ୍ରାତଃ ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ପ୍ରାତଃ ୫ଟାରେ ଦର୍ଶନ ଆରମ୍ଭ ହେବ।ଅନ୍ୟପଟେ ଅନ୍ନଭୋଗ ଲାଗି ପାଇଁ ଦିନ ୧୧ଟା ୪୫ରୁ ୧୨ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ସେହିପରି ସନ୍ଧ୍ୟା ମହାଆଳତି ପାଇଁ ସନ୍ଧ୍ୟା ୭ଟା୪୫ରୁ ରାତି […]
କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲାରେ ବଦଳୁଛି ମୋଡ଼ ପରେ ମୋଡ଼। କିଲର୍ ଦୀପକର କ୍ରାଇମ୍ ଥ୍ରୀଲର୍ କଡ଼ ଲେଉଟାଉଛି। ମାମଲାକୁ ଅତି ସ୍ପର୍ଶକାତର ଏବଂ ସମ୍ବେଦନଶୀଳ ଦର୍ଶାଇ ପୋଲିସ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପରେ ବଢ଼ିଛି ଖୁନୀ ଦୀପକ ରାଉତର ବଡ଼ ଅଡୁଆ।ପ୍ରଥମେ କଥା ଉଠିଲା ଟଙ୍କା ପାଇଁ ହତ୍ୟା କରିଛି । ଏବେ କିନ୍ତୁ ମୋଡ଼ ତ୍ରିକୋଣୀୟ ପ୍ରେମ ଆଡ଼କୁ ଯାଇଛି । ଏଥିରେ ସନ୍ଦେହ ଘେରକୁ ଆସିଛନ୍ତି ଡିସିପିଙ୍କ ଦପ୍ତରରେ କାର୍ଯ୍ୟରତ ଜଣେ […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ସେପ୍ଟେମ୍ବର ୧୯, ୨୦୨୫)ରେ ଏକ ଘୋଷଣାପତ୍ରରେ ସ୍ବାକ୍ଷର କରିଛନ୍ତି ଯାହା ଦ୍ୱାରା ନୂଆ H-1B ଭିଜା ଆବେଦନ ଉପରେ ୧୦୦,୦୦୦ ଡଲାର ଶୁଳ୍କ ଲାଗୁ କରାଯିବ, ଯାହାର ଅର୍ଥ ହେଉଛି ଭାରତୀୟମାନଙ୍କୁ ଏବେ ଭିଜା ପାଇଁ ଆବେଦନ କରିବାକୁ ହେଲେ ୮୮ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ପଦକ୍ଷେପ ଭାରତୀୟ ଶ୍ରମିକମାନଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିବ, କାରଣ ସେମାନେ ସର୍ବାଧିକ ସଂଖ୍ୟକ ହିତାଧିକାରୀଙ୍କ ପ୍ରତିନିଧିତ୍ୱ କରନ୍ତି।ସରକାରୀ ତଥ୍ୟ […]
ଆଜି ଅପରାହ୍ଣ ୪ଟାରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ । ଆସନ୍ତା ମାସ ତଥା ଅକ୍ଟୋବର ୩ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ ଥିବା କାର୍ତ୍ତିକ ମାସ ବାଳଧୂପ ନୀତିର ନୀତି ନିର୍ଘଣ୍ଟ ଅନୁମୋଦନ ଧାଡ଼ି ଦର୍ଶନ ଏବଂ ରତ୍ନଭଣ୍ଡାର ସ୍ଥାନାନ୍ତରଣ ନେଇ ବୈଠକ ଆଲୋଚନାର ପ୍ରମୁଖତା ରହିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଅକ୍ଟୋବର ୩ ତାରିଖରେ ଶ୍ରୀଜୀଉଙ୍କ ଦାମୋଦର ବେଶ ସହ […]
ମେଷ ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର […]
ସାମ୍ପ୍ରତିକ ଜିଏସଟି ପରିଷଦ ବୈଠକ ପରେ, ଜିଏସଟି ହାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଏହା ଫଳରେ ସାମ୍ପୁ, ସାବୁନ, ଶିଶୁ ଉତ୍ପାଦ, ସୱାସ୍ଥ୍ୟ ପାନୀୟ ଏବଂ ଅନ୍ୟାନ୍ୟ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ଶସ୍ତା ହେବ। ଏବେ ସେପ୍ଟେମ୍ବର 22 ତାରିଖରେ ନୂତନ ଦର ଲାଗୁ ହେବା ପରେ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ହ୍ରାସ ପାଇବ କି? ତେବେ ଜାଣି ରଖନ୍ତୁ ଯେ ଘରୋଇ ଏବଂ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଭିନ୍ନ, ସେମାନେ […]
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲା ର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏସ୍କର୍ଟ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ତୀର୍ଥ ଟ୍ରେନର ଉଦଘାଟନ କରିଥିଲେ l ବ୍ରହ୍ମପୁର ରେଳ ଷ୍ଟେସନ ରୁ ଏହାର ଶୁଭାରମ୍ଭ କରାଯାଇଥିଲା l ଗଞ୍ଜାମ,ଗଜପତି, ବୌଦ୍ଧ,ନୟାଗଡ଼ ଓ କନ୍ଧମାଳ ର ତୀର୍ଥଯାତ୍ରୀ ଯାତ୍ରା କରିଛନ୍ତି l ଗଜପତି ଜିଲ୍ଲାରୁ ୭୨ ,ନୟାଗଡ଼ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆସନ୍ତା ଅକ୍ଟୋବର ୧୧ ଏବଂ ୧୨ ତାରିଖ ଦୁଇଦିନ ଧରି ସ୍ଥାନୀୟ କେସି କ୍ଳବ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ ବର୍ଗ ଏବଂ ୧୭ ବର୍ଷରୁ ଉର୍ଦ୍ଧ୍ୱ ବର୍ଗ ଏହିପରି ଦୁଇଟି ବିଭାଗରେ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏ ନେଇ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା କରି ‘ସଙ୍ଗୀତଧାରା’ ପକ୍ଷରୁ ନୟାଗଡ଼ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପଦାନ କରାଯାଇଛି। ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଦୀପଦାନ କାର୍ଯ୍ୟକ୍ରମରେ ବେତାର କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ପ୍ରଶାନ୍ତ ପଟ୍ଟନାୟକ, ଲକ୍ଷ୍ମୀଧର ସାହୁ, ଅଶୋକ କୁମାର ମଲ୍ଲ, ସୁଦର୍ଶନ ସାହୁ, ଦୀନବନ୍ଧୁ ସାହୁ ପ୍ରମୁଖ ଯୋଗଦାନ କରି […]
ନ୍ୟାସନାଲ ଜିଓଗ୍ରାଫିକ ପତ୍ରିକା ପ୍ରଚ୍ଛଦ ପୃଷ୍ଠାରେ ଶିମିଳିପାଳ କଳାବାଘ ଫଟୋ । NatGeo କଭର୍ ରେ ଶିମିଳିପାଳ ‘କଳାବାଘ’ ଫଟୋ ସ୍ଥାନପାଇବା ପ୍ରସଙ୍ଗରେ ଖୁସି ପ୍ରକାଶ କଲେ ନବୀନ ପଟ୍ଟନାୟକ । ‘X’ରେ ପୋଷ୍ଟ କରି ଖୁସି ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପତ୍ରିକାର ଅକ୍ଟୋବର ସଂସ୍କରଣରେ ସ୍ଥାନ ପାଇଛି କଳାବାଘ ଫଟୋ । ଏହା ଓଡ଼ିଶା ପାଇଁ ଗର୍ବ କରିବାର ମୁହୂର୍ତ୍ତ ବୋଲି ନବୀନ କହିଛନ୍ତି। ଫଟୋଗ୍ରାଫର ଓ ପ୍ରାବନ୍ଧିକ ପ୍ରସେନଜିତ […]
ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସପ୍ତଦଶ ବିଧାନସଭାର ଚତୁର୍ଥ ଅବେଶନ ବଳବତ୍ତର ଥିବା ହେତୁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
