ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେବେ ଶାସକ-ବିରୋଧୀ । ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ମହିଳା ନିର୍ଯାତନା ମାମଲା, ସାର ଅଭାବ, ଓଟିଇଟି ପ୍ରଶ୍ନପତ୍ର ଲିକ୍, ବାହାର ରାଜ୍ୟକୁ ବଡ ବଡ ଶିଳ୍ପ ଚାଲିଯିବା, ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଆଦି ପ୍ରସଙ୍ଗ ଉଠାଇବାକୁ ବିଜେଡି ରଣନୀତି କରିଛି । ବୁଧବାର ସନ୍ଧ୍ୟା ସୁଦ୍ଧା କଂଗ୍ରେସ ଓ ବିଜେଡି ଏବଂ ଶାସକ ଭାଜପାର ବିଧାୟକଦଳ […]
ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। […]
ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଓଡ଼ିଶାର ରେକର୍ଡ । କୋଟିଏରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରି ଗିନିଜ ବୁକ୍ ରେକର୍ଡ କଲା ଓଡିଶା। ଆଜି ପୂର୍ବାହ୍ନରେ ଏକାମ୍ର କଲେଜ ପରିସରରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ। ଦିନ ଦେଢଟାରେ ସଂଖ୍ୟା ଛୁଇଁଥିଲା ୭୫ ଲକ୍ଷ ଚାରାରୋପଣ। ଆଉ ୨ଟାରେ ସଂଖ୍ୟା ପାର ହୋଇଥିଲା କୋଟିଏ । ସେପ୍ଟେମ୍ବର ୩୦ ତାରିଖ ଯାଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଆଜି ବୃକ୍ଷରୋପଣରେ କୋରାପୁଟ ପ୍ରଥମ, କେନ୍ଦୁଝର ଦ୍ଵିତୀୟ, ମୟୁରଭଞ୍ଜ […]
ଭାରତୀୟ ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପରର ନକ୍ସା ସଂଶୋଧନ କରିଛନ୍ତି। ବର୍ତ୍ତମାନଠାରୁ ପ୍ରାର୍ଥୀଙ୍କ ଫଟୋ ଇଭିଏମ୍ ବାଲଟ୍ ପେପରରେ ରଙ୍ଗୀନ୍ ମୁଦ୍ରିତ ହେବ। ଭଲ ଦେଖାଯିବା ପାଇଁ ପ୍ରାର୍ଥୀଙ୍କ ମୁହଁ ଫଟୋଗ୍ରାଫ୍ର ତିନି-ଚତୁର୍ଥାଂଶ ସ୍ଥାନରେ ରହିବ। କ୍ରମିକ ସଂଖ୍ୟା ଗୁଡିକ ମଧ୍ୟ ଅଧିକ ପ୍ରମୂଖ ଭାବରେ ପ୍ରଦର୍ଶିତ ହେବ। ସ୍ପଷ୍ଟତା ପାଇଁ ଫଣ୍ଟ ଆକାର ୩୦ ହେବ ଏବଂ ବୋଲ୍ଡ ଅକ୍ଷରରେ ଲେଖାଯିବ। ବିହାର ବିଧାନସଭା ନିର୍ବାଚନଠାରୁ ଏହାକୁ ଆରମ୍ଭ କରାଯିବ। ଇଭିଏମ୍ ବାଲାଟ୍ ପେପର […]
ମହାପ୍ରଭୁଙ୍କ ଅଳଙ୍କାର ଆସନ୍ତା ୨୩ ତାରିଖରେ ସ୍ଥାନାନ୍ତର ହେବ। ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ଏହା ସ୍ଥାନାନ୍ତରିତ ହେବ। ଏଥି ପାଇଁ ଅମୃତ ବେଳା ସ୍ଥିର କରାଯାଇଛି। ଏଥିପାଇଁ ନୀତି ନିର୍ଘଣ୍ଟ କରାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କହିଛନ୍ତି, ‘ସେହିଦିନ ଭୋର୍ ୪ଟାରେ ଶ୍ରୀମନ୍ଦିର ଦ୍ଵାର ଫିଟାଯିବା ସହ ସକାଳ ୭ଟା ୧୭ରୁ ୧୧ଟା ୧୭ ପର୍ଯ୍ୟନ୍ତ ମାହେନ୍ଦ୍ର ବେଳାରେ ସ୍ଥାନାନ୍ତରଣ ହେବ ଅଳଙ୍କାର । ଭକ୍ତଙ୍କ ଦର୍ଶନ ନେଇ ସେହିଦିନ କଟକଣା […]
ଆଇନଜୀବୀ ପରିଷଦ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ପ୍ରକାଶିତ ଏକ ପ୍ରେସ୍ ବିଜ୍ଞପ୍ତିରେ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରାଯାଇଥିବା ଏବଂ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପରିଷଦ ତରଫରୁ ନିଆଯାଇଥିବା ନିଷ୍ପତ୍ତି ସମ୍ବଦ୍ଧରେ ସୂଚନା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ଗତ ଶୁକ୍ରବାର ଚଢ଼ାଉ କରାଯାଇଥିଲା। ୨୦୨୨ ଅର୍ଥ କାରବାର ମାମଲାରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ମାଆ ପାଇଁ ଗଛଟିଏ, ପରିବେଶର ସ୍ୱଚ୍ଛତା ଓ ସୁରକ୍ଷା, ଗଛ ଲଗାଇବା ପାଇଁ ଅନ୍ୟକୁ ସଚେତନ ତଥା ଉତ୍ସାହିତ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରାଲି ନୟାଗଡ଼ ପୌରପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ରାଲିରେ ଏନଏସି ଉଚ୍ଚ ବିଦ୍ୟାଳୟ ଓ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ,ନୟାଗଡ଼ର ଛାତ୍ରଛାତ୍ରୀ, ସମସ୍ତ କାଉନସିଲର, ଶିକ୍ଷକ ଶିକ୍ଷୟିତ୍ରୀ, ପୌରପରିଷଦ କର୍ମଚାରୀ ତଥା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗଦାନ କରିଥିଲେ। ଜିଲ୍ଲା ପାଠାଗାର ଠାରୁ […]
ଦୁର୍ଗାପୂଜା ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଲୋକଙ୍କୁ କହିଛି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ।ବିଏମସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିତିବା ବୋର୍ଡରେ କିଓସ୍କ ସ୍ଥାପନ କରାଯାଇ ସେଥିରେ ସଚେତନତା ବାର୍ତ୍ତା ଲେଖାଯିବ ।ଏହି କିଓସ୍କଗୁଡ଼ିକ ବାରମୁଣ୍ଡା, ନୟାପଲ୍ଲୀ, ସହିଦ ନଗର, ରସୁଲଗଡ଼, ଝାରପଡ଼ା ଏବଂ ଡମଣା ଭଳି ବଡ଼ ମଣ୍ଡପରେ ସ୍ଥାପନ କରାଯିବ। ସଚେତନତା ଅଭିଯାନ ତଦାରଖ କରିବା ପାଇଁ ବିଏମସି ତିନି ଜୋନାଲ ଡେପୁଟି କମିସନରଙ୍କ ସମେତ ଅଧିକାରୀମାନଙ୍କୁ ନିଯୁକ୍ତ […]
ପାରାଦୀପ ବନ୍ଦରରେ ଜାହାଜ ଗିରଫ। ମେଣ୍ଟେନାନ୍ସ ଟଙ୍କା ବକେୟା ପାଇଁ ଗିରଫ ହେଲା ଏମ୍ଭି ଡେନସା ଲାୟନ ଜାହାଜ। ୪୨ ଲକ୍ଷ ୭୨ ହଜାରରୁ ଅଧିକ ମେଣ୍ଟେନାନ୍ସ ଟଙ୍କା ବକେୟାକୁ ନେଇ ଗିରଫ । ଗିରଫ ନିର୍ଦ୍ଦେଶ ଦେଲେ ମାନ୍ୟବର ହାଇକୋର୍ଟ ଓଡ଼ିଶା । ଓ୍ବେପଏଣ୍ଟ ପୋର୍ଟ ସର୍ଭିସ୍ ଲିମିଟେଡର ବକେୟା ଟଙ୍କା ଦେଇନାହିଁ ଜାହାଜ କମ୍ପାନୀ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହୋଇ ଆଙ୍କରେଜରେ ରହିବ ଜାହାଜ । ଆଇରନ୍ ପ୍ଲେଟ୍ ନେବା ପାଇଁ […]
ଭିଜିଲାନ୍ସ ଜାଲରେ ଦୁଇ କର୍ମଚାରୀ । ସମ୍ବଲପୁର ରେଙ୍ଗାଲି ବ୍ଲକ୍ ଏଜୁକେସନ ଅଫିସରେ କାର୍ଯ୍ୟରତ ଜୁନିୟର ଆସିଷ୍ଟାଣ୍ଟ ଦୁଷ୍ମନ୍ତ ସାହୁ ଧରିଲା ଭିଜିଲାନ୍ସ । ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଦୁଷ୍ମନ୍ତ ସାହୁକୁ ମାଡିବସିଛି ଭିଜିଲାନ୍ସ ।ଭିଜିଲାନ୍ସ ଏକ ବିବୃତ୍ତିରେ କହିଛି ଯେ ଅଭିଯୋଗକାରୀଙ୍କ ଦରମା ଏବଂ ବକେୟା ପ୍ରକ୍ରିୟାକରଣ ପାଇଁ ଲାଞ୍ଚ ମାଗାଯାଇଥିଲା। ଦୁଷ୍ମନ୍ତ କୁମାର ସାହୁ ଦରମା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ୭ ହଜାର ଟଙ୍କା ଏବଂ ବକେୟା ମଞ୍ଜୁର ପାଇଁ […]
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ। ଏହି ଶୁଭ ଅବସରରେ ବିଶ୍ବର ବଡ଼ ବଡ଼ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଏଥିରେ ଅଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି। ମେଲୋନୀ ନିଜର ଏକ୍ସ ଆକାଉଣ୍ଟରେ ମୋଦିଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ କ୍ୟାପସନରେ ଲେଖିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୫ତମ ଜନ୍ମଦିନରେ ହାର୍ଦ୍ଦିକ ଶୁଭକାମନା । ତାଙ୍କର ଶକ୍ତି, ଦୃଢ ସଂକଳ୍ପ ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ନେତୃତ୍ୱ ନେବାରେ […]
ଆସନ୍ତାକାଲିଠାରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବ । ବିଧାନସଭା ପରିସରରେ ଓ ବାହାରେ ପାଖାପାଖି ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ । ବିଧାନସଭା ସମେତ ଲୋୟର ପିଏମ୍ଜିକୁ ପୁଲିସ ଛାଉଣି କରାଯିବ ।ଏହାସହ ଯେକୌଣସି ପରିସ୍ଥିତର ମୁକାବିଲା କରିବା ନିମନ୍ତେ ସଦାସର୍ବଦା ସତର୍କ ଓ ସଜାଗ ରହିବାକୁ ନିୟୋଜିତ ହୋଇଥିବା ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ଏଥର ସରଗରମ ରହିବ ପୁରା ଅଧିବେଶନ। […]
