author

ବସୁନ୍ଧରା ଯୋଜନା ଅଧୀନରେ ଭୂମିହୀନ ଓ କମ୍ ଜମି ଥିବା ବ୍ୟକ୍ତିମାନଙ୍କୁ ଜମି ଦେବ ରାଜ୍ୟ ସରକାର

ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଯୋଗାଇବାକୁ ଯୋଜନା ପ୍ରସ୍ତୁତ । ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ପୂଜାରୀ କହିଛନ୍ତି, “୫ ବର୍ଷ ଭିତରେ ରାଜ୍ୟରେ କେହି ଜଣେ ଭୂମିହୀନ ବ୍ୟକ୍ତି ରହିବେ ନାହିଁ।” ଯେଉଁମାନଙ୍କର ୪ ଡିସିମିଲ୍‌ରୁ କମ୍ ଜମି ଥିବା, ସେମାନଙ୍କୁ ଜମି ମିଳିବ। ଜଙ୍ଗଲ ଜମିରେ ରହୁଥିବା ଜନଜାତି ବ୍ୟକ୍ତିମାନଙ୍କୁ ୧୦ ଡିସିମିଲ୍‌ ଜମି ପ୍ରଦାନ କରାଯିବ। ଏହା ସହ ହୀରାକୁଦ ନିର୍ମାଣ […]

ଭାରତୀୟ ନୌସେନାକୁ ମିଳିଲା ଥ୍ରୀଡି ସର୍ଭିଲାନ୍ସ ରାଡାର

ଭାରତୀୟ ନୌସେନାରେ ସାମିଲ ହୋଇଛି ସ୍ବଦେଶରେ ନିର୍ମିତ ଶକ୍ତିଶାଳୀ ଥ୍ରୀଡି ସର୍ଭିଲାନ୍ସ ରାଡାର (ଏଏସଆର-ଲାଞ୍ଜା-ଏନ) । ଏହାକୁ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍ ପକ୍ଷରୁ ଏକ ସ୍ପାନିଶ କମ୍ପାନିର ପ୍ରଯୁକ୍ତି ହସ୍ତାନ୍ତର ମାଧ୍ୟମରେ ନିର୍ମାଣ କରାଯାଇଛି । ଏହି ରାଡାର ଏକ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଉପରେ ଲଗାଯାଇଛି। ଏହା ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତା ଦିଗରେ ଏକ ବଡ଼ ପଦକ୍ଷେପ। ଲାଞ୍ଜା –ଏନ୍ ରାଡାର କଣ ?ଲାଞ୍ଜା –ଏନ୍ ଇନ୍ଦ୍ରାର ଲାଞ୍ଜା ୩ଡି ରାଡାରର ନୌସୈନିକ […]

ଦାରୁଠେଙ୍ଗ ଗାଁରୁ ବିରଳ ବିଶାଳ ଧଳା ନାଗ ଉଦ୍ଧାର

ଖୋର୍ଦ୍ଧା ଜିଲ୍ଲାର ଦାରୁଠେଙ୍ଗ ପଞ୍ଚାୟତ ଅନ୍ତର୍ଗତ ଶ୍ୟାମାସୁନ୍ଦରପୁର ଗାଁରେ ଏହି ବିରଳ ସାପଟି ଦେଖାଯାଇଥିଲା।ଆଜି ସକାଳେ ଭାସ୍କର ମୁଦୁଲିଙ୍କ ଘର ପଛପଟରୁ ଏହି ବିଶାଳ ସାପଟି ଦେଖା ଦେଇଥିଲା । ପରିବାର ସଦସ୍ୟମାନେ ଏହାକୁ ପ୍ରଥମେ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ପଡ଼ୋଶୀ ଏବଂ ରାସ୍ତାରେ ଥିବା ଲୋକମାନେ ବିରଳ ସାପଟିକୁ ଦେଖିବା ପାଇଁ ଘଟଣାସ୍ଥଳକୁ ଆସିଥିଲେ । ଭିଡ଼ ଦେଖି ବିଶାଳ ସାପଟି କୌଣସି ସ୍ଥାନରେ ନିଜକୁ ଲୁଚାଇବାକୁ ଚେଷ୍ଟା କରିଥିଲା । କିନ୍ତୁ, […]

ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିପି ରାଧାକୃଷ୍ଣନ

ଭାରତର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ସିପି ରାଧାକୃଷ୍ଣନ ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ରାଷ୍ଟ୍ରପତି ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଅର୍ଥାତ୍ ଆଚାର୍ଯ୍ୟ ଦେବବ୍ରତ ଗୁଜରାଟର ଦାୟିତ୍ୱ ସହିତ ମହାରାଷ୍ଟ୍ରର ରାଜ୍ୟପାଳର ଦାୟିତ୍ୱ ମଧ୍ୟ ଗ୍ରହଣ କରିବେ।ସିପି ରାଧାକୃଷ୍ଣନ ସେପ୍ଟେମ୍ବର ୧୨ରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉପରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ସିପି ରାଧାକୃଷ୍ଣନ […]

ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ସମସ୍ତ ଜିଲ୍ଲାରେ ଥିବା PACS ଏବଂ LAMPCS ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ (ମନିଟରିଂ) କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପ୍ରକାର କଳାବଜାରୀ କିମ୍ବା ଗଚ୍ଛିତ କିମ୍ବା ନକଲି ସାରର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ […]

୫.୭୫ ଲକ୍ଷ ମୃତକଙ୍କ ନାଁରେ ରାସନକାର୍ଡ: ମନ୍ତ୍ରୀ

ରାସନକାର୍ଡ ଇ-କେୱାଇସି ପରେ ଧରାପଡିଲା ସାଙ୍ଘାତିକ ତଥ୍ୟ । ୫ ଲକ୍ଷ ୭୫ ହଜାର ମୃତକଙ୍କ ନାଁରେ ରାସନ କାର୍ଡ ଥିବା ସ୍ପଷ୍ଟ ହୋଇଛି । ୧ ଲକ୍ଷ ୫ ହଜାର ଆୟକରଦାତା କାର୍ଡ ଫେରାଇଛନ୍ତି । ୬ଲକ୍ଷ ଗରିବ ଲୋକ କାର୍ଡ ପାଇଲେ । ରାସନ କାର୍ଡ ଆବେଦନ କରି ଅପେକ୍ଷାରେ ୧୪ ଲକ୍ଷ ଲୋକ ରହିଛନ୍ତି । ଧନୀ ଲୋକ କାର୍ଡ ପାଇଥିଲେ କାଟିବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ତ୍ୟୋଦୟ କାର୍ଡ ମଧ୍ୟ […]

ଦୁର୍ନୀତି ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ

ଦୁର୍ନୀତି ରୋକିବା ଦିଗରେ ପ୍ରଶାସନିକ ବ୍ୟବସ୍ଥାର ସୁଦୃଢୀକରଣ ଏବଂ ପ୍ରତିକାରାତ୍ମକ ସତର୍କତା ଅବଲମ୍ବନ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ସଂପର୍କରେ ଦୃଢ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।ସମସ୍ତ ବିଭାଗ   ଜିଲ୍ଲାପାଳ  ଓ ଆରଡିସିଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଦୁର୍ନୀତିର ମୂଳ କାରଣ ଖୋଜି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯିଏ ଦୁର୍ନୀତି କରୁଛି ତା ଉପରେ […]

ଆଇସିସି ଟି-୨୦ ବିଶ୍ବକପ : ଏହି ତାରିଖରେ ଖେଳାଯିବାର ସମ୍ଭାବନା 

ଆଇସିସି ଟି୨୦ ବିଶ୍ବକପକୁ ନେଇ ନେଇ ବଡ଼ ଖବର ଆସିଛି । ପୁରୁଷ ଟି୨୦ ବିଶ୍ବକପର ୧୦ମ ସଂସ୍କରଣ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ ହେବ । ଏହି ବିଶ୍ବକପରେ ୨୦ଟି ଦଳ ଖେଳିବେ । ଏହି ବିଶ୍ବକପ୍ ୨୦୨୬ ଫେବୃଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଖେଳାଯିବାର ସମ୍ଭାବନା ରହିଛି । ଭାରତର ୫ଟି ଓ ଶ୍ରୀଲଙ୍କାର ୨ଟି ଷ୍ଟାଡିୟମରେ ଏହି ବିଶ୍ବକପର ସମସ୍ତ ୫୫ଟି ମ୍ୟାଚ୍ ଖେଳାଯିବ ।ଭାରତର ୫ଟି ଓ ଶ୍ରୀଲଙ୍କାର ୨ଟି […]

ଭାରତ-ପାକିସ୍ତାନ ମ୍ୟାଚ୍ ସ୍ଥଗିତ ରଖିବାକୁ ମନା କଲେ ସୁପ୍ରିମକୋର୍ଟ

‘ମ୍ୟାଚ୍ ହେବାକୁ ଦିଅ। ଆମେ ଏହାକୁ ବନ୍ଦ କରିବୁ ନାହିଁ’। ମ୍ୟାଚ ବାତିଲ ନେଇ ଦାୟର ଆବେଦନର ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ସେପ୍ଟେମ୍ବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍ ବାତିଲ କରିବା ପାଇଁ ଦାୟର ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅନ୍ୟାନ୍ୟ ଘଟଣାକୁ ଉଲ୍ଲେଖ କରି ୪ ଜଣ ଏଲଏଲବି ଛାତ୍ରଙ୍କ ଆବେଦନରେ ପାକିସ୍ତାନ ସହିତ ମ୍ୟାଚକୁ ଜାତୀୟ ଭାବନାର ଉପହାସ ବୋଲି […]

ଆସନ୍ତା ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ

ଆସନ୍ତା ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ । ଆସନ୍ତା ୧୮ରୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ ା ସୂଚନାଥାଉକି ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ଚାଲିବ ବିଧାନସଭା ବିଧାନସଭାରେ ୭ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନ ।ଅନ୍ୟପଟେ ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ବିଧାନସଭାରେ ଉତଥାପନ ପ୍ରସଙ୍ଗର ସମସ୍ତ ଉତ୍ତର ଠିକ […]

ଭୁବନେଶ୍ୱରରେ ୪୦ କୋଟି ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ ହେବ

ଭୁବନେଶ୍ୱର ରେ ନିର୍ମାଣ ହେବ ଆଦର୍ଶ ଗୋଶାଳା । ୪୦ କୋଟି ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ ହେବ। ଭୁବନେଶ୍ବରର ବୁଲା ଗାଈ ଗୋରୁଙ୍କୁ ସେଠାରେ ରଖାଯିବ । ରାଜଧାନୀକୁ ସମ୍ପୂର୍ଣ୍ଣ ରୂପରେ ବୁଲା ଗାଇ ଗୋରୁ ମୁକ୍ତ କରାଯିବ ।ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଆଦର୍ଶ ଗୋଶାଳା ପାଇଁ ଜମି ବି ଚିହ୍ନଟ ସରିଛି । ଗୋମାତାଙ୍କ ଗୋବର ମୂତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାରିବ । ସରକାର […]

ନେପାଳରେ ଶାନ୍ତି ପ୍ରତିଷ୍ଠା ପାଇଁ ବାଲୁକା ମାଧ୍ୟମରେ ପ୍ରାର୍ଥନା କଲେ ବାଲୁକାଶିଳ୍ପୀ

ନେପାଳରେ ଫେରିବ ଶାନ୍ତି, ସୁଧପରିବ ସ୍ଥିତି ।ନେପାଳ ହିଂସାର ଭୟାବହତାକୁ ବାଲୁକା କଳାରେ ଚିତ୍ରିତ କରିବା ସହ ପ୍ରେୟିଂ ଫର୍ ପିସ ନେପାଳର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ପ୍ରାୟ 10 ଫୁଟ ଚଉଡ଼ା ଏବଂ 7 ଫୁଟ ଉଚ୍ଚ ଏହି ବାଲୁକା କଳାରେ ରହିଛି ନେପାଳର ସାଂପ୍ରତିକ ପରିସ୍ଥିତିର ନିଛକତା। ନିଜ ବାଲୁକା କଳା ମାଧ୍ୟମରେ ସେ ନେପାଳରେ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ପୁରୀ ବେଳାଭୂମିରେ ଏହି ବାଲୁକା କଳା କରି ନେପାଳକୁ ବାର୍ତ୍ତା […]